Topic on ଉଇକିପିଡ଼ିଆ:ଆଲୋଚନା ସଭା

Psubhashish (ଆଲୋଚନାଅବଦାନ)

ଆମେ ସମସ୍ତେ ସବୁବେଳେ ନିଜ ନିଜ ପସନ୍ଦର ପ୍ରସଙ୍ଗ ଲେଖୁ । ହେଲେ ଏବେ କରୋନାରେ ଅନେକ ଲୋକ ମରୁଛନ୍ତି । ଲୋକଙ୍କ ପାଖେ ଜରୁରୀ ତଥ୍ୟଗତ ସୂଚନା ପହଞ୍ଚାଇବା ପାଇଁ ଉଇକିପିଡ଼ିଆଠୁ ବଳି ବଡ଼ ଜିନିଷ କିଛି ନାହିଁ । ସରକାର ଓ ଅନେକ ସ୍ୱେଚ୍ଛାସେବୀ ସଂଗଠନ ଅକ୍ସିଜେନଠୁ ଆରମ୍ଭ କରି ଡାକ୍ତରଖାନା ବେଡ଼ ଆଦି ବିଷୟ ବୁଝୁଛନ୍ତି । ଆମେ ହୁଏତ ସେଭଳି କାମ ନିଜ ବ୍ୟକ୍ତିଗତ/କାର୍ଯ୍ୟଗତ ସ୍ତରରେ କରୁଥିବା ଓ କରିପାରିବା । କିନ୍ତୁ ଉଇକିପିଡ଼ିଆ ଭିତରେ ଆମେ ଏ ମହାମାରୀ ସମୟରେ ଲୋକଙ୍କ ପାଇଁ କଣ କରିପାରିବା? ଉଇକିପିଡ଼ିଆ କିଭଳି ଅଧିକରୁ ଅଧିକ ଜୀବନ ରକ୍ଷା କରିବାରେ ସାହାଯ୍ୟ କରିବ? କରୋନା ମହାମାରୀ ସମୟରେ ଭୁଲ ତଥ୍ୟର ମହାମାରୀ ମଧ୍ୟ ବ୍ୟାପିଛି ବିଶେଷ କରି ସୋସିଆଲ ମିଡ଼ିଆ ଓ ହ୍ୱାଟ୍ସଆପ ଭଳି ମେସେଞ୍ଜର ଜରିଆରେ । ଆମେ ସମସ୍ତେ ଯାହା ପାଖେ ଯେତେ ସମୟ ଅଛି ଏଇ ମାସେ ଦୁଇମାସ କରୋନା ସମ୍ବନ୍ଧିତ ଜରୁରୀ ସୂଚନା ଥିବା ପ୍ରସଙ୍ଗ ଲେଖା ଓ ଉନ୍ନତୀକରଣରେ ଦେଇପାରିବା କି? ଲୋକ ବଞ୍ଚିଲେ ସାହିତ୍ୟ ପଢ଼ିବେ କି ସିନେମା ଦେଖିବେ । ବ୍ୟକ୍ତିଗତ ଭାବେ ମୋତେ ନଗଦ ବଦଳରେ ଜୀବନ ରକ୍ଷାକାରୀ ତଥ୍ୟ ଦେଖିବାକୁ ଇଚ୍ଛା । କିନ୍ତୁ ସେ ଇଚ୍ଛା ପୂରା ବ୍ୟକ୍ତିଗତ ନୁହେଁ । କରୋନା ସମ୍ବନ୍ଧରେ ଯେତେ ତଥ୍ୟ ଓଡ଼ିଆରେ ରହିବ ଓଡ଼ିଆ ପଢ଼ିପାରୁଥିବା ଲୋକଙ୍କ ପାଖେ ସେତେ ସେ ତଥ୍ୟ ପହଞ୍ଚିପାରିବ । ମୁଁ ଅବଗତ ଯେ ଆମ କମୁନିଟିରେ ସବୁ କର୍ମଯୋଗୀ । କିନ୍ତୁ ