ରିଫ୍ଲେକ୍ସ ସିଙ୍କୋପି

ଉଇକିପିଡ଼ିଆ‌ରୁ
ରିଫ୍ଲେକ୍ସ ସିଙ୍କୋପି (Reflex syncope)
ନିଉରାଲି ମେଡିଏଟେଡ ସିଙ୍କୋପି (Neurally mediated syncope), ନିଉରୋକାର୍ଡ଼ିଓଜେନିକ ସିଙ୍କୋପି (neurocardiogenic syncope)[୧][୨]
ଭେଗସ ସ୍ନାୟୁ (Vagus nerve)
ବିଭାଗସ୍ନାୟୁ ବିଜ୍ଞାନ (Neurology), ହୃତ୍‌ପିଣ୍ଡରକ୍ତ ବିଜ୍ଞାନ (cardiovascular)
ଲକ୍ଷଣଚେତନା ହାନୀ (Loss of consciousness) ହେବା ପୂର୍ବରୁ ଝାଳ ବୋହିବା, ଦୃଷ୍ଟିହାନୀ, କାନନାଦ [୧][୨]
ଅବଧିସ୍ୱଳ୍ପ ସମୟ[୧]
ରୋଗ ନିର୍ଣ୍ଣୟ ପଦ୍ଧତିଲକ୍ଷଣ ଅନୁଯାୟୀ ନିର୍ଣ୍ଣୟ ଓ ଅନ୍ୟାନ୍ୟ ସମ୍ଭାବ୍ୟ କାରଣମାନଙ୍କୁ ବିଦାୟ କରିବା ପରେ ।[୩]
ସଠିକ ରୋଗ ନିର୍ଣ୍ଣୟArrhythmia, orthostatic hypotension, seizure, hypoglycemia[୧]
ଔଷଧମିଡୋଡ୍ରିନ (Midodrine), ଫ୍ଲୁଡ୍ରୋକର୍ଟିଜୋନ [୪]
ଚିକିତ୍ସାଟ୍ରିଗରରୁ ଦୂରରେ ରହିବା, ଯଥେଷ୍ଟ ପାଣି ପିଇବା, ବ୍ୟାୟାମ, କାର୍ଡ଼ିଆକ ପେସମେକର (cardiac pacemaker)[୨]
ପୁନଃପୌନିକ> ବର୍ଷକୁ ଏକ ହଜାର ଲୋକରେ ଜଣେ [୧]

ରିଫ୍ଲେକ୍ସ ସିଙ୍କୋପି (ଇଂରାଜୀ ଭାଷାରେ Reflex syncope) ଏକ ବେମାରୀ ଯେଉଁଥିରେ କିଛି ସମୟ ନିମନ୍ତେ ସ୍ନାୟୁ ଜନିତ (neurologically) କାରଣରୁ ରକ୍ତ ଚାପ (blood pressure) କମି ଚେତନା ହଜିଯାଏ (loss of consciousness) । [୨] ଚେତନା ହାନୀ (Loss of consciousness) ହେବା ପୂର୍ବରୁ ଝାଳ ବୋହିବା, ଦୃଷ୍ଟିହାନୀ, କାନନାଦ ଆଦି ଲକ୍ଷଣ ରୋଗୀ ଅନୁଭବ କରେ ।[୧] ଚେତା ଶୂନ୍ୟ ଅବସ୍ଥାରେ ମଧ୍ୟ ରୋଗୀର ମାଂସପେଶୀ ଫଡ଼ ଫଡ଼ ହେବା ଦେଖାଯାଏ । [୧] ଏହି ଅବସ୍ଥାରେ ପଡ଼ିଗଲେ ଆଘାତ ମଧ୍ୟ ହୁଏ । [୧]

ରିଫ୍ଲେକ୍ସ ସିଙ୍କୋପି ରୋଗ ତିନି ପ୍ରକାର ଦେଖାଯାଏ ଯଥା:- ଭସୋଭାଗାଲ, କ୍ୟାରୋଟିଡ ସାଇନସ ଓ ସିଚୁଏସନାଲ । [୨] ରକ୍ତ ଦେଖିଲେ, ଯନ୍ତ୍ରଣା ହେଲେ, ଭାବୁକ ଅବସ୍ଥା ହେଲେ ବା ଅନେକ ସମୟ ଧରି ଠିଆ ହୋଇ ରହିଲେ ଭାସୋଭାଗାଲ ଧରଣର ରିଫ୍ଲେକ୍ସ ସିଙ୍କୋପି ହୁଏ ।[୫] ମୁତ୍ର ତ୍ୟାଗ, ଗିଳିବା ଓ କାଶିବା ସମୟରେ ସିଚୁଏସନାଲ ସିଙ୍କୋପି ହୁଏ ।[୨] ବେକରେ ଥିବା କ୍ୟାରୋଟିଡ ସାଇନସକୁ ଚିପି ଧରିଲେ କ୍ୟାରୋଟିଡ ସାଇନସ ସିଙ୍କୋପି ହୁଏ ।[୨] ଏହି ରୋଗରେ ସ୍ନାୟୁ ମଣ୍ଡଳ ଯୋଗୁ ହୃଦ୍ ଗତି ହାର କମିଯାଏ ଓ ରକ୍ତନଳୀ ଫୁଲିଯିବା ଯୋଗୁ ନିମ୍ନ ରକ୍ତ ଚାପ ସୃଷ୍ଟି ହୋଇ ଯଥେଷ୍ଟ ରକ୍ତ ମସ୍ତିଷ୍କ‌କୁ ଯାଇପାରେ ନାହିଁ ।[୨] ସମ୍ଭାବ୍ୟ କାରଣମାନଙ୍କୁ ଦୁରେଇ ଦେବା ପରେ ଲକ୍ଷଣ ଦେଖି ରୋଗ ନିର୍ଣ୍ଣୟ କରାଯାଏ ।[୩]

