ବେରିଅମ ସଲଫେଟ ସସପେନସନ

ଉଇକିପିଡ଼ିଆ‌ରୁ
ବେରିଅମ ସଲଫେଟ ସସପେନସନ
3D model of barium sulfate
Clinical data
AHFS/Drugs.com
Routes of
administration
by mouth, rectal
ATC code
Identifiers
CAS Number
PubChem CID
Chemical and physical data
FormulaBaSO4
Molar mass233.3896

ବେରିଅମ ସଲଫେଟ ସସପେନସନ (ଇଂରାଜୀ ଭାଷାରେ Barium sulfate suspension, ଅଳ୍ପରେ କୁହାଯାଏ ବେରିଅମ barium) ଏକ କଣ୍ଟ୍ରାସ୍ଟ ଏଜେଣ୍ଟ/contrast agent ଯାହା ରଞ୍ଜନରଶ୍ମିରେ ବ୍ୟବ‌ହାର କରାଯାଏ ।[୧] ବିଶେଷତଃ ସାଧାରଣ ଏକ୍ସ-ରେ ବା କମ୍ପ୍ୟୁଟର ଟୋମୋଗ୍ରାଫିରେ (computed tomography) ପାକଅନ୍ତନଳୀ ପ୍ରଣାଳୀର (gastrointestinal tract) ଅବସ୍ଥା ଦେଖିବା ନିମନ୍ତେ ଏହା ବ୍ୟବ‌ହାର କରାଯାଏ ।[୨] ଏହା ପାଟିରେ ବା ମଳଦ୍ୱାର ପଥରେ (rectally) ଦିଆଯାଏ ।[୩]

ବେରିଅମର ପାର୍ଶ୍ୱ ପ୍ରତିକ୍ରିୟାରେ କୋଷ୍ଠକାଠିନ୍ୟ (constipation), ତରଳ ଝାଡ଼ାଆପେଣ୍ଡିସାଇଟିସ ହୋଇପାରେ ଓ ଆଘ୍ରାଣ କଲେ ନିମୋନିଆ ହୋଇପାରେ । କ୍ଷୁଦ୍ରାନ୍ତ୍ର ରନ୍ଧ୍ର (intestinal perforation) ବା ଖାଦ୍ୟନଳୀ ଅବରୋଧ (bowel obstruction) ଥିଲେ ଏହା ଦିଆଯାଏନାହିଁ ।[୨] ଆଲର୍ଜି ପ୍ରତିକ୍ରିୟା କ୍ୱଚିତ ହୁଏ ।[୧] ଗର୍ଭାବସ୍ଥାରେ ଏହା ଶିଶୁପ୍ରତି ନିରାପଦ ରହେ ।[୪] ବେରିଅମ ସଲଫେଟ (barium sulfate) ସ‌ହିତ ପାଣି ମିଶେଇ ଏହି ସସପେନସନ (suspension) ତିଆରି କରାଯାଏ । [୧] ଏହା ଏକ ଅଣଆୟୋଡିନ କଣ୍ଟ୍ରାସ୍ଟ ମିଡିଆ (non-iodinated contrast media) ।[୫]

ମଧ୍ୟ ଯୁଗରୁ (Middle Ages) ବେରିଅମ ସଲଫେଟ ବିଷୟ ମଣିଷ ଜାଣିଛି ।[୬] ଯୁକ୍ତରାଷ୍ଟ୍ର ଆମେରିକାରେ ସନ ୧୯୧୦ରୁ ଏହା ବ୍ୟବ‌ହାର ହୋଇଆସୁଛି ।[୭] ଏହାର ନାମ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଅତ୍ୟାବଶ୍ୟକୀୟ ଔଷଧ ଚିଠାରେ (World Health Organization's List of Essential Medicines) ଅଛି ଯାହା ମୌଳିକ ସ୍ୱାସ୍ଥ୍ୟ ସିସ୍ଟମ (health system) ନିମନ୍ତେ ଅତି ମହତ୍ତ୍ୱପୂର୍ଣ୍ଣ ।[୮] ବିକାଶଶୀଳ ଦେଶମାନଙ୍କରେ (developing world) ଏହାର ହୋଲସେଲ ମୂଲ୍ୟ ୩୭.୮୦ରୁ ୭୯.୩୩ ଆମେରିକୀୟ ଡଲାର । [୯] ଯୁକ୍ତରାଷ୍ଟ୍ର ଆମେରିକାରେ ଏହାର ଏକ କୋର୍ଷ ଦାମିକା ନୁହେଁ ।[୫] କେତେକ କମ୍ପାନୀ ଏଥିରେ ଉତ୍ତମ ସ୍ୱାଦ ଭରି ଦେଇଛନ୍ତି ।[୧]

ଆଧାର[ସମ୍ପାଦନା]

  1. ୧.୦ ୧.୧ ୧.୨ ୧.୩ Bontrager, Kenneth L.; Lampignano, John (2013). Textbook of Radiographic Positioning & Related Anatomy - Pageburst E-Book on VitalSource8: Textbook of Radiographic Positioning & Related Anatomy - Pageburst E-Book on VitalSource (in ଇଂରାଜୀ). Elsevier Health Sciences. p. 461. ISBN 0323136133.
  2. ୨.୦ ୨.୧ WHO Model Formulary 2008 (PDF). World Health Organization. 2009. p. 315, 317. ISBN 9789241547659. Retrieved 8 December 2016.
  3. "E-Z-Paque - Summary of Product Characteristics (SPC) - (eMC)". www.medicines.org.uk. Retrieved 31 December 2016.
  4. "E-Z-CAT - Summary of Product Characteristics (SPC) - (eMC)". www.medicines.org.uk. Retrieved 31 December 2016.
  5. ୫.୦ ୫.୧ Hamilton, Richart (2015). Tarascon Pocket Pharmacopoeia 2015 Deluxe Lab-Coat Edition. Jones & Bartlett Learning. p. 171. ISBN 9781284057560.
  6. Krebs, Robert E. (2006). The History and Use of Our Earth's Chemical Elements: A Reference Guide (in ଇଂରାଜୀ). Greenwood Publishing Group. p. 80. ISBN 9780313334382.
  7. Mould, R. F. A Century of X-Rays and Radioactivity in Medicine: With Emphasis on Photographic Records of the Early Years (in ଇଂରାଜୀ). CRC Press. p. Chapter 11. ISBN 9780750302241.
  8. "WHO Model List of Essential Medicines (19th List)" (PDF). World Health Organization. April 2015. Retrieved 8 December 2016.
  9. "Barium Sulfate". International Drug Price Indicator Guide. Archived from the original on 26 January 2020. Retrieved 8 December 2016.