ସୀତା ଦୋରାଇସ୍ୱାମୀ

ଉଇକିପିଡ଼ିଆ‌ରୁ
କଲାଇମମନୀ ସୀତା ଆୟର ଦୋରାଇସ୍ୱାମୀ
ଆକାଶବାଣୀ All India Radio ରେକର୍ଡ଼ିଙ୍ଗ (ଖ୍ରୀ: ୧୯୫୦)
Background information
ଜନ୍ମ ସମୟରେ ନାମଜି ସୀତାଲକ୍ଷ୍ମୀ
ଜନ୍ମ27 January 1926
ଆଦାଚେନି, ତିରୁନେଭେଲି ଜିଲ୍ଲା, ମାଡ୍ରାସ ପ୍ରେସିଡେନ୍‌ସି, ବ୍ରିଟିଶ ଭାରତ
ଜନ୍ମସ୍ଥାନଭାରତ
ମୃତ୍ୟୁ୧୪ ମାର୍ଚ୍ଚ ୨୦୧୩ (୮୭ ବର୍ଷ)
ଶୈଳୀଭାରତୀୟ କ୍ଲାସିକାଲ ସଙ୍ଗୀତ
ପେଷାକ୍ଲାସିକାଲ ବାଦ୍ୟକାର
ବାଦ୍ୟଯନ୍ତ୍ରଜଳ ତରଙ୍ଗ
କାର୍ଯ୍ୟକାଳ୧୯୩୭ – ୨୦୧୩
ଲେବଲଏଚଏମ‌ଭି (HMV)

ସୀତା ଦୋରାଇସ୍ୱାମୀ (ଇଂରାଜୀ ଭାଷାରେ Seetha Doraiswamy, ତାମିଲ ଭାଷାରେ சீதா துரைசாமி |trans=sītā turAisvāMī ୨୭ ଜାନୁଆରୀ ୧୯୨୬ – ୧୪ ମାର୍ଚ୍ଚ ୨୦୧୩), ଜଣାଶୁଣା ନାମ ମଦିସାର ମାମି/ Madisaar Maami) ଜଣେ ବିଖ୍ୟାତ କର୍ଣ୍ଣାଟକୀ ସଙ୍ଗୀତର (Carnatic) ବ‌ହୁ ବାଦ୍ୟକାର ଥଲେ । ତାଙ୍କୁ ଶେଷ ମହିଳା ପଥ ପ୍ରଦର୍ଶକର ମାନ୍ୟତା ଦିଆଯାଏ,[୧] ଯିଏ ମୃତ ପ୍ରାୟ ଜଳତରଙ୍ଗ (jal tarang) ବାଦ୍ୟକୁ ଜୀବନ ଦାନ କରିଥିଲେ । ପ୍ରଥମ କର୍ଣ୍ଣାଟକୀ ମିଉଜିକ ଇନସ୍ଟିଚ୍ୟୁଟର ମିଉଜିକ ଏକାଡେମୀ ତରଫରୁ ପ୍ରଥମ ମହିଳା ସଂଗୀତକାର ଭାବରେ ସେ ସ୍ୱର୍ଣ୍ଣ ପଦକ ପ୍ରାପ୍ତ ହୋଇଥିଲେ । [୨] ସେ ଏକ ମାତ୍ର ଜଳତରଙ୍ଗ ବାଦ୍ୟକାର ଯିଏ ଭାରତର ଚତୁର୍ଥ ସିଭିଲିଆନ ପୁରସ୍କାର ମାନ୍ୟତାପ୍ରାପ୍ତ 'କଲାଇମମନୀ' (Kalaimamani) ପୁରସ୍କାର ସନ ୨୦୦୧ରେ ପାଇଥିଲେ । ତାଙ୍କ ପୁରସ୍କାର ପତ୍ରରେ ଲେଖାଥିଲା "ଅବିଶ୍ରାନ୍ତ ଭାବରେ କାମ କରି ମୃତ୍ୟୁ ପଥକୁ ଗମନ କରୁଥିବା ଜଳ ତରଙ୍ଗ ବାଦ୍ୟକୁ ବଞ୍ଚେଇଛନ୍ତି ଓ ତାଙ୍କର ସିଦ୍ଧାନ୍ତ ଜ୍ଞାନ ଆଜି ପର୍ଯ୍ୟନ୍ତ ମହିଳା ପ୍ରତିନିଧିତ୍ୱର ଚାମ୍ପିଅନ ଭାବରେ ରହିଛି । ସାସ୍କୃତିକ ମାନ‌ଦଣ୍ଡରେ ଅନ୍ୟ କେହି ନ ଥିବାବେଳେ ସେହି କାମ କରିଥିବା ମହିଳାଙ୍କୁ ଲୋକ ଲୋଚନ‌କୁ ଆଣିବା ନିମନ୍ତ ଏହା ଦିଆଯାଉଛି ।" [୩]

