ରବି ଶଙ୍କର
ରବି ଶଙ୍କର | |
---|---|
Background information | |
ଜନ୍ମ ସମୟରେ ନାମ | ରବିନ୍ଦ୍ର ଶଙ୍କର ଚୌଧୁରୀ |
ଜନ୍ମ | ବାରଣାସୀ, ବ୍ରିଟିଶ ଭାରତ | ୭ ଅପ୍ରେଲ ୧୯୨୦
ମୃତ୍ୟୁ | ୧୧ ଡିସେମ୍ବର ୨୦୧୨ San Diego, California, United States | (ବୟସ ୯୨)
ଶୈଳୀ | ଭାରତୀୟ ଶାସ୍ତ୍ରୀୟ ସଙ୍ଗୀତ |
ପେଷା | ସଙ୍ଗୀତଜ୍ଞ |
ବାଦ୍ୟଯନ୍ତ୍ର | 'ସୀତାର |
କାର୍ଯ୍ୟକାଳ | ୧୯୩୯–୨୦୧୨ |
ଅନ୍ୟ ଅଂଶଗ୍ରହଣ | ଉଦୟ ଶଙ୍କର, ଆଲ୍ଲାଉଦ୍ଦିନ ଖାଁ, ଅଲ୍ଲୀ ଆକବର ଖାଁ, ଲକ୍ଷ୍ମୀ ଶଙ୍କର, ୟେହୁଦି ମେନୁହିନ, ଚତୁର ଲାଲ, ଆଲ୍ଲା ରଖା, ଜର୍ଜ ହରିସୋନ, ଅନୁଷ୍କା ଶଙ୍କର, Beatles |
ୱେବସାଇଟ | RaviShankar.org |
ରବି ଶଙ୍କର( ଜନ୍ମ: ୭ ଏପ୍ରିଲ ୧୯୨୦- ମୃତ୍ୟୁ : ୧୧ ଡିସେମ୍ବର ୨୦୧୨) , [୧]ଜଣେ ଭାରତୀୟ ଶାସ୍ତ୍ରୀୟ ସଙ୍ଗୀତ ଜଗତର ପ୍ରଖ୍ୟାତ ସୀତାର ବାଦକ ଓ ସଙ୍ଗୀତଜ୍ଞ । ରବି ଶଙ୍କର ଏକାଧାରରେ ଜଣେ ସମ୍ପାଦକ ,ଶିକ୍ଷକ ଓ ରଚୟିତା ଥିଲେ । ଏହା ସହିତ ସେ ଥିଲେ ଭାରତୀୟ ଶାସ୍ତ୍ରୀୟ ସଙ୍ଗୀତର ଜଣେ ବିଖ୍ୟାତ କଳାକାର । ସାରା ବିଶ୍ୱରେ ଭାରତୀୟ ସଙ୍ଗୀତ ଓ ସଂସ୍କୃତିର ପ୍ରଚାର କରିବାରେ ତାଙ୍କର ଉଲ୍ଲେଖନୀୟ ଅବଦାନ ରହିଛି । ରବି ଶଙ୍କର ଥିଲେ ପାଶ୍ଚାତ୍ୟ ଦେଶରେ ବେଶ ଜଣାଶୁଣା ନାମ । ଏ ଭଳି ସଫଳତା ହାସଲ କରିବାରେ ସେ ଥିଲେ ପ୍ରଥମ ଭାରତୀୟ ସଙ୍ଗୀତଜ୍ଞ । ସତ୍ୟଜିତ ରାୟଙ୍କ ଅପୁ ତ୍ରୟୀ ପାଇଁ ମଧ୍ୟ ସେ ସଙ୍ଗୀତ ରଚନା କରିଥିଲେ ।
ପ୍ରାଥମିକ ଜୀବନ
[ସମ୍ପାଦନା]ରବି ଶଙ୍କର ଥିଲେ ଜଣେ ବଙ୍ଗାଳୀ ବ୍ରାହ୍ମଣ । ବାରଣାସୀଠାରେ ସେ ୧୯୨୦ ଏପ୍ରିଲ ୭ରେ ଜନ୍ମ ଗ୍ରହଣ କରିଥିଲେ । ଜନ୍ମ ବେଳେ ତାଙ୍କୁ ରବିନ୍ଦ୍ର ଶଙ୍କର ନାମ ଦିଆଯାଇଥିଲା । ସେ ଥିଲେ ଚାରି ଭାଇଙ୍କ ମଧ୍ୟରୁ ସବୁଠୁ ସାନ । [୨][୩][୪] ତାଙ୍କ ଜୀବନର ପ୍ରଥମ ୧୦ବର୍ଷ ଦାରିଦ୍ର୍ୟ ମଧ୍ୟରେ କଟିଥିଲା । ତାଙ୍କ ବାପା ଥିଲେ ଜଣେ ଆଇନଜୀବୀ, ଦାର୍ଶନିକ, ଲେଖକ ତଥା ଝଲାୱ୍ଅରର ମହାରାଜାଙ୍କ ପୂର୍ବତନ ମନ୍ତ୍ରୀ । ୧୯୪୧ରେ ରବି ଶଙ୍କର ଆଲ୍ଲାଉଦ୍ଦିନ ଖାଁଙ୍କ ଝିଅ ଅନ୍ନପୂର୍ଣ୍ଣା ଦେବୀଙ୍କୁ ବିବାହ କରିଥିଲେ । ତାଙ୍କର ପୁଅ ହେଲେ ଶୁଭେନ୍ଦ୍ର ଶଙ୍କର । ତେବେ ବାହାଘରର କିଛି ବର୍ଷ ପରେ ରବି ଶଙ୍କର ଓ ଅନ୍ନପୂର୍ଣ୍ଣା ପରସ୍ପରଠାରୁ ଅଲଗା ହୋଇଯାଇଥିଲେ । ପରେ ନ୍ୟୁୟର୍କର ଜଣେ କନସର୍ଟ ପ୍ରଯୋଜିକା ସୁଇ ଜୋନସଙ୍କ ସହିତ ତାଙ୍କର ସମ୍ପର୍କ ଗଢ଼ି ଉଠିଥିଲା । ୧୯୭୯ରେ ସେମାନଙ୍କର ଝିଅ ନୋରା ଜୋନସ ଜନ୍ମଗ୍ରହଣ କରିଥିଲେ । ନୋରା ହେଉଛନ୍ତି ଜଣେ ସଫଳ ସଙ୍ଗୀତଜ୍ଞ । ପରେ ରବି ଶଙ୍କର ସୁକନ୍ୟା ରାଜନଙ୍କୁ ବିବାହ କରିଥିଲେ । ସେମାନଙ୍କଠାରୁ ଅନୁଷ୍କା ଜନ୍ମ ଗ୍ରହଣ କରିଥିଲେ ।
ସଙ୍ଗୀତ ଜୀବନ
[ସମ୍ପାଦନା]ସଙ୍ଗୀତ ଦୁନିଆର ଗଡ଼ଫାଦର ଭାବରେ ଜଣାଯାଉଥିବା ବିଶ୍ୱ ପ୍ରସିଦ୍ଧ ସୀତାର ବାଦକ ରବି ଶଙ୍କରଙ୍କ ଜୀବନ ଯାତ୍ରା ଥିଲା ଅସାଧାରଣ ଓ ରୋମାଞ୍ଚକର । ଭାରତୀୟ ରାଗ ସହିତ ରବି ଶଙ୍କରଙ୍କ ସଙ୍ଗୀତ ପାଶ୍ଚାତ୍ୟ ଲୋକଙ୍କୁ ମଧ୍ୟ ବିମୋହିତ କରିଥିଲା । ପ୍ରଖ୍ୟାତ ବିଟଲସ୍ ରକ୍ ଗ୍ରୁପର ଗିଟାର ବାଦକ ତଥା ବ୍ରିଟେନର ରକ୍ ଷ୍ଟାର ଜର୍ଜ ହାରିସନ ଏବଂ ଆମେରିକାରେ ଜନ୍ମିତ ବ୍ରିଟେନର ଭାଓଲିନ ବାଦକ ୟେହୁଦି ମେନୁହିଁଙ୍କ ସହିତ ମଧ୍ୟ ରବି ଶଙ୍କର କାମ କରିଥିଲେ । ଭାଇ ଉଦୟ ଶଙ୍କରଙ୍କ ଗ୍ରୁପରେ ଜଣେ ନୃତ୍ୟ ଶିଳ୍ପୀଭାବେ ସେ କ୍ୟାରିଅର ଆରମ୍ଭ କରିଥିଲେ ।[୫][୬] କିନ୍ତୁ ୧୯୩୮ ମସିହାରେ ସେ ଏହି କାମ ଛାଡି ଉସ୍ତାଦ ଆଲାଉଦ୍ଦିନ ଖାଁଙ୍କ ପାଖରେ ସିତାର ବାଦନ ଶିକ୍ଷା ଆରମ୍ଭ କରିଥିଲେ । ସେ ପ୍ରାୟ ସାତବର୍ଷ ଉଲାଉଦ୍ଦିନଙ୍କଠାରୁ ସୀତାର ବାଦନ ପ୍ରଶିକ୍ଷଣ ନେଇଥିଲେ । ଉଦୟଙ୍କ ଗ୍ରୁପରେ କାମ କରୁଥିବା ସମୟରେ ରବି ଶଙ୍କର ୟୁରୋପ ଓ ଆମେରିକା ଗ୍ରସ୍ତ କରିଥିଲେ । ଏହି ସମୟରେ ସେ ପାଶ୍ଚାତ୍ୟ ସଙ୍ଗୀତ ଏବଂ ସିନେମା ସଂସ୍ପର୍ଶରେ ଆସିଥିଲେ ଏବଂ ପାଶ୍ଚାତ୍ୟ ସଂସ୍କୃତି ସହିତ ତାଙ୍କର ପରିଚୟ ହୋଇଥିଲା । ସେ ପ୍ରଥମେ ୧୯୪୫ ମସିହାରେ ତାଙ୍କ ପ୍ରଥମ ରାଗ ରଚନା କରିଥିଲେ । ୧୯୫୦-୬୦ବେଳକୁ ସେ ବେସରକାରୀ ଭାବେ ଭାରତୀୟ ସଙ୍ଗୀତ ପାଇଁ ଆନ୍ତର୍ଜାତିକ ପ୍ରତିନିଧି ସାଜିଥିଲେ । ହରିସନଙ୍କ ସହିତ କାମ କରିବା ପରେ ଆନ୍ତର୍ଜାତିକ ସ୍ତରରେ ସେ ଜଣେ ଷ୍ଟାର ଭାବେ ଖ୍ୟାତି ଅର୍ଜନ କରିଥିଲେ । ୧୯୪୯ରୁ ୧୯୫୬ ମଧ୍ୟରେ ସେ ଅଲ ଇଣ୍ଡିଆ ରେଡିଓ,ନୂଆଦିଲ୍ଲୀର ସଙ୍ଗୀତ ନିର୍ଦ୍ଦେଶକ ଥିଲେ । ସେ ତିନିଥର ଗ୍ରାମୀ ପୁରସ୍କାର ଜିତିଥିଲେ । ୨୦୧୨ ନଭେମ୍ବର ୪ ତାରିଖରେ କାଲିଫର୍ଣ୍ଣିଆରେ ଝିଅ ଅନୁଷ୍କା ଶଙ୍କରଙ୍କ ସହିତ ସେ ଶେଷଥର ପାଇଁ ସଙ୍ଗୀତ ପରିବେଷଣ କରିଥିଲେ ।
ପୁରସ୍କାର ଓ ସମ୍ମାନ
[ସମ୍ପାଦନା]- ୧୯୬୨ ସଙ୍ଗୀତ ନାଟକ ଏକାଡେମୀ ।[୭]
- ୧୯୬୭ ମସିହାରେ ପଦ୍ମଭୂଷଣ ପୁରସ୍କାର ।
- ୧୯୮୧ରେ ପଦ୍ମବିଭୂଷଣ
- ୧୯୯୯ ମସିହାରେ ଭାରତ ସରକାରଙ୍କଦ୍ୱାରା ଭାରତରତ୍ନ । [୮]
୧୯୮୬ ମସିହାରେ ସେ ରାଜ୍ୟସଭାର ଜଣେ ସଦସ୍ୟ ଭାବରେ ମନୋନୀତ ହୋଇଥିଲେ । କାବୁଲିୱଲା ଫିଲ୍ମରେ ସଙ୍ଗୀତ ରଚନା ପାଇଁ ତାଙ୍କୁ ୧୯୫୭ରେ ସିଲଭର୍ ବିଅର୍ ଅକ୍ସଟ୍ରାଅଡିନାରୀ ପ୍ରାଇଜ ମିଳିଥିଲା । ବର୍ଲିନ ଆନ୍ତର୍ଜାତିକ ଫିଲ୍ମ ମହୋତ୍ସବରେ ତାଙ୍କୁ ଏହି ପୁରସ୍କାର ପ୍ରଦାନ କରାଯାଇଥିଲା । ୨୦୧୨ ମସିହା ଡିସେମ୍ବର ୧୧ରେ ଆମେରିକାରେ ୯୨ ବର୍ଷ ବୟସରେ ତାଙ୍କର ପରଲୋକ ଘଟିଥିଲା ।
ଆଧାର
[ସମ୍ପାଦନା]- ↑ Ganapathy, Lata (December 12, 2012). "Pandit Ravi Shankar passes away". The Hindu. Retrieved December 12, 2012.
- ↑ Lavezzoli 2006, p. 48
- ↑ Hunt, Ken. "Ravi Shankar – Biography". AllMusic. Retrieved 15 July 2009.
- ↑ Massey 1996, p. 159
- ↑ Slawek 2001, pp. 202–203
- ↑ Ghosh 1983, p. 55
- ↑ "SNA: List of Akademi Awardees – Instrumental – Sitar". Sangeet Natak Akademi. Retrieved 29 July 2010.
- ↑ "Padma Awards". Ministry of Communications and Information Technology. Retrieved 16 July 2009.
ଅଧିକ ତଥ୍ୟ
[ସମ୍ପାଦନା]ରବି ଶଙ୍କର ବାବଦରେ ଉଇକିମିଡ଼ିଆର ସହଯୋଗୀ ପ୍ରକଳ୍ପଗୁଡ଼ିକରୁ ଅଧିକ ଜାଣନ୍ତୁ: | |
କମନ୍ସରେ ଛବି ଓ ମିଡ଼ିଆସବୁ ଖୋଜନ୍ତୁ | |
ଉଇକିକଥାରୁ ଢଗଢମାଳି ଓ କଥାମାନ |
- "Ravi Shankar". Official website.
- "East Meets West Music". Ravi Shankar Foundation.
- Ravi Shankar at Allmusic
- ଇଣ୍ଟରନେଟ ମୁଭି ଡାଟାବେସରେ Ravi Shankar