ରକି ମାଉଣ୍ଟେନ ସ୍ପଟେଡ ଫିଭର

ଉଇକିପିଡ଼ିଆ‌ରୁ
ରକି ମାଉଣ୍ଟେନ ସ୍ପଟେଡ ଫିଭର
Blue disease,[୧] Brazilian spotted fever, Tobia fever, new world spotted fever, tick- borne typhus fever, Sao Paulo fever[୨]
ରକି ମାଉଣ୍ଟେନ ସ୍ପଟେଡ ଫିଭର ରୋଗ‌ଗ୍ରସ୍ତ ଜଣେ ଲୋକର ହାତ ଓ ଅଗ୍ରବାହୁରେ ପେଟେକିଆଲ ରାସ (Petechial rash) ହୋଇଛି ।
ବିଭାଗସଂକ୍ରାମକ ରୋଗ (Infectious disease)
ଲକ୍ଷଣଆରମ୍ଭରୁ: ଜର, ମୁଣ୍ଡ ବିନ୍ଧା[୩]
ପରେ: ରାସ୍ Rash[୩]
ଆକ୍ରାନ୍ତ ସମୟସଂକ୍ରମଣର ୨ରୁ ୪ ଦିନ ମଧ୍ୟରେ[୨]
ଅବଧି୨ ସପ୍ତାହ[୨]
କାରଣରିକିଟସିଆ ରିକେଟସି (Rickettsia rickettsii), ଟିଙ୍କ (ticks) ଯୋଗୁ ବ୍ୟାପିଥାଏ ।[୪]
ରୋଗ ନିର୍ଣ୍ଣୟ ପଦ୍ଧତିଲକ୍ଷଣ ଅନୁସାରେ [୫]
ସଠିକ ରୋଗ ନିର୍ଣ୍ଣୟଜିକା ଜ୍ୱର, ଡେଙ୍ଗୁ, ଚିକୁନ‌ଗୁନିଆ, ରିକେଟସିଆ ପାର୍କେରି ରିକେଟସିଓସିସ (Rickettsia parkeri rickettsiosis), ପାସିଫିକ କୋଷ୍ଟ ଟିକ ଫିଭର (Pacific Coast tick fever), ରିକେଟସିଆଲପକ୍ସ (rickettsialpox)[୬]
ଚିକିତ୍ସାଡକ୍‌ସିସାଇକ୍ଲିନ[୭]
Prognosis୦.୫% ମୃତ୍ୟୁ ସଙ୍କଟ[୬]
ପୁନଃପୌନିକ<୫,୦୦୦ ରୋଗୀ ବର୍ଷକୁ (USA)[୬]

ରକି ମାଉଣ୍ଟେନ ସ୍ପଟେଡ ଫିଭର (ଇଂରାଜୀ ଭାଷାରେ Rocky Mountain spotted fever/ RMSF) ଏକ ପ୍ରକାର ଜୀବାଣୁ ରୋଗ ଯାହା ଟିଙ୍କଦ୍ୱାରା (ticks) ପରିବାହିତ ହୋଇଥାଏ ।[୮] ରୋଗ ଆରମ୍ଭରୁ ଜର, ମୁଣ୍ଡ ବିନ୍ଧା ହୁଏ ଓ ପରେ ରାସ୍ Rash ଆରମ୍ଭ ହୋଇଯାଏ ।[୩] ରାସ୍ ସାଧାରଣତଃ ଛୋଟ ଛୋଟ ରକ୍ତସ୍ରାବ ଦାଗ ଭଳି ପେଟେକିଆଲ (made up of small spots of bleeding) ହୋଇଥାଏ ଓ ଏହା କଚଟି ଓ ବଳା ଗଣ୍ଠିରରୁ ଆରମ୍ଭ ହୁଏ ।[୯] ମାଂସପେଶୀ ଯନ୍ତ୍ରଣା ଓ ବାନ୍ତି ମଧ୍ୟ ହୋଇପାରେ ।[୩] ଉପଶମ ପରେ ମଧ୍ୟ ଶ୍ରବଣ ହାନୀ (Hearing loss) ଆଂଶିକ ଅଙ୍ଗ ହାନୀ ଦୀର୍ଘକାଳୀନ ଭିତ୍ତିରେ ହୋଇପାରେ ।[୩]

