ମାଝା

ଉଇକିପିଡ଼ିଆ‌ରୁ
ପଞ୍ଜାବର ଅଂଶ
ହରମନ୍ଦିର ସାହିବ (ସ୍ୱର୍ଣ୍ଣ ମନ୍ଦିର), ଅମୃତସର

ମାଝା (ପଞ୍ଜାବୀ: ਮਾਝਾ (ଗୁରୁମୁଖୀ), ماجھا (ଶମୁଖୀ); Mājhā) ଅଞ୍ଚଳ, ଐତିହାସିକ ପଞ୍ଜାବ ଅଞ୍ଚଳର କେନ୍ଦ୍ରରେ ଅବସ୍ଥିତ ।[୧], ଯାହା ବେଆସ ନଦୀର ଦକ୍ଷିଣ ପାର୍ଶ୍ୱରେ [ନୋଟ-୧} ଉତ୍ତର ପଟକୁ ଅନସ୍ଥିତ ଓ ଝେଲମ ନଦୀର ଉତ୍ତରକୁ ବିସ୍ତୃତ ।[୨] ମାଝା ଅଞ୍ଚଳର ଲୋକମାନଙ୍କୁ ମାଝି କୁହାଯାଏ । ପଞ୍ଜାବୀ ଭାଷାର ମୁଖ୍ୟ ଉପଭାଷା ମାଝି ଏହି ଅଞ୍ଚଳର ମୁଖ୍ୟ ଭାଷା, ଯାହା ମଧ୍ୟ ପଞ୍ଜାବୀ ଭାଷାର ମୁଖ୍ୟ ଉପଭାଷା ।[୩]

୧୯୪୭ରେ ଭାରତ ବିଭାଜନ ସମୟରେ, ମାଝା ଅଞ୍ଚଳ ଭାରତ ଓ ପାକିସ୍ତାନ ମଧ୍ୟରେ ଦୁଇ ଭାଗ ହୋଇଯାଇଥିଲା । ଏହାପରେ ପଞ୍ଜାବ ଭାରତପଞ୍ଜାବ ପାକିସ୍ତାନ ଗଠନ ହେଲା । ଭାରତର ରାଜ୍ୟ ପଞ୍ଜାବରେ ମାଝା ଅଞ୍ଚଳ ତାର୍ନ ତାରାନ ଜିଲ୍ଲାରେ, ସତଲେଜ୍ ନଦୀର ଉତ୍ତର ପାର୍ଶ୍ୱ ସ‌ହ ବେଆସ୍ ଓ ରାବି ନ‌ଦୀର ମିଳନସ୍ଥଳ ପରେ ସେମାନଙ୍କର ମଝି ଅଞ୍ଚଳକୁ ବୁଝାଏ ।[୪] ଏହି ଅଞ୍ଚଳରେ ପଞ୍ଜାବର ୪ଟି ଜିଲ୍ଲା ରହିଛି - ଅମୃତସର, ତାର୍ନ ତାରାନ୍, ଗୁରଦାସପୁର ଓ ପଠାନକୋଟ ।

ଇତିହାସ[ସମ୍ପାଦନା]

ଭିନ୍ନ ଦୋଆବ ଅଞ୍ଚଳକୁ ଦେଖୌଥିବା ପଞ୍ଜାବର ଏକ ମାଞ୍ଚିତ୍ର ca. ୧୯୪୭

ମାଝା ଶବ୍ଦର ଅର୍ଥ (ਮਾਝਾ) କେନ୍ଦ୍ର ବା ହୃଦୟ । ଏହି ମାଝା ଅଞ୍ଚଳ ଭୌଗୋଳିକ ଭାବେ ଐତିହାସିକ ପଞ୍ଜାବର କେନ୍ଦ୍ରରେ ଅବସ୍ଥିତ । ତେଣୁ ତା'ର ନାମ ମାଝା ।[୫] ଏହା ବେରି ଦୋଆବ (ବେଆସ ଓ ରାବି ନ‌ଦୀ ମଧ୍ୟରେ ଥିବା ଅଞ୍ଚଳ ଏବଂ ରାବି ଓ ଚେନାବ ନ‌ଦୀ ମଧ୍ଯରେ ଥିବା ରେଚନା ଦୋଆବ ଅଞ୍ଚଳ) ଅଞ୍ଚଳର ଏକ ମୁଖ୍ୟ ଅଂଶ ଏବଂ ଜେଚ ଦୋଆବ (ଝେଲମ ଓ ଚେନାବ ନ‌ଦୀର ମଝି ଅଞ୍ଚଳ) ଅଞ୍ଚଳର ଏକ ଛୋଟ ଅଂଶ ।[୬]

