Jump to content

ସରୋଜିନୀ ସାହୁ

ଉଇକିପିଡ଼ିଆ‌ରୁ
ସରୋଜିନୀ ସାହୁ
ସରୋଜିନୀ ସାହୁ
ସରୋଜିନୀ ସାହୁ
ଜନ୍ମ ଓ ଜନ୍ମସ୍ଥାନ(1956-01-04)୪ ଜାନୁଆରୀ ୧୯୫୬
ଢେଙ୍କାନାଳ, ଓଡ଼ିଶା, ଭାରତ
ବୃତ୍ତିଔପନ୍ୟାସିକା, ଗାଳ୍ପିକା, କବି, ପ୍ରାବନ୍ଧିକା
ଜାତୀୟତାଭାରତୀୟ
ସମୟଅଧୁନା
ପୁରସ୍କାରଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର
ଜୀବନସାଥୀଜଗଦୀଶ ମହାନ୍ତି
ୱେବସାଇଟ
sarojinisahoo.com

ସରୋଜିନୀ ସାହୁ ଜଣେ (ଜନ୍ମ ୧୯୫୬) ଭାରତୀୟ ଓଡ଼ିଆ-ଭାଷୀ ଔପନ୍ୟାସିକା, ଗାଳ୍ପିକା, କବି, ପ୍ରାବନ୍ଧିକା । ତାଙ୍କର ସାହିତ୍ୟ କୃତି ପାଇଁ ସେ ଓଡ଼ିଶା ସାହିତ୍ୟ ଏକାଡେମି ପୁରସ୍କାର[]ଶାରଳା ପୁରସ୍କାରରେ ସମ୍ମାନୀତ ।[] ସେ ଜଣେ ଭାରତୀୟ ନାରୀବାଦୀ ଲେଖିକା ଭାବରେ ଜଣାଶୁଣା [] ଓ ଇଂରାଜୀ ଖବରକାଗଜ ଦି ନିଉ ଇଣ୍ଡିଆନ ଏକ୍ସପ୍ରେସର ନିୟମିତ ପ୍ରାବନ୍ଧିକା[]ଚେନ୍ନାଇରେ ଥିବା ଇଂରାଜୀ ପତ୍ରିକା ଇଣ୍ଡିଆନ ଏଜର ସହ-ସମ୍ପାଦିକା । ସେ କିଣ୍ଡଲେ ପତ୍ରିକା ଦ୍ୱାରାଭାରତର ୨୫ ଜଣ ଅସାଧାରଣ ନାରୀଙ୍କ ମଧ୍ୟରୁ ଜଣେ ଭାବେ ନିର୍ବାଚିତା ।[]

ପରିବାର

[ସମ୍ପାଦନା]

ତାଙ୍କର ପିତାଙ୍କ ନାମ ଇଶ୍ୱର ଚନ୍ଦ୍ର ସାହୁ ଓ ମାତାଙ୍କ ନାମ ନଳିନୀ ଦେବୀ । ସେ ତାଙ୍କ ପିତାମାତାଙ୍କର ଦ୍ୱିତୀୟ ଝିଅ । ସେ ଓଡ଼ିଆ ଲେଖକ ଜଗଦୀଶ ମହାନ୍ତିଙ୍କୁ ବିବାହ କରିଥିଲେ । ତାଙ୍କର ଜଣେ ପୁଅ ଓ ଜଣେ ଝିଅ ଅଛନ୍ତି ।[]

ରଚନାବଳୀ

[ସମ୍ପାଦନା]

କ୍ଷୁଦ୍ର ଗଳ୍ପ

[ସମ୍ପାଦନା]
ଓଡ଼ିଆ
[ସମ୍ପାଦନା]
  • ସୁଖର ମୁହାଁମୁହିଁ (୧୯୮୧)
  • ନିଜ ଗହୀରରେ ନିଜେ (୧୯୮୯)
  • ଅମୃତର ପ୍ରତିକ୍ଷାରେ (୧୯୯୨)
  • ଚଉକାଠ (୧୯୯୪)
  • ତରଳି ଯାଉଥିବା ଦୁର୍ଗ (୧୯୯୫)
  • ଦେଶାନ୍ତରି (୧୯୯୯)
  • ଦୁଃଖ ଅପ୍ରମିତ (୨୦୦୬)
  • ସୃଜନୀ ସରୋଜିନୀ (୨୦୦୮)
  • ଶ୍ରେଷ୍ଠଗଳ୍ପ ୨୦୧୮
  • ଆ (ଗଳ୍ପ) ୨୦୨୧, ଟାଇମ୍ ପାସ୍, ଭୁବନେଶ୍ୱର
  • ଲୁଚକାଳି (ଗଳ୍ପ) ଅଗ୍ରଦୂତ, କଟକ

