ଶ୍ରୀଦେବ
ଦେଖଣା
ଶ୍ରୀଦେବ | |
---|---|
ଜନ୍ମ | |
ବୃତ୍ତି(ସମୂହ) | କବି, ସମ୍ପାଦକ |
ଶ୍ରୀଦେବ (ଜନ୍ମ: ୨୫ ଫେବୃଆରୀ ୧୯୫୮) ଜଣେ ଓଡ଼ିଆ କବି, ପତ୍ରିକା ସମ୍ପାଦକ ଓ ଖବରକାଗଜ ସ୍ତମ୍ଭକାର । ସେ ବାଲେଶ୍ୱରରୁ ପ୍ରକାଶିତ ଚନ୍ଦ୍ରଭାଗା ପତ୍ରିକାର ସମ୍ପାଦକ ଅଟନ୍ତି ।
୧୯୫୮ ମସିହାରେ ଶ୍ରୀଦେବ ବାଲେଶ୍ୱର ଜିଲ୍ଲାର ରସାଳପୁରଠାରେ ଜନ୍ମଗ୍ରହଣ କରିଥିଲେ । ଆକାଶବାଣୀ କଟକର ଯୁବବାଣୀ କାର୍ଯକ୍ରମରେ ପ୍ରଥମେ ତାଙ୍କର ମୋ ନଷ୍ଟ ନାୟିକା ନାମକ ଏକ କବିତା ପରିବେଷଣ କରାଯାଇଥିଲା । କଲିକତାରୁ ପ୍ରକାଶିତ ଆସନ୍ତାକାଲି ତାଙ୍କର କବିତା ସୃଷ୍ଟି: ଶୃଙ୍ଗାର ପ୍ରଥମେ ପ୍ରକାଶ କରିଥିଲା । ଏହା ପରେ ତାଙ୍କ କବିତା ଓ ଲେଖା ଅନବରତ ଭାବରେ ବିଭିନ୍ନ ପତ୍ରପତ୍ରିକା ଓ ଖବରକାଗଜରେ ପ୍ରକାଶିତ ହୋଇଛି ।
ରଚନାବଳୀ
[ସମ୍ପାଦନା]- ତୋ ପାଇଁ
- ଅଭାବଦାସର ଦେଶ
- ସ୍ମିତାଦାସ ଓ ଆଉ କେତେ ଜଣ
- ଭୂଇଁନଅଁଣ
- ଖସିପଡୁଥିବା ଆକାଶ
- ଭୋକ ଭଉଁରୀ
- ଫାଶୀ ସ୍ୱପ୍ନ
ସମ୍ମାନ ଓ ପୁରସ୍କାର
[ସମ୍ପାଦନା]- ନେହେରୁ ଯୁବ ପୁରସ୍କାର
- ଜାତୀୟସ୍ଥରର ବହୁଭାଷୀ ନାଟକ ପ୍ରତିଯୋଗିତା ପୁରସ୍କାର
- ନାଟ୍ୟ ପୁରସ୍କାର, କଟକ
- 'ଅଖିଳଚକ୍ର' କବିତା ସମ୍ମାନ
- ନିହାରକନ୍ୟା କବିତା ପୁରସ୍କାର
- ପଞ୍ଚାନନ ଦାଶ ସ୍ମୃତି ସମ୍ମାନ (ଫକୀରମୋହନ ସାହିତ୍ୟ ପରିଷଦଦ୍ୱାରା ପ୍ରଦତ୍ତ)
- ଧ୍ୱନିପ୍ରତିଧ୍ୱନୀ କବିତା ପୁରସ୍କାର
- ଜାତୀୟ କବି ବାଞ୍ଚାନିଧି କବିତା ପୁରସ୍କାର[୧]
ଆଧାର
[ସମ୍ପାଦନା]- ↑ "ଅଳ୍ପ ଆଳାପ". No. ସମ୍ବାଦ ୧୯ ଜୁଲାଇ ୨୦୨୦ ପୃଷ୍ଠା ୬. ସମ୍ବାଦ. Archived from the original on 19 July 2020. Retrieved 19 July 2020.