ଭଗତ ସିଂହ
ଭଗତ ସିଂହ | |
---|---|
ଜନ୍ମ | ୨୭ ବା ୨୮ ସେପ୍ଟେମ୍ବର ୧୯୦୭ [a] |
ମୃତ୍ୟୁ | ୨୩ ମାର୍ଚ୍ଚ ୧୯୩୧ | (ବୟସ ୨୩)
(s) | ନୌଜବାନ ଭାରତ ସଭା ହିନ୍ଦୁସ୍ତାନ ସୋସିଆଲିଷ୍ଟ ରିପବ୍ଲିକାନ ଆସୋସିଏସନ୍ କୀର୍ତ୍ତି କିଷାନ ପାର୍ଟି |
ଆନ୍ଦୋଳନ | ଭାରତର ସ୍ୱାଧୀନତା ଆନ୍ଦୋଳନ |
ଭଗତ ସିଂହ (IPA: [pə̀ɡət̪ sɪ́ŋɡ] (listen) 1907[a]ଙ୍କ ଜନ୍ମଦିନକୁ ନେଇ ବିବାଦ ଦେଖାଦିଏ. ସାଧାରଣତଃ ଧରାଯାଏ ତାଙ୍କର ଜନ୍ମ ପଞ୍ଜାବ ରାଜ୍ୟରେ (ବର୍ତ୍ତମାନ ପାକିସ୍ତାନରେ ଅବସ୍ଥିତ)୨୭[୧] ବା ୨୮[୨] ସେପ୍ଟେମ୍ବର ୧୯୦୭, କେତେଜଣ ବିଶ୍ୱାସ କରନ୍ତି ଯେ ଏହା ୧୯ ଅକ୍ଟୋବର ୧୯୦୭ ଏକ ଶିଖ ପରିବାରରେ ହୋଇଥିଲା । ଭଗତ ସିଂହ ୧୩ ବର୍ଷ ବୟସରେ ପାଠପଢ଼ା ଛାଡ଼ି ଭାରତର ସ୍ୱାଧୀନତା ସଂଗ୍ରାମରେ ନିଜର ଜୀବନ ଉତ୍ସର୍ଗ କରିଦେଇଥିଲେ ।
ପ୍ରାରମ୍ଭିକ ଜୀବନ
[ସମ୍ପାଦନା]ଭଗତ ସିଂହ କିଷନ ସିଂହ ଏବଂ ବିଦ୍ୟାବତୀଙ୍କର ଔରସରୁ ଜନ୍ମ ନେଇଥିବା ଦ୍ୱିତୀୟ ସନ୍ତାନ ଥିଲେ । ତାଙ୍କର ଜନ୍ମ ବେଳେ ତାଙ୍କର ବାପା ରାଜନୈତକ କାରଣରୁ କାରାଗାରରେ ଥିଲେ ।[୩] ଯେବେ ଭଗତ ସିଂହଙ୍କୁ ୧୩ ବର୍ଷ ହେଲା ସେ ତାଙ୍କର ପରିବାରର ସ୍ୱାଧୀନତା ସଂଗ୍ରାମ ବିଷୟରେ ଭଲଭାବରେ ଜ୍ଞାତ ହୋଇସାରିଥିଲେ । ୧୯୧୯ ମସିହାରେ ତାଙ୍କୁ ଯେବେ ୧୨ ବର୍ଷ ବୟସ ହୋଇଥିଲା ସେ ଜାଲିଆନାୱାଲା ବାଗ୍ ହତ୍ୟାକାଣ୍ଡର କିଛି ଘଣ୍ଟା ପରେ ଦେଖିବାକୁ ଯାଇଥିଲେ ।
ତାଙ୍କର ପିତା କିଷନ, ମହାତ୍ମା ଗାନ୍ଧୀଙ୍କର ସମର୍ଥନବାଦୀ ଥିଲେ । ଯେବେ ଗାନ୍ଧିଜୀ ସରକାରଙ୍କର ସଂସ୍ଥାଗୁଡ଼ିକୁ ଛାଡିବା ନିମିତ୍ତ ଡାକରା ଦେଇଥିଲେ ସେବେ ଭଗତ ସିଂହ ତାଙ୍କର ବିଦ୍ୟାଳୟ, ନ୍ୟାସନାଲ କଲେଜ ଅଫ ଲାହୋର (ଯେଉଁଠାରେ ସେ ଇଉରୋପରେ ହୋଇଥିବା ସଂଗ୍ରାମ ବିଷୟରେ ପଢୁଥିଲେ) ପରିତ୍ୟାଗ କରିଦେଇଥିଲେ ।[୩] ସମୟାନୁକ୍ରମେ ସେ ଗାନ୍ଧୀଜୀଙ୍କର ଅହିଂସା ନୀତିରୁ ଓହରିଯାଇ ହିଂସା ଏବଂ ବନ୍ଧୁକ ମୁନରେ ହିଁ କେବଳ ରାଜନୈତିକ ସ୍ୱାଧୀନତା ମିଳିବବୋଲି ବିଶ୍ୱାସ ରଖିଥିଲେ ।
