ମିତାଲୀ ରାଜ
ବ୍ୟକ୍ତିଗତ ତଥ୍ୟ | |||||||||||||||||||||||||||||||||||||||||||||||||||||
---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|
ନାମ | Mithali Dorai Raj | ||||||||||||||||||||||||||||||||||||||||||||||||||||
ଜନ୍ମ | Jodhpur, Rajasthan, India | ୩ ଡିସେମ୍ବର ୧୯୮୨||||||||||||||||||||||||||||||||||||||||||||||||||||
ବ୍ୟାଟିଂ ପ୍ରକାର | Right-hand bat | ||||||||||||||||||||||||||||||||||||||||||||||||||||
ବୋଲିଂ ପ୍ରକାର | Right-arm leg break | ||||||||||||||||||||||||||||||||||||||||||||||||||||
ଭୂମିକା | All Rounder | ||||||||||||||||||||||||||||||||||||||||||||||||||||
ଅନ୍ତର୍ଜାତୀୟ ତଥ୍ୟ | |||||||||||||||||||||||||||||||||||||||||||||||||||||
ପ୍ରଥମ ଟେଷ୍ଟ (cap 55) | 14 January 2002 v England women | ||||||||||||||||||||||||||||||||||||||||||||||||||||
ଶେଷ ଟେଷ୍ଟ | 16 November 2014 v South Africa women | ||||||||||||||||||||||||||||||||||||||||||||||||||||
ପ୍ରଥମ ଦିନିକିଆ (cap 56) | 26 June 1999 v Ireland women | ||||||||||||||||||||||||||||||||||||||||||||||||||||
ଶେଷ ଦିନିକିଆ | 17 feb 2016 v Sri Lanka women | ||||||||||||||||||||||||||||||||||||||||||||||||||||
ଦିନିକିଆ ଜାମା ନମ୍ବର | 3 | ||||||||||||||||||||||||||||||||||||||||||||||||||||
ପ୍ରଥମ ଟି୨୦ (cap 9) | 5 August 2006 v England women | ||||||||||||||||||||||||||||||||||||||||||||||||||||
ଶେଷ ଟି୨୦ | 31 January 2016 v Australia women | ||||||||||||||||||||||||||||||||||||||||||||||||||||
ଘରୋଇ ଦଳ ତଥ୍ୟ | |||||||||||||||||||||||||||||||||||||||||||||||||||||
Years | Team | ||||||||||||||||||||||||||||||||||||||||||||||||||||
2006–present | Railways | ||||||||||||||||||||||||||||||||||||||||||||||||||||
Career statistics | |||||||||||||||||||||||||||||||||||||||||||||||||||||
| |||||||||||||||||||||||||||||||||||||||||||||||||||||
Source: ESPNcricinfo, 17 February 2016 |
ମିତାଲୀ ରାଜ (ଜନ୍ମ: ୩ ଡିସେମ୍ବର, ୧୯୮୨) ଭାରତୀୟ ମହିଳା କ୍ରିକେଟ ଦଳର ଜଣେ ପୂର୍ବତନ ଅଧିନାୟିକା । ସେ ଟେଷ୍ଟ କ୍ରିକେଟ ମ୍ୟାଚରେ ଦୁଇଥର ଶତକ କରିଥିବା ପ୍ରଥମ ମହିଳା ଖେଳାଳି ।[୨]
ପ୍ରାରମ୍ଭିକ ଜୀବନ
[ସମ୍ପାଦନା]ମିତାଲୀ ରାଜଙ୍କ ଜନ୍ମ ୧୯୮୨ ମସିହା ଡିସେମ୍ବର ୩ ତାରିଖରେ ରାଜସ୍ଥାନର ଯୋଧପୁର ସହରରେ ହୋଇଥିଲା । ସେ ଭାରତନାଟ୍ୟମ ନୃତ୍ୟରେ ପ୍ରଶିକ୍ଷଣ ଲାଭ କରିବା ସହିତ ମଞ୍ଚରେ ପରିବେଷଣ ମଧ୍ୟ କରିଥିଲେ । କ୍ରିକେଟ କାରଣରୁ ସେ ନିଜ ଭାରତନାଟ୍ୟମ ନୃତ୍ୟଠାରୁ ବହୁ ସମୟ ପର୍ଯ୍ୟନ୍ତ ଦୂରେଇ ରହୁଥିଲେ । ତା'ପରେ ତାଙ୍କ ନୃତ୍ୟଗୁରୁ ତାଙ୍କୁ ନୃତ୍ୟ ଏବଂ କ୍ରିକେଟ ମଧ୍ୟରୁ ଗୋଟିଏ ବାଛିବାକୁ କହିବା ପରେ ସେ କ୍ରିକେଟକୁ ବାଛିଥିଲେ । ତାଙ୍କ ତାଙ୍କ ପିତାଙ୍କ ନାମ ଦୋରାଇ ରାଜ ଓ ମାତାଙ୍କ ନାମ ଲୀଳା ରାଜ । ଦୋରାଇ ରାଜ ବ୍ୟାଙ୍କରେ ଚାକିରୀ କରିବା ପୂର୍ବରୁ ଭାରତୀୟ ବାୟୁସେନାରେ ଜଣେ ଏୟାରମ୍ୟାନ (ୱାରାଣ୍ଟ ଅଫିସର) ଥିଲେ । ସେ ନିଜେ ଜଣେ କ୍ରିକେଟ ଖେଳାଳି ଥିଲେ ଓ ମିତାଲୀଙ୍କୁ ପ୍ରୋତ୍ସାହିତ କରିଆସୁଥିଲେ । ସେ ମିତାଲୀଙ୍କ ଖେଳ ନିମନ୍ତେ ଯାତାୟତ ଖର୍ଚ୍ଚ ବହନ କରିଥିଲେ । ଲୀଳା ରାଜ ମଧ୍ୟ ମିତାଲୀଙ୍କ ପାଇଁ ନିଜ ଚାକିରି ଛାଡିଦେଇଥିଲେ । ପିଲାବେଳେ ଯେତେବେଳେ ତାଙ୍କ ଭାଇଙ୍କୁ କ୍ରିକେଟର ପ୍ରଶିକ୍ଷଣ ଦିଆଯାଉଥିଲା, ସେତେବେଳେ ମିତାଲୀ ମଧ୍ୟ ଖେଳ ପ୍ରତି ଆଗ୍ରହ ଦେଖାଉଥିଲେ । ସେହି ସମୟରେ କ୍ରିକେଟ ଖେଳାଳି ଜ୍ୟୋତି ପ୍ରସାଦ ତାଙ୍କ ଖେଳ ଦେଖି ସେ ଭବିଷ୍ୟତରେ ଜଣେ ଭଲ କ୍ରିକେଟ ଖେଳାଳୀ ହେବ ବୋଲି କହିଥିଲେ ।
ଖେଳ ଜୀବନ
