ସେରୋଟୋନିନ ସିଣ୍ଡ୍ରୋମ

ଉଇକିପିଡ଼ିଆ‌ରୁ
ସେରୋଟୋନିନ ସିଣ୍ଡ୍ରୋମ
ଇଂରାଜୀ ପ୍ରତିଶବ୍ଦ - serotonin toxicity, serotonin toxidrome, serotonin sickness, serotonin storm, serotonin poisoning, hyperserotonemia, serotonergic syndrome
ଶ୍ରେଣୀବିଭାଗ ଓ ବାହାର ସ୍ରୋତ
ସ୍ପେଶାଲିଟିCritical care medicine
ଆଇସିଡ଼ି-୯-ସିଏମ୍333.99
ରୋଗ ଡାଟାବେସ30044
ମେଡ଼ିସିନ-ପ୍ଲସ007272
ଇ-ମେଡ଼ିସିନped/2786
Patient UKସେରୋଟୋନିନ ସିଣ୍ଡ୍ରୋମ
MeSHC21.613.276.720

ସେରୋଟୋନିନ ସିଣ୍ଡ୍ରୋମ (Serotonin syndrome ବା SS) ଏକ ଲକ୍ଷଣ ଗୋଷ୍ଠି ଯାହା କେତେକ ସେରୋଟୋନର୍ଜିକ (serotonergic) ଔଷଧ ବା ଡ୍ରଗ ବ୍ୟବ‌ହାର କଲେ ପ୍ରକାଶ ପାଏ ।[୧] ଏହି ରୋଗର ଲକ୍ଷଣମାନ ସାଧାରଣରୁ ସାଂଘାତିକ ହୋଇପାରେ ।[୨] ଏହାର ଲକ୍ଷଣ: ଉଚ୍ଚ ମାତ୍ରା ଶରୀର ଉତ୍ତାପ (high body temperature), ଉତ୍ତେଜନା (agitation), ବର୍ଦ୍ଧିତ ରିଫ୍ଲେକ୍ସ (increased reflexes), କମ୍ପନ (tremor), ଅଧିକ ଝାଳ ବୋହିବା (sweating), ବିସ୍ଫାରିତ ଚକ୍ଷୁ ପୁତ୍ତଳୀ (dilated pupils), ଓ ତରଳ ଝାଡ଼ା ହୁଏ ।[୧][୨] ଶାରୀରିକ ଉତ୍ତାପ (Body temperature) ବଢ଼ିଯାଇ ୪୨.୧°ସେ (୧୦୬.୦°ଫା) ହୋଇପାରେ । ରୋଗ ଜଟିଳ ହେଲେ ସିଜର ବା ବାତମାରେ (seizures) ଓ ରାବ୍‌ଡୋମାୟୋଲାଇସିସ/ମାଂସପେଶୀ ନଷ୍ଟ (extensive muscle breakdown) ହୋଇପାରେ ।[୨]

ଦୁଇ ବା ତ‌ତୋଧିକ ସେରୋଟୋନର୍ଜିକ (serotonergic) ଔଷଧ ବା ଡ୍ରଗ ବ୍ୟବ‌ହାର କଲେ ଏହି ରୋଗ ହୁଏ । ଏମାନଙ୍କର ନାମ ଯଥାକ୍ରମେ: ସିଲେକ୍ଟିଭ ସେରୋଟୋନିନ ରିଅପଟେକ ଇନହିବିଟର (selective serotonin reuptake inhibitor ବା SSRI), ମୋନୋଆମିନୋ ଅକ୍ସିଡେଜ ଇନହିବିଟର (monoamine oxidase inhibitor ବା MAOI), ଟ୍ରାଇସାଇକ୍ଲିକ ଆଣ୍ଟିଡିପ୍ରେସାଣ୍ଟ (tricyclic antidepressants ବା TCAs), ଆମ୍ଫେଟାମିନ (amphetamine), ମେପେରିଡିନ (meperidine), ଟ୍ରାମାଡୋଲ (tramadol), ଡେକ୍‌ସ୍ଟ୍ରୋମେଥୋର୍ଫିନ (dextromethorphan), ବୁସ୍ପିରୋନ (buspirone), ସେଣ୍ଟ ଜୋନ୍ସ ୱୋର୍ଟ (St. John's wort), ଟ୍ରିପ୍ଟାନ୍ସ (en:triptans"), ଏକ୍ସଟାସି (ecstasy), ମେଟୋକ୍ଲୋପ୍ରାମାଇଡ (metoclopramide), ଓଣ୍ଡାସେଟ୍ରନ (ondansetron), ବା (କୋକେନ) ।[୨] ଏସ‌ଏସ‌ଆର‌ଆଇ ଡୋଜରୁ ୧୫% ମାତ୍ରାଧିକ ହେଲେ ଏ ରୋଗ ହୁଏ ।[୩] ଗୋଟିଏ ଦିନ ମଧ୍ୟରେ ଲକ୍ଷଣ ପ୍ରକାଶ ପାଏ ।[୨] ଅଧିକ ସେରୋଟୋନିନ ଦେବା ଯୋଗୁ କେନ୍ଦ୍ରୀୟ ସ୍ନାୟୁ ମଣ୍ଡଳ (central nervous system ବା CNS) ଉପରେ ପ୍ରଭାବ ପଡ଼ି ଏହି ରୋଗ ହୁଏ ।[୪]

