ବ୍ୟାକ୍ଟେରୁରିଆ

ଉଇକିପିଡ଼ିଆ‌ରୁ
ବ୍ୟାକ୍ଟେରୁରିଆ (Bacteriuria)
Bacteruria
ମୂତ୍ରନଳୀ ସଂକ୍ରମଣ ରୋଗ (urinary tract infection) ହୋଇଥିବା ଏକ ଲୋକର ପରିସ୍ରାକୁ ଅଣୂବୀକ୍ଷଣ ଯନ୍ତ୍ରରେ ପରୀକ୍ଷା କଲାବେଳେ ବଡ଼ ଶ୍ୱେତ ରକ୍ତ କଣିକାମାନଙ୍କ (white blood cell) ମଝିରେ ରଡ଼ ଆକାରରେ ବ୍ୟାକ୍ଟେରିଆ ଥିବା ଦେଖାଯାଉଛି ।
ବିଭାଗଆଶୁ ଚିକିତ୍ସା (Emergency medicine), ସଂକ୍ରମକ ରୋଗ (infectious disease)
ରୋଗ ନିର୍ଣ୍ଣୟ ପଦ୍ଧତିପରିସ୍ରା ବିଶ୍ଳଷଣ (Urinalysis), ପରିସ୍ରା କଲଚର (urine culture)[୧]
ସଠିକ ରୋଗ ନିର୍ଣ୍ଣୟContamination[୨]
ଚିକିତ୍ସାଲକ୍ଷଣ ଅନୁସାରେ ବା ସଙ୍କଟ କାରକ ଅନୁସାରେ [୩][୧]
ପୁନଃପୌନିକଲକ୍ଷଣ ବିହୀନ: ୩% (ମଧ୍ୟମ ବୟସ୍କା ମହିଳା), ୫୦% ପର୍ଯ୍ୟନ୍ତ (ନର୍ସିଙ୍ଗ ହୋମରେ ଥିବା ମହିଳା)[୪]
ଲକ୍ଷଣଯୁକ୍ତ: ବାର୍ଷକ ୧୦% ମହିଳା [୫][୬]

ବ୍ୟାକ୍ଟେରୁରିଆ (Bacteriuria) ନାମ ପରିସ୍ରାରେ (urine) ବ୍ୟାକ୍ଟେରିଆ (bacteria) ଥିଲେ ଦିଆଯାଏ ।[୨] ଏହି ରୋଗ ଦୁଇ ପ୍ରକାର ଦେଖାଯାଏ ଯଥା:- ଲକ୍ଷଣ‌ଯୁକ୍ତ ((symptomatic)) ଓ ଲକ୍ଷଣ ବିହୀନ ।[୨][୭] ପରିସ୍ରା ବିଶ୍ଳଷଣ (Urinalysis), ପରିସ୍ରା କଲଚର (urine culture) କରି ରୋଗ ନିର୍ଣ୍ଣୟ କରାଯାଏ ।[୧] ସାଧାରଣତଃ ଏସ୍କେରିସିଆ କୋଲାଇ (Escherichia coli ବ୍ୟାକ୍ଟେରିଆ ଏହି ରୋଗର କାରଣ ଥାଏ ।[୨] ଲୋକର ଲକ୍ଷଣ ନଥିଲେ ରୋଗ ପାଇଁ ପରୀକ୍ଷା କରିବା ଅନାବଶ୍ୟକ ।[୧] ପ୍ରଦୂଷଣ (contamination) ସ‌ହିତ ଭେଦାତ୍ମକ ନିର୍ଣ୍ଣୟ କରାଯାଏ ।[୨] ସୁସ୍ଥ ଲୋକର ପରିସ୍ରାରେ କେତେକ ରୋଗ ନ‌କରିବା ଜୀବାଣୁ (non-disease causing bacteria) ରହିଥିବା ଦେଖାଯାଇପାରେ ।[୮] ଏହି ଜୀବାଣୁ ଗୁଡ଼ିକ ମାନବ ଦେହରେ ସ‌ହାବସ୍ଥାନ (resident microbiota) କରିଥାଆନ୍ତି । [୮]

ଲକ୍ଷଣ‌ଯୁକ୍ତ ବ୍ୟାକ୍ଟେରୁରିଆ ରୋଗକୁ ଆଣ୍ଟିବାୟୋଟିକ (antibiotics) ଦେଇ ଚିକିତ୍ସା କରାଯାଏ ।[୧] ଲକ୍ଷଣ ବିହୀନ ବ୍ୟାକ୍ଟେରୁରିଆ ଥିଲେ କୌଣସି ଚିକିତ୍ସାର ଆବଶ୍ୟକତା ନଥାଏ ।[୩] ଗର୍ଭାବସ୍ଥା, ବୃକ୍‌କ ଟ୍ରାନ୍ସପ୍ଲାଣ୍ଟ (kidney transplant), କିଶୋର ପିଲାଙ୍କର ଭେସିକୋୟୁରେଟେରାଲ ରିଫ୍ଲକ୍ସ (vesicoureteral reflux) ଓ ଯୁବା ଶିଶୁଙ୍କର ମୂତ୍ରନଳୀ ପ୍ରଣାଳୀର (urinary tract) ଅପରେଶନ କରାଯାଉଥିଲେ ଏହାର ବ୍ୟତିକ୍ରମ କରାଯାଏ ।[୩][୧]

