ହାୟାଟସ ହାର୍ନିଆ

ଉଇକିପିଡ଼ିଆ‌ରୁ
ହାୟାଟସ ହାର୍ନିଆ (Hiatus hernia)
ପ୍ରତିଶବ୍ଦ - ହାୟାଟାଲ ହାର୍ନିଆ (Hiatal hernia)
ହାୟାଟସ ହାର୍ନିଆର ଛବି
ବିଭାଗପରିପାକ ବିଭାଗ (Gastroenterology), ସାଧାରଣ ଅପରେଶନ (general surgery)
ଲକ୍ଷଣପାଟି ପଛଭାଗରେ ଏସିଡ ସ୍ୱାଦ, ହାର୍ଟବର୍ଣ୍ଣ (heartburn) ବା ଛାତି ଜଳାପୋଡ଼ା, ଗିଳିବାରେ ଅସୁବିଧା ।[୧]
ବିପଦ କାରକମୋଟାପଣ, ବାର୍ଦ୍ଧକ୍ୟ, ମାତ୍ରାଧିକ ଆଘାତ (major trauma)[୧]
ରୋଗ ନିର୍ଣ୍ଣୟ ପଦ୍ଧତିଏଣ୍ଡୋସ୍କୋପି (Endoscopy), ମେଡିକାଲ ଇମେଜିଙ୍ଗ (medical imaging, ମାନୋମେଟ୍ରି (manometry)[୧]
ଔଷଧଏହ୨ ବ୍ଲକର (H2 blockers), ପ୍ରୋଟୋନ ପମ୍ପ ଇନହିବିଟର (proton pump inhibitor)s[୧]
ଚିକିତ୍ସାମୁଣ୍ଡ ସ୍ଥାନ ଟେକିବା, ଓଜନ ହ୍ରାସ, ଔଷଧ, ଅପରେଶନ ।[୧]
ପୁନଃପୌନିକ୧୦–୮୦% (US)[୧]

ହାୟାଟସ ହାର୍ନିଆ ରୋଗ ଏକ ପ୍ରକାର ହାର୍ନିଆ (hernia) ଯେଉଁଥିରେ ମଧ୍ୟଚ୍ଛଦାର ଏକ ଦୁର୍ବଳ ସ୍ଥାନ ମଧ୍ୟ ଦେଇ ପେଟର ଏକ ଅଙ୍ଗ, ସାଧାରଣତଃ ପାକସ୍ଥଳୀର (en:stomach) ଏକ ଅଂଶ ମିଡିଆସ୍ଟାଇନମ (ଛାତିର ମଧ୍ୟ ଭାଗକୁ) (middle compartment of the chest) ମଧ୍ୟକୁ ଚାଲିଯାଏ ।[୨][୧] ଏହା ଫଳରେ ଗ୍ୟାସ୍ଟ୍ରୋଫେଜିଆଲ ରିଫ୍ଲକ୍ସ (gastroesophageal reflux disease ବା GERD) ବା ଲାରିଙ୍ଗୋଫାରିଞ୍ଜିଆଲ ରିଫ୍ଲକ୍ସ (laryngopharyngeal reflux LPR) ହୁଏ ଯେଉଁଥିରେ ପାଟିର ପୃଷ୍ଠ ଭାଗରେ ଏସିଡ ସ୍ୱାଦ ଅନୁଭବ ହୁଏ ଓ ହାର୍ଟବର୍ନ ବା ଛାତି ଜଳାପୋଡ଼ା (heartburn) ହୁଏ ।[୨][୧] ଖାଦ୍ୟ ଗିଳିବାରେ ଅସୁବିଧା ଓ ଛାତି ଯନ୍ତ୍ରଣା (chest pain) ମଧ୍ୟ ହୋଇପାରେ ।[୧] ରୋଗ ଜଟିଳ ହେଲେ ଲୌହ ଅଭାବୀ ଆନିମିଆ (iron deficiency anemia), ଭଲଭ୍ୟୁଲସ ବା ଆନ୍ତ୍ରିକ ଅବରୋଧ ଆଦି ରୋଗ ହୋଇପାରେ ।[୧]

