ରାଜା ରବି ବର୍ମା

ଉଇକିପିଡ଼ିଆ‌ରୁ
ରାଜା ରବି ବର୍ମା
ରାଜା ରବି ବର୍ମା
ଜନ୍ମ(1848-04-29)୨୯ ଅପ୍ରେଲ ୧୮୪୮


[୧][୨]
କିଲିମାନପୁର (Kilimanoor), ପୂର୍ବତନ ଟ୍ରାଭାଙ୍କୋର (Travancore): ଏବେକାର କେରଳ ।
ମୃତ୍ୟୁ୨ ଅକ୍ଟୋବର ୧୯୦୬(1906-10-02) (ବୟସ ୫୮)
ଆତ୍ତିଙ୍ଗଲ (Attingal), ଟ୍ରାଭାଙ୍କର (Travancore)
ଅନ୍ୟ ନାମକିଲିମାନପୁରର କୋଇଲି ଥମ୍ପୁରନ, ରବି ବର୍ମା କୋଇଲି ଥମ୍ପୁରନ
ଶିକ୍ଷାନୁଷ୍ଠାନen:University College Thiruvananthapuram
ବୃତ୍ତି(ସମୂହ)ଚିତ୍ରକର, କଳାକାର
ଉଲ୍ଲେଖନୀୟ କୃତି
ପୁରସ୍କାରକାଇଜର-ଇ-ହିନ୍ଦ ସ୍ୱର୍ଣ୍ଣ ପଦକ (Kaisar-i-Hind Gold Medal)
ଦସ୍ତଖତ

ରାଜା ରବି ବର୍ମା‌ (ଇଂରାଜୀ ଭାଷାରେ: Raja Ravi Varma)[୩][୪] (୨୯ ଏପ୍ରିଲ ୧୮୪୮ – ୨ ଅକ୍ଟୋବର ୧୯୦୬) ଜଣେ ଚିତ୍ରକର ଓ କଳାକାର ଥିଲେ ଓ ତାଙ୍କ ସମୟରେ ବିଶେଷ ଖ୍ୟାତି ଲାଭ କରିଥିଲେ । ଭାରତୀୟ ଚିତ୍ରକଳା କ୍ଷେତ୍ରରେ ସେ ମହାନ ଚିତ୍ରକରମାନଙ୍କ ମଧ୍ୟରୁ ଜଣେ ଅଟନ୍ତି । ତାଙ୍କ କାମରେ ୟୁରୋପୀୟ ଟେକନିକ ସ‌ହିତ ସମ୍ପୁର୍ଣ୍ଣ ଭାରତୀୟ କଳାର ମିଶ୍ରଣ ହେବା ଦେଖାଯାଏ । ଭାରତୀୟ ପରମ୍ପରାକୁ ଉଜ୍ଜିବିତ ରଖି ସେ ତା ସାଥିରେ ପ୍ରଚଳିତ ୟୁରୋପିଆନ ଏକାଡେମିକ କଳା (academic art) ଟେକନିକର ପ୍ରୟୋଗ କରିଥିଲେ । ଦ୍ୱିତୀୟତଃ ସେ ତାଙ୍କର କଳାକୃତିକୁ ଲିଥୋଗ୍ରାଫି ସାହାଯ୍ୟରେ ଜନସାଧାରଣଙ୍କୁ ଉପଲବ୍‌ଧ କରେଇଥିଲେ ଯାହା ଫଳରେ ତାଙ୍କୁ ସାର୍ବଜନୀନ ପ୍ରସିଦ୍ଧି ମିଳିଥିଲା । ଜନସାଧାରଣଙ୍କର ସୁକ୍ଷ୍ମ କଳା ରୁଚି ପସନ୍ଦ ବୃଦ୍ଧି ପାଇଥିଲା । ପୁରାଣ ବର୍ଣ୍ଣିତ ଦେବ ଦେବୀଙ୍କର ଚିତ୍ର ଗୁଡ଼ିକ ଲୋକମାନେ ଗଭୀର ଭାବରେ ଭଲ ପାଇ ଗ୍ରହନ କରିଥିଲେ ।

ଭାରତରେ ଥିବା ଏବେକାର କେରଳ ପ୍ରଦେଶ ବା ପୂର୍ବତନ ଟ୍ରାଭାଙ୍କୋର ରାଜ୍ୟର ରାଜ ପରିବାର ସ‌ହିତ ରବି ବର୍ମାଙ୍କର ନିବିଡ଼ ସମ୍ପର୍କ ଥିଲା । ତାଙ୍କର ଦୁଇ ନାତୁଣୀ ରାଜ ପରିବାରର ପୋଷ୍ୟ ହୋଇଥିଲେ ଓ ସେହି ନାତୁଣୀଙ୍କର ପିଲାମାନେ ସମ୍ପୁର୍ଣ୍ଣ ରାଜ ପରିବାରର ସଦସ୍ୟ ହୋଇଗଲେ । ସେମାନଙ୍କ ମଧ୍ୟରେ ଚିଥିର ଥିରୁନଲ ବଳରାମ ବର୍ମା, ଉଥ୍ରାଦୋମ ଥିରୁନଲ ମାର୍ଥାଣ୍ଡା ବର୍ମା ଓ ମୂଲମ ଥିରୁନଲ ରାମା ବର୍ମାଙ୍କ ନାମ ଉଲ୍ଲେଖ‌ଯୋଗ୍ୟ ।

