ମହାଳସା

ଉଇକିପିଡ଼ିଆ‌ରୁ
ମହାଳସା
ମଣି-ମଲ୍ଲ ଅସୁରଙ୍କୁ ଖଣ୍ଡୋବା ଓ ମହାଳସା ବଧ କରୁଛନ୍ତି;— ଲୋକପ୍ରିୟ (oleograph), ସନ ୧୮୮୦ ।
Devanagariम्हाळसा
Sanskrit TransliterationMhāḷasā
Affiliationମୋହିନୀ ବା/ଓ ପାର୍ବତୀଙ୍କ ଅବତାର
Weaponତ୍ରୀଶୂଳ (Trishula)
ସ୍ୱାମୀ/ସ୍ତ୍ରୀଖଣ୍ଡୋବା (Khandoba)

ମହାଳସା (ଇଂରାଜୀ ଭାଷାରେ Mhalsa (Marathi: म्हाळसा, IAST: Mhāḷasā), ମ୍ହାଲସା ମଧ୍ୟ କୁହାଯାଏ) ଜଣେ ହିନ୍ଦୁ ଦେବୀ Hindu goddess । ଦୁଇ ପ୍ରକାର ଅବତାରରେ ତାଙ୍କୁ ପୂଜା କରାଯାଏ । ସ୍ୱାଧୀନ ଭାବରେ ବିଷ୍ଣୁଙ୍କ ମୋହିନୀ ଅବତାରକୁ ମହାଳସା ନାରାୟଣୀ ମଧ୍ୟ କୁହାଯାଏ । ତାଙ୍କୁ ଶିବଙ୍କର ଏକ ପ୍ରତିରୁପ ଖଣ୍ଡୋବାଙ୍କର ପତ୍ନୀ ଭାବରେ ମଧ୍ୟ ପୂଜା କରାଯାଏ । ଏହି ପରମ୍ପରାରେ ସେ ପାର୍ବତୀଙ୍କ ସ‌ହ ଶିବଙ୍କର ପତ୍ନୀର ମାନ୍ୟତା ପାଇଥିଆନ୍ତି ।

ସ୍ୱାଧୀନ ଦେବୀ ମହାଳସାଙ୍କର ମୂଖ୍ୟ ମନ୍ଦିର ମାର୍ଦୋଲ, ଗୋଆର (Mardol) ମହାଳସା ନାରାୟଣୀ ମନ୍ଦିରରେ (Mardol) ମହାଳସା ନାରାୟଣୀ ଅବତାର ନାମରେ ଅଛି । ନେବାସାରେ (Nevasa) ମହାଳସା, ମୋହିନୀ ବା ମହାଳସା ଦେବୀ ନାମରେ ଅଛନ୍ତି ଯାହା ଖଣ୍ଡୋବା ପତ୍ନୀଙ୍କ ଜନ୍ମ ସ୍ଥାନ ରୂପେ ପରିଚିତ ଅଛି । ଏଠାରେ ବିଭିନ୍ନ ଗୋଷ୍ଠୀ ବା ଜାତିର ଲୋକମାନେ ତାଙ୍କୁ କୁଳଦେବୀର ମାନ୍ୟତା ଦିଅନ୍ତି । ମହାରାଷ୍ଟ୍ରର ନେଭାସା ତାଲୁକାରେ ଖଣ୍ଡୋବାଙ୍କର ପତ୍ନୀ ଭାବରେ ମହାଳସାଙ୍କର ମୂଖ୍ୟ ମନ୍ଦିର, ମୋହିନୀରାଜ ମନ୍ଦିର ଅଛି ଯେଉଁଠାରେ ତାଙ୍କର ଚାରି ହାତ ଥିବା ଆକାରରେ ପୂଜା କରାଯାଏ ଓ ସେ ମୋହିନୀ ନାମରେ ପରିଚିତ ଥାଆନ୍ତି । ଅଧିକାଂଶ ସ୍ଥାନରେ ମହାଳସାଙ୍କର ଦୁଇ ହାତ ଥିବା ଦେଖାଯାଏ ଓ ସେ ଖଣ୍ଡବାଙ୍କର ସାଥିରେ ଘୋଡ଼ା ଉପରେ ବସିଥିବା ଦେଖାଯାଏ ବା ତାଙ୍କ ପାଖରେ ଠିଆ ହୋଇଥିବା ଦେଖାଯାଏ ।

କିମ୍ବଦନ୍ତୀ[ସମ୍ପାଦନା]

ଅସୁର ଓ ଦେବତାମାନେ ଏକତ୍ର କ୍ଷୀର ସାଗର ମନ୍ଥନ (Samudra manthan) କରୁଥିବା ସମୟରେ ସମୁଦ୍ରରୁ ବାହାରିଥିବା ଅମୃତ ପାତ୍ର ଅସୁରମାନେ ଚୋରୀ କରିନେଲେ । ବିଷ୍ଣୁ ରୂପ ବଦଳେଇ ମୋହିନୀ ରୂପଗତୀ ଆକାର ଧାରଣ କଲେ ଓ ଅସୁରମାନଙ୍କଠାରୁ ଅମୃଟ ନେଇଆସି ଦେବତାମାନଙ୍କୁ ବାଣ୍ଟିଦେଲେ । ସେହି ମୋହିନୀଙ୍କର ମହାଳସା ନାରାୟଣୀ ରୂପରେ ଏଠାରେ ପୂଜା କରାଯାଏ ।

