ମଲାଇକା ଅରୋରା

ଉଇକିପିଡ଼ିଆ‌ରୁ
ମଲାଇକା ଆରୋରା
ତାଇୱାନ ଏକ୍ସେଲେନ୍ସ କ୍ୟାମ୍ପେନରେ ମଲାଇକା
Born (1975-08-23) ୨୩ ଅଗଷ୍ଟ ୧୯୭୫ (ବୟସ ୪୮)
Nationalityଭାରତୀୟ
Occupation(s)ଅଭିନେତ୍ରୀ, ନର୍ତ୍ତକୀ, ମଡେଲ, ଦୂରଦର୍ଶନ ଉପସ୍ଥାପିକା
Years active୧୯୯୭–ଏବେଯାଏଁ
Spouse
ଅରବାଜ ଖାନ
(m. ୧୯୯୮; div. ପ୍ରକାଶନରେ ଅସୁବିଧା: ଅଜଣା ଚିହ୍ନ "୨" ।)
Childrenଅରହାନ ଖାନ (ଜନ୍ମ: ୨୦୦୨)
Relatives

ମଲାଇକା ଆରୋରା (ଜନ୍ମ: ୨୩ ଅଗଷ୍ଟ ୧୯୭୫)[୧] ଜଣେ ଭାରତୀୟ କଥାଚିତ୍ର ଅଭିନେତ୍ରୀ, ନର୍ତ୍ତକୀ, ମଡେଲ ଏବଂ ଦୂରଦର୍ଶନ ଉପସ୍ଥାପିକା ।[୨] ତାଙ୍କ ଲୋକପ୍ରିୟ ନୃତ୍ୟଗୁଡ଼ିକ ହେଲା: ୧୯୯୮ର ଚାଇୟା ଚାଇୟା, ଗୁର ନାଲୋ ଇସ୍କ ମିଠା, ୨୦୦୨ର ମାହି ବେ, ୨୦୦୫ର କାଲ୍ ଧମାଲ ଏବଂ ୨୦୧୦ର ମୁନି ବଦନାମ୍ ହୁଇ । ୨୦୦୮ରେ ସେ ତାଙ୍କ ପୂର୍ବତନ ପତି ଅରବାଜ ଖାନଙ୍କ ସ‌ହ ଚଳଚ୍ଚିତ୍ର ପ୍ରଯୋଜନା ଆରମ୍ଭ କରିଥିଲେ ।[୩] ତାଙ୍କ ପ୍ରଯୋଜନା ସଂସ୍ଥା ଦବଙ୍ଗ ଏବଂ ଦବଙ୍ଗ ୨ ଭଳି ସଫଳ ଚଳଚ୍ଚିତ୍ରମାନ ପ୍ରଯୋଜନା କରିଥିଲା ।[୪]

ପ୍ରାରମ୍ଭିକ ଜୀବନ[ସମ୍ପାଦନା]

ମଲାଇକା ୨୩ ଅଗଷ୍ଟ ୧୯୭୫ରେ ମହାରାଷ୍ଟ୍ରର ଥାନେଠାରେ ଜନ୍ମଗ୍ରହଣ କରିଥିଲେ । ସେ ୧୧ ବର୍ଷର ହୋଇଥିବା ବେଳେ ତାଙ୍କ ପିତାମାତାଙ୍କ ମଧ୍ୟରେ ବିବାହ ବିଚ୍ଛେ ହୋଇଥିଲା । ଏହାପରେ ସେ ଆଉ ତାଙ୍କ ଭଉଣୀ ତାଙ୍କ ମାଆଙ୍କ ସ‌ହ ଚେମ୍ବୁରକୁ ସ୍ଥାନାନ୍ତରିତ ହୋଇଯାଇଥିଲେ । ତାଙ୍କ ମାଆ ଜୟୋସ ପଲିକାର୍ପ ଜଣେ ମଲାୟଲମ ବାସିନ୍ଦା ଏବଂ ବାପା ଅନିଲ ଅରୋରା ଜଣେ ପଞ୍ଜାବୀ ଲୋକ ।[୫][୬][୭][୮]

