ରବୀନ୍ଦ୍ର କୁମାର ନାୟକ
ରବୀନ୍ଦ୍ର କୁମାର ନାୟକ | |
---|---|
ଜନ୍ମ ଓ ଜନ୍ମସ୍ଥାନ | ନୂଆରମ୍ପାସ, ହାଟଡ଼ିହି, କେନ୍ଦୁଝର | ୨୫ ମାର୍ଚ୍ଚ ୧୯୬୫
ବୃତ୍ତି | ଅନୁବାଦକ |
ଭାଷା | ଓଡ଼ିଆ |
ଜାତୀୟତା | ଭାରତୀୟ |
ସାହିତ୍ୟ କୃତି | ଥାଇସ୍ କାମସୂତ୍ର |
ରବୀନ୍ଦ୍ର କୁମାର ନାୟକ (ଜନ୍ମ: ୨୫ ମାର୍ଚ୍ଚ ୧୯୬୫) ଜଣେ ଭାରତୀୟ ଓଡ଼ିଆ-ଭାଷୀ ଗବେଷକ ଓ ଅନୁବାଦକ । ସେ ବିଶ୍ୱସାହିତ୍ୟ ଓ ବିଭିନ୍ନ ଭାରତୀୟ ପ୍ରାନ୍ତୀୟ ସାହିତ୍ୟର କୃତିକୁ ଓଡ଼ିଆରେ ଏବଂ ଓଡ଼ିଆ ରଚନାକୁ ଇଂରାଜୀରେ ଅନୁବାଦ କରିଛନ୍ତି । ସେ ବାତ୍ସାୟନଙ୍କ କାମସୂତ୍ରକୁ ଓଡ଼ିଆରେ ଅନୁବାଦ କରିଥିଲେ ।
ସଂକ୍ଷିପ୍ତ ଜୀବନୀ
[ସମ୍ପାଦନା]ରବୀନ୍ଦ୍ର ୧୯୬୫ ମସିହାରେ ମାତା ରମ୍ଭାବତୀ ଓ ପିତା ନାରାୟଣ ନାୟକଙ୍କ ଔରସରୁ କେନ୍ଦୁଝର ଜିଲ୍ଲା ହାଟଡ଼ିହି ଅନ୍ତର୍ଗତ ନୂଆରମ୍ପାସରେ ଜନ୍ମ ଗ୍ରହଣ କରିଥିଲେ । ୧୯୮୧ ମସିହାରେ ଜପିଦାସ ବିଦ୍ୟାମନ୍ଦିର, ବଡ଼ରମ୍ପାସ, କେନ୍ଦୁଝରରୁ ମ୍ୟାଟ୍ରିକ, ୧୯୮୫ରେ ଭଦ୍ରକ କଲେଜରୁ ସ୍ନାତକ, ୧୯୮୮ରେ ଉତ୍କଳ ବିଶ୍ଵବିଦ୍ୟାଳୟ, ବାଣୀ ବିହାର, ଭୁବନେଶ୍ୱରରୁ ସ୍ନାତକୋତ୍ତର ଓ ୧୯୯୨ରେ ରାଭେନ୍ସା କଲେଜ, କଟକରୁ ଏମ୍.ଫିଲ.ଡିଗ୍ରୀ ଲାଭ କରିଥିଲେ । ଆନନ୍ଦପୁର ମହାବିଦ୍ୟାଳୟ, କେନ୍ଦୁଝରରେ ଇଂରାଜୀ ବିଭାଗରେ ରିଡ଼ର ଭାବେ କାର୍ଯ୍ୟରତ ରବୀନ୍ଦ୍ର ଗ୍ରାମାଞ୍ଚଳର ଶିଶୁ (ଚତୁର୍ଥରୁ ଦଶମ ଶ୍ରେଣୀ)ମାନଙ୍କ ମଧ୍ୟରେ ଉଚ୍ଚକୋଟୀର ସାହିତ୍ୟ ପଠନ ରୁଚି ଓ ସର୍ଜନଶୀଳତାର ବିକାଶ ନିମନ୍ତେ ପ୍ରୟାସଶୀଳ 'ବିବେକାନନ୍ଦ ପାଠକ ମଞ୍ଚ' ଅନୁଷ୍ଠାନର ପ୍ରତିଷ୍ଠାତା-ଆବାହକ ରୂପେ ୨୦୦୫ ରୁ କାର୍ଯ୍ୟରତ ହେଲେ । [୧]
ରଚନାବଳୀ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]- ବିଦ୍ରୋହ - ୧୮୫୭ (୨୦୦୭))[୨]
- ଗୌରବ ସି ସାୱନ୍ତ, ବୀର ଅବଦୁଲ ହମିଦ (୨୦୧୭)
- ଥାଇସ୍
- ବାତ୍ସାୟନ, କାମସୂତ୍ର
- ଇଭାନ ଇଲିଚଙ୍କ ମୃତ୍ୟୁ
- ଏ. ସେତୁମାଧବନ, ପାଣ୍ଡବପୁର (ମାଲୟାଲମ)
- ନାଜେଦଜା ଓବ୍ରାଡୋଭିକ, ଉଷ୍ଣ ଦିନ ଦୀର୍ଘ ରାତି (ସଙ୍କଳକ)