ଜୀବନୀ[ସମ୍ପାଦନା]

ପ୍ରାକ୍ ଜୀବନ[ସମ୍ପାଦନା]

ସୀତାଙ୍କର (ପରିବାରର ଡାକ ନାମ ସୀତାମ୍ମା) ଜନ୍ମ ତିରୁନେଲଭେଲି ଜିଲ୍ଲାର (Tirunelveli District) (ସେତେବେଳକାର ମାଡ୍ରାସ ପ୍ରସିଡେନ୍‌ସି (Madras Presidency), ବ୍ରିଟିଶ ଭାରତ (British India) ଅଦାଚାନି ସ୍ଥାନରେ ହୋଇଥିଲା । ତାଙ୍କ ପିତାଙ୍କ ନାମ ପୁମ୍ପୁ ଗଣପତି (‌Pumpu Ganapathy) ଆୟାର ଓ ମାତାଙ୍କ ନାମ ମୀନାକ୍ଷୀ ଆୟାର ଥିଲା ।

ପିତାମାତାଙ୍କର ପ୍ରେରଣା ପାଇ ସେ କୋଡାଗାନାଲ୍ଲୁର ସୁବ୍ବିଆହ ଭଗବତର ଏବଂ ପରେ ଗୋଟ୍ଟୁବଧ୍ୟମ (Gottuvadhyam) ବିଦ୍ୱାନ ସୀତାରାମା ଭାଗବତରଙ୍କଠାରୁ କର୍ଣ୍ଣାଟକୀ ସଙ୍ଗୀତ ଶିକ୍ଷା ଲାଭ କଲେ । ମାତ୍ର ୧୦ ବର୍ଷ ହୋଇଥିବା ସତ୍ତ୍ୱେ ତାମିଲନାଡ଼ୁରେ ପ୍ରଫ. ପି ସାମ୍ବମୁର୍ତ୍ତିଙ୍କଦ୍ୱାରା (P. Sambamoorthy) ଗଠିତ ପ୍ରଥମ ସଙ୍ଗୀତ ଡିପାର୍ଟମେଣ୍ଟର ସଭ୍ୟ ହେବା ପାଇଁ ସ୍ୱୀକାର ପତ୍ର ପାଇ ସେ ସନ ୧୯୩୭ରେ ଚେନଇ ଯାତ୍ରା କରି ଡି କେ ପଟ୍ଟାମ୍ମାଙ୍କଠାରୁ (D. K. Pattammal) ପ୍ରଶିକ୍ଷଣ ପାଇ ସ୍ୱର୍ଣ୍ଣ ପଦକ ପାଇଥିଲେ । ଏ ପର୍ଯ୍ୟନ୍ତ ସେ ସେହି ପୁରସ୍କାରର ସର୍ବ କନିଷ୍ଠ ବିଜେତା ହେବାର ରେକର୍ଡ଼ର ଅଧିକାରୀଣୀ ଅଛନ୍ତି ।

ମାତ୍ର ୧୪ ବର୍ଷ ବୟସରେ ସେ ବିବାହ କରିଥିଲେ । ତାଙ୍କର ସଙ୍ଗୀତ ଶିକ୍ଷାର ଲାଳସା ଦେଖି ତାଙ୍କର ପତି ମ୍ୟୁଜିକ ଏକାଡେମୀଦ୍ୱାରା ପରିଚାଳିତ ଏକ କୋର୍ଷରେ ନାମ ଲେଖାଇଦେଲେ । ବାଲାଡ଼ି କ୍ରିଷ୍ଣାଆୟାର (‌‌Valadi Krishnaiyer) ଅଧୀନରେ ଏକ କୋର୍ଷ ସମାପ୍ତ କରିବା ପରେ ତାଙ୍କର ସଙ୍ଗୀତ ଚରମ ଉତ୍କର୍ଷରେ ପ‌ହଞ୍ଚିଥିଲା । ତାଙ୍କ ଶ୍ରେଣୀରେ ସେ ପ୍ରଥମ ହୋଇ ସ୍ୱର୍ଣ୍ଣ ପଦକ ପାଇଥିଲା ।

ଜଳ ତରଙ୍ଗ ପ୍ରଶିକ୍ଷଣ[ସମ୍ପାଦନା]

