ଲୀନା ନାୟର
ଲୀନା ନାୟର | |
---|---|
ଜନ୍ମ | କୋଲହାପୁର, ମହାରାଷ୍ଟ୍ର, ଭାରତ | ୧୧ ଜୁନ ୧୯୬୯
ଜାତୀୟତା | British[୧] |
ଶିକ୍ଷାନୁଷ୍ଠାନ | ସେଣ୍ଟ୍ ଜାଭିଅର୍ କଲେଜ୍ ଅଫ୍ ମ୍ୟାନେଜମେଣ୍ଟ |
ବୃତ୍ତି(ସମୂହ) | ସାଂଗଠନିକ ବିକାଶ ଏବଂ ନେତୃତ୍ୱର ବରିଷ୍ଠ ଉପସଭାପତି, ୟୁନିଲିଭର |
Title | ସିଇଓ, ଚାନେଲ |
ଲୀନା ନାୟର (ଜନ୍ମ: ୧୯୬୯) ୟୁନିଲିଭରର ସାଂଗଠନିକ ବିକାଶ ଏବଂ ନେତୃତ୍ୱର ବରିଷ୍ଠ ଉପସଭାପତି ଅଟନ୍ତି ।[୨] ସେ ସେଣ୍ଟ ଜାଭିୟର କଲେଜ ଅଫ୍ ମ୍ୟାନେଜମେଣ୍ଟରୁ ସ୍ନାତକ ହାସଲ କରିଥିଲେ ଏବଂ ୧୯୯୨ ମସିହାରେ ୟୁନିଲିଭରର ଭାରତୀୟ ଶାଖାରେ ଯୋଗ ଦେଇଥିଲେ । ଜୁନ୍ ୨୦୦୭ ମସିହାରେ, ସେ କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ମାନବ ସମ୍ବଳ ଅଧିକାରୀ ଭାବରେ କାର୍ଯ୍ୟ କରିବାର ସୁଯୋଗ ପାଇଥିଲେ ଏବଂ ଏହା ସହିତ ସେ ହିନ୍ଦୁସ୍ତାନ ୟୁନିଲିଭର ଲିମିଟେଡ୍ (HUL)ର ପରିଚାଳନା କମିଟିରେ ଯୋଗ ଦେଇଥିବା ପ୍ରଥମ ମହିଳା ସଦସ୍ୟ ହୋଇଥିଲେ ।[୩][୪][୫][୬]
ପ୍ରାଥମିକ ଜୀବନ ଏବଂ ଶିକ୍ଷା
[ସମ୍ପାଦନା]ନାୟାର ୧୧ ଜୁନ୍ ୧୯୬୯ ମସିହାରେ ମହାରାଷ୍ଟ୍ରର କୋଲହାପୁରରେ ଏକ ହିନ୍ଦୁ ପରିବାରରେ ଜନ୍ମଗ୍ରହଣ କରିଥିଲେ ।[୭] ସେ ହୋଲି କ୍ରସ୍ କନଭେଣ୍ଟ ହାଇସ୍କୁଲ କୋଲହାପୁର ଏବଂ ଦି ନ୍ୟୁ କଲେଜ କୋଲହାପୁରରେ ଅଧ୍ୟୟନ କରିଥିଲେ । ଜାମସେଦପୁରରେ କାମ କରିବା ବ୍ୟତୀତ ସେ କୋଲକାତା, ତାମିଲନାଡୁ ଏବଂ ମହାରାଷ୍ଟ୍ରର ତାଲୋଜା ଭଳି ତିନୋଟି କାରଖାନାରେ ମଧ୍ୟ କାର୍ଯ୍ୟ କରିଥିଲେ ।[୮]
ବୃତ୍ତି
[ସମ୍ପାଦନା]ନାୟାର ପ୍ରଥମେ ୟୁନିଲିଭରରେ ଇଣ୍ଟର୍ଣ୍ଣ ଭାବରେ ଯୋଗ ଦେଇଥିଲେ ଏବଂ ପରେ ୧୯୯୨ ମସିହାରେ ହିନ୍ଦୁସ୍ତାନ ୟୁନିଲିଭରର ପରିଚାଳନା ପ୍ରଶିକ୍ଷକ ହୋଇଥିଲେ ।[୯] ୧୯୯୨ ରୁ ୨୦୦୭ ମସିହା ମଧ୍ୟରେ ସେ ହିନ୍ଦୁସ୍ତାନ ୟୁନିଲିଭରରେ କାରଖାନା ଏବଂ କର୍ପୋରେଟ୍ ମୁଖ୍ୟାଳୟରେ ବିଭିନ୍ନ ଭୂମିକା ଗ୍ରହଣ କରିଥିଲେ । ୨୦୦୭ ମସିହାରେ, ସେ ହିନ୍ଦୁସ୍ତାନ ୟୁନିଲିଭର ଲିମିଟେଡର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ହୋଇଥିଲେ ।
ୟୁନିଲିଭରରେ କୋଡିଏ ବର୍ଷ ପରେ, ନାୟର ଲଣ୍ଡନରେ ବିଶ୍ୱସ୍ତରୀୟ ମୁଖ୍ୟାଳୟରେ ଏକ ସ୍ଥାନ ଗ୍ରହଣ କଲେ ।[୧୦] ୨୦୧୬ ମସିହାରେ, ନାୟର ୟୁନିଲିଭରର "ପ୍ରଥମ ମହିଳା, ପ୍ରଥମ ଏସୀୟ, ସର୍ବକନିଷ୍ଠ" ମୁଖ୍ୟ ମାନବ ସମ୍ବଳ ଅଧିକାରୀ ହୋଇଥିଲେ ।[୧୧]
ପୁରସ୍କାର ଏବଂ ସ୍ୱୀକୃତି
[ସମ୍ପାଦନା]- ବର୍ବ ପତ୍ରିକା ତାଙ୍କୁ ଭାରତର ୫୦ ଜଣ ପ୍ରଭାବଶାଳୀ ମହିଳାଙ୍କ ମଧ୍ୟରେ ଅନ୍ତର୍ଭୁକ୍ତ କରିଥିଲା ।
