ସିତାରା ଦେବୀ

ଉଇକିପିଡ଼ିଆ‌ରୁ
ସିତାରା ଦେବୀ
୨୦୦୯ରେ ସିତାରା ଦେବୀ
ଜନ୍ମ
ଧନଲକ୍ଷ୍ମୀ

(1920-11-08)୮ ନଭେମ୍ବର ୧୯୨୦


[୧]
କଲିକତା, ବ୍ରିଟିଶ ଭାରତ
ମୃତ୍ୟୁ୨୫ ନଭେମ୍ବର ୨୦୧୪(2014-11-25) (ବୟସ ୯୪)
ମୁମ୍ବାଇ, ଭାରତ
ଜାତୀୟତାଭାରତୀୟ
ବୃତ୍ତିକଥକ ନର୍ତ୍ତକୀ
ବୈବାହିକ-ସାଥୀ(s)ନାଜିର ଅହମଦ ଖାନ (୧ମ), କେ. ଅସିଫ (୨ୟ), ପ୍ରତାପ ବାରୋତ (୩ୟ)
ସନ୍ତାନରଞ୍ଜିତ ବାରୋତ (Ranjit Barot), ଜୟନ୍ତୀ ମାଲା

ସିତାରା ଦେବୀ (ଇଂରାଜୀ ଭାଷାରେ Sitara Devi (୮ ନଭେମ୍ବର ୧୯୨୦ – ୨୫ ନଭେମ୍ବର ୨୦୧୪) ଜଣେ ଖ୍ୟାତନାମେ ଭାରତୀୟ ଶାସ୍ତ୍ରୀୟ କଥକ ନୃତ୍ୟାଙ୍ଗନା, ଗାୟିକା ଓ ଅଭନେତ୍ରୀ ଥିଲେ । ସେ ଅନେକ ପୁରସ୍କାର ଓ ପ୍ରଶଂସା ପାଇଥିଲେ, ଭାରତ ଓ ଭାରତ ବାହାରେ ଅନେକ ସ୍ଥାନରେ ସେ ତାଙ୍କର ନୃତ୍ୟ ପ୍ରଦର୍ଶନ କରିଥିଲେ ବିଶେଷତଃ ରୟଲ ଆଲବର୍ଟ ହଲ , ଲଣ୍ଡନ (୧୯୬୭) ଓ କାର୍ଣ୍ଣେଜି ହଲ, ନିଉ ୟୋର୍କରେ (୧୯୭୬) ।[୨]

ପ୍ରାକ୍ ଜୀବନ ଓ ପୃଷ୍ଠଭୂମି[ସମ୍ପାଦନା]

ସିତାରା ଦେବୀ ନଭେମ୍ବର ୮ ତାରିଖ ୧୯୨୦ରେ କଲିକତାରେ (ଏବେକାର କୋଲକାତା) ଜନ୍ମ ଗ୍ରହଣ କରିଥଲେ ଓ ସଂଯୋଗ ବଶତଃ ସେହି ଦିନ ଦିପାବଳୀର ଧନତେରାସ (Dhanteras Dipavali) ପର୍ବ ପଡ଼ିଥିଲା ।[୩] ଏଣୁ ଧନର ଦେବୀ ଲକ୍ଷ୍ମୀଙ୍କ ନାମାନୁସାରେ ତାଙ୍କର ଧନଲକ୍ଷ୍ମୀ ନାମ କରଣ କରାଯାଇଥିଲା । [୧][୪]

ବାରାଣସୀରୁ ଆସି ସ୍ଥାୟୀ ଭାବରେ ବ‌ହୁତ ବର୍ଷ ଧରି କଲିକତାରେ ବସବାସ କରିଥିବା ଏକ ବ୍ରାହ୍ମଣ ପରିବାରରେ ସିତାରା ଦେବୀ ଜନ୍ମ ଗ୍ରହଣ କରିଥିଲେ । ତାଙ୍କର ପିତା ଶୁକଦେବ ମହାରାଜ ଜଣେ ବ୍ରାହ୍ମଣ ଭଦ୍ରଲୋକ ଥଲେ ଓ ସଂସ୍କୃତରେ ବୈଷ୍ଣବ ପଣ୍ଡିତ ଥିଲେ ମଧ୍ୟ ନିଜର ଭରଣ ପୋଷଣ ନିମନ୍ତେ କଥକ ନୃତ୍ୟ ପରିବେଷଣ କରୁଥିଲେ । ତାଙ୍କର ମାତା ମତ୍ସ୍ୟ କୁମାରୀ ଏକ କଳାକାର ପରିବାରର କନ୍ୟା ଥିଲେ ଯାହାଙ୍କର ନେପାଳ ରାଜକୀୟ ପରିବାର ସ‌ହିତ ସମ୍ବନ୍ଧ ଥିଲା । ଶୁକଦେବ ମହାରାଜ ନେପାଳର ରାଜକୀୟ କୋର୍ଟରେ କାର୍ଯ୍ୟରତ ଥିବାବେଳେ ଶାସ୍ତ୍ରୀୟ ନୃତ୍ୟ ପ୍ରତି ଅନୁରକ୍ତ ହୋଇଗଲେ ଓ ଭାରତ ନାଟ୍ୟମ ତ‌‌ଥା ନାଟ୍ୟ ଶାସ୍ତ୍ର ବିଷୟ ଗଭୀର ଭାବରେ ଶିକ୍ଷା ଲାଭ କରିଥିଲେ । କଥକ ନୃତ୍ୟରେ ମଧ୍ୟ ତାଙ୍କର ଅସାଧାରଣ ପ୍ରଦର୍ଶନ ଥିଲା । କଥକ ତାଙ୍କ ରୋଜଗାରର ପନ୍ଥା ହୋଇଯାଇଥିଲା । ତାଙ୍କର ନୃତ୍ୟ ପ୍ରତି ଅନୁରକ୍ତି ଝିଅ ଓ ପୁଅମାନଙ୍କ ପାଖକୁ ସଞ୍ଚାଳିତ ହୋଇଥିଲା; ଝିଅଙ୍କ ନାମ ଅଳକାନନ୍ଦା, ତାରା ଓ ଧନ୍ନୋ ଥିଲା, ପୁଅଙ୍କ ନାମ ଚୁବେ ଓ ପାଣ୍ଡେ ଥିଲା ।