କର୍ଣ୍ଣାଟକ ସଙ୍ଗୀତର ଥିଓରୀରେ ଉତ୍କୃଷ୍ଟ ପ୍ରଦର୍ଶନ କରିଥିବା ଛାତ୍ରଛାତ୍ରୀକୁ ଗୋଟ୍ଟୁବାଦ୍ୟମ ବା ଜଳ ତରଙ୍ଗ ଶିକ୍ଷା ପସନ୍ଦ କରିବାକୁ ଏକାଡେମୀରେ ଏକ ସୁଯୋଗ ଦିଆଯାଏ । କାହିଁକି ଜଳ ତରଙ୍ଗ ପସନ୍ଦ କଲେ ପ୍ରଶ୍ନ କରିବାରୁ ସୀତା ଉତ୍ତର ଦେଇଥିଲେ, "ତାଙ୍କର ବୟସ ୧୦ ବର୍ଷ ହୋଇଥିବା ବେଳେ ଜଳ ତରଙ୍ଗ କଳାକାରମାନଙ୍କୁ ଦେଖିଲେ ପିଲାମାନେ 'ଘର' କରୁଥିବା ଖେଳଣା ମନେପଡ଼େ ଯାହାକୁ ଦେଖି ସେ ଆନନ୍ଦିତ ହୁଅନ୍ତି ।"[୨] ଜଳ ତରଙ୍ଗ ଶିକ୍ଷା ଦାୟିତ୍ୱରେ ଥିବା ରମନିଆହ ଚେଟ୍ଟିଆର ମତରେ କେହି ହେଲେ ସେହି ବାଦ୍ୟ ବଜେଇବା ବୁଦ୍ଧି କାହାରି ନାହିଁ । ପ୍ରଫେସର ଶାମ୍ବମୂର୍ତ୍ତୀଙ୍କ ପ୍ରରୋଚନାରେ ସେ ସୀତାଙ୍କୁ ପରୀକ୍ଷା କରିବା ନିମନ୍ତେ ମାୟାମାଲାଭାଗାୱଲା ସୁର ଦେବାକୁ କ‌ହିଲେ । ସେ ସେଥିରେ ସଫଳ ହେବାରୁ ଟ୍ରେନିଙ୍ଗ ନେବାପାଇଁ ଯୋଗ୍ୟ ମନେକରାଗଲା । ପ୍ରଫେସର ଶାମ୍ବମୂର୍ତ୍ତୀ ଓ ରମନିଆହ ଚେଟ୍ଟିଅରଙ୍କଠାରୁ ସେ ଦେଢ଼ ମାସର ପ୍ରଶିକ୍ଷଣ ପରେ ତାହା ସାହାଯ୍ୟରେ ସେ ଅବଶିଷ୍ଟ ଟ୍ରେନିଙ୍ଗ ସମ୍ପୁର୍ଣ୍ଣ କରିପାରିବେ ବୋଲି କୁହାଗଲା । ତାଙ୍କର ଆର୍ଥିକ ଅବସ୍ଥା ଦେଖି ପ୍ରଫେସର ଶାମ୍ବମୂର୍ତ୍ତୀ ତାଙ୍କୁ ଏକ ଜଳ ତରଙ୍ଗ ସେଟ ଉପ‌ହାର ଦେଇଥିଲେ ।

ପୁରସ୍କାର ଓ ସମ୍ମାନ[ସମ୍ପାଦନା]

Musician
ବର୍ଷ ପୁରସ୍କାର Notes
୧୯୮୩ ଆସ୍ଥାନ ବିଦ୍ୱାନ (Aasthaana Vidhwaan) କାଞ୍ଚି ମଠରୁ Kanchi matha ଆବାସି ସଙ୍ଗୀତଜ୍ଞ
୧୯୩୯ ସ୍ୱର୍ଣ୍ଣ ପଦକ ମାଡ୍ରାସ ସଙ୍ଗୀତ ଏକାଡେମୀରୁ ପ୍ରଥମ ମହିଳା ଭାବରେ ପୁରସ୍କୃତ
୨୦୦୯ TTK Award/ ଟିଟିକେ ପୁରସ୍କାର ମାଡ୍ରାସ ସଙ୍ଗୀତ ଏକାଡେମୀର (The Music Academy's) ବିଶେଷ ଟିଟିକେ ପୁରସ୍କାର ।
୨୦୦୧ କଲାଇମମନି (Kalaimamani) ଭାରତର ଚତୁର୍ଥ ସରକାରୀ ନାଗରିକ ପୁରସ୍କାର
୧୯୯୯ ଜଳ ତରଙ୍ଗ ଭିବୁଷୀ/Jalatarangam Vibushi ରାମକୃଷ୍ଣ ମିଶନ Ramakrishna Mission ଦେଇଥିବା ପୁରସ୍କାର


ଆଧାର[ସମ୍ପାଦନା]

  1. "IMC OnAir JALTARANG – Waves of Sound (2008, part 1/3):Internet Archive". Archive.org. Retrieved 9 December 2011.
  2. ୨.୦ ୨.୧ "Entertainment Chennai / Personality : Musical waves with water". The Hindu. 16 December 2005. Archived from the original on 19 January 2008. Retrieved 9 December 2011.
  3. "மகிழ்ச்சிக்கு மட்டுமல்ல; மருந்தாகவும் பயன்படுகிறது இசைக் கருவி | Pondicherry". Dinamani. 17 May 2010. Retrieved 9 December 2011.