- ବିଶ୍ୱ ମାନବ ସମ୍ବଳ ବିକାଶ କଂଗ୍ରେସ ଦ୍ୱାରା ୨୦୦୯ ମସିହାରେ ମାନବ ସମ୍ବଳ (HR) ଆଚିଭର୍ ଅଫ୍ ଦି ଇୟର ।
- ହିନ୍ଦୁସ୍ତାନ ଟାଇମ୍ସ ଏବଂ ଷ୍ଟାର ନ୍ୟୁଜ୍ ପ୍ରତିଭା ନେତୃତ୍ୱ ଦ୍ୱାରା 'ଲିଡର ଅଫ ଦି ଇୟର' ପୁରସ୍କାର ପ୍ରାପ୍ତ ।
ଆଧାର
[ସମ୍ପାଦନା]- ↑ "Leena Nair". businessoffashion.com. Retrieved 14 July 2023.
- ↑ "Unilever elevates HUL's HR head Leena Nair as global senior vice-president". ହିନ୍ଦୁସ୍ତାନ ଟାଇମ୍ସ. Archived from the original on 16 ଡିସେମ୍ବର 2013. Retrieved 16 ଡିସେମ୍ବର 2013.
- ↑ "Leena Nair". Unilever (in ବ୍ରିଟିଶ୍ ଇଂରାଜୀ). Archived from the original on 12 December 2021. Retrieved 2021-12-12.
- ↑ Pant, Drishti. "Rapid Fire with Unilever's CHRO, Leena Nair". people matters. Retrieved 8 August 2019.
- ↑ S, Radhakrishna N. (2019-06-29). "Indian origin Leena Nair to join BT Board". EasternEye. Retrieved 2019-08-08.
- ↑ "Leena Nair". aon. Archived from the original on 16 ଡିସେମ୍ବର 2013. Retrieved 16 ଡିସେମ୍ବର 2013.
- ↑ https://economictimes.indiatimes.com/news/india/indian-origin-ceos-leading-industries-across-the-world/manish-sharma/slideshow/89363480.cms&ved=2ahUKEwjvpOjX3pr_AhVyZ_EDHSXzCW0Qqb0CegQIABAj&usg=AOvVaw25vHxugbRHCnq3HsvK0RBX[dead link]
- ↑ "As good as it gets". business today. 21 November 2012. Retrieved 10 February 2013.
- ↑ Elisa Lipsky-Karasz (୨୭ ଅଗଷ୍ଟ ୨୦୨୩). "Chanel's Unexpected CEO Is Reinventing the Company". ଦି ଓ୍ୱାଲ୍ ଷ୍ଟ୍ରିଟ୍ ଜର୍ଣ୍ଣାଲ୍ (in ଆମେରିକୀୟ ଇଂରାଜୀ). ISSN 0099-9660. Wikidata Q121886668. Retrieved 2023-08-27.
{{cite journal}}
: Check date values in:|publication-date=
(help) - ↑ The Wall Street Journal, "Chanel's Unexpected CEO Is Reinventing the Company," Aug 27, 2023 [୧]
- ↑ Ward, Marguerite. "Chanel's incoming Global CEO, Leena Nair, could shake up the future of fashion". Business Insider (in ଆମେରିକୀୟ ଇଂରାଜୀ). Retrieved 2022-01-02.