ହେପାଟିକ ଏନସେଫାଲୋପାଥି

ଉଇକିପିଡ଼ିଆ‌ରୁ
ହେପାଟିକ ଏନସେଫାଲୋପାଥି (Hepatic encephalopathy)
ପୋର୍ଟସିସ୍ଟମିକ ଏନସେଫାଲୋପାଥି (Portosystemic encephalopathy), ହେପାଟିକ କୋମା (hepatic coma),[୧] କୋମା ହେପାଟିକମ (coma hepaticum)
ବିଭାଗGastroenterology
ଲକ୍ଷଣପରିବର୍ତ୍ତିତ ଚେତନା ସ୍ତର (Altered level of consciousness), ପରିବର୍ତ୍ତିତ ଆବେଗ, ପରିବର୍ତ୍ତିତ ବ୍ୟକ୍ତିତ୍ୱ, ଚଳପ୍ରଚଳ ସମସ୍ୟା[୨]
କାରଣଯକୃତ ଫେଲ (Liver failure)[୨]
ବିପଦ କାରକସଂକ୍ରମଣ (Infections), ପାକଅନ୍ତନଳୀ ରକ୍ତସ୍ରାବ (GI bleeding), କୋଷ୍ଟକାଠିନ୍ୟ (constipation), ଇଲେକ୍ଟ୍ରୋଲାଇଟ ସମସ୍ୟା (electrolyte problems), କେତେକ ଔଷଧ [୩]
ରୋଗ ନିର୍ଣ୍ଣୟ ପଦ୍ଧତିଅନ୍ୟ ସମ୍ଭାବ୍ୟ କାରଣ ଦୂର କରି, ରକ୍ତ ଆମୋନିଆ ସ୍ତର, ଇଲେକ୍ଟ୍ରୋଏନସେଫାଲୋଗ୍ରାମ (electroencephalogram), ସିଟି ସ୍କାନ (CT scan) [୨][୪]
ସଠିକ ରୋଗ ନିର୍ଣ୍ଣୟୱେର୍ନିକ-କୋର୍ସାକୋଫସ ସିଣ୍ଡ୍ରୋମ (Wernicke–Korsakoff’s syndrome), କମ୍ପୋନ୍ମାଦ, ନିମ୍ନ ରକ୍ତ ଶର୍କରା, ସବଡୁରାଲ ହେମାଟୋମା (subdural hematoma), ଅଳ୍ପ ସୋଡ଼ିଅମ ରକ୍ତ‌ତା[୧]
ଚିକିତ୍ସାସ‌ହାୟକ ଯତ୍ନ (Supportive care), ଟ୍ରିଗର ରୋଗମାନଙ୍କ ଚିକିତ୍ସା, ଲାକ୍ଟୁଲୋଜ (lactulose), ଯକୃତ ଟ୍ରାନ୍ସପ୍ଲାଣ୍ଟ (liver transplant)[୧][୪]
Prognosisସାଂଘାତିକ କେଶ୍ ହୋଇଥିଲେ ଆୟୁଷ life expectancy ପ୍ରାୟ ଏକ ବର୍ଷ । [୧]
ପୁନଃପୌନିକ୪୦% ସିରୋସିସ ରୋଗୀଙ୍କର ଏହି ରୋଗ ହୁଏ । [୫]

ହେପାଟିକ ଏନସେଫାଲୋପାଥି ବା ଏଚଇ (ଇଂରାଜୀ ଭାଷାରେ Hepatic encephalopathy ବା HE) ଏକ ରୋଗ ଯେଉଁଥିରେ ଯକୃତ ଫେଲ (liver failure) ଯୋଗୁ ଚେତନା ସ୍ତର ପରିବର୍ତ୍ତିତ (altered level of consciousness) ହୋଇଥାଏ ।[୨] ଏହା ଧୀରେ ବା ହଠାତ୍ ଆରମ୍ଭ ହୋଇପାରେ ।[୨] ଅନ୍ୟାନ୍ୟ ଲକ୍ଷଣ ମଧ୍ୟରେ ପରିବର୍ତ୍ତିତ ଚେତନା ସ୍ତର (Altered level of consciousness), ପରିବର୍ତ୍ତିତ ଆବେଗ (mood), ପରିବର୍ତ୍ତିତ ବ୍ୟକ୍ତିତ୍ୱ (en:personality), ଚଳପ୍ରଚଳ ସମସ୍ୟା ଆଦି ଦେଖାଯାଏ । [୨] ରୋଗ ଆଗେଇ ଗଲେ କୋମା ହୋଇପାରେ ।[୪]

