ରୋହିଣୀ ଭାଟେ

ଉଇକିପିଡ଼ିଆ‌ରୁ
ଗୁରୁ (Guru)

ରୋହିଣୀ ଭାଟେ
रोहिणी भाटे
Born(1924-11-14)୧୪ ନଭେମ୍ବର ୧୯୨୪
Died୧୦ ଅକ୍ଟୋବର ୨୦୦୮(2008-10-10) (ବୟସ ୮୩)
ପୁଣେPune, ମହାରାଷ୍ଟ୍ର [୧]
Nationalityଭାରତୀୟ
Citizenshipଭାରତୀୟ
Educationଭାରତୀୟ ଶାସ୍ତ୍ରୀୟ ନୃତ୍ୟ (Indian classical dance), ହିନ୍ଦୁସ୍ଥାନୀ ଶାସ୍ତ୍ରୀୟ ନୃତ୍ୟ (Hindustani classical music)
Alma materଫର୍ଗୁସନ କଲେଜ (Fergusson College)
Occupation(s)ନର୍ତ୍ତକୀ (Classical dancer), ନୃତ୍ୟ ନିର୍ଦ୍ଦେଶିକା, ଲେଖିକା, ବବେଷିକା
Organizationନୃତ୍ୟଭାରତୀ କଥକ ଡାନ୍ସ ଏକାଡେମୀ
Styleକଥକ (Kathak)
Awardsସଙ୍ଗୀତ ନାଟକ ଏକାଡେମୀ ପୁରସ୍କାର (Sangeet Natak Akademi Award)
(see all)

ରୋହିଣୀ ଭାଟେ (ଇଂରାଜୀ ଭାଷାରେ Rohini Bhate) (Marathi: रोहिणी भाटे) (14 November 1924 – 10 October 2008)[୨] ଭାରତର ଜଣେ ଅତି ପୁରୁଖା କଥକ ନୃତ୍ୟାଙ୍ଗନା ଯିଏ ଜଣେ ନୃତ୍ୟ ପ୍ରଦର୍ଶକ, ଶିକ୍ଷୟିତ୍ରୀ, ଲେଖିକା, ଗବେଷିକା ଓ ଭାରତୀୟ ଶାସ୍ତ୍ରୀୟ ନୃତ୍ୟର (Indian classical dance) ସମାଲୋଚିକା ଥିଲେ । [୩] ତାଙ୍କର ବୃତ୍ତି ଜୀବନରେ ସେ ସଙ୍ଗୀତ ନାଟକ ଏକାଡେମୀ ପୁରସ୍କାର ଓ କାଳିଦାସ ସମ୍ମାନ (Kalidas Samman) ଭଳି ଅନେକ ମାନ୍ୟତା ପାଇଥିଲେ । [୧]

ଜୟପୁର-ଅଟ୍ରଉଲି ଘରାନା (Jaipur) ଓ ଲକ୍ଷ୍ନୌ ଘରାନା (Lucknow gharanas) ଶିକ୍ଷାନୁଷ୍ଠାନଦ୍ୱୟରେ ରୋହିଣୀ କଥକ ନୃତ୍ୟ ଶିକ୍ଷା କରିଥିଲେ ।[୪]

ସେ ଅନେକ ନୃତ୍ୟ ରଚନାର ଭଣ୍ଡାର ଓ ଅଭିନୟର (abhinaya ) ଏକ ଅଭିନବ ଦୃଷ୍ଟିକୋଣ ସୃଷ୍ଟି କରିଥିଲେ ।[୫] ନିଜର ହିନ୍ଦୁସ୍ଥାନୀ ଶାସ୍ତ୍ରୀୟ ସଙ୍ଗୀତର ଜ୍ଞାନ ଥିବା ଯୋଗୁ ସେ ତାଙ୍କ ନୃତ୍ୟ ନିମନ୍ତେ ସଙ୍ଗୀତ ସୃଷ୍ଟି କରିପାରୁଥିଲେ ।[୧] ସମାଲୋଚକ ସୁନିଲ କୋଠାରୀଙ୍କ ମତରେ ବିଜୟ ମେହଟାଙ୍କ ନିର୍ଦ୍ଦେଶିତ ଶକୁନ୍ତଳା (Shakuntala ) ନୃତ୍ୟରେ ତାଙ୍କର କୋରିଓଗ୍ରାଫି ଇଲ୍ଲେଖନୀୟ ଥିଲା । କାଳିଦାସ, ଋତୁସଂହାର (Ṛtusaṃhāra ) ଓ ରୁଗବେଦର (Rigveda) ଉସବା ସୁକ୍ତରେ ଦେଇଥିବା ତାଙ୍କର ନୃତ୍ୟ ନିର୍ଦ୍ଦେଶନା ପ୍ରଶଂସା ଯୋଗ୍ୟ ଥିଲା ।[୬]