ସେ ଚେମ୍ବୁରର ସ୍ୱାମୀ ବିବେକାନନ୍ଦ ସ୍କୁଲରୁ ଉଚ୍ଚ ବିଦ୍ୟାଳୟ ଶିକ୍ଷା ଶେଷ କରିଥିଲେ । ଏହି ବିଦ୍ୟାଳୟରେ ତାଙ୍କ ମାଉସୀ ଅଧକ୍ଷା ଥିଲେ । ସେ ମଡେଲିଂରେ ଯୋଗ ଦେବା ପୂର୍ବରୁ ଚେମ୍ବୁରର ବୋର୍ଲା ସୋସାଇଟିରେ ବାସ କରୁଥିଲେ ।[୯]

ଅଭିନୟ ଜୀବନ[ସମ୍ପାଦନା]

ମଲାଇକା ଆରୋରା (ବାମ) ତାଙ୍କ ଭଉଣୀ ଅମ୍ରିତାଙ୍କ ସ‌ହ ୨୦୧୨ରେ

ମଲାଇକା ଏମ୍‌ଟିଭି ଇଣ୍ଡିଆଦ୍ୱାରା ଏକ କାର୍ଯ୍ୟକ୍ରମ ଲଭ୍ ଲାଇନ୍ ଏବଂ ଷ୍ଟାଇଲ ଚେକ୍ କାର୍ଯ୍ୟକ୍ରମରେ କ୍ରାୟୁସ୍ ବ୍ରୋଅଚ୍‌ଙ୍କ ସ‌ହ ଜଣେ ସ‌ହ-ଉପସ୍ଥାପିକା ଭାବରେ ଉପସ୍ଥାପନା କରିଥିଲେ ।[୧୦] ଏହାପରେ ମଲାଇକା ମେଡେଲିଂରେ ଯୋଗ ଦେଇଥିଲେ ଏବଂ ବିଭିନ୍ନ ବିଜ୍ଞାପନ ଏବଂ ଆଲବମ୍ ଗୀତ ମାନଙ୍କରେ ଅଭିନୟ କରିଥିଲେ ।[୧୦]

୨୦୦୦ ମସିହାରେ ସେ ଅନେକ ଚଳଚ୍ଚିତ୍ରରେ ଆଇଟମ ନୃତ୍ୟ କରିବା ସ‌ହ କିଛି ଚଳଚ୍ଚିତ୍ରରେ ଅତିଥି କଳାକାର ଭାବରେ ଅଭିନୟ କରିଥିଲେ । ସେ ଇଏମ୍ଆଇ ଚଳଚ୍ଚିତ୍ରରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ଅଭିନୟ କରିଥିଲେ, ମାତ୍ର ଚଳଚ୍ଚିତ୍ରଟି ବ୍ୟବସାୟିକ କ୍ଷତି ସ‌ହିଥିଲା । ୨୦୧୦ରେ ସେ ତାଙ୍କର ପ୍ରଯୋଜିତ ଚଳଚ୍ଚିତ୍ର ଦବଙ୍ଗରେ ଏକ ଆଇଟମ୍ ନୃତ୍ୟ କରିଥିଲେ ।[୧୧] ୧୨ ମାର୍ଚ୍ଚ ୨୦୧୧ରେ ୧୨୩୫ଜଣ ସ‌ହଭାଗୀଙ୍କ ସ‌ହ ମଲାଇକା ମୁନି ବଦନାମ ହୁଇ ଗୀତରେ ନୃତ୍ୟ କରି ବିଶ୍ୱ ରେକର୍ଡ଼ ସ୍ଥାପନ କରିଥିଲେ ।[୧୨]

ସେ ୨୦୧୨ରେ ତାଇବାନରେ ଏକ ଜିନିଷର ବିଜ୍ଞାପନରେ କାମ କରିଥିଲେ ।[୧୩] ସେ ଡାବର ୩୦ ପ୍ଲସ୍‌ରେ ଭାଗନେଇଥିଲେ ।[୧୪] ସେ କ‌ହିଥିଲେ କି ତାଙ୍କୁ ଅଭିନୟ କରିବା ପସନ୍ଦ ନୁହେଁ ।[୧୫] ସେ ଅନେକ ମଞ୍ଚରେ ଅଭିନୟ ନୃତ୍ୟ କରିଛନ୍ତି ।[୧୬][୧୭]

