ମନସା

ଉଇକିପିଡ଼ିଆ‌ରୁ
ମନସା
ସାପ ଓ ବିଷର ଦେବୀ
Devanagariमनसा
Sanskrit TransliterationManasā
Bengali / Hajongমনসা / কাণি দেউও (Kānī Dīyāʊ)
Affiliationଦେବୀ, ନାଗ Nāga
ସ୍ୱାମୀ/ସ୍ତ୍ରୀଜରତ୍କାରୁ Jaratkaru
Mountସାପ, ହଂସ

ମନସା ବା ମନସା ଦେବୀ (ଇଂରାଜୀ ଭାଷାରେ Manasa, ବା Manasa Devi) ସାପମାନଙ୍କ ଏକ ହିନ୍ଦୁ ଦେବୀ ଯାହାଙ୍କୁ ମୁଖ୍ୟତଃ ପଶ୍ଚିମ ବଙ୍ଗ ଓ ଉତ୍ତର ପୂର୍ବ ଭାରତରେ ସାପ କାମୁଡ଼ା ଚିକିତ୍ସା, ଉର୍ବରତ୍ୱ ଓ ସମୃଦ୍ଧି ନିମନ୍ତେ ପୂଜା କରାଯାଏ । ସେ ଋଷି ଜରତ୍କାରୁଙ୍କ (Jaratkaru) ପତ୍ନୀ, ନାଗରାଜ ବାସୁକୀଙ୍କର (Vasuki) ଭଗିନୀ ଓ ଆସ୍ତିକଙ୍କର (Astika) ମାତା ଅଟନ୍ତି । [୧] ସେ ବିଷହର, ନିତ୍ୟ (ଚିରନ୍ତନ) ଓ ପଦ୍ମାବତୀ ନାମରେ ମଧ୍ୟ ଜଣାଶୁଣା । [୨]

ଶିବ ଓ ତାଙ୍କ ପତ୍ନୀ ପାର୍ବତୀଙ୍କର ସେ କନ୍ୟା ଓ ବାସୁକୀଙ୍କର ଭଗିନୀ ଅଟନ୍ତି । କେତେକ ପୁରାଣରେ ଶିବ ବଦଳରେ ଋଷି କଶ୍ୟପ ତାଙ୍କର ପିତା ଭାବରେ ଉଲ୍ଲେଖ ଅଛି । ମନସା ଅତି ଭକ୍ତପ୍ରିୟ କିନ୍ତୁ ତାଙ୍କୁ ପୂଜା ନ କରୁଥିବା ଲୋକଙ୍କ ପ୍ରତି ଅତି ନିଦାରୁଣ ।[୩] ସମ୍ପୁର୍ଣ୍ଣ ଦେବତ୍ୱ ପ୍ରାପ୍ତି ନହେବାରୁ ସେ ଦେବୀ ଭାବରେ ପୂଜ୍ୟ ହେବାକୁ ଓ ମାନବ ଭକ୍ତ ପାଇବାକୁ ଲକ୍ଷ ରଖିଥିଲେ । ନାଗଲକ୍ଷ୍ମୀ ଭାବରେ ମଧ୍ୟ ସେ ପରିଚିତା । [୪]

ମନସା ଓ ତାଙ୍କ କୋଳରେ ଆସ୍ତିକ, ଏହା ବିହାରରେ ଥିବା ଦଶମ ଶତାବ୍ଦୀର ଏକ ପଲା (Pala) ବ୍ରୋଞ୍ଜ ପ୍ରତିମା ।

ଉତ୍ପତ୍ତି[ସମ୍ପାଦନା]

ମନସାଙ୍କ ବିଷୟ ସର୍ବ ପ୍ରଥମେ ଅଥର୍ବଦେଦରେ ଉଲ୍ଲେଖ ହୋଇଥଲା ।[୫] ହିନ୍ଦୁ ଦେବୀ ଭାବରେ ମନସା, ଋଷି କଶ୍ୟପ (Kashyapa) ଓ କଦ୍ରୁଙ୍କର (Kadru)‌ କନ୍ୟା ଥିଲେ ଓ କଦ୍ରୁ ସମସ୍ତ ନାଗମାନଙ୍କ ମଧ୍ୟ ମାତା ଥିଲେ । ୧୪ଶ ଶତାବ୍ଦୀ ବେଳକୁ ସେ ଉର୍ବରତ୍ୱ ଓ ବିବାହ ସଂସ୍କାରର ସ‌ହିତ ସଂଲଗ୍ନ ଥିଲେ ଏବଂ ଶୈବ ଧର୍ମ ସ‌ହିତ ଜଡ଼ିତ ଥିଲେ । ଶିବ ବିଷ ପାନ କରିବା ପରେ ତାଙ୍କୁ ମନସା ରକ୍ଷା କରିଥିଲେ ବୋଲି ବର୍ଣ୍ଣନା କରାଯାଇଛି ଓ ସେଥିଯୋଗୁ ତାଙ୍କୁ 'ବିଷ ବିଦାୟୀ' ଭାବରେ ପୂଜା କରାଯାଉଛି । ତାଙ୍କର ଲୋକପ୍ରିୟତା ବୃଦ୍ଧି ପାଇ ଦକ୍ଷିଣ ଭାରତକୁ ବ୍ୟାପିଥିଲା । ଫଳରେ ସେ ଶିବଙ୍କର କନ୍ୟା ଭାବରେ କାହାଣୀ ବ୍ୟାପିଥିଲା ଓ ତାଙ୍କୁ ମୂଳ ଦେବୀ ଭାବରେ ହିନ୍ଦୁ ମତର ବ୍ରାହ୍ମଣମାନେ ଗ୍ରହଣ କରିଥିଲେ ।[୬]