ଶିକ୍ଷା[ସମ୍ପାଦନା]

ବିହାରର ପାଟନାରେ ଭାଟେ ଜନ୍ମ ଗ୍ରହଣ କରିଥିଲେ କିନ୍ତୁ ପୁଣେରେ ତାଙ୍କର ସ୍କୁଲ ଓ କଲେଜ ଶିକ୍ଷା କରିଥିଲେ । [୩] ଏକ ମଧ୍ୟବିତ୍ତ କରହଦେ (Karhade) ବ୍ରାହ୍ମଣ ପରିବାରରୁ ସେ ଆସିଥିଲେ ।

ଗୁରୁ ପାର୍ବତୀ କୁମାର ପାଖରେ ରୋହିଣୀ ପ୍ରଥମେ ଭାରତନାଟ୍ୟମ (Bharatanatyam) ଶିକ୍ଷା ଲାଭ କରିଥିଲେ । [୬] ସନ ୧୯୪୬ରେ ସେ ଫର୍ଗୁସନ କଲେଜରୁ (Fergusson College) କଳାରେ ଡିଗ୍ରୀ ହାସଲ କରିଥିଲେ । [୩] ଜୟପୁର ଘରାନାର ସୋହନଲାଲ ପାଖରୁ ସେହି ବର୍ଷ କଥକ (Kathak) ନୃତ୍ୟ ମଧ୍ୟ ଶିଖିଥିଲେ । [୪]

ସ୍ୱଳ୍ପ ଅବଧି ପରେ[୭] କଥକ ନୃତ୍ୟରେ ସେ ପଣ୍ଡିତ ଲଚ୍ଛୁ ମହାରାଜ (Pandit Lachhu Maharaj) ପାଖରୁ ବାର ବର୍ଷ ଓ ପଣ୍ଡିତ ମୋହନରାଓ କଲ୍ଲିଆନପୁରକାରଙ୍କଠାରୁ (Mohanrao Kallianpurkar)[୧] ଲକ୍ଷ୍ନୌ ଘରାନାରେ (Lucknow gharana)[୪] ପନ୍ଦର ବର୍ଷ ଧରି ଶିକ୍ଷା ଲାଭ କରିଥିଲେ ।[୧]

ସଙ୍ଗୀତଜ୍ଞ କେଶବରାଓ ଭୋଲେ (Keshavrao Bhole) ଓ ବସନ୍ତରାଓ ଦେଶପାଣ୍ଡେଙ୍କ (Vasantrao Deshpande) ପାଖରୁ ହିନ୍ଦୁସ୍ଥାନୀ ସଙ୍ଗୀତ ଶିକ୍ଷା କରିଥିଲେ[୧] ଓ କଥକ ନୃତ୍ୟରେ ଡକ୍ଟରେଟ ପାଇଥିଲେ ।[୩]

ବୃତ୍ତି[ସମ୍ପାଦନା]

ଭୌଗଳିକ, ବୌଦ୍ଧିକ, ଅସ୍ଥାୟୀ ଓ ଅନ୍ୟାନ୍ୟ ପରିସ୍ଥିତି ଯୋଗୁ ରୋହିଣୀ କଥକ ନୃତ୍ୟରେ ନିଜର ସଙ୍ଗୀତ ଓ ବୌଦ୍ଧିକ ଜ୍ଞାନ ନେଇ ମୁକ୍ତ ଭାବରେ ପରୀକ୍ଷା ନିରୀକ୍ଷା ଚାଲୁରଖିଥିଲେ ।[୭] ସନ ୧୯୪୭ରେ ଭାଟେ ଏକ ନୃତ୍ୟଭାରତୀ କଥକ ନୃତ୍ୟା ଏକାଡେମୀ ପୁଣେରେ ସ୍ଥାପନ କରିଥିଲେ । [୧] ତାଙ୍କ ଅନୁଷ୍ଠାନରୁ ୬୦ ବର୍ଷ ଧରି ଶହ ଶହ ବିଦ୍ୟାର୍ଥୀ ଶିକ୍ଷା ଲାଭ କରିଥିଲେ । [୩] ମହାରାଷ୍ଟ୍ରର (Maharashtra) ମଧ୍ୟବିତ୍ତ ପରିବାରରେ ସେ କଥକ ନୃତ୍ୟକୁ ଜନପ୍ରିୟ କରେଇଥିଲେ । [୬]

