ସାମ୍ମି (ନୃତ୍ୟ)

ଉଇକିପିଡ଼ିଆ‌ରୁ

ସାମ୍ମି (ଗୁରୁମୁଖୀ: ਸੰਮੀ, ଶାମୁଖୀ: سمّی) ପଞ୍ଜାବର ଆଦିବାସୀ ଅଞ୍ଚଳରୁ ଉତ୍ପତ୍ତି ହୋଇଥିବା ଏକ ପାରମ୍ପରିକ ନୃତ୍ୟ ଶୈଳୀ ।[୧] ଏହା ପଞ୍ଜାବୀ ମହିଳାଙ୍କର ଏକ ନୃତ୍ୟ । ଏହା ପଞ୍ଜାବର ସାନ୍ଦଲବାର ଅଞ୍ଚଳରେ ବେଶ୍ ଲୋକପ୍ରିୟ (ବର୍ତ୍ତମାନ ପାକିସ୍ତାନରେ) । ଏହି ନୃତ୍ୟ ବାଜିଗର, ରାୟ, ଲୋବାନାସାଂସୀ ଆଦିବାସୀଙ୍କଦ୍ୱାରା ପରିବେଷଣ କରାଯାଏ ।

କିମ୍ବଦନ୍ତୀ କୁହେ ଯେ, ଏହି ନୃତ୍ୟ ଅସଲରେ ମାରୱାଡର ରାଜକୁମାରୀ ସାମ୍ମିଙ୍କଦ୍ୱାରା ରାଜସ୍ଥାନର ରାଜକୁମାର ସୁଚକୁମାରଙ୍କଠାରୁ ବିଚ୍ଛେଦ ହେବାର ଭାବପ୍ରବଣତାକୁ ଦେଖାଇବା ପାଇଁ କରାଯାଇଥିଲା ।

ବେଶ ପୋଷାକ[ସମ୍ପାଦନା]

ନର୍ତ୍ତକୀମାନେ ଉଜ୍ଜ୍ୱଳ ରଙ୍ଗର କୁର୍ତ୍ତି ପୋଷାକ ଓ ଲେହେଙ୍ଗା ପିନ୍ଧିଥାଆନ୍ତି । ଏକ ପ୍ରକାର ରୂପେଲି ରଙ୍ଗର କେଶ ଅଳଙ୍କାର ଏହି ନୃତ୍ୟ ସହ ସେମାନେ ପିନ୍ଧିଥାଆନ୍ତି ।

ପ୍ରଦର୍ଶନ[ସମ୍ପାଦନା]

ଗିଢା ଭଳି ଏହା ଏକ ବୃତ୍ତ ମଧ୍ୟରେ ପରିବେଷଣ କରାଯାଏ । ନର୍ତ୍ତକୀମାନେ ଗୋଲାକାରରେ ଠିଆ ହୋଇ ରହନ୍ତି ଏବଂ ହାତ ହଲାଇ ଓ ଆଗପଟେ ପାର୍ଶ୍ୱରୁ ଉପରକୁ ଉଠାଇ ନାଚ କରନ୍ତି । ସବୁଠାରୁ ଲୋକପ୍ରିୟ ସାମ୍ମି ଗୀତ ହେଉଛି "ସାମ୍ମି ମେରି ୱାନ.." ।

ଏହା ମଧ୍ୟ ଦେଖନ୍ତୁ[ସମ୍ପାଦନା]

ଆଧାର[ସମ୍ପାଦନା]

  1. "ଆର୍କାଇଭ୍ କପି". Archived from the original on 2020-04-28. Retrieved 2016-08-01. {{cite web}}: Cite has empty unknown parameter: |1= (help)


ଅଧିକ ପଢ଼ନ୍ତୁ[ସମ୍ପାଦନା]

Schreffler, Gibb. 2012. “Desperately Seeking Sammi: Re-inventing Women’s Dance in Punjab.Sikh Formations 8(2).


ଛାଞ୍ଚ:Folk-dance-stub