ରକି ମାଉଣ୍ଟେନ ସ୍ପଟେଡ ଫିଭର ଏକ ରୋଗ ଯାହା ରିକିଟସିଆ ରିକେଟସି (Rickettsia rickettsii) ନାମକ ଏକ ଜୀବାଣୁ (bacterium) ଯୋଗୁ ହୁଏ ଓ ଏହା ଆମେରିକାନ ଡଗ ଟିକ (American dog ticks), ରକି ମାଉଣ୍ଟେନ ଉଡ ଟିକ (Rocky Mountain wood ticks) ଓ ବ୍ରାଉନ ଡଗ ଟିକ ଭଳି ଟିଙ୍କମାନଙ୍କଦ୍ୱାରା (brown dog ticks) ମାନବ ଦେହକୁ ସଂକ୍ରମିତ ହୋଇଥାଏ ।[୪] କ୍ୱଚିତ ଏହା ରକ୍ତ ପରିଦାନ (blood transfusion)) ଯୋଗୁ ସଞ୍ଚାରିତ ହୋଇଥାଏ ।[୪] ପ୍ରାଥମିକ ସ୍ତରରେ ଏହାର ରୋଗ ନିର୍ଣ୍ଣୟ ଅତୀବ କଷ୍ଟସାଧ୍ୟ ।[୫] ଅନେକ ଗୁଡ଼ିଏ ପରୀକ୍ଷାଗାର ପରୀକ୍ଷା (laboratory test) ସାହାଯ୍ୟରେ ରୋଗ ନିର୍ଣ୍ଣୟ କରାଯାଏ ଓ ଲକ୍ଷଣ ଅନୁସାରେ ଚିକିତ୍ସା ଆରମ୍ଭ କରାଯାଏ ।[୫] ଏହି ରୋଗ ସ୍ପଟେଡ ଫିଭର ରିକେଟସିଓସିସ (spotted fever rickettsiosis) ନାମକ ଏକ ରୋଗ ଦଳର ଅନ୍ତର୍ଭୁକ୍ତ ଓ ଏହି ଦଳରେ ରିକେଟସିଆ ପାର୍କେରି ରିକେଟସିଓସିସ (Rickettsia parkeri rickettsiosis), ପାସିଫିକ କୋଷ୍ଟ ଟିକ ଫିଭର (Pacific Coast tick fever), ରିକେଟସିଆଲପକ୍ସ ମଧ୍ୟ ଅଛନ୍ତି ।[୬]

ଡକ୍‌ସିସାଇକ୍ଲିନ ଦେଇ ଏହି ରୋଗର ଚିକିତ୍ସା ଆରମ୍ଭ କରାଯାଏ ।[୭] ରୋଗ ଆରମ୍ଭରୁ ଡକ୍‌ସିସାଇକ୍ଲିନ ଦେଲେ ସବୁ ବୟସରେ ଓ ଗର୍ଭାବସ୍ଥାରେ ମଧ୍ୟ ଭଲ କାମ କରେ ।[୭] ପ୍ରତିଷେଧ ନିମନ୍ତେ ଆଣ୍ଟିବାୟୋଟିକ ଦିଆଯାଏନାହିଁ ।[୭] ରୋଗାକ୍ରାନ୍ତ ଲୋକଙ୍କ ମଧ୍ୟରୁ ପ୍ରାୟ ୦.୫% ଜଣଙ୍କର ମୃତ୍ୟୁ ହୋଇପାରେ ।[୬] ସନ ୧୯୪୦ରେ ଟେଟ୍ରାସାଇକ୍ଲିନ (tetracycline) ଆବିଷ୍କୃତ ହେବା ପୂର୍ବରୁ ପ୍ରାୟ ୧୦% ରୋଗୀ ମୃତ୍ୟୁ ବରଣ କରୁଥିଲେ ।[୬]