କୌଣସି ନିର୍ଦ୍ଦିଷ୍ଟ ଚିକିତ୍ସା ବିନା ଏ ରୋଗ ଉପଶମ ହୋଇଯାଏ । [୨] ଏହି ରୋଗର ଟ୍ରିଗରମାନଙ୍କଠାରୁ ଦୂରେଇ ରହିବା ବିଧେୟ ।[୨] ଯଥେଷ୍ଟ ତରଳ ପଦାର୍ଥ, ଲବଣ ଓ ବ୍ୟାୟାମ କରିବା ଉପକାରୀ ହୁଏ ।[୨][୪] ଭାସୋଭାଗାଲ ସିଙ୍କୋପିରେ ଏହା ଯଥେଷ୍ଟ ନହେଲେ ମିଡୋଡ୍ରିନ (Midodrine) ବା ଫ୍ଲୁଡ୍ରୋକର୍ଟିଜୋନ ଦିଆଯାଏ ।[୪] କ୍ୱଚିତ ଏକ କାର୍ଡ଼ିଆକ ପେସମେକର (cardiac pacemaker) ଆବଶ୍ୟକ ହୁଏ ।[୨] ବର୍ଷକୁ ୧,୦୦୦ ଲୋକରେ ଜଣେ ରିଫ୍ଲେକ୍ସ ସିଙ୍କୋପି ରୋଗରେ ଆକ୍ରାନ୍ତ ହୁଏ ।[୧] ସମସ୍ତ ସିଙ୍କୋପି (syncope) ରୋଗ ମଧ୍ୟରୁ ୫୦% ଏହି ରିଫ୍ଲେକ୍ସ ସିଙ୍କୋପି ରୋଗ ଓ ଏହା ଏକ ସାଧାରଣ ରୋଗ । [୨]

ଆଧାର[ସମ୍ପାଦନା]

  1. ୧.୦ ୧.୧ ୧.୨ ୧.୩ ୧.୪ ୧.୫ ୧.୬ ୧.୭ ୧.୮ Aydin, MA; Salukhe, TV; Wilke, I; Willems, S (26 October 2010). "Management and therapy of vasovagal syncope: A review". World journal of cardiology. 2 (10): 308–15. doi:10.4330/wjc.v2.i10.308. PMC 2998831. PMID 21160608.{{cite journal}}: CS1 maint: unflagged free DOI (link)
  2. ୨.୦୦ ୨.୦୧ ୨.୦୨ ୨.୦୩ ୨.୦୪ ୨.୦୫ ୨.୦୬ ୨.୦୭ ୨.୦୮ ୨.୦୯ ୨.୧୦ ୨.୧୧ ୨.୧୨ Adkisson, WO; Benditt, DG (September 2017). "Pathophysiology of reflex syncope: A review". Journal of cardiovascular electrophysiology. 28 (9): 1088–1097. doi:10.1111/jce.13266. PMID 28776824.
  3. ୩.୦ ୩.୧ Brignole, Michele; Benditt, David G. (2011). Syncope: An Evidence-Based Approach (in ଇଂରାଜୀ). Springer Science & Business Media. p. 158. ISBN 9780857292018.
  4. ୪.୦ ୪.୧ ୪.୨ Shen, WK; Sheldon, RS; Benditt, DG; Cohen, MI; Forman, DE; Goldberger, ZD; Grubb, BP; Hamdan, MH; Krahn, AD; Link, MS; Olshansky, B; Raj, SR; Sandhu, RK; Sorajja, D; Sun, BC; Yancy, CW (1 August 2017). "2017 ACC/AHA/HRS Guideline for the Evaluation and Management of Patients With Syncope: Executive Summary: A Report of the American College of Cardiology/American Heart Association Task Force on Clinical Practice Guidelines and the Heart Rhythm Society". Circulation. 136 (5): e25–e59. doi:10.1161/CIR.0000000000000498. PMID 28280232.
  5. "Syncope Information Page". National Institute of Neurological Disorders and Stroke. Retrieved 9 November 2017.

External links[ସମ୍ପାଦନା]

ଶ୍ରେଣୀବିଭାଗ