ମୋଟାପଣ ଓ ବାର୍ଦ୍ଧକ୍ୟ ଦ୍ୱୟ ଏହି ରୋଗର ସର୍ବାଧିକ ସଙ୍କଟପ୍ରଦ କାରଣ ।[୧] ବଡ଼ ଆଘାତ (major trauma), ସ୍କୋଲିଓସିସ ଓ କେତେକ ଅପରେଶନ ପରେ ଏହା ଦେଖାଯାଇପାରେ ।[୧] କେବଳ ପାକସ୍ଥଳୀର ବଡି ହାର୍ନିଆ ହେଲେ ତାହାକୁ ସ୍ଲାଇଡିଙ୍ଗ ହାର୍ନିଆ ଓ ଏସୋଫେଗସ (esophagus) ପାଖଦେଇ ପେଟର ଅନ୍ୟ ଅଙ୍ଗର ହାର୍ନିଆ ହେଲେ ତାହାକୁ ପାରାଏସୋଫେଜିଆଲ ହାର୍ନିଆ କୁହାଯାଏ ।[୧] ଏଣ୍ଡୋସ୍କୋପି (endoscopy) ଓ ମେଡିକାଲ ଇମେଜିଙ୍ଗ (medical imaging) ସାହାଯ୍ୟରେ ଏହି ରୋଗ ନିର୍ଣ୍ଣୟ କରାଯାଏ ।[୧] ଚିନ୍ତାଜନ‌କ ଲକ୍ଷଣ ଥିଲେ, ଚିକିତ୍ସାକୁ ପ୍ରତିରୋଧ ହେଉଥିଲେ ବା ରୋଗୀର ବୟସ ୫୦ ବର୍ଷରୁ ଅଧିକ ହୋଇଥିଲେ ଏଣ୍ଡୋସ୍କୋପି ଆବଶ୍ୟକ ହୁଏ ।[୧]

ଏହି ରୋଗର ଲକ୍ଷଣ ତିନି ଉପାୟରେ ପ୍ରଶମିତ ହୋଇପାରେ, ବିଛଣାର ମୁଣ୍ଡପାଖ ଉଚ୍ଚ କଲେ, ଓଜନ ହ୍ରାସ କଲେ ଓ ଖାଇବା ଅଭ୍ୟାସ ବଦଳେଇଲେ ।[୧] ଏଚ୨ ବ୍ଲକର (H2 blockers) ବା ପ୍ରୋଟୋନ ପମ୍ପ ଇନହିବିଟର (proton pump inhibitor) ଭଳି ଔଷଧ ପ୍ରୟୋଗ କରି ଏସିଡ କମେଇଦେଲେ ଲକ୍ଷଣ ଉପସମ ହୋଇପାରେ[୧] କିନ୍ତୁ ଏହାଦ୍ୱାରା ପାର୍ଶ୍ୱ ପ୍ରତିକ୍ରିୟା ଦେଖାଯାଇପାରେ । ଔଷଧରେ ଉନ୍ନତି ନହେଲେ ଲାପାରୋସ୍କୋପିକ ଫଣ୍ଡୋପ୍ଲିକେସନ (laparoscopic fundoplication) ଅପରେଶନ (surgery) କରାଯାଏ ।[୧] ଯୁକ୍ତରାଷ୍ଟ୍ର ଆମେରିକାରେ ପ୍ରାୟ ୧୦ରୁ ୮୦% ଲୋକ ଏହି ରୋଗରେ ଆକ୍ରାନ୍ତ ହୁଅନ୍ତି ।[୧]

ଆଧାର[ସମ୍ପାଦନା]

  1. ୧.୦୦ ୧.୦୧ ୧.୦୨ ୧.୦୩ ୧.୦୪ ୧.୦୫ ୧.୦୬ ୧.୦୭ ୧.୦୮ ୧.୦୯ ୧.୧୦ ୧.୧୧ ୧.୧୨ ୧.୧୩ ୧.୧୪ ୧.୧୫ ୧.୧୬ ୧.୧୭ ୧.୧୮ Roman, S; Kahrilas, PJ (23 October 2014). "The diagnosis and management of hiatus hernia". BMJ (Clinical research ed.). 349: g6154. doi:10.1136/bmj.g6154. PMID 25341679.
  2. ୨.୦ ୨.୧ "Hiatal Hernia". PubMed Health. Archived from the original on 28 ଅପ୍ରେଲ 2017. Retrieved 6 ମଇ 2017.

External links[ସମ୍ପାଦନା]

ଶ୍ରେଣୀବିଭାଗ
ବାହାର ଉତ୍ସ