ଐତିହାସିକ ପଞ୍ଜାବ ଅଞ୍ଚଳର ମାଝା ଅଞ୍ଚଳ ବେଆସ ନ‌ଦୀର ଉତ୍ତର ପାର୍ଶ୍ୱରେ[note ୧] ଅବସ୍ଥିତ ଓ ଏହା ଝେଲମ ନ‌ଦୀର ଉତ୍ତରକୁ ବିସ୍ତୃତ[୨], ଯାହା ଏହାକୁ ଐତିହାସିକ ପଞ୍ଜାବର ସର୍ବବୃହତ୍ ଅଞ୍ଚଳ କରିଛି ।

ଯଦିଓ ଭାରତ ବିଭାଜନ ବ୍ରିଟିଶ ଭାରତକୁ ଦୁଇଟି ରାଜ୍ଯ ଭାରତ ପଞ୍ଜାବ (ପୂର୍ବ ପଞ୍ଜାବ) ଓ ପାକିସ୍ତାନ ପଞ୍ଜାବ (ପଶ୍ଚିମ ପଞ୍ଜାବ)ରେ ବିଭାଜିତ କରିଛି, ତଥାପି ବିଭାଜନ ପୂର୍ବରୁ ମାଝା ଅଞ୍ଚଳ ଯେପରି ଥିଲା ସେପରି ଅଛି ।

ଭାରତୀୟ ରାଜ୍ୟ ପଞ୍ଜାବରେ ମାଝା ଅଞ୍ଚଳ ତା'ର ଐତିହାସିକତା ବଜାୟ ରଖିଛି । ମତ୍ର ପାକିସ୍ତାନ ମାଝା ବା ଲାହୋରରେ ୧୦ଟି ସବ୍-ଡିଭିଜନ୍ ଯଥା : ବାହାୱାଲପୁର, ଦେରା ଘାଜି ଖାନ୍, ଫୈସଲାବାଦ୍, ଗୁଜରନ୍‌ୱାଲା, ଲାହୋର, ମୁଲତାନ, ରାୱଲପିଣ୍ଡି ।[୭], ସାହୀୱାଲ ଓ ସରଗୋଢ଼ା ।

ମାଝାର ଜିଲ୍ଲା[ସମ୍ପାଦନା]

ମାଝାର ଜିଲ୍ଲା:[୨]

୨୦୧୬ରେ ଭାରତୀୟ ପଞ୍ଜାବରର ମାଝା ଜିଲ୍ଲା ପାକିସ୍ତାନ ପଞ୍ଜାବରର ମାଝା ଜିଲ୍ଲା
ଅମୃତସର ଗୁଜରନ୍‌ୱାଲା, ନାରୋୱାଲା, ଶେଖିପୁରା, ରାୱଲପିଣ୍ଡି
ତାର୍ନ ତାରାନ୍ ଲାହୋର, କସୁର, ଫୈସଲାବାଦ୍, ହାଫିଜାବାଦ୍
ଗୁରଦାସ୍‌ପୁର ନାନ‌କନ ସାହିବ, ପାକପଟ୍ଟାନ, ଚିନିଓଟ
ପଠାନ‌କୋଟ ସିଆଲକୋଟ, ସାହିୱାଲ୍, ଗୁଜରାଟ, ଓକାରା

ପର୍ଯ୍ୟଟନ ଆକର୍ଷଣ[ସମ୍ପାଦନା]

ପ୍ରମୁଖ ଗୃହ[ସମ୍ପାଦନା]