[ସମ୍ପାଦନା]ମିତାଲୀ ରାଜ ୧୯୯୯ ମସିହାରେ ନିଜର ପ୍ରଥମ ଏକ ଦିବସୀୟ ଆନ୍ତର୍ଜାତୀୟ ମ୍ୟାଚ ଆୟରଲ୍ୟାଣ୍ଡ ବିରୁଦ୍ଧରେ ମିଲ୍ଟନ କୀନସଠାରେ ଖେଳିଥିଲେ । ଏହି ମ୍ୟାଚରେ ସେ ଅପରାଜିତ ହୋଇ ୧୧୪ ରନ କରିଥିଲେ । ୨୦୦୧ - ୨୦୦୨ ସିଜିନରେ ସେ ଇଂଲଣ୍ଡ ବିରୁଦ୍ଧରେ ଲକ୍ଷ୍ନୌଠାରେ ନିଜର ପ୍ରଥମ ଟେଷ୍ଟ ମ୍ୟାଚ ଖେଳିଥିଲେ । ଏହି ମ୍ୟାଚରେ ସେ କୌଣସି ରନ କରି ପାରିନଥିଲେ । ଏକଦା ଆନ୍ତର୍ଜାତୀୟ ମହିଳା ଟେଷ୍ଟ କ୍ରିକେଟରେ ସର୍ବାଧିକ ବ୍ୟକ୍ତିଗତ ସ୍କୋର ଭାବେ ମିତାଲୀଙ୍କ ନାମରେ ୨୧୪ ରନର ରେକର୍ଡ଼ ରହିଥିଲା । ଏହି ଇତିହାସ ସେ ୨୦୦୨ ମସିହାରେ ଟୌଣ୍ଟନଠାରେ ଇଂଲଣ୍ଡର ବିରୁଦ୍ଧରେ ଖେଳି ପ୍ରତିଷ୍ଠା କରିଥିଲେ । ସେତେବେଳେ ତାଙ୍କର ବୟସ ଥିଲା ୧୯ ବର୍ଷ । ଏହି ରେକର୍ଡ଼ ସେ କ୍ଯାରେନ ବୋଲ୍ଟନଙ୍କ ୨୦୯ ରନର ରେକର୍ଡ଼ ଭାଙ୍ଗି ପ୍ରତିଷ୍ଠା କରିଥିଲେ । ୨୦୦୬ ମସିହାରେ ମିତାଲୀ ରାଜଙ୍କ ନେତୃତ୍ୱରେ ଭାରତୀୟ ମହିଳା କ୍ରିକେଟ ଦଳ ପୁନଶ୍ଚ ଇଂଲଣ୍ଡ ଗସ୍ତରେ ଯାଇଥିଲା । ତାଙ୍କ ନେତୃତ୍ୱରେ ଟୌଣ୍ଟନଠାରେ ଦ୍ୱିତୀୟ ଟେଷ୍ଟରେ ଭାରତୀୟ ଟିମ ଇଂଲଣ୍ଡକୁ ପାଞ୍ଚ ୱିକେଟରେ ପରାସ୍ତ କରି ୧-୦ରେ ଏହି ଟେଷ୍ଟ ସିରିଜ ଜିତିଥିଲା । ମିତାଲୀ ୨୦୦୫ ମହିଳା ବିଶ୍ୱ କପରେ ଭାରତୀୟ ମହିଳା ଦଳର କ୍ୟାପଟେନ ଥିଲେ ଓ ଏହି ବିଶ୍ୱକପରେ ଭାରତ ରନର୍ସ-ଅପ ହେଇଥିଲା ।[୩]
ସମ୍ମାନ ପୁରସ୍କାର
[ସମ୍ପାଦନା]- ଅର୍ଜୁନ ପୁରସ୍କାର: ୨୦୦୩ ମସିହାର କ୍ରିକେଟରେ ଅବଦାନ ପାଇଁ ୨୨ ବର୍ଷୀୟା ମିତାଲୀ ରାଜଙ୍କୁ ୨୦୦୪ ମସିହା ସେପ୍ଟେମ୍ବର ୨୧ ତାରିଖରେ ଅର୍ଜୁନ ପୁରସ୍କାରରେ ସମ୍ମାନିତ କରାଗଲା । [୪]
- ପଦ୍ମଶ୍ରୀ: ୨୦୧୫ ମସିହା[୫]
ଆଧାର
[ସମ୍ପାଦନା]- ↑ http://www.icc-cricket.com/player-rankings/profile/mithali-raj Archived 2015-07-13 at the Wayback Machine..
- ↑ "Mithali Raj". ESPN. Retrieved 8 December 2013.
- ↑ "Why Women's Cricket World Cup final is extra special for Mithali Raj, Jhulan Goswami". Archived from the original on 23 July 2017. Retrieved 22 July 2017.
- ↑ "List of Arjuna Awardees". Ministry of Youth Affairs and Sports, Government of India. Archived from the original on 25 December 2007. Retrieved 27 January 2015.
- ↑ "Padma Awards 2015". Press Information Bureau. Archived from the original on 28 January 2015. Retrieved 25 January 2015.