ଶାରଦା ସିହ୍ନା

ଉଇକିପିଡ଼ିଆ‌ରୁ
ଶାରଦା ସିହ୍ନା
Born୧ ଅକ୍ଟୋବର ୧୯୫୨
ହୁଲାସ, ରଘୋପୁର, ସୁପୌଲ ଜିଲ୍ଲା, ବିହାର[୧]
Occupationଗାୟିକା
Years active୧୯୮୦-ବର୍ତ୍ତମାନ ପର୍ଯ୍ୟନ୍ତ
Spouseଡ: ବ୍ରଜକିଶୋର ସିହ୍ନା
Awardsପଦ୍ମ ଭୂଷଣ (Padma Bhushan)

ଶାରଦା ସିହ୍ନା (ଇଂରାଜୀ ଭାଷାରେ Sharda Sinha(୧ ଅକ୍ଟୋବର ୧୯୫୨) ଭାରତର ଜଣେ ମୈଥିଳୀ (Maithili) ଭାଷାର ଲୋକ ସଙ୍ଗୀତ ଗାୟିକା । ଛଠପୂଜାର ମୈଥିଳୀ ସଂସ୍କରଣ କରି ଲୋକ ଲୋଚନ‌କୁ ଆସିଥିଲେ ଯାହାର 'ହୋ ଦିନାନାଥ' ନାମ କରଣ କରିଥିଲେ । ସନ ୨୦୧୮ରେ ତାଙ୍କୁ ଭାରତର ତୃତୀୟ ସର୍ବୋଚ୍ଚ ସମ୍ମାନ ପଦ୍ମ ଭୂଷଣ ପୁରସ୍କାର ଦେଇ ସମ୍ମାନିତ କରାଯାଇଛି । [୨][୩]

ପୃଷ୍ଠଭୂମି[ସମ୍ପାଦନା]

ହୁଲାସ, ରଘୋପୁର, ସୁପୌଲ ଜିଲ୍ଲା, ବିହାରରେ ସିହ୍ନା ଜନ୍ମ ଗ୍ରହଣ କରିଥଲେ ।[୧] ସେ ମୈଥିଳୀ ଲୋକ ସଙ୍ଗୀତ ଗାଇ ତାଙ୍କର ବୃତ୍ତି ଆରମ୍ଭ କରିଥିଲେ । [୧] ଶାରଦା ସିହ୍ନା ମୈଥିଳୀ, ଭୋଜପୁରୀ ଓ ମଗଧୀ ଭାଷାମାନଙ୍କରେ ଗୀତ ଗାଉଥଲେ ଓ ସଙ୍ଗୀତକୁ ଏହି ଅବଦାନ ପାଇଁ ତାଙ୍କୁ ପଦ୍ମଶ୍ରୀ ପୁରସ୍କାର ଦେଇ ସମ୍ମାନିତ କରାଯାଇଥିଲା ।[୪] ପ୍ରୟାଗରେ ପ୍ରୟାଗ ସଙ୍ଗୀତ ସମିତି ତରଫରୁ ଆୟୋଜିତ ବସନ୍ତ ପଞ୍ଚମୀ ଉତ୍ସବରେ ବସନ୍ତ ଋତୁ ଉପରେ ପର୍ଯ୍ୟବସିତ ଅନେକ ଗୀତ ପଦ୍ମଶ୍ରୀ ଶାରଦା ସିହ୍ନା ଉପସ୍ଥାପନ କରି ଗାଇଥିଲେ, [୫] ଯେଉଁଥିରେ ଲୋକ ସଙ୍ଗୀତ ମାଧ୍ୟମରେ ବସନ୍ତ ଋତୁର ବର୍ଣ୍ଣନା କରାଯାଇଥିଲା ।[୫] ଦୁର୍ଗା ପୂଜା ଉତ୍ସବ ସମୟରେ ସେ ନିୟମିତ ଭାବରେ ସଙ୍ଗୀତ ପରିବେଷଣ କରନ୍ତି । [୬][୭] ମରିସସ୍‌ର ପ୍ରଧନ ମନ୍ତ୍ରୀ ନବୀନ ରାମଗୁଲାମ ବିହାର ଆସିଥିବା ବେଳେ ସେ ସଙ୍ଗୀତ ପରିବେଷଣ କରିଥିଲେ । [୮][୯]

ସନ ୨୦୧୦ରେ ନୂଆ ଦିଲ୍ଲୀର ପ୍ରଗତି ମଇଦାନରେ ଅନୁଷ୍ଠିତ ବିହାର ଉତ୍ସବରେ ସେ ସଙ୍ଗୀତ ପରିବେଷଣ କରିଥିଲେ ।[୧୦]

ସଫଳ ଚଳଚ୍ଚିତ୍ର ମୈନେ ପ୍ୟାର କିୟାରେ (୧୯୮୯) 'କାହେ ତୋହ ସେ ସଜନା', ଗ୍ୟାଙ୍ଗସ ଅଫ ୱାସେରପୁର ୨ ଚଳଚ୍ଚିତ୍ରରେ 'ତାର ବିଜଲି' ଓ ମୁମ୍ବଇର ଚାରଫୁର୍ତିୟା ଛୋକରେ ଚଳଚ୍ଚିତ୍ରରେ 'କୌନ ସି ନ‌ଗରିୟା' ଗୀତମାନ ଗାଇଥଲେ । [୧୧]

ଶାରଦା ସିହ୍ନା ଓ ଛଠ[ସମ୍ପାଦନା]

