ଲବଙ୍ଗଲତା ଦେବୀ
ଲବଙ୍ଗଲତା ଦେବୀ | |
---|---|
ଜନ୍ମ | ୧୯୧୩ |
ମୃତ୍ୟୁ | ୨୭ ଜୁଲାଇ ୧୯୯୮ | (ବୟସ ୮୪–୮୫)
ଜାତୀୟତା | ଭାରତୀୟ |
ଶିକ୍ଷାନୁଷ୍ଠାନ | ପ୍ରୟାଗ ବିଶ୍ୱବିଦ୍ୟାଳୟ |
ଉଲ୍ଲେଖନୀୟ କୃତି | ଦୁଇ ସେର ଧାନ |
ବୈବାହିକ-ସାଥୀ | ରାଜେନ୍ଦ୍ର ବର୍ମା |
ପିତାମାତା(s) | ମନମୋହନ ଜେନା (ପିତା), ସୁଲୋଚନା ଦେବୀ (ମାତା) |
ପୁରସ୍କାର | ଓଡ଼ିଶା ସାହିତ୍ୟ ଏକାଡେମୀ ସମ୍ବର୍ଦ୍ଧନା |
ଲବଙ୍ଗଲତା ଦେବୀ (୧୯୧୩-୨୭ ଜୁଲାଇ ୧୯୯୮) ଜଣେ ଭାରତୀୟ ଓଡ଼ିଆ-ଭାଷୀ ଲେଖିକା ଥିଲେ । ତାଙ୍କର ଅନୁବାଦ କୃତି ଦୁଇ ସେର ଧାନ ପାଇଁ ୧୯୭୮ରେ ସେ ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର ପାଇଥିଲେ ।[୧]
ବାଲ୍ୟ ଜୀବନ ଓ ଶିକ୍ଷା
[ସମ୍ପାଦନା]ଲବଙ୍ଗଲତାଙ୍କ ଜନ୍ମ ଯାଜପୁର ଜିଲ୍ଲାର ବରୀ ଅଞ୍ଚଳରେ । ତାଙ୍କ ପିତାଙ୍କ ନାମ ହେଲା ମନମୋହନ ଜେନା ଓ ମାତା ହେଲେ ସୁଲୋଚନା ଦେବୀ । ପିଲାଦିନୁ ସେ କୁସୁପୁରରେ ଅଜା ନନ୍ଦକିଶୋର ଜେନାଙ୍କ ଘରେ ପ୍ରତିପାଳିତ ହୋଇଥିଲେ । କୁସୁପର ବିଦ୍ୟାଳୟରେ ଶିକ୍ଷାର୍ଜନ କରି ସେ ସରକାରୀ ବୃତ୍ତିରେ ଏଲାହାବାଦସ୍ଥିତ ପ୍ରୟାଗ ବିଶ୍ୱବିଦ୍ୟାଳୟ ଉଚ୍ଚ ଶିକ୍ଷା ଲାଭ କରିବାକୁ ଯାଇଥିଲେ । ସେଠାରେ ସେ ହିନ୍ଦୀରେ 'ବିଦୂଷୀ' ଉପାଧି ଲାଭ କରିଥିଲେ । ସ୍ନାତକୋତ୍ତର ଶ୍ରେଣୀରେ ନାମ ଲେଖାଇଥିଲେ ମଧ୍ୟ ଦ୍ୱିତୀୟ ବିଶ୍ୱଯୁଦ୍ଧର ଘନଘଟା ଯୋଗୁଁ ସେଥିରୁ ସେ ବଞ୍ଚିତ ହୋଇଥିଲେ ।[୨]
ବୃତ୍ତିଗତ ଜୀବନ
[ସମ୍ପାଦନା]୧୯୩୮ରେ ମାମୁଁ ବିମ୍ବାଧର ବର୍ମା ଲବଙ୍ଗଲତାଙ୍କୁ କୁସୁପୁରର ସମାଜସେବୀ ନିଶାକର ଜେନାଙ୍କ ପୁତ୍ର ତଥା ସ୍ୱାଧିନତା ସଂଗ୍ରାମୀ ଓ ସୁସାହିତ୍ୟିକ ରାଜେନ୍ଦ୍ର ବର୍ମା ଙ୍କ ସହ ବିବାହ କରାଇଦେଲେ । ତେବେ ସ୍ୱାଧିନତା ସଙ୍ଗ୍ରାମରେ ସ୍ୱାମୀଙ୍କ କାରାବରଣ ଯୋଗୁଁ ଚମ୍ପତିମୁଣ୍ଡା ଓ ବାବାସାଗର ବିଦ୍ୟାଳୟରେ ଶିକ୍ଷକତା କଲେ । ସେ ସ୍ୱାଧିନତା ସଂଗ୍ରାମୀମାନଙ୍କୁ ଗୋପନରେ ସାହାଯ୍ୟ କରିବା ସହ ନାରୀ ଜାଗରଣ ଓ ନାରୀ ସ୍ୱାଧିନତା ପାଇଁ ଉଦ୍ୟମ କରିଥିଲେ । ସେ ପରଦା ପ୍ରଥାର ବିରୋଧି ଥିଲେ । ଲବଙ୍ଗଲତା କୁସୁପୁର ମହିଳା ସମିତିର ସମ୍ପାଦକ ଓ ନନ୍ଦ କିଶୋର ବଳଙ୍କ ପତ୍ନୀ କୋକିଳା ଦେବୀ ସଭାପତି ଥିଲେ ।[୩]
