ରାବିଜ ଇମ୍ମ୍ୟୁନୋଗ୍ଲୋବ୍ୟୁଲିନ

ଉଇକିପିଡ଼ିଆ‌ରୁ
ରାବିଜ ଇମ୍ମ୍ୟୁନୋଗ୍ଲୋବ୍ୟୁଲିନ
Clinical data
Trade namesImogam Rabies-HT, others
AHFS/Drugs.commonograph
Pregnancy
category
  • US: C (Risk not ruled out)
ATC code
Identifiers
ChemSpider
  • none

ରାବିଜ ଇମ୍ମ୍ୟୁନୋଗ୍ଲୋବ୍ୟୁଲିନ (ଇଂରାଜୀ ଭାଷାରେ Rabies immunoglobulin ବା RIG) ଏକ ଔଷଧ ଯାହା ଜଳାତଙ୍କ ଭୁତାଣୁ (rabies virus) ବିରୁଦ୍ଧରେ ଆଣ୍ଟବଡି (antibodies) ଭାବରେ କାମକରେ । ଭୁତାଣୁ ସଂସ୍ପର୍ଷରେ ଆସିବା ପରେ ଏହା ଜଳାତଙ୍କ ରୋଗର ପ୍ରତିଷେଧ ଭାବରେ ଦିଆଯାଏ । କାମୁଡ଼ା କ୍ଷତ ସାବୁନ ପାଣିରେ ବା ପୋଭିଡନ-ଆୟୋଡିନ (providone-iodine) ଦେଇ ଭଲରୂପେ ଧୋଇସାରିବା ପରେ ରାବିଜ ଟିକା ଦିଆଯାଏ । ଏହା କ୍ଷତସ୍ଥାନରେ (wound) ଓ ମାଂସପେଶୀରେ (into a muscle) ଇଞ୍ଜେକସନ ଆକାରରେ ଦିଆଯାଏ ।[୧] ଆଗରୁ ରାବିଜ ଟିକା ନେଇଥିଲେ ଏହା ଦିଆଯାଏନାହିଁ ।[୨]

ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ଇଞ୍ଜେକସନ ଯାଗାରେ ଯନ୍ତ୍ରଣା, ଜ୍ୱର ଓ ମୁଣ୍ଡବଥା ହୋଇପାରେ ।[୧] କ୍ୱଚିତ ଆନାଫାଇଲାକ୍‌ସିସ ମଧ୍ୟ ହୋଇପାରେ ।[୩] ଗର୍ଭାବସ୍ଥାରେ ଦେଲେ ଶିଶୁର ହାନି ହୁଏନାହିଁ । ଜଳାତଙ୍କ ଭୁତାଣୁ ସ୍ନାୟୁ ତନ୍ତୁ (nerve tissue) ମଧ୍ୟକୁ ପଶିବା ପୂର୍ବରୁ ଏହି ଔଷଧ ଭୁତାଣୁ ସ‌ହିତ ଅନୁବନ୍ଧିତ ହୋଇଯାଇ କାର୍ଯ୍ୟକ୍ଷମ ହୁଏ । ଥରେ କେନ୍ଦ୍ରୀୟ ସ୍ନାୟୁ ମଣ୍ଡଳକୁ (central nervous system) ଭୁତାଣି ପ୍ରବେଶ କଲେ ଆଉ କର୍ମକ୍ଷମ ହୋଇପାରେନାହିଁ । [୧]

ସନ ୧୮୯୧ରୁ ରାବିଜ ଇମ୍ମ୍ୟୁନୋଗ୍ଲୋବ୍ୟୁଲିନ ବ୍ୟବ‌ହାର ସେରମ ଆକାରରେ ହେଉଥିଲା ।[୪] ସନ ୧୯୫୦ରୁ ଏହା ଚିକିତ୍ସାରେ ବ୍ୟବ‌ହାର ହୋଇଆସୁଛି ।[୫] ଏହାର ନାମ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଅତ୍ୟାବଶ୍ୟକୀୟ ଔଷଧ ଚିଠାରେ (World Health Organization's List of Essential Medicines) ଅଛି ଯାହା ମୌଳିକ ସ୍ୱାସ୍ଥ୍ୟ ସିସ୍ଟମ (health system) ନିମନ୍ତେ ଅତି ମହତ୍ତ୍ୱପୂର୍ଣ୍ଣ ।[୬] ଅତ୍ୟଧିକ ମୂଲ୍ୟ ହେତୁ ବିକାଶଶୀଳ ଦେଶମାନଙ୍କରେ (developing world) ବ୍ୟବ‌ହାର ହୋଇପାରୁନି । [୭] ଯୁକ୍ତରାଷ୍ଟ୍ର ଆମେରିକାରେ ଏହାର ମୂଲ୍ୟ ୧,୦୦୦.୦୦ ଆମେରିକୀୟ ଡଲାର ।[୮] ଉଚ୍ଚ ସ୍ତରର ଆଣ୍ଟବଡି ଥିବା ମାନବ ବା ଘୋଡ଼ାଙ୍କଠାରୁ ରକ୍ତ ପ୍ଲାଜ୍ମା (blood plasma) ନେଇ ଏହା ପ୍ରସ୍ତୁତ କରାଯାଏ । [୧][୮] ଘୋଡ଼ାଙ୍କଠାରୁ ପ୍ରସ୍ତୁତ ଟିକା ଅପେକ୍ଷାକୃତ ଶସ୍ତା କିନ୍ତୁ ଅଧିକ ପାର୍ଶ୍ୱ ପ୍ରତିକ୍ରିୟା ହାର ସମ୍ପନ୍ନ ।[୮][୫]

ଆଧାର[ସମ୍ପାଦନା]

  1. ୧.୦ ୧.୧ ୧.୨ ୧.୩ "Rabies Immune Globulin". The American Society of Health-System Pharmacists. Retrieved 8 January 2017.
  2. WHO Model Formulary 2008 (PDF). World Health Organization. 2009. p. 398. ISBN 9789241547659. Retrieved 8 January 2017.
  3. British national formulary : BNF 69 (69 ed.). British Medical Association. 2015. p. 869. ISBN 9780857111562.
  4. Plotkin, [edited by] Stanley A.; Orenstein,, Walter A.; Offit, Paul A. (2013). Vaccines (in ଇଂରାଜୀ) (6th ed.). [Edinburgh]: Elsevier/Saunders. p. 659. ISBN 1455700908. {{cite book}}: |first1= has generic name (help)CS1 maint: extra punctuation (link)
  5. ୫.୦ ୫.୧ Jong, Elaine C.; Zuckerman, Jane N. (2004). Travelers' Vaccines (in ଇଂରାଜୀ). PMPH-USA. p. 205. ISBN 9781550092257.
  6. "WHO Model List of Essential Medicines (19th List)" (PDF). World Health Organization. April 2015. Retrieved 8 December 2016.
  7. Tintinalli, Judith E. (2010). Emergency Medicine: A Comprehensive Study Guide (Emergency Medicine (Tintinalli)) (7 ed.). New York: McGraw-Hill Companies. p. 1054. ISBN 0-07-148480-9.
  8. ୮.୦ ୮.୧ ୮.୨ Research Advances in Rabies (in ଇଂରାଜୀ). Academic Press. 2011. p. 351. ISBN 9780123870414.