ପ୍ରତିମା ବିଦ୍ୟା[ସମ୍ପାଦନା]

ମନସାଙ୍କୁ ସାପମାନଙ୍କ ସାଥିରେ ଥିବା ଏକ ମହିଳା ଭାବରେ ବର୍ଣ୍ଣନା କରାଯାଏ ଯାହାଙ୍କ ଚାରିପାଖରେ ସାପ ଓ ପଦ୍ମ ଉପରେ ବା ସାପ ଉପରେ ଠିଆ ହୋଇଥିବା ଚିତ୍ର ଦେଖିବାକୁ ମିଳେ । ଅନେକ ଗୁଡ଼ିଏ ସାପ ଫଣା ଟେକି ତାଙ୍କ ମଥା ଉପରେ ରହିଥିବା ଦେଖାଯାଏ । ତାଙ୍କ କୋଳରେ ଗୋଟିଏ ଶିଶୁ ଶୋଇଥିବା ମଧ୍ୟ ଦେଖାଯାଏ । ସେହି ଶିଶୁଟି ତାଙ୍କର ନିଜ ସନ୍ତାନ ଆସ୍ତିକ (Astika) ହୋଇଥିବା ବିଶ୍ୱାସ କରାଯାଏ ।[୧][୭] ତାଙ୍କୁ ଏକ ଆଖିଆ ଦେବୀ ମଧ୍ୟ କୁହାଯାଏ । ଉତ୍ତର ପୂର୍ବ ଭାରତରେ ବାସ କରୁଥିବା ହାଜୋଙ୍ଗ (Hajong) ଜାତିର ଲୋକମାନେ ତାଙ୍କୁ କାଣୀ ଦେବୀ କ‌ହନ୍ତି ।

କିମ୍ବଦନ୍ତୀ[ସମ୍ପାଦନା]

ମହାଭାରତ[ସମ୍ପାଦନା]

ମହାଭାରତରେ ମନସାଙ୍କର ବିବାହ ଉପାଖ୍ୟାନ ଲେଖା ଅଛି । ଋଷି ଜଗତକାରୁ ତପସ୍ୟା କରିବା ନିମନ୍ତେ ବିବାହରୁ ଦୂରରେ ରହିବାକୁ ସ୍ଥିର କରିଥିଲେ । ଏକଦା ଗୋଟିଏ ସ୍ଥାନରେ ଦଳେ ଲୋକ ଗୋଡ଼ ଉପରକୁ ଓ ମୁଣ୍ଡ ତଳକୁ ଥାଇ ଗୋଟିଏ ଗଛରୁ ଝୁଲୁଥିବାର ଦେଖିଲେ । ସେମାନେ ତାଙ୍କର ପୂର୍ବପୁରୁଷ ଥିଲେ ଓ ତାଙ୍କର ପିଲାମାନେ ଏମାନଙ୍କର ମୃତ୍ୟୁ ପରେ ସଠିକ୍ କ୍ରିୟା କର୍ମ ନ କରିଥିବାରୁ ଏହିପରି ଅବସ୍ଥା ଭୋଗୁଥିଲେ । ଜଗତକାରୁଙ୍କୁ ସେମାନେ ବିବାହ କରି ଗୋଟିଏ ପୁତ୍ର ଜାତ କରିବାକୁ ଉପଦେଶ ଦେଲେ ଓ ସେହି ପୁତ୍ର କ୍ରିୟା କର୍ମ କଲେ ଏମାନେ ମୁକ୍ତି ପାଇପାରିବେ ବୋଲି କ‌ହିଲେ । ଏକଥା ଶୁଣି ବାସୁକୀ ନିଜ କନ୍ୟା ମନସାଙ୍କର ବିବାହ ଜଗତକାରୁଙ୍କ ସ‌ହିତ କରିଦେଲେ । ମନସାଙ୍କର ଗୋଟିଏ ପୁତ୍ର ଜାତ ହେଲା ଯାହାର ନାମ ଆସ୍ତିକ (Astīka) ରଖାଗଲା ଓ ଏହା ଫଳରେ ପୂର୍ବପୁରୁଷମାନେ ଦଣ୍ଡମୁକ୍ତ ହୋଇଥିଲେ । ସର୍ପ ଯଜ୍ଞ କରି ସେହି ଯଜ୍ଞ ଅନଳରେ ସମସ୍ତ ସର୍ପଜାତିଙ୍କୁ ପକେଇ ବିନାଶ କରିବାକୁ ଯାଉଥିବା ଜନ୍ମେଜୟଙ୍କଠାରୁ (Janamejaya) ସାପମାନଙ୍କୁ ଆସ୍ତିକ ରକ୍ଷା କରିଥିଲେ । [୮]

ଆଧାର[ସମ୍ପାଦନା]

  1. ୧.୦ ୧.୧ Wilkins p.395
  2. Dowson, John (2003). Classical Dictionary of Hindu Mythology and Religion, Geography, History. Kessinger Publishing. p. 196. ISBN 0-7661-7589-8.
  3. McDaniel p.148
  4. Radice, William (2001). Myths and Legends of India. Viking Penguin Books Ltd. pp. 130–8. ISBN 978-0-670-04937-0.
  5. Dimock, Edward C. (1962). "The Goddess of Snakes in Medieval Bengali Literature". History of Religions. 1 (2): 307–321. doi:10.1086/462451. JSTOR 1062059.
  6. Tate, Karen (2005). Sacred Places of Goddess: 108 Destinations. CCC Publishing. p. 194. ISBN 1888729112.
  7. Chaplin, Dorothea (2007). Mythlogical Bonds Between East and West. READ BOOKS. p. 28. ISBN 9781406739862.
  8. Wilkins p.396