ସନ ୧୯୫୨ରେ ଭାରତୀୟ ସାଂସ୍କୃତିକ ପ୍ରତିନିଧି ମଣ୍ଡଳର ଏକ ସଭ୍ୟ ଭାବରେ ସେ ଚୀନ ଦେଶ ପରିଭ୍ରମଣ କରିଥିଲେ । ଏହି ଭ୍ରମଣ ଯୋଗୁ ଭାରତୀୟ ନୃତ୍ୟ ଓ ନାଟକ ସମ୍ବନ୍ଧୀୟ ପୁରାତନ ଶାସ୍ତ୍ର ସଂସ୍ପର୍ଶରେ ଆସିବା ଯୋଗୁ ତାଙ୍କର କଳା ନୈପୁଣ୍ୟ ଅଧିକ ଶାଣିତ ହୋଇପାରିଥିଲା ।[୪]

ଖଇରଗଡ଼ ବିଶ୍ୱବିଦ୍ୟାଳୟର କମିଟି ସଭ୍ୟ ଭାବରେ ନିଯୁକ୍ତ ହୋଇ ପୁଣେର ଲଳିତ କଳା କେନ୍ଦ୍ରରେ କଥକ ପାଠ୍ୟକ୍ରମର ସିଲାବସ ତିଆରି କରିବାରେ ମାର୍ଗଦର୍ଶନ ଦେଇଥିଲେ ଓ ସେହି ଅନୁଷ୍ଠାନର ଗୁରୁ ଓ ଭିଜିଟିଙ୍ଗ ପ୍ରାଧ୍ୟାପକ ଭାବରେ ସେବା କରିଥିଲେ ।[୧] ଜାତୀୟ କଥକ ନୃତ୍ୟ ଅନୁସ୍ଠାନ କେନ୍ଦ୍ର ଦିଲ୍ଲୀରେ (Delhi Kathak Kendra) ସେ ଛାତ୍ରମାନଙ୍କ ପରୀକ୍ଷକ ଥିଲେ ।[୭]

ରୋହିଣୀ ଭାଟେ‌ ମରାଠୀ ଭାଷାରେ ଲେଖିଥିବା ପୁସ୍ତକ ମଧ୍ୟରେ ଆତ୍ମ ଜୀବନୀ, ଇସାଦୋରେ ଡନ‌କାନ (Isadora Duncan) ଲିଖିତ ଜୀବନୀର ଅନୁବାଦ ମାଝି ନୃତ୍ୟସାଧନାସଂସ୍କୃତରେ ସମ୍ପାଦିତ ସଙ୍ଗୀତ ଓ ନୃତ୍ୟ ଅଭିନୟ ଦର୍ପଣ ଯାହାକୁ କଥକ ଦର୍ପଣ ଦୀପିକା ନାମ ଦେଇଥିଲେ ।[୧] ଏହି ପୁରାତନ ପୁସ୍ତକରୁ ସେ ତାଙ୍କର ଅନେକ ସୃଜନଶୀଳ ପ୍ରକଳ୍ପ ତିଆରି କରିଥିଲେ । [୭] କଥକ ବିଷୟ ଉପରେ ଅନେକ ଆଲେଖ୍ୟ ଲେଖିଛନ୍ତି ।[୪]

ସନ ୨୦୦୨ରେ ସେ ଜର୍ମାନୀ ଭାଷାରେ 'ଟାଇମ ଆଣ୍ଡ ସ୍ପେସ' ନାମକ ଏକ ଡକୁମେଣ୍ଟାରୀ ତିଆରିରେ ଭାଗନେଇଥିଲେ । [୮]

ରୋହିଣୀଙ୍କର ପରିଚିତ ହିନ୍ଦୁସ୍ଥାନୀ ଶାସ୍ତ୍ରୀୟ ସଙ୍ଗୀତର ତବଲା ବାଦକ ଚନ୍ଦ୍ରକାନ୍ତ କାମତ (Chandrakant Kamat) ସ‌ହ ପୁଣେରେ ସନ ୧୯୫୨ରେ ଭେଟ ହୋଇଥିଲା । [୯] କଳାନିଧି ନାରାୟଣ (Kalanidhi Narayanan) ସ‌ହିତ ସେ କଥକ ଓ ଭାରତ ନାଟ୍ୟମରେ ଥିବା ଅଭିନୟର ତୁଳନାତ୍ମକ ଅନୁଶୀଳନ କରିଥିଲେ ।[୬] ଅନ୍ୟ ଜଣେ କଥିକ ବିଶାରଦ ରେବା ବିଦ୍ୟାର୍ଥୀ ତାଙ୍କର ଅନ୍ତରଙ୍ଗ ବାନ୍ଧବୀ ଥିଲେ । [୭]