ବ୍ୟକ୍ତିଗତ ଜୀବନ[ସମ୍ପାଦନା]

ଟ୍ରାଭାଙ୍କୋର ରାଜ ପରିବାରର କିଲିମାନୂର ରାଜପ୍ରାସାଦରେ ଏମ. ଆର. ଆର‌ୱାଇ (M. R. Ry.) ରବି ବର୍ମା, କୋଇଲ ଥମ୍ପୁରନ ନାମରେ ଜନ୍ମ ଗ୍ରହଣ କରିଥିଲେ ।[୫] ସେହି ସମ୍ଭ୍ରାନ୍ତ ମାତୃବଂଶୀୟ ରାଜପରିବାର ୨୦୦ ବର୍ଷ ଧରି ଥିଲା । ଭାରତର ଭାଇସରାୟ ଓ ଗଭର୍ଣ୍ଣର ଜେନେରାଲ ତାଙ୍କୁ ଏକ ବ୍ୟକ୍ତିଗତ 'ରାଜା' ଉପାଧି ଦେଇଥିଲେ ।[୫]

ହେଇ ପାପା ଆସୁଛନ୍ତି (There comes Papa) (1893), ଚିତ୍ରରେ ବର୍ମାଙ୍କର ଝିଅ ତାଙ୍କ ପୁଅଙ୍କ ସାଥିରେ ଅଛନ୍ତି ।
ବର୍ମାଙ୍କର ଶାଳୀ ଭରନି ଲକ୍ଷ୍ମୀବାଇ, ଅଟ୍ଟିଙ୍ଗଲ (Attingal) ରାଣୀ ଥିଲେ ଯିଏ ବର୍ମାଙ୍କର ନାତୁଣୀଙ୍କୁ ସନ ୧୯୦୦ରେ ପୋଷ୍ୟ କନ୍ୟା କରିଥିଲେ ।

ରବିଙ୍କର ପିତାଙ୍କ ନାମ ଏଝୁମାଭିଲ ନୀଳକଣ୍ଠନ ଭଟ୍ଟାତିରିପଦ ଥିଲା ଓ ତାଙ୍କ ମାତାଙ୍କ ନାମ ଉମା ଅମ୍ବାବାୟି ଥମ୍ପୁରତ୍ତି ଥିଲା । ଟ୍ରାଭାଙ୍କୋରରେ ଥିବା କିଲିମାନୂର ଫିଉଡାଲ ଇସ୍ଟେଟର ବାରୋନିକଲା ପରିବାରରେ ତାଙ୍କର ମାତା ଥିଲେ । ସେ ଜଣେ କବୟିତ୍ରୀ ଓ ସୁଲେଖିକା ଥିଲେ; ତାଙ୍କର ବ‌ହିକୁ ରବି ବର୍ମା ପ୍ରକାଶିତ କରିଥିଲେ । ରବି ବର୍ମାଙ୍କର ପିତା ଜଣେ ସଂସ୍କୃତ ପଣ୍ଡିତ ଓ ଆୟୁର୍ବେଦ ବିଶାରଦ ଥିଲେ ଯିଏ କେରଳର ଏର୍ଣ୍ଣାକୁଲମ ଜିଲ୍ଲାର ବାସିନ୍ଦା ଥିଲେ । ତାଙ୍କର ମଙ୍ଗଳା ବାୟୀ ନାମ୍ନୀ ଗୋଟିଏ ଭଉଣୀ ତ‌ଥା ଗୋଦା ବର୍ମା (ଜନ୍ମ ୧୮୫୪) ଓ ସି ରାଜା ରାଜା ବର୍ମା (ଜନ୍ମ ୧୮୬୦) ନାମକ ଦୁଇ ଭାଇ ଥିଲେ । ତାଙ୍କର ଶେଷୋକ୍ତ ଭାଇ ରବିଙ୍କ ସାଥିରେ ଆଜୀବନ ଚିତ୍ରକଳାରେ ଭାଗ ନେଉଥିଲେ ।


କଳା ବୃତ୍ତି[ସମ୍ପାଦନା]