କ୍ରନିକ ଯକୃତ ରୋଗ ଥିଲେ ହେପାଟିକ ଏନସେଫାଲୋପାଥି ହୋଇପାରେ ।[୪] ସଂକ୍ରମଣ (Infections), ପାକଅନ୍ତନଳୀ ରକ୍ତସ୍ରାବ (GI bleeding), କୋଷ୍ଟକାଠିନ୍ୟ (constipation), ଇଲେକ୍ଟ୍ରୋଲାଇଟ ସମସ୍ୟା (electrolyte problems), କେତେକ ଔଷଧ ଆଦି ଏହି ରୋଗ ଟ୍ରିଗର କରିବାରେ ସାହାଯ୍ୟ କରନ୍ତି ।[୩] ରକ୍ତରେ ଆମୋନିଆ ସ୍ତର ବୃଦ୍ଧି ହେଲେ ଏହି ରୋଗ ହୁଏ କାରଣ ଯକୃତ ଆମୋନିଆ (ammonia) ନିଷ୍କାସନ କରିବାରେ ସାହାଯ୍ୟ କରେ ।[୨] ଅନ୍ୟ ସମ୍ଭାବ୍ୟ କାରଣ ଦୂର କରି ଏହି ରୋଗ ନିର୍ଣ୍ଣୟ କରାଯାଏ ।[୨] ରୋଗ ନିଧାର୍ଯ୍ୟ କରିବାରେ ରକ୍ତ ଆମୋନିଆ ସ୍ତର, ଇଲେକ୍ଟ୍ରୋଏନସେଫାଲୋଗ୍ରାମ (electroencephalogram), ମସ୍ତିଷ୍କର ସିଟି ସ୍କାନ (CT scan) ପରୀକ୍ଷାର ଉପ‌ଯୋଗ କରାଯାଏ । [୪]

ଚିକିତ୍ସା କଲେ ହେପାଟିକ ଏନସେଫାଲୋପାଥି ଭଲ ହେବା ସମ୍ଭାବନା ରହେ । [୧] ସ‌ହାୟକ ଯତ୍ନ (Supportive care), ଟ୍ରିଗର ରୋଗମାନଙ୍କ ଚିକିତ୍ସା କଲେ ଏହା ସମ୍ଭବ ହୁଏ ।[୪] ଆମୋନିଆ ସ୍ତର କମେଇବା ପାଇଁ ବାରମ୍ଭାର ଲାକ୍ଟୁଲୋଜ (lactulose) ଦିଆଯାଏ ।[୧] ଆଣ୍ଟିବାୟୋଟିକ (antibiotics) ଓ ପ୍ରୋବାୟୋଟିକ (probiotics) ମଧ୍ୟ ଦିଆଯାଇପାରେ ।[୧] ରୋଗ ସାଂଘାତିକ ହୋଇଥିଲେ ଯକୃତ ଟ୍ରାନ୍ସପ୍ଲାଣ୍ଟ (liver transplant) କରିବା ଫଳରେ ଅବସ୍ଥାରେ ଉନ୍ନତି ହୁଏ ।[୧] ,

ସିରୋସିସ ରୋଗୀଙ୍କ ମଧ୍ୟରୁ ୪୦% ରୋଗୀଙ୍କର ହେପାଟିକ ଏନସେଫାଲୋପାଥି ରୋଗ ହୁଏ ।[୫] ସିରୋସିସ ରୋଗ ସ‌ହିତ ହେପାଟିକ ଏନସେଫାଲୋପାଥି ରୋଗ ଥିଲେ ରୋଗୀ ଏକ ବର୍ଷରୁ କମ ସମୟ ବଞ୍ଚିପାରେ । [୧] ଯକୃତ ଟ୍ରାନ୍ସପ୍ଲାଣ୍ଟ (liver transplant) କରାଗଲା ପରବର୍ତ୍ତୀ ୫ ବର୍ଷରେ ୩୦% ଲୋକଙ୍କର ମୃତ୍ୟୁ ସମ୍ଭାବନା ରହେ ।[୧] ଏହି ରୋଗ ବିଷୟରେ ୧୮୬୦ ମସିହାରୁ ଲିପିବଦ୍ଧ ହୋଇଛି । [୧]

ଚିହ୍ନ ଓ ଲକ୍ଷଣ[ସମ୍ପାଦନା]