ରୋଗ ଓ ରୋଗୀର ଔଷଧ ଗ୍ରହଣ କରିବାର ଇତିହାସ ସାହାଯ୍ୟରେ ରୋଗ ନିର୍ଣ୍ଣୟ କରାଯାଏ । ରୋଗ ନିର୍ଣ୍ଣୟ ପୂର୍ବରୁ ସମାନ୍ତରାଳ ଲକ୍ଷଣ ପ୍ରସ୍ତୁତ କରୁଥିବା ଅନ୍ୟ ରୋଗ ଯଥା:- ନିଉରୋଲେପ୍ଟିକ ମାଲିଗନାଣ୍ଟ ସିଣ୍ଡ୍ରୋମ (neuroleptic malignant syndrome), ମାଲିଗନାଣ୍ଟ ହାଇପରଥର୍ମିଆ (malignant hyperthermia), ଆଣ୍ଟିକଲିନର୍ଜିକ ଟକ୍ସିସିଟି (anticholinergic toxicity), ଅଂଶୁଘାତ (heat stroke), ଓ ମେନିଞ୍ଜାଇଟିସ୍ ରୋଗମାନ ନ ଥିବା ନିର୍ଣ୍ଣୟ କରିବାକୁ ହେବ । କୌଣସି ଲାବୋରେଟରୀ ପରୀକ୍ଷା କରି ଏହି ରୋଗ ନିର୍ଣ୍ଣୟ କରିହୁଏନି ।[୨]

ପ୍ରଥମରୁ ଏ ରୋଗ ସୃଷ୍ଟିକାରୀ କୌଣସି ସନ୍ଦେହ ଜନ‌କ ଔଷଧ ଗ୍ରହଣ କରୁଥିଲେ ତାହାକୁ ତ୍ୟାଗ କରିବାକୁ କୁହାଯାଏ । ଉତ୍ତେଜକ ସ୍ଥିତିରେ ଥିଲେ ବେଞ୍ଜୋଡାଏଜେପିନ (benzodiazepine) ବ୍ୟବ‌ହାର କରିବାକୁ ଦିଆଯାଏ । ଏହା ଯଥେଷ୍ଟ ନ ହେଲେ ସାଇପ୍ରୋହେପ୍ଟାଡିନ (cyproheptadine) ଭଳି ସେରୋଟୋନିନ ଆଣ୍ଟାଗୋନିସ୍ଟ (serotonin antagonist) ବ୍ୟବ‌ହାର କରିବାକୁ ଦିଆଯାଏ । ଅତ୍ୟଧିକ ଦେହ ଉତ୍ତାପ ଥିଲେ ସକ୍ରିୟ ଥଣ୍ଡା (active cooling) କରିବା ଉପାୟମାନ ଅନୁସରଣ କରାଯାଏ । [୧] ଏ ରୋଗର ବାର୍ଷିକ ସଂଖ୍ୟା ଜଣାଯାଇନାହିଁ ।[୩] ଉପ‌ଯୁକ୍ତ ଚିକିତ୍ସା କଲେ ମୃତ୍ୟୁ ହାର ୧%ରୁ କମ୍ ହୁଏ ।[୫] ହାଇ ପ୍ରୋଫାଇଲ ଲିବି ଜିଓନ କେଶରେ (case of Libby Zion) ଲିବି ୧୮ ବର୍ଷ ବୟସରେ ସେରୋଟୋନିନ ସିଣ୍ଡ୍ରୋମ ରୋଗରେ ମୃତ୍ୟୁ ବରଣ କଲା ପରେ ନିଉ ୟର୍କ ଷ୍ଟେଟରେ ସ୍ନାତକ ମେଡିକାଲ ଶିକ୍ଷାରେ ପରିବର୍ତ୍ତନ ଅଣାଯାଇଥିଲା ।[୪][୬]

ଆଧାର[ସମ୍ପାଦନା]

  1. ୧.୦ ୧.୧ ୧.୨ Ferri, Fred F. (2016). Ferri's Clinical Advisor 2017: 5 Books in 1 (in ଇଂରାଜୀ). Elsevier Health Sciences. pp. 1154–1155. ISBN 9780323448383.
  2. ୨.୦ ୨.୧ ୨.୨ ୨.୩ ୨.୪ ୨.୫ Volpi-Abadie, J; Kaye, AM; Kaye, AD (2013). "Serotonin syndrome". The Ochsner journal. 13 (4): 533–40. PMID 24358002.
  3. ୩.୦ ୩.୧ Domino, Frank J.; Baldor, Robert A. (2013). The 5-Minute Clinical Consult 2014 (in ଇଂରାଜୀ). Lippincott Williams & Wilkins. p. 1124. ISBN 9781451188509.
  4. ୪.୦ ୪.୧ Boyer, EW; Shannon, M (2005). "The serotonin syndrome" (PDF). N Engl J Med. 352 (11): 1112–20. doi:10.1056/NEJMra041867. PMID 15784664. Archived from the original (PDF) on 2013-06-18. Retrieved 2016-08-26.
  5. Friedman, Joseph H. (2015). Medication-Induced Movement Disorders (in ଇଂରାଜୀ). Cambridge University Press. p. 51. ISBN 9781107066007.
  6. Brensilver JM, Smith L, Lyttle CS (1998). "Impact of the Libby Zion case on graduate medical education in internal medicine". Mt Sinai J Med. 65 (4): 296–300. PMID 9757752.