୨୦୧୪ରେ ସେ ଫାରା ଖାନ୍‌ଙ୍କ ନିର୍ଦ୍ଦେଶିତ ଚଳଚ୍ଚିତ୍ର ହାପି ନିଉ ଇଅରରେ ଅତିଥି କଳାକାର ଭାବରେ ଅଭିନୟ କରିଥିଲେ ।[୧୮]

ଦୂରଦର୍ଶନ[ସମ୍ପାଦନା]

ମଲାଇକା ଦୂରଦର୍ଶନ ଷ୍ଟାର ୱାନରେ ପ୍ରସାରିତ କାର୍ଯ୍ୟକ୍ରମ ନାଚ ବଲିୟେରେ ତିନିଜଣ ବିଚାରକଙ୍କ ମଧ୍ୟରେ ଜଣେ ଥିଲେ । ସେ ଏହାର ପ୍ରଥମ ଏବଂ ୨ୟ ସଂସ୍କରଣର ବିଚାରିକା ଥିଲା ।[୨] ଏହି କାର୍ଯ୍ୟକ୍ରମରେ ସେ ଅନେକ ଆଇଟମ ଗୀତରେ ନୃତ୍ୟ କରିଥିଲେ । ଏହାପରେ ସେ ଷ୍ଟାର ୱାନ୍‌ରେ ପ୍ରସାରିତ ଜରା ନାଚ୍‌କେ ଦିଖା କାର୍ଯ୍ୟକ୍ରମରେ ମଧ୍ୟ ବିଚାରିକା ହୋଇଥିଲେ ।[୫] ୨୦୧୦ରେ ସେ ଝଲକ ଦିଖ୍‌ଲା ଜାର ବିଚାରିକା ଥିଲା ।[୧୯]

ମଲାଇକା ଇଣ୍ଡିଆଜ୍ ଗଟ୍ ଟ୍ୟାଲେଣ୍ଟ କାର୍ଯ୍ୟକ୍ରମର ୫ମ, ୬ଷ୍ଠ ଏବଂ ୭ମ ସଂସ୍କରଣର ବିଚାରିକା ରହିଛନ୍ତି ।[୨୦]

ବୈବାହିକ ଜୀବନ[ସମ୍ପାଦନା]

ମଲାଇକା ୧୯୯୮ ମସିହାରେ ହିନ୍ଦୀ କଥାଚିତ୍ର ଅଭିନେତା-ନିର୍ଦ୍ଦେଶକ-ପ୍ରଯୋଜକ ଅରବାଜ ଖାନଙ୍କୁ ବିବାହ କରିଥିଲେ । ମଲାଇକା ଅରବାଜଙ୍କୁ ଏକ କଫିର ବିଜ୍ଞାପନ ସୁଟିଂ ସମୟରେ ପ୍ରଥମେ ଭେଟିଥିଲେ ।[୩] ୨୮ ମାର୍ଚ୍ଚ ୨୦୧୬ରେ ଉଭୟ ଦମ୍ପତି ପରସ୍ପରଠାରୁ ଅଲଗା ହେବା କଥା ସମସ୍ତଙ୍କୁ ଜଣାଇଥିଲେ ।[୨୧][୨୨] ଏବଂ ପରେ ଉଭୟ ଉଭୟଙ୍କୁ ଛାଡ଼ପତ୍ର ଦେଇଥିଲେ ।[୨୩] ଉଭୟଙ୍କର ଏକ ପୁଅ ଅଛି ଅରହାନ, ଯେ କି ୯ ନଭେମ୍ବର ୨୦୦୨ରେ ଜନ୍ମଗ୍ରହଣ କରିଥିଲା ।[୨୪]

ଅଭିନୀତ କଥାଚିତ୍ର[ସମ୍ପାଦନା]

ଅଭିନେତ୍ରୀ ଭାବରେ[ସମ୍ପାଦନା]

