ବେଞ୍ଜନିଡାଜୋଲ

ଉଇକିପିଡ଼ିଆ‌ରୁ
ବେଞ୍ଜନିଡାଜୋଲ
Clinical data
Trade namesRochagan, Radanil[୧]
AHFS/Drugs.comMicromedex Detailed Consumer Information
Routes of
administration
by mouth
ATC code
Pharmacokinetic data
BioavailabilityHigh
MetabolismLiver
Elimination half-life12 hours
ExcretionKidney and fecal
Identifiers
  • N-benzyl-2-(2-nitro-1H-imidazol-1-yl)acetamide
CAS Number
PubChem CID
ChemSpider
UNII
KEGG
ChEBI
ChEMBL
ECHA InfoCard100.153.448 Edit this at Wikidata
Chemical and physical data
FormulaC12H12N4O3
Molar mass260.249 g/mol
3D model (JSmol)
  • O=[N+]([O-])c1nccn1CC(=O)NCc2ccccc2
  • InChI=1S/C12H12N4O3/c17-11(14-8-10-4-2-1-3-5-10)9-15-7-6-13-12(15)16(18)19/h1-7H,8-9H2,(H,14,17) checkY
  • Key:CULUWZNBISUWAS-UHFFFAOYSA-N checkY
  (verify)

ବେଞ୍ଜନିଡାଜୋଲ (ଇଂରାଜୀ ଭାଷାରେ Benznidazole) ଏକ ପରଜୀବୀ ବିରୋଧୀ ଔଷଧ (antiparasitic medication) ଯାହା ଚାଗାସ୍ ରୋଗରେ ଦିଆଯାଏ ।[୨] ରୋଗ ଆରମ୍ଭରୁ ଏହା କାର୍ଯ୍ୟକ୍ଷମ ହେଲେ ମଧ୍ୟ ଦୀର୍ଘକାଳୀନ ରୋଗରେ ଏହାର ପ୍ରଭାବ କମିଯାଏ ।[୩] ଏହା ଏକ ପ୍ରଥମ ଧାଡ଼ିର ଔଷଧ ଓ ନିଫୁର୍ଟିମକ୍ସର ପାର୍ଶ୍ୱ ପ୍ରତିକ୍ରିୟା ଅପେକ୍ଷା କମ ପ୍ରତିକ୍ରିୟା ଦେଖାଏ ।[୧] ଏହି ଔଷଧକୁ ପାଟିରେ ଦିଆଯାଏ ।[୨]

ଏହାର ପାର୍ଶ୍ୱ ପ୍ରତିକ୍ରିୟା ସାଧାରଣତଃ ଦେଖାଯାଏ । ଏହି ପ୍ରତିକ୍ରିୟାରେ ରାସ, କାଲୁଆ ଅନୁଭବ, ଜ୍ୱର, ମାଂସପେଶୀ ଯନ୍ତ୍ରଣା (muscle pain), ଅରୁଚି ଓ ନିଦ୍ରା ସମସ୍ୟା ଇତ୍ୟାଦି ଲକ୍ଷଣ ଦେଖାଯାଏ ।[୪][୫] ବିରଳ ପାର୍ଶ୍ୱ ପ୍ରତିକ୍ରିୟା ମଧ୍ୟରେ ଅସ୍ଥିମଜ୍ଜା ଦମନ (bone marrow suppression) ଯୋଗୁ ଅଳ୍ପ ରକ୍ତ କଣିକା (low blood cell levels) ହୋଇପାରେ । [୧][୫] ଗର୍ଭାବସ୍ଥା, ସାଂଘାତିକ ଯକୃତ ଓ ବୃକ୍‌କ ରୋଗ ଥିଲେ ଏହା ଦେବାକୁ ସୁପାରିସ କରାଯାଏନାହିଁ ।[୪][୩] ଏହା ନାଇଟ୍ରୋଇମିଡାଜୋଲ (nitroimidazole) ପରିବାରର ଔଷଧ ଓ ଫ୍ରୀ ରାଡିକାଲ (free radicals) ତିଆରି କରି କାର୍ଯ୍ୟକ୍ଷମ ହୁଏ ।[୫][୬]