ଯୌବନ ସମୟ
[ସମ୍ପାଦନା]୧୯୨୬ ମସିହା ମାର୍ଚ୍ଚ ମାସରେ ଭଗତ ସିଂହ ନବ ଯୌବନ ଭାରତ ସଭା ନାମକ ଏକ ସଂସ୍ଥା ସ୍ଥାପନ କରିଥିଲେ ।[୪] ପରେ ସେ ହିନ୍ଦୁସ୍ଥାନ ରିପବ୍ଲିକାନ ଆସୋସିଏସନରେ ଅଂଶଗ୍ରହଣ କରିଥିଲେ । ଗୋଟିଏ ବର୍ଷପରେ ତାଙ୍କର ପିତାମାତା ତାଙ୍କର ବାହାଘର କରାଇବାକୁ ଚାଁହୁଥିଲେ, ହେଲେ ସେ ଘର ଛାଡି ପଳାଇଥିଲେ ଏବଂ ପଛରେ ଏକ ଚିଠି ଛାଡି ଦେଇଥିଲେ । ସେଥିରେ ଏହା ଲେଖା ହୋଇଥିଲା ।
"ମୋର ଜୀବନକୁ ମୁଁ ଏକ ମହାନତମ କାମରେ ଉତ୍ସର୍ଗ କରିସାରିଛି, ତାହା ହେଉଛି ଦେଶର ସ୍ୱାଧୀନତା । ସେଥିପାଇଁ କୌଣସି ଇଛା ବା ଆରାମ ମୋତେ ପ୍ରଲୋଭିତ କରିପାରିବ ନାହିଁ ।..."[୫]
ମଇ ମାସ ୧୯୨୭ ମସିହାରେ ତାଙ୍କୁ ପୋଲିସ ପ୍ରଥମଥର ବନ୍ଦୀକରି ନେଇଯାଇଥିଲା ।
ସଂଗ୍ରାମୀ ଜୀବନ
[ସମ୍ପାଦନା]ଲାଲା ଲଜପତ ରାୟଙ୍କ ମୃତ୍ୟୁ ଏବଂ ସନ୍ଦର୍ଶଙ୍କ ହତ୍ୟା
[ସମ୍ପାଦନା]୧୯୨୮ ମସିହାରେ ବ୍ରିଟିଶ ସରକାର ଭାରତରେ ହେଉଥିବା ରାଜନୈତିକ ବାତାବରଣର ଯାଞ୍ଚ ପରଖ କରିବା ନିମିତ୍ତ ସାଇମନ କମିଶନ ନାମକ ଏକ ଦଳକୁ ଭାରତ ପଠାଇଥିଲେ । କେତେକ ରାଜନୈତିକ ଦଳଗୁଡିକ ଏହି କମିଶନରେ କେହି ଭାରତୀୟ ନଥିବାରୁ ଏହାର ବହିଷ୍କାର କରିଥିଲେ । ଦେଶସାରା ଏହି କମିଶନର ପରିଭ୍ରମଣ ନିମିତ୍ତ ତୀବ୍ର ବିରୋଧ ଏବଂ ଆନ୍ଦୋଳନ କରାଯାଇଥିଲା । ୩୦ ଅକ୍ଟୋବର ୧୯୨୮ରେ ଯେବେ ଏହି କମିଶନ ଲାହୋର ପରିଭ୍ରମଣରେ ଆସିଥିଲେ ଲାଲା ଲଜପତ ରାୟ ଏହା ବିରୁଦ୍ଧରେ ଏକ ଆନ୍ଦୋଳନ କରିଥିଲେ । ପୋଲିସ ଆନ୍ଦୋଳନକୁ ପ୍ରଶମିତ କରିବାକୁ ଚେଷ୍ଟା କରିଥିଲେ ଯାହାକି ପରେ ବଢିଯାଇ ହିଂସାର ରୂପ ଧାରଣ କରିଥିଲା । ଉପସ୍ଥିତ ପୋଲିସ ସୁପରିଟେଣ୍ଡେଣ୍ଟ ଜେମ୍ସ ଏ. ସ୍କଟ ଲାଠି ଚାଳନାର ଆଦେଶ ଦେଇଥିଲେ, ଏବଂ ନିଜେ ଲାଲାଜୀଙ୍କୁ ଲାଠିରେ ମାରି ଗୁରୁତର ଆହତ କରିଦେଇଥିଲେ । ୧୭ ନଭେମ୍ବର ୧୯୨୮ରେ ଲାଲାଜୀଙ୍କର ହୃଦଘାତରେ ଦେହାନ୍ତ ହୋଇଥିଲା । ଡାକ୍ତରମାନେ କହିଲେକି ଆଘାତ ଯୋଗୁଁ ତାଙ୍କର ଶରୀରର ଅବସ୍ଥା ସଙ୍କଟାପର୍ଣ୍ଣ ହୋଇଥିଲା । ପରେ ଯେବେ ବ୍ରିଟିଶ ପାର୍ଲିଆମେଣ୍ଟରେ ଏହି ପ୍ରସଙ୍ଗଟିର ଆଲୋଚନା ପଡ଼ିଲା, ଏଥିରେ ବ୍ରିଟିଶ ସରକାରର କିଛି ହାତ ନାହିଁ କହି ଏହି ପ୍ରସଙ୍ଗଟି ଏଡ଼ାଇ ଦିଆଗଲା ।
ଭଗତ ସିଂହ ଲାଲାଜୀ ଥିବା ଏହି ହିନ୍ଦୁସ୍ଥାନ ରିପବ୍ଲିକାନ ଆସୋସିଏସନର ଜଣେ ପ୍ରମୁଖ ସଦସ୍ୟ ଥିଲେ ଏବଂ ବିଶ୍ୱାସ କରାଯାଏକି ଏହାର ନାମ ପରିବର୍ତ୍ତନରେ (ହିନ୍ଦୁସ୍ଥାନ ରିପବ୍ଲିକାନ ଆସୋସିଏସନର ନାମ ହିନ୍ଦୁସ୍ଥାନ ସୋସିଆଲିଷ୍ଟ ରିପବ୍ଲିକାନ ଆସୋସିଏସନ ହୋଇଥିଲା ) ତାଙ୍କର ହାତ ଅଛି । ଏହି ହିନ୍ଦୁସ୍ଥାନ ସୋସିଆଲିଷ୍ଟ ରିପବ୍ଲିକାନ ଆସୋସିଏସନ ଲାଲାଜୀଙ୍କର ବଳିଦାନର ପ୍ରତିଶୋଧ ନେବାକୁ ପ୍ରତିଜ୍ଞା ନେଲା । ଭଗତ ସିଂହ ଶିଭରାମ ରାଜଗୁରୁ, ଶୁଖଦେବ ଠାପର ଏବଂ ଚନ୍ଦ୍ରଶେଖର ଆଜାଦଙ୍କ ସହ ମିଶି ଜେମ୍ସ ଏ. ସ୍କଟଙ୍କୁ ମାରିବାର ବନ୍ଦୋବସ୍ଥ କଲେ । କିନ୍ତୁ ଭୁଲବଶତଃ ସ୍କଟଙ୍କ ସ୍ଥାନରେ ଜନ ପି. ସନ୍ଦର୍ଶ ନାମକ ଏକ ଆସିଷ୍ଟାଣ୍ଟ ସୁପରିଟେଣ୍ଡେଣ୍ଟ ଅଫ ପୋଲିସଙ୍କୁ ମାରିଦେଲେ । ଏହି ହତ୍ୟା ପରେ ସମାଜର ବିଭିନ୍ନ ବର୍ଗରୁ ନିନ୍ଦା ହେଲା । ମହାତ୍ମା ଗାନ୍ଧୀ ଏହାର ତୀବ୍ର ନିନ୍ଦା କରିଥିଲେ ।
ଖସିଯିବା
[ସମ୍ପାଦନା]ସନ୍ଦର୍ଶଙ୍କୁ ହତ୍ୟା କରିବା ପରେ ଦଳଟି ଡି.ଏ.ଭି. କଲେଜର ଗେଟ ଦେଇ ବାହାରକୁ ଖସିଗଲେ । ଚରଣ ସିଂହ, ଯିଏ ସେମାନଙ୍କର ପିଛା କରୁଥିଲେ, ଚନ୍ଦ୍ରଶେଖର ଆଜାଦଙ୍କର ଗୁଳିରେ ଗୁରୁତର ଆହତ ହୋଇଥିଲେ । ପୋଲିସ ସେମାନଙ୍କୁ ଧରିବା ନିମିତ୍ତ ଏକ ବିରାଟ ଖୋଜିବା ଦଳ ଗଠନ କରିଥିଲା । ଶୁଖଦେବ, ଭଗବତୀ ଚରଣ ଭୋରାଙ୍କର (ହିନ୍ଦୁସ୍ଥାନ ସୋସିଆଲିଷ୍ଟ ରିପବ୍ଲିକାନ ଆସୋସିଏସନ ସଦସ୍ୟ ) ପତ୍ନୀ ଦୁର୍ଗାବତୀ ଦେବୀଙ୍କର ସାହାଯ୍ୟ ଲୋଡ଼ିଲେ । ସେମାନେ ପରଦିନ ଭୋରୁ ଭୋରୁ ଲାହୋରରୁ ବଥିଣ୍ଡା ଦେଇ ହାଓଡ଼ା ଯାଉଥିବା ଟ୍ରେନରେ ପଳେଇବାକୁ ନିଷ୍ପତି ନେଲେ ।
ଭଗତ ସିଂହ ଏବଂ ରାଜଗୁରୁ ଉଭୟେ ଗୁଳିଭର୍ତ୍ତି ରିଭଲଭର ଧରି ପରଦିନ ସକାଳୁ ବାହାରିପଡିଲେ । ସିଂହ ତାଙ୍କର ଶିଖ ବାଳ ଏବଂ ଦାଢ଼ି କାଟି, ଏକ କଣୁଆ ହ୍ୟାଟ ସହ ପାଶ୍ଚାତ୍ୟ ବେଶଭୂଷାରେ ଥିଲେ, ସାଥିରେ ଦୁର୍ଗାବତୀ ଦେବୀ ତାଙ୍କର ଶୋଇଥିବା ଶିଶୁକୁ ଧରିଥିଲେ । ଉଭୟେ ନବ ବିବାହିତା ଦମ୍ପତି ଭଳି ଥିଲେ, ରାଜଗୁରୁ ତାଙ୍କର ଚାକର ଭଳି ବେଶରେ ସେମାନଙ୍କର ଜିନିଷପତ୍ର ବୋହିଥିଲେ । ସେମାନେ କାନପୁର ଯିବାକୁ ଥିବା ରେଳଗାଡ଼ିରେ ଚଢ଼ିଥିଲେ । କାନପୁରରେ ଓଲ୍ହାଇ ସେମାନେ ଲକ୍ଷ୍ନୋ ଯିବା ନିମିତ୍ତ ରେଳରେ ଯାଇଥିଲେ । କାରଣ ସି ଆଇ ଡି ହାଓଡ଼ାରେ ଲାହୋରରୁ ସିଧା ସେଠାକୁ ଯାଉଥିବା ରେଳଗାଡିରେ ଥିବା ଯାତ୍ରୀମାନଙ୍କର ଯାଞ୍ଚ ପରଖ କରୁଥାନ୍ତି । ଲକ୍ଷ୍ନୋରେ ରାଜଗୁରୁ ଅଲଗା ବାରଣାସୀ ଚାଲିଗଲେ, ଅନ୍ୟପକ୍ଷରେ ଏହି ନବ ଦମ୍ପତି ବେଶଭୁଷାଳି ଏବଂ ତାଙ୍କର ସନ୍ତାନ ହାଓଡ଼ା ଗଲେ । ସିଂହଙ୍କ ଛଡ଼ା ବାକି ସମସ୍ତେ କିଛି ଦିନପରେ ପୁଣି ଲାହୋର ଫେରିଗଲେ ।[୬]
ମୃତ୍ୟୁ
[ସମ୍ପାଦନା]୭ ଅକ୍ଟୋବର ୧୯୩୦ ମସିହାରେ ବ୍ରିଟିଶ ସରକାର ଭଗତ ସିଂହ, ସୁଖଦେବ ଏବଂ ରାଜଗୁରୁଙ୍କୁ ସନ୍ଦର୍ଶଙ୍କ ହତ୍ୟା ଅଭିଯୋଗରେ ଫାଶୀ ଦଣ୍ଡ ଦେଇଥିଲେ । ୨୩ ମାର୍ଚ୍ଚ ୧୯୩୧ରେ ଦେଶ ପାଇଁ ଲଢ଼ି ମାତ୍ର ୨୩ ବର୍ଷ ବୟସରେ ହସି ହସି ଫାଶୀ ଖୁଣ୍ଟିରେ ଝୁଲିପଡିଲେ ।
ଆଦର୍ଶ ଏବଂ ବିଚାରଧାରା