ପ୍ରାୟ ୧୦ ବର୍ଷର ଲୋକ ସଙ୍ଗୀତ ଗାୟିକା ଯାହାର ନାମ ଛଠ ସାଥିରେ ଓତଃପ୍ରୋତ ଭାବରେ ଜଡ଼ିତ, ସେହି ଶାରଦା ସିହ୍ନା ସନ ୨୦୧୬ରେ ଛଠ ଉପରେ ଆଧାରିତ ଦୁଇଟି ନୂଆ ଗୀତ ଉପସ୍ଥାପନ କରିଥିଲେ ।[୧୨] ସନ ୨୦୦୬ରେ ସେ ତାଙ୍କର ଶେଷ ଭକ୍ତି ରସାତ୍ମକ ଆଲବମ ଉପସ୍ଥାପନ କରିଥିଲେ। [୧୨]

'ସପାୱୋ ନା ମିଲେ ମାଇ' ଓ 'ପ‌ହିଲେ ପ‌ହିଲେ ମଇୟା' ଗୀତଦ୍ୱୟରେ ଶାରଦା ଲୋକମାନଙ୍କୁ ଛଠ ସମୟରେ ବିହାର ଆସିବାକୁ ଅନୁରୋଧ କରିଛନ୍ତି । [୧୨] ସେ ଗାଇଥିବା ଅନ୍ୟାନ୍ୟ ଛଠ ଗୀତମାନଙ୍କର ନାମ ଯଥାକ୍ରମେ: 'କେଲ‌ୱା କେ ପାତ ପର ଉଗଲାନ ସୁରଜ ମାଲ ଝକେ ଝୁକେ', 'ହେ ଛାତି ମଇୟା', 'ହୋ ଦିନାନାଥ', 'ବ‌ହଙ୍ଗି ଲଚକତ ଯାୟେ', 'ରୋଜେ ରୋଜେ ଉଗେଲା', 'ସୁନା ଛାତି ମାଇ', ଯୋଡ଼େ ଯୋଡ଼େ ସୁପାୱା ଓ 'ପାଟନା କେ ଘାଟ ପର' ।[୧୨] ଗୀତ ଗୁଡ଼ିକ ପୁରୁଣା ହେଲେ ମଧ୍ୟ ପ୍ରତି ବର୍ଷ ଭକ୍ତମାନେ ସେହି ଗୀତ ବଜାନ୍ତି । [୧୨]

ଶାରଦା ୩ ନଭେମ୍ବତ ୨୦୧୬ରେ ଦି ଟେଲିଗ୍ରାଫକୁ କ‌ହିଥିଲେ, "ସଙ୍ଗୀତ କମ୍ପାନୀମାନଙ୍କର ମନମାନୀ ଓ ଉତ୍ତମ ଗୀତ ତ‌ଥା ଗାୟନ ଶୈଳୀର ଅଭାବ ଯୋଗୁ କିଛି ବର୍ଷ ମୋତେ ଦୂରେଇ ରହିବାକୁ ପଡ଼ିଥିଲା ।"[୧୨] "ଏହି ବର୍ଷ ସେହି ସମସ୍ୟା ଗୁଡ଼ିକର ସମାଧାନ ହୋଇ ଯିବାରୁ ଏହି ଗୀତ ଗୁଡ଼ିକରେ ମୁଁ ସ୍ୱର ଦେଲି ।" [୧୨] କୋଡ଼ିଏ ଦିନରେ ଏହି ଗୀତ ଗୁଡ଼ିକ ସୁଟିଙ୍ଗ ହେବା ପରେ ଦିୱାଲି ଦିନ ଲୋକାର୍ପଣ ହୋଇଥିଲା । [୧୨]

ଆଧାର[ସମ୍ପାଦନା]

  1. ୧.୦ ୧.୧ ୧.୨ "Padmashri Sharda Sinha interviewed by Lalit Narayan Jha". Mithila Mirror (Interview).
  2. "Government announces recipients of 2018 Padma awards". The Times of India. 26 January 2018. Retrieved 26 January 2018.
  3. "This Chhath Puja song is making people so nostalgic, they want to go home". The Indian Express. 4 November 2016. Retrieved 28 November 2016.
  4. "Padma Awards" (PDF). Ministry of Home Affairs, Government of India. 2015. Archived from the original (PDF) on 15 October 2015. Retrieved 21 July 2015.
  5. ୫.୦ ୫.୧ "of spring narrated through folk songs". The Times of India. 22 March 2009. Archived from the original on 23 October 2012. Retrieved 25 April 2009.
  6. Manisha Prakash (4 October 2003). "Music maestros add to Puja festivities". The Times of India. Archived from the original on 23 October 2012. Retrieved 25 April 2009.
  7. "Puja euphoria reaches a crescendo". The Times of India. 4 October 2003. Archived from the original on 23 October 2012. Retrieved 25 April 2009.
  8. Faizan Ahmad & Dipak Mishra (19 February 2008). "Mauritius scholarship for two". The Times of India. Archived from the original on 23 October 2012. Retrieved 25 April 2009.
  9. "A new brand of music in Gangs Of Wasseypur series - Times of India". The Times of India. Retrieved 31 January 2020.
  10. "Sharda Sinha's performance at Bihar Utsav an instant hit". The Times of India. 28 March 2010. Archived from the original on 11 August 2011. Retrieved 29 March 2010.
  11. "Gangs of Wasseypur Part 2: Music Review". Archived from the original on 2013-01-03. Retrieved 2020-02-20.
  12. ୧୨.୦ ୧୨.୧ ୧୨.୨ ୧୨.୩ ୧୨.୪ ୧୨.୫ ୧୨.୬ ୧୨.୭ Amit Bhelari (4 November 2016). "Sweet and sour festive notes in the air - Sharda back with a bang after decade". The Telegraph (Calcutta). Retrieved 28 November 2016.