ରଚନାବଳୀ
[ସମ୍ପାଦନା]ଲହଙ୍ଗଲତାଙ୍କ ୩୦ରୁ ଉର୍ଦ୍ଧ୍ୱ ଗ୍ରନ୍ଥ ପ୍ରକାଶିତ । ସେ ଅନେକ କୃତି ହିନ୍ଦୀରୁ ଅନୁବାଦ କରିବା ସହ ଶିଶୁସାହିତ୍ୟ ଲେଖିଥିଲେ । ସାହିତ୍ୟକୃତି ପାଇଁ ତାଙ୍କୁ ଓଡ଼ିଶା ସାହିତ୍ୟ ଏକାଡେମୀ ୧୯୭୮ରେ ସମ୍ମାନୀତ କରିଥିଲା । ସେ ଜଣେ ସଂଗୀତଶିଳ୍ପୀ ଓ ଅଭିନେତ୍ରୀ ଥିଲେ । କବି ଜ୍ଞାନୀନ୍ଦ୍ର ବର୍ମା ତାଙ୍କ ଦିଅର ଥିଲେ । ସାମ୍ବାଦିକ ଶୁଭନ୍ଦୁ ବର୍ମା ହେଲେ ତାଙ୍କ ପୁଅ ।
- ହସ ହସ ମୋର ପ୍ରିୟ (୧୯୪୮)
- ସ୍ୱପ୍ନର ସୁରଭି (୧୯୬୮)
- ମନର ମଣିଷ (ଉପନ୍ୟାସ)[୪]
- ଦୁଇ ସେର ଧାନ
- ନାରୀ ପ୍ରତିଭା
- ବିଦୂଷୀ ନାରୀ
- ବଡ଼ଲୋକଙ୍କ ମା
- ପତନ ଓ ଅଭ୍ୟୁଦୟ
- ଋଷିପତ୍ନୀ
- ଗଳ୍ପ ଚୟନ
- ବୀରାଙ୍ଗନା
- ସଞ୍ଚୟିତା
- କାଦମ୍ବରୀ (ଅନୁବାଦ)
- ରଘୁବଂଶ (ଅନୁବାଦ)
- ଦୁର୍ଗାଚରିତ (ଅନୁବାଦ)
ସମ୍ମାନ
[ସମ୍ପାଦନା]- ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର, ୧୯୭୮ (ଦୁଇସେର ଧାନ ପାଇଁ)
- ନୀଳଶୈଳ ସମ୍ମାନ
- ସ୍ୱାଗତିକା ସମ୍ମାନ
- ଯଦୁମଣି ସାହିତ୍ୟ ସଂସଦ ପକ୍ଷରୁ ସମ୍ମାନୀତ
- କାଳିକଲମ ପକ୍ଷରୁ ଶିଶୁସାହିତ୍ୟ ପାଇଁ ସମ୍ମାନୀତ
ଆଧାର
[ସମ୍ପାଦନା]- ↑ http://odishasahityaakademi.org/English/ovation2.php
- ↑ ଭୂୟାଁ, କୃଷ୍ଣଚନ୍ଦ୍ର (୨୦୦୯). ଓଡ଼ିଶାର ମହୀୟସୀ ମହିଳା. ଭୁବନେଶ୍ୱର: ଓଡ଼ିଶା ସାହିତ୍ୟ ଏକାଡେମୀ. pp. ୧୭୩. ISBN 81-7586-191-6.
- ↑ ମହାନ୍ତି, ନଗେନ୍ଦ୍ର ନାଥ (୨୦୧୨). ଓଡ଼ିଆ ଚରିତ କୋଷ, ୪ର୍ଥ ଭାଗ. ନୂଆଦିଲ୍ଲୀ: ପ୍ରତିମା ନାଥ ଟ୍ରଷ୍ଟ. pp. ୧୫୨୯.
- ↑ ମହାରଣା, ସୁରେନ୍ଦ୍ର କୁମାର (୨୦୧୫). ଓଡ଼ିଆ ସାହିତ୍ୟର ଇତିହାସ (୩ୟ ed.). କଟକ: ଓଡ଼ିଶା ବୁକ୍ ଷ୍ଟୋର୍. pp. ୪୬୮. ISBN 81-7400-331-2.