ରେଖା

ଉଇକିପିଡ଼ିଆ‌ରୁ
ରେଖା
ସେପ୍ଟେମ୍ବରରେ ୨୦୧୩ରେ ରେଖା
Born
ଭାନୁରାଖି ଗଣେଶନ

(1954-10-10) ୧୦ ଅକ୍ଟୋବର ୧୯୫୪ (ବୟସ ୬୯)
Occupationଅଭିନେତ୍ରୀ
Years active୧୯୬୬- ଏପର୍ଯ୍ୟନ୍ତ
Spouseମୁକେଶ ଅଗ୍ରବାଲ (୧୯୯୦–୧୯୯୧) (ମୃତ୍ୟୁ)
Parent(s)ଜେମିନୀ ଗଣେଶନ (ବାପା)
ପୁଷ୍ପାବଲ୍ଲୀ (ବୋଉ)

ଭାନୁରେଖା ଗଣେଶନ ବା ରେଖା (ଜନ୍ମ: ୧୦ ଅକ୍ଟୋବବର, ୧୯୫୪) ହିନ୍ଦୀ କଥାଚିତ୍ର ଜଗତର ଜଣେ ଜଣାଶୁଣା ଅଭିନେତ୍ରୀ । ପ୍ରତିଭାଶାଳୀ ରେଖାଙ୍କୁ ହିନ୍ଦୀ ଫିଲ୍ମ ଉଦ୍ୟୋଗର ସଫଳ ଅଭିନେତ୍ରୀମାନଙ୍କ ମଧ୍ୟରେ ଗଣାଯାଏ ।

ପ୍ରାଥମିକ ଜୀବନ[ସମ୍ପାଦନା]

ଚଳଚ୍ଚିତ୍ର ଜୀବନ[ସମ୍ପାଦନା]

12 ବର୍ଷ ବୟସରେ ତାଙ୍କର ପ୍ରଥମ ଫିଲ୍ମ 'ରଂଗୁଲା ରତ୍ନମ'ରେ ସେ ପ୍ରଥମେ ଅଭିନୟ କରିଥିଲେ , ଏହି ଫିଲ୍ମଟି ପରେ 'ରଂଗୀଲା ରତନ' ନାମରେ ପୁନର୍ବାର ହିନ୍ଦୀ ଭୀ ପଦର୍ଶିତ ହୋଇଥିଲା । ହିନ୍ଦୀ ଫିଲ୍ମରେ କାମ କରିବା ପୂର୍ବରୁ ସେ ତେଲୁଗୂ ଏବଂ କନ୍ନଡ଼ ଫିଲ୍ମରେ ଗୋଟିଏ ଲେଖାଏଁ ଫିଲ୍ମରେ ଅଭିନୟ କରିସାରିଥିଲେ । ହିନ୍ଦୀ ଫିଲ୍ମ 'ଅନଜାନା ସଫର'ରେ ତାଙ୍କୁ ପ୍ରଥମେ ଅଭିନୟ କରିବାର ସୁଯୋଗ ମିଳିଥିଲା । କିନ୍ତୁ ଏହି ଫିଲ୍ମରେ ଅଭିନେତା ବିଶ୍ୱଜୀତଙ୍କ ସହିତ ତାଙ୍କର ଚୁଂବନ ଦୃଶ୍ଯ ବିବାଦ ଯୋଗୁଁ ଫିଲ୍ମକୁ ସେଂସରବୋର୍ଡଦ୍ୱାରା ସ୍ୱୀକୃତି ମିଳି ନ ଥିଲା । ପରେ ଏହି ଫିଲ୍ମ ଟିର ନାମ ପରିବର୍ତ୍ତନ କରି 'ଦୋ ଶିକାରୀ' ନାମରେ ରିଲୀଜ କରାଯାଇଥିଲା ତେବେ ଫିଲ୍ମଟି ଅସଫଳ ହେଲା । ଏଥି ପାଇଁ 1970ରେ ରିଲିଜ ହୋଇଥିବା 'ସାବନ ଭାଦୋ'କୁ ତାଙ୍କର ପ୍ରଥମ ହିନ୍ଦୀ ଫିଲ୍ମ ମାନା ଯାଏ । ପ୍ରଥମେ ପ୍ରଥମେ ତାଙ୍କୁ ତାଙ୍କର ସାବନା ଚେହେରା ଏବଂ ହିନ୍ଦୀ ଭାଷା ଉଚ୍ଚାରଣ ଆଦି ଅସୁବିଧାର ସମ୍ମୁଖିନ୍ନ ହେବାକୁ ପଡ଼ିଥିଲା । ହିନ୍ଦୀ ସିନେମାରେ ସେ ଉଭୟ କଳାତ୍ମକ ଏବଂ ବ୍ୟାବସାୟିକ ଚଳଚ୍ଚିତ୍ରରେ ଅଭିନୟ କରିଛନ୍ତି । ତାଙ୍କ ଅଭିନୟରେ ନୁତନତା ଏବଂ ବିବିଧତା ପାଇଁ ସେ ଖୁବଶିଘ୍ର ହିନ୍ଦୀ ସିନେ ଜଗତର ସବୁଠାରୁ ସଫଳ ଅଭିନେତ୍ରୀ ହୋଇପାରିଛନ୍ତି । ତାଙ୍କର କିଛି ସଫଳ ଫିଲ୍ମ ମଧ୍ୟରେ 'ଖୂବସୂରତ', 'ଖୂନ ଭରୀ ମାଂଗ' ଏବଂ 'ଉମରାବ ଜାନ' ଆଦି ଖୁବ ଲୋକପ୍ରିୟତା ଲାଭ କରିଥିଲା । ରେଖାଙ୍କୁ ବର୍ଷ 1981ରେ 'ଖୂବସୂରତ' ଏବଂ 1989ରେ 'ଖୂନ ଭରୀ ମାଂଗ' ପାଇଁ ସର୍ବଶ୍ରେଷ୍ଠ ଅଭିନେତ୍ରୀ ଫିଲ୍ମ ଫେୟର ପୁରସ୍କାର ମିଳି ଥିଲା . 2003ରେ ତାଙ୍କୁ 'ଫିଲ୍ମ ଫେଯର ଲାଇଫଟାଇମ ଅଚିଭମେଣ୍ଟ ପୁରସ୍କାର' ଏବଂ 'ସୈମସଂଗ ଦିବା ପୁରସ୍କାର' ତଥା 2012ରେ 'ଆଉଟସ୍ଟୈଂଡିଂଗ ଅଚୀବମେଂଟ ଇନ ଇଂଡିଅନ ସିନେମା' ପୁରସ୍କାରରେ ସମ୍ମାନିତ କରାଯାଇଥିଲା ।