- ଶିଶୁଶଙ୍କର ଦାସ, ଉଷାଭିଳାଷ (ଇଂରାଜୀ)
- ଅମ୍ରିକ ସିଂ, ମୁଲ୍କ ରାଜ ଆନନ୍ଦ: କୃତୀ ଓ କୀର୍ତ୍ତି
- ସୁନନ୍ଦା ସେନ, ଜଗତୀକରଣ ଓ ଉନ୍ନୟନ
- ବ୍ରହ୍ମଚାରୀ ଅମଲ, ସ୍ଵାମୀ ବିବେକାନନ୍ଦ : ଏକ ସରଳ ଜୀବନ କାହାଣୀ
- ସନ୍ଦୀପନ ସେନ, ସ୍ୱାମୀ ବିବେକାନନ୍ଦ : ଯୁବଶକ୍ତିର ଚିରନ୍ତନ ପ୍ରେରଣା
- ଖ୍ରୀଷ୍ଟୋପର ଚେଙ୍ଗ, ଜଳ
- ପ୍ରଚେତା ଗୁପ୍ତ, ବନ୍ଧୁ
- ଦୀପାନ୍ୱିତା ରାୟ, ବାଇ ଚଢ଼େଇ ବସା
- ରମେଶ ବିଜଲାନି, ନିଜ ମନକୁ ବୁଝାଇ ଦେଲା କାବ୍ୟା
- ଗୌରବ ସି ସାୱନ୍ତ, ସୈତାନ ସିଂ
- ଗୌରବ ସି ସାୱନ୍ତ, ଅରୁଣ କ୍ଷେତ୍ରପାଳ[୩]
- ଗୌରବ ସି ସାୱନ୍ତ, ମେଜର ସୋମନାଥ ଶର୍ମା
- ଗୌରବ ସି ସାୱନ୍ତ, ମନୋଜ କୁମାର ପାଣ୍ଡେୟ'
- ରମେଶ ପୋଖରୀୟାଲ ନିଶଙ୍କ, ହିମାଳୟରେ ସ୍ୱାମୀ ବିବେକାନନ୍ଦ
- ସବୁଦିନର ସାଥି
ଓଡ଼ିଆ
[ସମ୍ପାଦନା]- ମହାନ୍ ଭାରତୀୟ ସଂସ୍କୃତି
- ଭାରତର ମହାନ୍ ଶିଶୁ
- ଭାରତର ମହାନ୍ ମନିଷୀ
ଇଂରାଜୀ
[ସମ୍ପାଦନା]- Our Leaders (Social Reformers)
- Leaders of India (Freedom Fighters)
- A Pictorial Approach to English Grammar
- A Glossary of Idioms and Phrases
ସମ୍ମାନ ଓ ପୁରସ୍କାର
[ସମ୍ପାଦନା]- ୨୦୧୩ରେ ବଉଳା ସାହିତ୍ୟ ସଂସଦ, ହାଟଡ଼ିହି, କେନ୍ଦୁଝର ଦ୍ୱାରା ଶ୍ରେଷ୍ଠ ଅନୁବାଦକ ସମ୍ମାନ
- ୨୦୨୦ରେ କଟକ ଲେଖକ ସହଯୋଗ ସମିତି ଦ୍ବାରା ଶ୍ରେଷ୍ଠ ଅନୁବାଦକ ଭାବେ ସମ୍ବର୍ଦ୍ଧିତ
- ୨୦୧୮ରେ ନୂଆ ଦିଲ୍ଲୀର ବୁଦ୍ଧିବାଦୀ ସଙ୍ଗଠନ The Intellect ଦ୍ୱାରା ସମ୍ବର୍ଦ୍ଧିତ
ଆଧାର
[ସମ୍ପାଦନା]- ↑ "Chhutidina Page: 6". Online Odia ePaper | Today Newspaper | Latest news from Odisha, India and world. Retrieved 2024-10-07.
- ↑ "Bidroh 1857 (PC Josi, Ed.; RK Naik, Tr. 2007, NBT) p.pdf". Google Docs. Retrieved 2024-09-30.
- ↑ "ବହି | ଓଡ଼ିଆ ବିଭବ Odia Bibhaba". odiabibhaba.in. Retrieved 2024-09-30.