ମୃତ୍ୟୁ[ସମ୍ପାଦନା]

ରୋହିଣୀ ଭାଟେ‌ ଅକ୍ଟୋବର ୧୦ ତାରିଖ ୨୦୦୮ରେ ୮୩ ବର୍ଷ ବୟସରେ ମହାରାଷ୍ଟ୍ରର ପୁଣେ ସ‌ହରରେ ମୃତ୍ୟୁ ବରଣ କରିଥିଲେ । ତାଙ୍କର ବୋହୁ ଓ ଶିଷ୍ୟା ଶମା ଭଟେ (Shama Bhate) କଥନ ଅନୁସାରେ ଭଟେ ତାଙ୍କର ଜୀବନର ଶେଷ ୫ ବର୍ଷ ପାର୍କିନ୍‌ସନ୍ ରୋଗରେ ପୀଡ଼ିତ ଥିଲେ ଓ ସେହି ରୋଗର ଜଟିଳ ହୋଇ ମୃତ୍ୟୁ ହୋଇଥିଲା । [୩]

ପୁରସ୍କାର[ସମ୍ପାଦନା]

  • ୧୯୭୭: ରାଜ୍ୟ ସରକାର ଦତ୍ତ 'ମହାରାଷ୍ଟ୍ର ରାଜ୍ୟ ପୁରସ୍କାର' [୩]
  • ୧୯୭୯: ସଙ୍ଗୀତ ନାଟକ ଏକାଡେମୀ ପୁରସ୍କାର (Sangeet Natak Akademi Award)[୧]
  • ୧୯୯୦: ମହାରାଷ୍ଟ୍ର ଗୌରବ ପୁରସ୍କାର [୩]
  • ୨୦୦୧: କାଳିଦାସ ସମ୍ମାନ (Kalidas Samman)[୧]
  • ୨୦୦୬: Sangeet Natak Akademi Fellowship[୧]
  • ୨୦୦୭: ସଙ୍ଗୀତ ନାଟକ ଏକାଡେମୀ, ଦିଲ୍ଲୀର 'ଏକାଡେମୀ ରତ୍ନ' ପୁରସ୍କାର । [୩]

ଆଧାର[ସମ୍ପାଦନା]

  1. ୧.୦୦ ୧.୦୧ ୧.୦୨ ୧.୦୩ ୧.୦୪ ୧.୦୫ ୧.୦୬ ୧.୦୭ ୧.୦୮ ୧.୦୯ ୧.୧୦ ୧.୧୧ ୧.୧୨ "Rohini Bhate passes away". The Hindu. 11 October 2008. Retrieved 19 January 2017.
  2. "Rohini Bhate". IMDb. Retrieved 20 January 2017.
  3. ୩.୦ ୩.୧ ୩.୨ ୩.୩ ୩.୪ ୩.୫ ୩.୬ ୩.୭ ୩.୮ "Noted Kathak exponent Rohini Bhate no more". The Times of India. 11 October 2008. Retrieved 19 January 2017.
  4. ୪.୦ ୪.୧ ୪.୨ ୪.୩ ୪.୪ "Biographies of Kathak Gurus". Nad Sadhna: Institute for Indian Music & Research Center. Archived from the original on 17 March 2016. Retrieved 20 January 2017.
  5. Jafa, Navina (4 August 2016). "Dissolving the dissonance". The Hindu. Retrieved 19 January 2017.
  6. ୬.୦ ୬.୧ ୬.୨ ୬.୩ Kothari, Sunil (1989). Kathak: Indian Classical Dance Art. New Delhi: Abhinav Publications. p. 191. ISBN 9788170172239. OCLC 22002000.
  7. ୭.୦ ୭.୧ ୭.୨ ୭.୩ ୭.୪ Walker, Margaret E. (2016). India's Kathak Dance in Historical Perspective. London: Routledge. p. 126. ISBN 9781315588322. OCLC 952729440.
  8. "Time and Space". IMDb. Retrieved 20 January 2017. ଛାଞ୍ଚ:Unreliable?
  9. "Tabla maestro Chandrakant Kamat passes away, leaves a void in city music scene". The Indian Express. 29 June 2010. Retrieved 19 January 2017.