ଅନ୍ୟଥା ସୁସ୍ଥ ମଧ୍ୟ ବୟସ୍କା ମହିଳାଙ୍କ ମଧ୍ୟରୁ ୩% ମହିଳାଙ୍କର ଲକ୍ଷଣ ବିହୀନ ବ୍ୟାକ୍ଟେରୁରିଆ ହେବା ଦେଖାଯାଏ ।[୪] ୫୦% ପର୍ଯ୍ୟନ୍ତ ଲକ୍ଷଣଯୁକ୍ତ ବ୍ୟାକ୍ଟେରୁରିଆ ପ୍ରାୟ ବାର୍ଷିକ ୧୦% ମହିଳାଙ୍କର ଓ ୪୦% ପୁରୁଷଙ୍କର ଦେଖାଯାଏ ।[୪] ନର୍ସିଙ୍ଗ ହୋମରେ ଥିବା ମହିଳାଙ୍କର ଦୀର୍ଘସ୍ତାୟୀ ଇଣ୍ଡ୍ୱେଲିଙ୍ଗ କାଥେଟର (indwelling urinary catheter) ଲାଗିଥିଲେ ଏହି ବ୍ୟାକ୍ଟେରୁରିଆ ୧୦୦% ହୁଏ ।[୪] ଯେ କୌଣସି ଗୋଟିଏ ବର୍ଷରେ ପ୍ରାୟ ୧୦% ମହିଳାଙ୍କର ମୂତ୍ରନଳୀ ସଂକ୍ରମଣ ଥାଏ ଓ ସେଥିରୁ ଅଧା ମହିଳାଙ୍କର ସାରା ଜୀବନରେ କେତେବେଳ ହେଲେ ଥରେ ସଂକ୍ରମଣ ହୋଇଥାଏ ।[୫][୬]

ଆଧାର[ସମ୍ପାଦନା]

  1. ୧.୦ ୧.୧ ୧.୨ ୧.୩ ୧.୪ ୧.୫ "Bacterial Urinary Tract Infections (UTIs)". Merck Manuals Professional Edition (in କାନାଡିୟ ଇଂରାଜୀ). May 2016. Archived from the original on 7 January 2019. Retrieved 12 December 2017.
  2. ୨.୦ ୨.୧ ୨.୨ ୨.୩ ୨.୪ Das, K. V. Krishna; Das, KV Krishna (2017). Textbook of Medicine: Two Volume Set (in ଇଂରାଜୀ). JP Medical Ltd. p. 1250. ISBN 9789386056108.
  3. ୩.୦ ୩.୧ ୩.୨ Köves, B; Cai, T; Veeratterapillay, R; Pickard, R; Seisen, T; Lam, TB; Yuan, CY; Bruyere, F; Wagenlehner, F; Bartoletti, R; Geerlings, SE; Pilatz, A; Pradere, B; Hofmann, F; Bonkat, G; Wullt, B (25 July 2017). "Benefits and Harms of Treatment of Asymptomatic Bacteriuria: A Systematic Review and Meta-analysis by the European Association of Urology Urological Infection Guidelines Panel". European Urology. 72 (6): 865–868. doi:10.1016/j.eururo.2017.07.014. PMID 28754533.
  4. ୪.୦ ୪.୧ ୪.୨ ୪.୩ Colgan, R; Nicolle, LE; McGlone, A; Hooton, TM (15 September 2006). "Asymptomatic bacteriuria in adults". American Family Physician. 74 (6): 985–90. PMID 17002033.
  5. ୫.୦ ୫.୧ Salvatore S, Salvatore S, Cattoni E, Siesto G, Serati M, Sorice P, Torella M (June 2011). "Urinary tract infections in women". European journal of obstetrics, gynecology, and reproductive biology. 156 (2): 131–6. doi:10.1016/j.ejogrb.2011.01.028. PMID 21349630.
  6. ୬.୦ ୬.୧ Nicolle LE (2008). "Uncomplicated urinary tract infection in adults including uncomplicated pyelonephritis". Urol Clin North Am. 35 (1): 1–12, v. doi:10.1016/j.ucl.2007.09.004. PMID 18061019.
  7. Sendi, P; Borens, O; Wahl, P; Clauss, M; Uçkay, I (2017). "Management of Asymptomatic Bacteriuria, Urinary Catheters and Symptomatic Urinary Tract Infections in Patients Undergoing Surgery for Joint Replacement: A Position Paper of the Expert Group". Journal of bone and joint infection. 2 (3): 154–159. doi:10.7150/jbji.20425. PMC 5592375. PMID 28894690.
  8. ୮.୦ ୮.୧ "The human urinary microbiome and how it relates to urogynecology". Int Urogynecol J. 27 (9): 1307–12. 2016. doi:10.1007/s00192-016-2944-5. PMID 26811114. {{cite journal}}: Cite uses deprecated parameter |authors= (help)