ସନ ୧୯୭୧ରେ ବେଞ୍ଜନିଡାଜୋଲ ଡାକ୍ତରୀ ବ୍ୟବ‌ହାରରେ ପ୍ରଥମେ ଲାଗିଲା ।[୨] ଏହାର ନାମ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଅତ୍ୟାବଶ୍ୟକୀୟ ଔଷଧ ଚିଠାରେ ଅଛି ଯାହା ମୌଳିକ ସ୍ୱାସ୍ଥ୍ୟ ସିସ୍ଟମ ନିମନ୍ତେ ଅତି ମହତ୍ତ୍ୱପୂର୍ଣ୍ଣ ।[୭] ଯୁକ୍ତରାଷ୍ଟ୍ର ଆମେରିକାରେ ଏହା ବ୍ୟବସାୟୀକ ଭିତ୍ତିରେ ମିଳେନାହିଁ କିନ୍ତୁ ସେଣ୍ଟର ଫର ଡିଜିଜ କଣ୍ଟ୍ରୋଲରେ (Centers of Disease Control) ମିଳିପାରିବ । [୨] ସନ ୨୦୧୨ ସୁଦ୍ଧା ବ୍ରାଜିଲ ଦେଶର ଏକ ସରକାରୀ ସଂସ୍ଥା (Laboratório Farmacêutico do Estado de Pernambuco) କେବଳ ଏହା ଉତ୍ପାଦନ କରୁଥିଲା ।[୮]

ଆଧାର[ସମ୍ପାଦନା]

  1. ୧.୦ ୧.୧ ୧.୨ Bern, Caryn; Montgomery, Susan P.; Herwaldt, Barbara L.; Rassi, Anis; Marin-Neto, Jose Antonio; Dantas, Roberto O.; Maguire, James H.; Acquatella, Harry; Morillo, Carlos (2007-11-14). "Evaluation and Treatment of Chagas Disease in the United States: A Systematic Review". JAMA. 298 (18): 2171–81. doi:10.1001/jama.298.18.2171. ISSN 0098-7484. PMID 18000201.
  2. ୨.୦ ୨.୧ ୨.୨ ୨.୩ "Our Formulary | Infectious Diseases Laboratories | CDC". www.cdc.gov. 22 September 2016. Retrieved 7 December 2016.
  3. ୩.୦ ୩.୧ "Chagas disease". World Health Organization. March 2016. Retrieved 7 December 2016.
  4. ୪.୦ ୪.୧ Prevention, CDC - Centers for Disease Control and. "CDC - Chagas Disease - Resources for Health Professionals - Antiparasitic Treatment". www.cdc.gov. Retrieved 2016-11-05.
  5. ୫.୦ ୫.୧ ୫.୨ Castro, José A.; de Mecca, Maria Montalto; Bartel, Laura C. (2006-08-01). "Toxic side effects of drugs used to treat Chagas' disease (American trypanosomiasis)". Human & Experimental Toxicology. 25 (8): 471–479. doi:10.1191/0960327106het653oa. ISSN 0960-3271. PMID 16937919.
  6. Urbina, Julio A. "Nuevas drogas para el tratamiento etiológico de la Enfermedad de Chagas" (in Spanish). Retrieved March 24, 2012.{{cite web}}: CS1 maint: unrecognized language (link)
  7. "WHO Model List of EssentialMedicines" (PDF). World Health Organization. October 2013. Retrieved 22 April 2014.
  8. "Treatment for Chagas: Enter Supplier Number Two | End the Neglect". endtheneglect.org. 21 March 2012. Archived from the original on 6 November 2016. Retrieved 7 December 2016.