ଭରତେନ୍ଦ୍ର ଶେଖର ଦେଓ
ଦେଖଣା
ଭରତେନ୍ଦ୍ର ଶେଖର ଦେଓ | |
---|---|
ବିଧାୟକ: ୯ମ, ୧୦ମ ଓଡ଼ିଶା ବିଧାନ ସଭା | |
କାର୍ଯ୍ୟକାଳ ୧୯୮୫ – ୧ ସେପ୍ଟେମ୍ବର ୧୯୯୪ | |
ପୂର୍ବ ଅଧିକାରୀ | ହରିହର ପଟେଲ |
ପର ଅଧିକାରୀ | କିଶୋର ଚନ୍ଦ୍ର ପଟେଲ |
ନିର୍ବାଚନ ମଣ୍ଡଳୀ | ସୁନ୍ଦରଗଡ଼ |
ବ୍ୟକ୍ତିଗତ ସବିଶେଷ | |
ଜନ୍ମ | ୪ ସେପ୍ଟେମ୍ବର ୧୯୫୭ |
ମୃତ୍ୟୁ | ୧ ସେପ୍ଟେମ୍ବର ୧୯୯୪ | (ବୟସ ୩୬)
ନାଗରିକତା | ଭାରତୀୟ |
ଜାତୀୟତା | ଭାରତୀୟ |
ରାଜନୀତିକ ଦଳ | ଜନତା ଦଳ |
ଅନ୍ୟାନ୍ୟ ରାଜନୀତିକ ସମ୍ବନ୍ଧ | ଜନତା ପାର୍ଟି |
ଜୀବନ ସାଥୀ | ପଦ୍ମିନୀ ଶେଖରେ ଦେଓ |
ବୃତ୍ତି | ରାଜନୀତିଜ୍ଞ |
ଭରତେନ୍ଦ୍ର ଶେଖର ଦେଓ (୪ ସେପ୍ଟେମ୍ବର ୧୯୫୭ - ୧ ସେପ୍ଟେମ୍ବର ୧୯୯୪) ଜଣେ ଓଡ଼ିଆ ରାଜନୀତିଜ୍ଞ ଥିଲେ । ସେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ ଦୁଇଥର କାର୍ଯ୍ୟ କରିଥିଲେ । ୧୯୮୫ ଓ ୧୯୯୦ ମସିହାରେ ହୋଇଥିବା ଓଡ଼ିଶା ବିଧାନ ସଭା ନିର୍ବାଚନରେ ସେ ସୁନ୍ଦରଗଡ଼ ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ଯଥାକ୍ରମେ ୯ମ ଓ ୧୦ମ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ।
ଜନ୍ମ, ପରିବାର ଓ ଶିକ୍ଷା
[ସମ୍ପାଦନା]ଭରତେନ୍ଦ୍ର ଶେଖର ଦେଓ ୧୯୫୭ ମସିହାର ସେପ୍ଟେମ୍ବର ୪ ତାରିଖରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ପତ୍ନୀଙ୍କ ନାମ ପଦ୍ମିନୀ ଶେଖରେ ଦେଓ ।[୧]
ରାଜନୈତିକ ଜୀବନ
[ସମ୍ପାଦନା]ଭରତେନ୍ଦ୍ର ଶେଖର ଦେଓ ଓଡ଼ିଶା ରାଜନୀତିରେ ପ୍ରଥମେ ଜନତା ପାର୍ଟିରେ ଏବଂ ପରେ ଜନତା ଦଳର କର୍ମୀ ଭାବରେ କାର୍ଯ୍ୟ କରୁଥିଲେ । ସେ ଓଡ଼ିଶା ବିଧାନ ସଭାର ଜଣେ ବିଧାୟକ ଭାବରେ ଦୁଇଥର କାର୍ଯ୍ୟ କରିଥିଲେ ।[୧]
ମୃତ୍ୟୁ
[ସମ୍ପାଦନା]ଭରତେନ୍ଦ୍ର ଶେଖର ଦେଓ ୧୯୯୪ ମସିହାର ସେପ୍ଟେମ୍ବର ୧ ତାରିଖରେ ୩୬ ବର୍ଷ ବୟସରେ ମୃତ୍ୟୁବରଣ କରିଥିଲେ ।[୧]
ଆଧାର
[ସମ୍ପାଦନା]- ↑ ୧.୦ ୧.୧ ୧.୨ "Shri Bharatendra Sekhar Deo". odishaassembly.nic.in. Odisha Assembly. Retrieved 2 July 2021.