ସାମାନ୍ୟ ଧରଣର ହେପାଟିକ ଏନସେଫାଲୋପାଥି ରୋଗ ହୋଇଥିଲେ ଚିକିତ୍ସାକୀୟ ଚିହ୍ନଟ କଷ୍ଟକର ହୁଏ, କିନ୍ତୁ ନିଉରୋସାଇକୋଲୋଜିକାଲ ପରୀକ୍ଷା (neuropsychological testing) କରି ଦର୍ଶାଯାଇପାରେ । ଭୁଲାପଣିଆ, ସାମାନ୍ୟ ଦ୍ୱନ୍ଦ୍ୱ ଓ ଚିଡ଼ଚିଡ଼ା ପ୍ରକୃତି ଅନୁଭବ ହୁଏ । ରୋଗର ପ୍ରଥମ ସୋପାନରେ ବିପରିତ ଶୟନ ଅଭ୍ୟାସ (ରାତିରେ ଜାଗ୍ରତ ଓ ଦିନରେ ନିଦ୍ରା) ଦେଖାଯାଏ । ଦ୍ୱିତୀୟ ସୋପାନରେ ଅଳସୁଆମି ଓ ବ୍ୟକ୍ତିତ୍ୱ ପରିବର୍ତ୍ତନ ହୁଏ । ତୃତୀୟ ସୋପାନରେ ଅତିଶୟ ଦ୍ୱନ୍ଦ୍ୱ ହେଉଥିବା ଦେଖାଯାଏ । ଚତୁର୍ଥ ସୋପାନରେ କୋମା ହୋଇଯାଏ । [୪]

ହେପାଟିକ ଏନସେଫାଲୋପାଥି ଅଧିକ ସାଂଘାତିକ ହୋଇଥିଲେ ଚେତନା ସ୍ତରରେ ଦୃତ ଅବନତି ହୁଏ, ଅଳସୁଆମିରୁ ତନ୍ଦ୍ରା (somnolence) ଓ ପରିଶେଷରେ କୋମା ହୁଏ । ଏହାର ମଧ୍ୟବର୍ତ୍ତୀ ସୋପାନରେ ରୋଗୀର ଅବ‌ୟବ ଝଟକା ହୁଏ (asterixis, "liver flap" due to its flapping character) ଓ ତନ୍ଦ୍ରା ଗଭୀର ହେଲେ ଏହା ବନ୍ଦ ହୋଇଯାଏ । ଏହା ପରେ ଦ୍ୱନ୍ଦ୍ୱାତ୍ମକ ଭାବ ଓ ସ୍ମୃତିହୀନ ଭାବ ହୁଏ ଓ ବ୍ୟବ‌ହାରିକ ଅସଂଯମତା ଦେଖାଯାଏ । ତୃତୀୟ ସୋପାନରେ ସ୍ନାୟୁ ପରୀକ୍ଷା କଲେ କ୍ଲୋନସ ଓ ଯୁକ୍ତାତ୍ମକ ବାବିନସ୍କି ପ୍ରକାଶ ପାଏ । ଅଧିକ ଅଗ୍ରଗତି ଥିଲେ ବାତ (seizure) ଓ କୋମା ହୁଏ ଓ ସେରାବ୍ରାଲ ଇଡିମା (cerebral oedema) ଯୋଗୁ ମୃତ୍ୟୁ ହୁଏ । [୪]

ଆଧାର[ସମ୍ପାଦନା]

  1. ୧.୦୦ ୧.୦୧ ୧.୦୨ ୧.୦୩ ୧.୦୪ ୧.୦୫ ୧.୦୬ ୧.୦୭ ୧.୦୮ ୧.୦୯ ୧.୧୦ Wijdicks, EF (27 October 2016). "Hepatic Encephalopathy". The New England Journal of Medicine. 375 (17): 1660–1670. doi:10.1056/NEJMra1600561. PMID 27783916.
  2. ୨.୦ ୨.୧ ୨.୨ ୨.୩ ୨.୪ ୨.୫ ୨.୬ ୨.୭ "Hepatic encephalopathy". GARD (in ଇଂରାଜୀ). 2016. Archived from the original on 5 July 2017. Retrieved 30 July 2017.
  3. ୩.୦ ୩.୧ Starr, SP; Raines, D (15 December 2011). "Cirrhosis: diagnosis, management, and prevention". American Family Physician. 84 (12): 1353–9. PMID 22230269.
  4. ୪.୦ ୪.୧ ୪.୨ ୪.୩ ୪.୪ ୪.୫ ୪.୬ ୪.୭ Cash WJ, McConville P, McDermott E, McCormick PA, Callender ME, McDougall NI (January 2010). "Current concepts in the assessment and treatment of hepatic encephalopathy". QJM. 103 (1): 9–16. doi:10.1093/qjmed/hcp152. PMID 19903725.
  5. ୫.୦ ୫.୧ Ferri, Fred F. (2017). Ferri's Clinical Advisor 2018 E-Book: 5 Books in 1 (in ଇଂରାଜୀ). Elsevier Health Sciences. p. 577. ISBN 9780323529570. Archived from the original on 2017-07-30.

ବାହ୍ୟ ଲିଙ୍କ[ସମ୍ପାଦନା]

ଶ୍ରେଣୀବିଭାଗ
ବାହାର ଉତ୍ସ