ଲକ୍ଷ୍ମୀ ବିଳାସ ରାଜପ୍ରାସାଦରେ ରହୁଥିବା ବେଳେ ବ୍ୟବ‌ହାର କରୁଥିବା ଷ୍ଟୁଡିଓର ଚିତ୍ର

ପରବର୍ତ୍ତୀ ମହାରାଜା ଅୟିଲ୍ୟାମ ଥିରୁନଲଙ୍କ ପୃଷ୍ଠ ପୋଷକତାଅରେ ବର୍ମା ଶିକ୍ଷା ଆରମ୍ଭ କରିଥିଲେ ।[୬] ମଦୁରାଇରେ ସେ ପ୍ରାରମ୍ଭିକ ପ୍ରଶିକ୍ଷଣ ନେଇଥିଲେ । ପରବର୍ତ୍ତୀ କାଳରେ ରାମ ସ୍ୱାମୀ ନାଇଡୁଙ୍କଠାରୁ ଜଳ ଚିତ୍ର ଓ ଡଚ ଚିତ୍ରକାର ଥିଓଡୋ ଜେନସନଙ୍କଠାରୁ ତୈଳ ଚିତ୍ର ଅଙ୍କନ ଶୈଳୀ ଶିକ୍ଷାଲାଭ କରିଥିଲେ ।

ରବି ବର୍ମା ଓ ତାଙ୍କ ଭାଇମାନଙ୍କୁ ପ୍ରଶିକ୍ଷଣ ଦେବାରେ ବ୍ରିଟିଶ ଆଡମିନିସ୍ଟ୍ରେଟର ଏଡଗାର ଥରସ୍ଟୋନ ବ‌ହୁତ ପ୍ରତ୍ସାହନ ଦେଇଥିଲେ ।[୭] ସନ ୧୮୭୩ରେ ଭିଏନାର ଏକ ପ୍ରଦର୍ଶନୀରେ ରବି ବର୍ମାଙ୍କର କଳାକୃତି ସ୍ଥାନ ପାଇ ଏକ ପୁରସ୍କାର ପାଇବା ପରେ ତାଙ୍କର ଖ୍ୟାତି ବଢ଼ିଗଲା । ସନ ୧୮୯୩ରେ ସିକାଗୋର ୱର୍ଲଡ କଲମ୍ବିଆନ ଏକ୍ସପୋଜିସନ ପ୍ରଦର୍ଶନୀରେ ବର୍ମା ତିନୋଟି ସ୍ୱର୍ଣ୍ଣ ପଦକ ଜିତିଥିଲେ ।[୮] ସେ ସାରା ଭାରତ ଭ୍ରମଣ କରି ତାଙ୍କ ଚିତ୍ରର ପାତ୍ର ଖୋଜୁଥିଲେ । ସେ ହିନ୍ଦୁ ଦେବୀ ଓ ଦକ୍ଷିଣ ଭାରତୀୟ ମହିଳାଙ୍କର ଚିତ୍ର ଆଙ୍କୁଥିଲେ । ମହାଭାରତର ଦୁଷ୍ମନ୍ତ-ଶକୁନ୍ତଳା ଓ ନଳ-ଦମୟନ୍ତିଙ୍କର ଚିତ୍ର କରି ସେ ଉଲ୍ଲେଖନୀୟ ହୋଇପାରିଥିଲେ । ପୁରାଣ କାହାଣୀରେ ରବି ବର୍ମାଙ୍କର ଚିନ୍ତାଧାରା ପ୍ରତିଫଳିତ ହୋଇଥିଲା । ଭଦୋଦରାର ଲକ୍ଷ୍ମୀ ବିଳାସ ରାଜପ୍ରାସାଦରେ ତାଙ୍କର ଅଧିକାଂଶ ଚିତ୍ର ଅଛି ।[୯]

ଆଧାର[ସମ୍ପାଦନା]

  1. Joshi, Om Prakash (1985). Sociology of Indian art. Rawat Publications. p. 40.
  2. K.R.N. Swamy (28 April 2002). "A great painter, no doubt, but controversial too". Spectrum–The Tribune. Retrieved 28 October 2014.
  3. Nagam Aiya, The Travancore State Manual
  4. "Restoring works of art". The Hindu. Retrieved 18 April 2015.
  5. ୫.୦ ୫.୧ PAL, DEEPANJANA (2011). THE PAINTER. Random House India. ISBN 9788184002614. Retrieved 18 April 2015.
  6. "The Diary of C. Rajaraja Varma"
  7. Mitter, Partha (1994). Art and Nationalism in Colonial India, 1850-1922: Occidental Orientations. Cambridge University Press. pp. 69, 193, 208. ISBN 978-0-52144-354-8.
  8. Kilimanoor Chandran, Ravi Varmayum Chitrakalayum(in Malayalam), Department of Culture, Kerala, 1998.
  9. Vadodara, Lakshmi Vilas Palace. "Raja Ravi Varma Paintings, Vadodara". www.historyofvadodara.in. Archived from the original on 2015-09-24. Retrieved 2020-03-19.