ଅନ୍ୟ ଏକ କିମ୍ବଦନ୍ତୀ ଅନୁସାରେ ମୋହିନୀଙ୍କୁ ଦେଖି ଶିବ ପ୍ରେମରେ ବିଭୋର ହୋଇଗଲେ । ଶିବଙ୍କର ମର୍ତ୍ତ୍ୟରେ ଖଣ୍ଡୋବା ଅବତାର ନେଲାବେଳେ ତାଙ୍କ ପତ୍ନୀ ହେବାକୁ ମୋହିନୀ ପ୍ରତିଜ୍ଞା କଲେ ।

ଅନ୍ୟ ଏକ କିମ୍ବଦନ୍ତୀ ଅନୁସାରେ ଶିବଙ୍କର ପତ୍ନୀ ପାର୍ବତୀଙ୍କର ଏହି ମହାଳସା ଅବତାର ହୋଇଥିବା ଜଣାଯାଏ । ନେୱାସାରେ ବାସ କରୁଥିବା ଧନୀ ଲିଙ୍ଗାୟତ (Lingayat) ମହାଜନ ତିମ୍ମାସେଠଙ୍କ କନ୍ୟ ରୂପରେ ମହାଳସା ଜନ୍ମ ଗ୍ରହଣ କରିଥିଲେ ।[୧] ଖଣ୍ଡୋବା ସ୍ୱପ୍ନରେ ତିମ୍ମାସେଠଙ୍କୁ ଦର୍ଶନ ଦେଇ ଆଦେଶ ଦେବା ଅନୁସାରେ ପାଲି ସ୍ଥାନରେ ମହାଳସାଙ୍କ ସ‌ହ ଖଣ୍ଡୋବାଙ୍କର ବିବାହ ପୌଷ ପୂର୍ଣ୍ଣିମା ଦିନ ସମ୍ପର୍ଣ୍ଣ ହୋଇଥିଲା । ଏହି ଦିବସରେ ସେଠାରେ ଦୁଇଟି ଶିବ ଲିଙ୍ଗ ପ୍ରକଟ ହୋଇଥିଲା । ପାଲିରେ ଏହି ଦିବସ ପାଳନ ନିମନ୍ତେ ବାର୍ଷିକ ମେଳା ପାଳନ କରାଯାଏ ।

ପୂଜା[ସମ୍ପାଦନା]

ଗୋଆର ମାର୍ଦୋଲ ମନ୍ଦିର

ସ୍ୱାଧୀନ ଭାବରେ ବା ଗ୍ରାମ ଦେବୀ ଭାବରେ ମହାଳସାଙ୍କର ପୂଜା କରାଯାଏ । ମହାରାଷ୍ଟ୍ରର ପଇଥାନ ଓ ନେବାସାରେ ତାଙ୍କର ମୂଖ୍ୟ ମନ୍ଦିର ଅଛି ଯାହାକୁ ମୋହିନୀରାଜ ମନ୍ଦିର କୁହାଯାଏ । [୨] ଗୋଆର ମାର୍ଦୋଲ ସ୍ଥାନରେ ତାଙ୍କର ମହାଳସା ନାରାୟଣୀ ମନ୍ଦିର ଅଛି । [୧][୩] କର୍ଣ୍ଣାଟକ, କେରଳ ଓ ଗୁଜରାଟରେ ମଧ୍ୟ ତାଙ୍କର ମନ୍ଦିର ଅଛି । [୪] ପଶ୍ଚିମ ଓ ଦକ୍ଷିଣ ଭାରତର ଅନେକ ସ୍ଥାନରେ ସେ କୁଳଦେବୀ ଭାବରେ ପୂଜା ପାଆନ୍ତି ଓ ଏହି ଗୋଷ୍ଠୀମାନଙ୍କର ନାମ ଯଥାକ୍ରମେ ଗୋଡ଼ ସାରସ୍ୱତ ବ୍ରାହ୍ମଣ, କରହଦ ବ୍ରାହ୍ମଣ, ଦେବଜ୍ଞା ବ୍ରହ୍ମଣ, ଭଣ୍ଡାରୀ ଓ ଶିମ୍ପି ଜାତିର ଲୋକ ।

ଆଧାର[ସମ୍ପାଦନା]

  1. ୧.୦ ୧.୧ Harsha V. Dehejia (1 January 1999). Parvati: Goddess of Love. Mapin Publishing Pvt Ltd. pp. 36–7. ISBN 978-81-85822-59-4.
  2. "NEVASA". Gazetteers Department, Maharashtra. Retrieved 5 February 2015.
  3. Dhere, R C. "Chapter 2: MHAALSA". Summary of Book "FOLK GOD OF THE SOUTH: KHANDOBA". R C Dhere. Retrieved 14 March 2010.
  4. NT Network (11 February 2010). "Music concert to be held at Mardol". Navhind Times. Retrieved 12 March 2010.[permanent dead link]