[ସମ୍ପାଦନା]ଭଗତ ସିଂହଙ୍କର ଆଦର୍ଶ ଥିଲେ କର୍ତ୍ତାର ସିଂହ ସରାଭା, ଯିଏକି ଗର୍ଦାର ପାର୍ଟିର ପ୍ରତିଷ୍ଠାତା ଥିଲେ । ସେ ବିପ୍ଳବବାଦ ଏବଂ ସାମ୍ୟବାଦ ଆଡ଼କୁ ଆକୃଷ୍ଟ ଥିଲେ । ସେ ବହୁମାତ୍ରାରେ ପୁସ୍ତକ ପଢୁଥିଲେ । ସେ ହିନ୍ଦୁ-ମୁସଲମାନ ଭେଦଭାବ ଦେଖି ଧର୍ମ ଉପରେ ଆଙ୍ଗୁଠି ଉଠାଇଥିଲେ । ପରେ ସେ ନାସ୍ତିବାଦ ଉପରେ ବିଶ୍ୱାସ କରୁଥିଲେ । ସେ ବିଶ୍ୱାସ ରଖୁଥିଲେ କି ଗୋଟିଏ ମନୁଷ୍ୟ ବା ଲକ୍ଷ୍ୟ ଲକ୍ଷ୍ୟ ମନୁଷ୍ୟଙ୍କୁ ମାରିଦେବା ସହଜ କିନ୍ତୁ ଏକ ଚିନ୍ତାଧାରା ବା ବିଚାରକୁ ମାରିବା ଅସମ୍ଭବ ।
ଆଧୁନିକ ଭାରତ
[ସମ୍ପାଦନା]ଭାରତର ଯୁବ ପିଢ଼ି ଆଜି ମଧ୍ୟ ଭଗତ ସିଂହଙ୍କଠାରୁ ଅନେକ ପ୍ରେରଣା ଲାଭ କରନ୍ତି । ସେ ୨୦୦୮ରେ ଇଣ୍ଡିଆ ଟୁଡେ ମାଗାଜିନଦ୍ୱାରା ହୋଇଥିବା ମାତାମତରେ "ଶ୍ରେଷ୍ଠ ଭାରତୀୟ" ଉପାଧି ଦୌଡରେ ସୁଭାଷ ଚନ୍ଦ୍ର ବୋଷ ଏବଂ ମହାତ୍ମା ଗାନ୍ଧୀଙ୍କୁ ପଛରେ ପକାଇ ଦେଇଥିଲେ ।[୭] ଅନେକ ଗୁଡିଏ ଚଳଚ୍ଚିତ୍ର ସିଂହଙ୍କ ଉପରେ ହୋଇସାରିଛି ।
ଆଧାର
[ସମ୍ପାଦନା]- ↑ "Bhagat Singh". Encyclopedia Britannica. Archived from the original on 30 September 2015.
- ↑ "Bhagat Singh's sister passes away on his 107th birthday". The Times of India. Archived from the original on 30 September 2015.
- ↑ ୩.୦ ୩.୧ https://www.biography.com/people/bhagat-singh
- ↑ http://www.isca.in/IJSS/Archive/v3/i2/8.ISCA-IRJSS-2013-193.pdf
- ↑ https://web.archive.org/web/20150930145024/http://www.tribuneindia.com/2011/20110323/main6.htm
- ↑ https://books.google.co.in/books?id=PEwJQ6_eTEUC&redir_esc=y
- ↑ https://web.archive.org/web/20151001152706/http://indiatoday.intoday.in/story/60%2Bgreatest%2BIndians/1/6964.html