ରବୀନ୍ଦ୍ରନାଥ ଠାକୁରଙ୍କ ସ‌ହିତ ସିତାରା ଦେବୀ ଭେଟ କରିଥିଲେ ଓ ହଜିଲା ଭାରତୀୟ କଳାକୁ ପୁନରୁଦ୍ଧାର କରିବାକୁ ଉପଦେଶ ପାଇବା ପରେ ଠାକୁରଙ୍କର ମୃତ୍ୟୁ ହୋଇଥିଲା । ଶୁକଦେବ ମହାରାଜ କଥକ ନୃତ୍ୟର ସୁଧାର ଆଣି ସେହି ଲକ୍ଷ ପୂରଣ କରିବାକୁ ନିଶ୍ଚୟ କଲେ । ସେ ସମୟରେ କଥକ ନୃତ୍ୟ କେବଳ ପୁଅମାନେ ବା ନାଚବାଲୀ ଝିଅମାନେ ପ୍ରଦର୍ଶନ କରୁଥିଲେ ଓ ଭଦ୍ର ଘରର ପିଲାମାନେ ଏହି ନୃତ୍ୟ ଶିଖିବା ଆଶା କରାଯାଉନଥିଲା । ଏହି ନୃତ୍ୟରେ ଧାର୍ମିକ ଚିନ୍ତାଧାରାର ମିଶ୍ରଣ କରିବାକୁ ଶୁକଦେବ ପ୍ରସ୍ତୁତ ହେଲେ । ଏହା ଯୋଗୁ ପରିବାର ବଦନାମ ହୋଇଗଲେ ଓ ବାସ୍ତବତଃ ପ୍ରାୟ ଜାତିରୁ ବିତାଡ଼ିତ ହୋଇଗଲେ ।

ମହାରାଜ ନିଜର ଜାତିଲୋକଙ୍କର କ୍ରୋଧର ଶିକାର ହୋଇଥିଲେ ଓ ତାଙ୍କର ଝିଅମାନଙ୍କୁ ବେଶ୍ୟା ମଧ୍ୟ କୁହାଗଲା । ତାଙ୍କ ଲକ୍ଷରୁ ଏହି ମନ୍ତବ୍ୟ ତାଙ୍କୁ ବିଚ୍ୟୁତ କରିପାରିଲାନି । ସିତାରା ଦେବୀ ପୂର୍ବ କଥା ସ୍ମରଣ କରି କ‌ହନ୍ତି, "ମୋ ପିତା କ‌ହିଲେ, ଯଦି କୃଷ୍ଣଙ୍କ ସ‌ହିତ ରାଧା ନୃତ୍ୟ କରିପାରିଥିଲେ, ତେବେ ଝିଅମାନେ କାହିଁକି କରିନପାରିବେ ? ତାଙ୍କର ନୃତ୍ୟ ଅଧିକାରକୁ ପୁରୁଷମାନେ ସମ୍ମାନ ଦେବାକଥା ।" ମହାରାଜ ତାଙ୍କର ଘର ପରିବର୍ତ୍ତନ କରି ଏକ ନୂଆ ଜାଗାରେ ବାସ କଲେ । ଗୋଟିଏ ନୂଆ ନାଚ ବିଦ୍ୟାଳୟ ସ୍ଥାପନ କରି ସେ ପୁଅ ଓ ଝିଅଙ୍କ ସ‌ହିତ ନିଜ ଝିଅମାନଙ୍କୁ ଶିକ୍ଷା ଦେବାକୁ ଲାଗିଲେ । ଥରେ କାନୁନ ରକ୍ଷାକାରୀମାନେ ଆସି ବିଦ୍ୟାଳୟର କାର୍ଯ୍ୟ ବିଷୟରେ ପ୍ରଶ୍ନ କଲେ । ମହାଭାରତ କାହାଣୀକୁ ସ୍କୁଲରେ ମହାରାଜ ପ୍ରଦର୍ଶନ କରେଇଥିଲେ । ସିତାରା ତାଙ୍କଠାରୁ ୨୦ ବର୍ଷ ବୟସରେ ବଡ଼ ଭଉଣୀ ନୃତ୍ୟ ଶିକ୍ଷା କରୁଥିବା ଦେଖିଲେ ଓ ନିଜେ ଅଭ୍ୟାସ କରିବାକୁ ଲାଗିଲେ ।

ଆଧାର[ସମ୍ପାଦନା]

  1. ୧.୦ ୧.୧ "Kathak queen Sitara Devi still youthful at 91". Hindustan Times. 2 ସେପ୍ଟେମ୍ବର 2011. Archived from the original on 7 ଅପ୍ରେଲ 2014. Retrieved 4 ଅପ୍ରେଲ 2014.
  2. "Sitara Devi – The Kathak Legend". India Travel Times. Archived from the original on 30 ମାର୍ଚ୍ଚ 2014. Retrieved 25 ଜାନୁଆରୀ 2012.
  3. "Dhanteras on 8th November 1920".
  4. "Interview : State of the art". The Hindu. 31 July 2009. Retrieved 4 April 2014.