ବ୍ୟକ୍ତିଗତ ଜୀବନ[ସମ୍ପାଦନା]

ରେଖା ଙ୍କର ବ୍ୟକ୍ତିଗତ ଜୀବନ ସଦାସର୍ବଦା ବିବାଦିତ ରହି ଆସିଛି । ଅଭିନେତା ବିନୋଦ ମେହରାଙ୍କ ସହିତ ତାଙ୍କର ବିବାହ ଏବଂ ବିଛେଦ ଆଦି ଘଟଣାକୁ ସେ ସେ ସମୟର ସମ୍ବାଦପତ୍ର ଗୁଡିକରେ ଖୁବ ପ୍ରଚାର କରିଥିଲା ତେବେ ଏକ ସାକ୍ଷାତକାରରେ ରେଖାଙ୍କଦ୍ୱାରା ଏହାକୁ ଅସ୍ୱିକାର କରାଯାଇଥିଲା । ପରେ ବେପାରୀ ମୁକେଶ ଅଗ୍ରବାଲଙ୍କ ସହିତ ସେ ବିବାହ କରିଥିଲେ କିନ୍ତୁ ଖୁବଶିଘ୍ର ଛାଡପତ୍ର ମଧ୍ୟ ହେଇଗଲା । ଛାଡ଼ପତ୍ର ନେବାର କିଛିଦିନ ପରେ ମୁକେଶ ଅଗ୍ରବାଲ ଆତ୍ମହତ୍ୟା କରିନେଇଥିଲେ । ସୁପରଷ୍ଟାର ଅମିତାଭ ବଚ୍ଚନଙ୍କ ସହିତ ତାଙ୍କ ପ୍ରେମ ସମ୍ପର୍କକୁ ନେଇ ସେ ସମୟର ସମ୍ବାଦପତ୍ର ଗୁଡିକରେ ଚର୍ଚାର ବିଷୟ ପାଲଟିଥିଲା । ରେଖା ଥରେ ଏକ ସାକ୍ଷାତକାରରେ କହିଥିଲେ ଏ ମୁମ୍ବାଇ ତାଙ୍କ ପାଇଁ ଏକ ଜଙ୍ଗଲ ଏବଂ ଏଠି ସମସ୍ତେ ତାଙ୍କର ଲାଭ ଉଠେଇବା କି ଚେଷ୍ଟା କରନ୍ତି ! ରେଖାଙ୍କ ବ୍ୟକ୍ତିଗତ ଜୀବନ ଦୁଃଖଦ ଏବଂ ବିବାଦିତ ମଧ୍ୟ ।

ଆଧାର[ସମ୍ପାଦନା]

ବାହାର ଲିଙ୍କ[ସମ୍ପାଦନା]

  • ଇଣ୍ଟରନେଟ ମୁଭି ଡାଟାବେସରେ ରେଖା