  • ୧୯୯୮: ଦିଲ୍ ସେ
  • ୨୦୦୦: ବିଛୁ (ଅତିଥି କଳାକାର)
  • ୨୦୦୨: ମା ତୁଝେ ସଲାମ (ଅତିଥି କଳାକାର)
  • ୨୦୦୨: କାଣ୍ଟେ
  • ୨୦୦୭: ଓମ୍ ଶାନ୍ତି ଓମ୍ (ଅତିଥି କଳାକାର)
  • ୨୦୦୮: ଇଏମ୍ଆଇ
  • ୨୦୦୯: ହେଲୋ ଇଣ୍ଡିଆ (ଅତିଥି କଳାକାର)
  • ୨୦୧୦: ହାଉସ୍‌ଫୁଲ୍ (ଅତିଥି କଳାକାର)
  • ୨୦୧୨: ହାଉସ୍‌ଫୁଲ୍ ୨ (ଅତିଥି କଳାକାର)
  • ୨୦୧୪: ହାପି ନିଉ ଇଅର (ଅତିଥି କଳାକାର)

ପ୍ରଯୋଜିକା ଭାବରେ[ସମ୍ପାଦନା]

  • ୨୦୧୦: ଦବଙ୍ଗ[୨୫] [୨୬]
  • ୨୦୧୨: ଦବଙ୍ଗ ୨
  • ୨୦୧୫: ଡଲି କି ଡୋଲି

ନର୍ତ୍ତକୀ ଭାବରେ[ସମ୍ପାଦନା]

  • ୧୯୯୮: ଦିଲ୍ ସେ
  • ୧୯୯୯: ପ୍ୟାର କେ ଗୀତ୍
  • ୨୦୦୦: ବିଛୁ
  • ୨୦୦୧: ଇଣ୍ଡିଆନ
  • ୨୦୦୨: କାଣ୍ଟେ
  • ୨୦୦୫: କାଲ୍
  • ୨୦୦୭: ହୈ ବେବି
  • ୨୦୦୭: ଅତିଦି
  • ୨୦୦୭: ଓମ୍ ଶାନ୍ତି ଓମ୍
  • ୨୦୦୭: ୱେଲକମ୍
  • ୨୦୧୦: ପ୍ରେମ କା ଗେମ୍
  • ୨୦୧୦: ଦବଙ୍ଗ
  • ୨୦୧୨: ଗବର୍ ସିଂହ
  • ୨୦୧୨: ହାଉସ୍‌ଫୁଲ୍ ୨
  • ୨୦୧୨: ଦବଙ୍ଗ ୨
  • ୨୦୧୫: ଡଲି କି ଡୋଲି

ଦୂରଦର୍ଶନ[ସମ୍ପାଦନା]

  • ୨୦୦୫: ନାଚ ବଲିୟେ ୧ (ବିଚାରିକା)
  • ୨୦୦୬: ନାଚ ବଲିୟେ ୨ (ବିଚାରିକ)
  • ୨୦୦୮: ଜରା ନାଚ୍‌କେ ଦିଖା (ବିଚାରିକା)
  • ୨୦୦୮: ଧୁମ୍ ମଚା ଦେ (ଉପସ୍ଥାପିକା)
  • ୨୦୦୯: ପରଫେକ୍ଟ ବ୍ରାଇଡ୍ (ବିଚାରିକା)
  • ୨୦୧୦: ଝଲକ ଦିଖ୍‌ଲା ଜା ୪ (ବିଚାରିକା)
  • ୨୦୧୧: ନାଚ୍‌ଲେ ବେ ଉଇଥ୍ ସରୋଜ ଖାନ (ବିଚାରିକା)
  • ୨୦୧୪: ଇଣ୍ଡିଆଜ୍ ଗଟ୍ ଟ୍ୟାଲେଣ୍ଟ ୫ (ବିଚାରିକା)
  • ୨୦୧୫: ଇଣ୍ଡିଆଜ୍ ଗଟ୍ ଟ୍ୟାଲେଣ୍ଟ ୬ (ବିଚାରିକା)
  • ୨୦୧୫: ଝଲକ ଦିଖଲା ଜା ରିଲୋଡେଡ୍ (ବିଚାରିକା)
  • ୨୦୧୬: ଇଣ୍ଡିଆଜ୍ ଗଟ୍ ଟ୍ୟାଲେଣ୍ଟ ୭ (ବିଚାରିକା)
  • ୨୦୧୬: ସ୍ୱରାଗିଣୀ (ଅତି‌ଥି ବିଚାରିକା)