ଯୁକ୍ତରାଷ୍ଟ୍ର ଆମେରିକାରେ ପ୍ରତି ବର୍ଷ ଜୁନ ଓ ଜୁଲାଇ ମାସରେ ପ୍ରାୟ ୫,୦୦୦ରୁ କମ ରୋଗୀ ହୁଅନ୍ତି ।[୬] ଯୁକ୍ତରାଷ୍ଟ୍ର ଆମେରିକାର (contiguous United States) ପାର୍ଶ୍ୱବର୍ତ୍ତୀ ସ୍ଥାନମାନଙ୍କରେ ଯେପରିକି ପଶ୍ଚିମ କାନାଡ଼ା (Western Canada) ଓ ଆଂଶିକ ଭାବରେ ମଧ୍ୟ ଆମେରିକା ତ‌ଥା ଦକ୍ଷିଣ ଆମେରିକାରେ (South America) ମଧ୍ୟ ଏହି ରୋଗ ଦେଖାଯାଏ ।[୯][୨] ରକି ମାଉଣ୍ଟେନ (Rocky Mountains) ବା ପାହାଡ଼ିଆ ସ୍ଥାନମାନଙ୍କରେ ଏହି ରୋଗ ହେଉଥିବାରୁ ସନ ୧୮୦୦ରେ ଏହାର ରକି ମାଉଣ୍ଟେନ ସ୍ପଟେଡ ଫିଭର ନାମକରଣ କରାଯାଇଥିଲା ।[୯]

ଆଧାର[ସମ୍ପାଦନା]

  1. Pedro-Pons, Agustín (1968). Patología y Clínica Médicas. Vol. 6 (3rd ed.). Barcelona: Salvat. p. 345. ISBN 978-84-345-1106-4.
  2. ୨.୦ ୨.୧ ୨.୨ ୨.୩ "Pathogen Safety Data Sheets: Infectious Substances – Rickettsia rickettsii". Government of Canada. Public Health Agency of Canada. 7 January 2011. Retrieved 19 January 2019.
  3. ୩.୦ ୩.୧ ୩.୨ ୩.୩ ୩.୪ "Signs and Symptoms Rocky Mountain Spotted Fever (RMSF)". CDC (in ଆମେରିକୀୟ ଇଂରାଜୀ). 26 October 2018. Retrieved 19 January 2019.
  4. ୪.୦ ୪.୧ ୪.୨ "Transmission and Epidemiology Rocky Mountain Spotted Fever (RMSF)". CDC (in ଆମେରିକୀୟ ଇଂରାଜୀ). 26 October 2018. Retrieved 19 January 2019.
  5. ୫.୦ ୫.୧ ୫.୨ "Clinical and Laboratory Diagnosis Rocky Mountain Spotted Fever (RMSF)". CDC (in ଆମେରିକୀୟ ଇଂରାଜୀ). 26 October 2018. Retrieved 19 January 2019.
  6. ୬.୦ ୬.୧ ୬.୨ ୬.୩ ୬.୪ ୬.୫ ୬.୬ "Epidemiology and Statistics Rocky Mountain Spotted Fever (RMSF)". CDC (in ଆମେରିକୀୟ ଇଂରାଜୀ). 26 October 2018. Retrieved 19 January 2019.
  7. ୭.୦ ୭.୧ ୭.୨ ୭.୩ "Treatment Rocky Mountain Spotted Fever (RMSF)". CDC (in ଆମେରିକୀୟ ଇଂରାଜୀ). 26 October 2018. Retrieved 19 January 2019.
  8. "Rocky Mountain Spotted Fever (RMSF)". CDC (in ଆମେରିକୀୟ ଇଂରାଜୀ). 15 November 2018. Retrieved 19 January 2019.
  9. ୯.୦ ୯.୧ ୯.୨ Koyfman, Alex; Long, Brit; Gottlieb, Michael (2018-07-01). "The Evaluation and Management of Rocky Mountain Spotted Fever in the Emergency Department: a Review of the Literature". Journal of Emergency Medicine (in English). 55 (1): 42–50. doi:10.1016/j.jemermed.2018.02.043. ISSN 0736-4679. PMID 29685474.{{cite journal}}: CS1 maint: unrecognized language (link)

ବାହ୍ୟ ଲିଙ୍କ[ସମ୍ପାଦନା]

ଶ୍ରେଣୀବିଭାଗ
ବାହାର ଉତ୍ସ