ଉପନ୍ୟାସ

  • ଦାଦନ, ଉପନ୍ୟାସ
  • ଅସ୍ଥିର ପାଦ (୨୦୧୯)[]
  • ଅସାମାଜିକ (୨୦୧୧)
  • ଗମ୍ଭୀରି ଘର
  • ବିଷାଦ ଈଶ୍ୱରୀ
  • ପକ୍ଷୀବାସ ୨୦୧୯
  • ଉପନିବେଶ
  • ପ୍ରତିବନ୍ଦୀ
  • ସ୍ୱପ୍ନ ଖୋଜାଳୀମାନେ
  • ମହାଯାତ୍ରା
  • ସବୁଜ ଉପତ୍ୟକା
  • କୁହୁଡ଼ି (ଅନୁବାଦ ଉପନ୍ୟାସ) ୨୦୨୧ (ମୂଳ ମାଲାୟାଲାମ - ଏମ୍ ଟି ବାସୁଦେବନ୍ ନାୟାରଙ୍କ 'ମଂଜୈ')
  • ସୃଜନ ସମଗ୍ର-୧ (ଉପନିବେଶ, ପ୍ରତିବନ୍ଦୀ, ସ୍ୱପ୍ନ ଖୋଜାଳୀମାନେ ଓ ମହାଯାତ୍ରା ଆଦି ୪ଟି ଉପନ୍ୟାସ) ୨୦୨୩

ପ୍ରବନ୍ଧ ଓ ଅନ୍ୟାନ୍ୟ

  • ନାରୀ ନିର୍ଯ୍ୟାତନା ଏକ ମୁକ୍ତ ବିମର୍ଷ (ପ୍ରବନ୍ଧ) ଟାଇମ୍ ପାସ୍, ଭୁବନେଶ୍ୱର
  • ଜଗଦୀଶ ମହାନ୍ତି ଜଣେ ବୋହେମିଆନର କାହାଣୀ ୨୦୨୨ (ପଶ୍ଚିମା ପବ୍ଲିକେଶନ, ଭୁବନେଶ୍ୱର)
ଇଂରାଜୀ
[ସମ୍ପାଦନା]
  • Sarojini Sahoo Stories (୨୦୦୬)
  • Waiting for Manna (୨୦୦୮)
  • Goddess in Exile, ଉପନ୍ୟାସ (୨୦୧୩), Authors Press
  • Sensible Sensuality: A Collection of Essays on Sexuality Femininity and Literature
  • The Dark Abode (ମୂଳ ଓଡ଼ିଆ: ଗମ୍ଭୀରି ଘରକୁ ମହେନ୍ଦ୍ର କୁମାର ଦାଶ ଇଂରାଜୀରେ ଅନୁବାଦ କରିଛନ୍ତି) ୨୦୧୦
ହିନ୍ଦୀ
[ସମ୍ପାଦନା]
  • ରେପ ତଥା ଅନ୍ୟ କାହାନିଆଁ (୨୦୧୦)

ସମ୍ମାନ ଓ ପୁରସ୍କାର

[ସମ୍ପାଦନା]
  • ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର, ୧୯୯୩[]
  • ଝଙ୍କାର ପୁରସ୍କାର (କ୍ଷୁଦ୍ରଗଳ୍ପ), ୧୯୯୩ (ପ୍ରଜାତନ୍ତ୍ର ପ୍ରଚାର ସମିତି ପ୍ରଦତ୍ତ)[]
  • ଫକୀର ମୋହନ କ୍ଷୁଦ୍ରଗଳ୍ପ ସମ୍ମାନ, ୨୦୧୬ (ଉତ୍କଳ ସାହିତ୍ୟ ସମାଜ ପ୍ରଦତ୍ତ)
  • ଭୁବନେଶ୍ୱର ପୁସ୍ତକମେଳା ପୁରସ୍କାର, ୧୯୯୩
  • ଅଖିଳ କଥା ସମ୍ମାନ, ୨୦୧୯
  • ପ୍ରଜାତନ୍ତ୍ର ପୁରସ୍କାର, ୧୯୮୧,୧୯୯୩
  • ଲାଡ଼ଲି ମେଡ଼ିଆ ଆୱାର୍ଡ଼, ୨୦୧୧
  • ଶାରଳା ପୁରସ୍କାର, ୨୦୨୪, ଅସ୍ଥିର ପାଦ (ଉପନ୍ୟାସ)
  1. Orissa Sahitya Akademy Archived 2012-04-10 at the Wayback Machine.. Accessed 7 November 2010
  2. (RM), Samaja Digital (20 September 2024). "ସରୋଜିନୀ ସାହୁଙ୍କୁ ମିଳିବ ଶାରଳା ପୁରସ୍କାର". Samaja Live. Retrieved 21 September 2024.
  3. Oriya Nari . Accessed 7 November 2010
  4. Express Buzz[permanent dead link]. Accessed 7 November 2010
  5. Orissa Diary Archived 2010-03-27 at the Wayback Machine.. Accessed 8 April 2010
  6. Official web site Archived 2007-09-30 at the Wayback Machine.. Accessed 11 August 2007
  7. https://samajaepaper.in/imageview_21_219202415616989_4_73_21-09-2024_7_i_1_sf.html
  8. "ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କୃତ ପୁସ୍ତକ ଓ ଲେଖକ". ଓଡ଼ିଶା ସାହିତ୍ୟ ଏକାଡେମୀ. Archived from the original on 16 February 2020. Retrieved 7 June 2021.
  9. "ଝଙ୍କାର ପୁରସ୍କାର ବିଜେତା" (PDF). ପ୍ରଜାତନ୍ତ୍ର ପ୍ରଚାର ସମିତି. Archived (PDF) from the original on 8 October 2020. Retrieved ୮ ଜୁନ ୨୦୨୧. {{cite web}}: Check date values in: |accessdate= (help)