ମୁଖା (୨୦୨୨ର ଓଡ଼ିଆ କଥାଚିତ୍ର)
ଦେଖଣା
ମୁଖା | |
---|---|
ନିର୍ଦ୍ଦେଶକ | ସୁଧାଂଶୁ ମୋହନ ସାହୁ |
ପ୍ରଯୋଜକ | ସଞ୍ଜୀବ ଦ୍ୱିବେଦୀ |
ସଂଳାପ | ଜିତେନ୍ଦ୍ର ବରାଳ |
ଚିତ୍ରନାଟ୍ୟ | ବି. ଚନ୍ଦନ କୁମାର |
କାହାଣୀ | ବି. ଚନ୍ଦନ କୁମାର |
କଳାକାର | ଜଗଜିତ ପାଲ୍ ଅର୍ଲିନ ଅଙ୍କିତା ପିଣ୍ଟୁ ନନ୍ଦ |
ସଙ୍ଗୀତ | ବିଷ୍ଣୁମୋହନ କବି |
ଚିତ୍ରଗ୍ରହଣ | ସୋମିଓ |
ସମ୍ପାଦକ | ରାଜେଶ ଦାଶ |
ମୁକ୍ତିଲାଭ ତାରିଖ | ୧୧ ଡିସେମ୍ବର ୨୦୨୨ |
ଦେଶ | ଭାରତ |
ଭାଷା | ଓଡ଼ିଆ |
ମୁଖା ୨୦୨୨ ମସିହାରେ ଦୂରଦର୍ଶନରେ ମୁକ୍ତିଲାଭ କରିଥିବା ଏକ ଓଡ଼ିଆ କଥାଚିତ୍ର । ଏହି କଥାଚିତ୍ରଟିର ପ୍ରଯୋଜନା କରିଥିଲେ ସଞ୍ଜୀବ ଦ୍ୱିବେଦୀ । ବି. ଚନ୍ଦନ କୁମାର ଏହି କଥାଚିତ୍ରଟିର କାହାଣୀ ଓ ଚିତ୍ରନାଟ୍ୟ ରଚନା କରିଥିଲେ ଏବଂ ଜିତେନ୍ଦ୍ର ବରାଳ ଏହାର ସଂଳାପ ରଚନା କରିଥିଲେ । ଏହି କଥାଚିତ୍ରଟିର ନିର୍ଦ୍ଦେଶନା ଦେଇଥିଲେ ସୁଧାଂଶୁ ମୋହନ ସାହୁ ।[୧]
ଏହି କଥାଚିତ୍ରଟିର ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ ଜଗଜିତ ପାଲ୍ ଓ ଅର୍ଲିନ ଅଙ୍କିତା । ପିଣ୍ଟୁ ନନ୍ଦ, ମନସ୍ୱିନୀ, ତ୍ରିଭୁବନ ପଣ୍ଡା, ବାପି, ଡେଜି, ଦେବାଶିଷ, ସୁନୀତ ଆଦି କଳାକାରମାନେ ଏହି କଥାଚିତ୍ରଟିର ବିଭିନ୍ନ ଭୂମିକାରେ ଅଭିନୟ କରିଥିଲେ । ୨୦୨୨ ମସିହାର ଡିସେମ୍ବର ୧୧ ତାରିଖରେ ଏହି କଥାଚିତ୍ରଟି ଉଭୟ ତରଙ୍ଗ ଟିଭି ଓ ତରଙ୍ଗ ପ୍ଲସ୍ରେ ମୁକ୍ତିଲାଭ କରିଥିଲା ।[୧]
ଅଭିନୟ
[ସମ୍ପାଦନା]- ଜଗଜିତ ପାଲ୍
- ଅର୍ଲିନ ଅଙ୍କିତା
- ପିଣ୍ଟୁ ନନ୍ଦ
- ମନସ୍ୱିନୀ
- ତ୍ରିଭୁବନ ପଣ୍ଡା
- ବାପି
- ଡେଜି
- ଦେବାଶିଷ
- ସୁନୀତା
କାହାଣୀ
[ସମ୍ପାଦନା]ଗୀତ ଏବଂ ସଙ୍ଗୀତ
[ସମ୍ପାଦନା]ଏହି କଥାଚିତ୍ରଟିର ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ବିଷ୍ଣୁମୋହନ କବି ।[୧] ତପୁ ନାୟକ, ଦେବୀଦତ୍ତ ମହାନ୍ତି ଆଦି ଗୀତିକାର ଏହି କଥାଚିତ୍ରଟିର ଗୀତ ରଚନା କରିଥିଲେ ।
ଗୀତ
[ସମ୍ପାଦନା]କ୍ରମ | ଗୀତ | ସମୟ |
---|
ଆଧାର
[ସମ୍ପାଦନା]- ↑ ୧.୦ ୧.୧ ୧.୨ "ଜଗଜିତଙ୍କ ସହ ଅର୍ଲିନ ଅଙ୍କିତା". ନିର୍ଭୟ. 12 December 2022. p. 10. Archived from the original on 3 January 2023. Retrieved 3 January 2023.
ବାହାର ଆଧାର
[ସମ୍ପାଦନା]- ଇଣ୍ଟରନେଟ ମୁଭି ଡାଟାବେସରେ ମୁଖା