  • ବାବା ଦୀପ ସିଂହ ଜୀ (୧୬୮୨-୧୭୫୭), ପ୍ରସିଦ୍ଧ ଶିଖ ସ‌ହୀଦ
  • ଶିଖ ସାମ୍ରାଜ୍ୟର ପ୍ରତିଷ୍ଠାତା ତ‌ଥା ପଞ୍ଜାବର ମହାରାଜା ରଣଜିତ ସିଂହ
  • ଶିଖ ଖଲାସା ସୈନ୍ୟବାହିନୀର ପ୍ରସିଦ୍ଧ ସୈନ୍ୟ ହରି ସିଂହ ନାଲ୍‌ୱା (୧୭୯୧-୧୮୩୭)
  • ଦୁରୁ ହରଗୋବିନ୍ଦ ସାହିବ ଜୀଙ୍କ ସମୟରେ ଧରମ ପ୍ରଚାରକ ତ‌ଥା ପ୍ରସିଦ୍ଧ ଯୋଦ୍ଧା ଭାଇ ବିଢି ଚାନ୍ଦ ଛିନ୍ନା
  • ଅକାଳୀ ନିହାଗର ଶିଖ ଗେନେରାଲ୍ ଓ ଖଲାସା ପନ୍ଥର ଜାଠେଦାର ଅକାଳୀ ଫୁଲ ସିଂହ (୧୭୬୧-୧୮୨୩)
  • ଶିଖ ଧରମର ବାବା ବୁଢ଼ା ଜୀ
  • ଶିଖ ସାମ୍ରାଜ୍ୟର ଗେନେରାଲ ଶାମ ସିଂହ ଅଟ୍ଟାରିୱାଲା
  • ଦିଲ୍ଲୀ ଅଧିକାର କରିଥିବା ବାବା ବାଘେଲ ସିଂହ
  • ଏସ୍ଏସ୍ କୋମାଗାତା ମାରୁର ବାବା ଗୁରଦିତ ସିଂହ
  • ଶିଖ ଷୀଦ ଭାଇ ମହା ସିଂହ
  • କୁସ୍ତିଯୋଦ୍ଧା ଦାରା ସିଂହ
  • ଭାରାତର ପୂର୍ବତନ ଲୋକ ସଭା ବାଚସ୍ପତି ଗୁରଦିଆଲ ସିଂହ ଧିଲୋଂ
  • ସ୍ୱାଧୀନତା ସଂଗ୍ରାମୀ ଜଗବୀର ସିଂହ ଛିନା
  • ରାଜ୍ୟଗୋଷ୍ଠୀ କ୍ରୀଡ଼ା, ଦିଲ୍ଲୀର ଦୁଇଟି ପଦକ ବିଜେତା ଗୁରପ୍ରୀତ ସିଂହ (ସୁଟର)
  • ପୂ୍ବତନ ଭାରତୀୟ ନିର୍ବାଚନ ମୁଖ୍ୟ ଓ କ୍ରୀଡା ମନ୍ତ୍ରୀ ଏମ୍ ଏସ୍ ଗିଲ୍
  • ଶିଖ ସ‌ହୀଦ ମାଇ ଭାଗୋ
  • ପଞ୍ଜାବର ପୂର୍ବତନ ମୁଖ୍ୟମନ୍ତ୍ରୀ ପ୍ରତାପ ସିଂହ କାଇରୋ
  • ଔପନାସିକ ସୁରାନ୍ଦ୍ର ମୋହନ ପାଠକ
  • ଏସ୍‌ଗିପିସିର ପ୍ରତିଷ୍ଠାତା ତେଜା ସିଂହ ସାମୁନ୍ଦ୍ରୀ
  • ଗଦର ପାର୍ଟର ପ୍ରତିଷ୍ଠାତା ଓ ଅଧ୍ୟକ୍ଷ ସୋହନ ସିଂହ ଭାଖନା
  • ଶିଳ୍ପ୍ପତି ଓ ଲେଖକ ଗୁରବାକ୍ଷ ଚ‌ହଲ

ଗ୍ୟାଲେରି[ସମ୍ପାଦନା]

ଏହା ମଧ୍ୟ ଦେଖନ୍ତୁ[ସମ୍ପାଦନା]

ନୋଟ୍[ସମ୍ପାଦନା]

  1. The left/right bank of a river is determined by looking in the direction of flow of the river (facing downstream).

ଆଧାର[ସମ୍ପାଦନା]

  1. Discover India http://www.discoveredindia.com/punjab/about-punjab/regions-in-punjab.htm
  2. ୨.୦ ୨.୧ ୨.୨ Grover, Parminder Singh (2011). Discover Punjab: Attractions of Punjab. Parminder Singh Grover. p. 179.
  3. Advanced Centre for Technical Development of Punjabi Language, Literature and Culture, Punjabi University, Patiala Punjabi University, Patiala. Archived 2017-07-31 at the Wayback Machine.
  4. Punjab Data, Know Everything About Punjab http://www.punjabdata.com/Majha-Malwa-Doaba.aspx
  5. Vipul Punjabi https://vipulpunjabi.wordpress.com/regions-and-districts/majha/
  6. Kakshi, S.R.; Pathak, Rashmi; Pathak, S.R.Bakshi R. (2007-01-01). Punjab Through the Ages. Sarup & Sons. ISBN 978-81-7625-738-1. Retrieved 12 June 2010.
  7. Rawalpindi: Majha, Punjab, Islamabad, Tribes and Castes of Rawalpindi District, Rawalpindi District, Demography of Rawalpindi District https://www.amazon.it/Rawalpindi-Punjab-Islamabad-District-Demography/dp/6131076170

ଛାଞ୍ଚ:ପଞ୍ଜାବ, ଭାରତ {{ପଞ୍ଜାବ ଭୂଗୋଳ} ଛାଞ୍ଚ:GeoSouthAsia