ଆଧାର[ସମ୍ପାଦନା]

  1. "Bollywood's item queen Malaika Arora turns 39". NDTV. 23 August 2012. Archived from the original on 13 September 2015. Retrieved 28 May 2017.
  2. ୨.୦ ୨.୧ "Malaika Arora – Biography". Yahoo! Movies. Retrieved 28 May 2017.
  3. ୩.୦ ୩.୧ http://www.hindustantimes.com/bollywood/malaika-arora-khan-arbaaz-khan-confirm-separation-read-their-statement/story-juNCJdjvd6odcZgBn95wYL.html
  4. ଇଣ୍ଟରନେଟ ମୁଭି ଡାଟାବେସରେ Dabangg
  5. ୫.୦ ୫.୧ "Malaika Arora Khan's Biography". Chakpak.com. Retrieved 28 May 2017.
  6. Chakraborty, Sumita. "Malaika Arora Khan – "I won't unnecessarily fool around with Salman, and nor are we on backslapping terms!"". Magna Magazines. Retrieved 28 May 2017.
  7. Arya, Reshma. "'I have special memories of Thane'". Daily News and Analysis. Retrieved 28 May 2017.
  8. Gupta, Priya (6 January 2015). "Malaika Arora Khan: Arbaaz is a complete reflection of his dad". The Times of India. Retrieved 28 May 2017.
  9. "Chembur will always be our home". Mid-Day. 16 June 2006. Retrieved 28 May 2017.
  10. ୧୦.୦ ୧୦.୧ "Malaika Arora – Biography". Netglimse.com. Archived from the original on 6 April 2010. Retrieved 28 May 2017.
  11. "Munnif Badnaam Hui., a big hit!". India Imagine. Archived from the original on 1 October 2010. Retrieved 28 May 2017.
  12. "Munni in Guinness Book of Records". The Times of India. 16 March 2011. Archived from the original on 19 October 2013. Retrieved 28 May 2017.
  13. "Malaika Arora Launches "Taiwan Excellence Campaign 2012"". Archived from the original on 10 May 2015. Retrieved 28 May 2017.
  14. "Times of India". Retrieved 28 May 2017.
  15. "times of india".
  16. "Bipasha Basu, Atif Aslam, Malaika Arora Khan to perform UK gigs". Retrieved 28 May 2017.
  17. "Special Report: Bollywood Showstoppers Press conference!". Retrieved 28 May 2017.
  18. "Malaika Arora Khan: "I am doing a cameo in Happy New Year"". Digital Spy. Retrieved 28 May 2017.
  19. "Still with the moves, Madhuri returns to TV". Indian Express. Retrieved 28 May 2017.
  20. Khan, Malaika. "Judging in TV show". Retrieved 28 May 2017.
  21. [୧]
  22. [୨]
  23. "ଆର୍କାଇଭ୍ କପି". Archived from the original on 2019-09-01. Retrieved 2017-05-28. {{cite web}}: Cite has empty unknown parameter: |1= (help)
  24. "MALAIKA ARORA KHAN". Movie Talkies. Archived from the original on 8 December 2014. Retrieved 28 May 2017.
  25. "Udaan, Dabangg top winners at Filmfare Awards — The Times of India". Timesofindia.indiatimes.com. 29 January 2011. Retrieved 28 May 2017.
  26. "Dabangg Wins National Award for Wholesome Entertainment — NDTV". Movies.ndtv.com. 19 May 2011. Archived from the original on 2 February 2014. Retrieved 28 May 2017.

ଅଧିକ ତ‌ଥ୍ୟ[ସମ୍ପାଦନା]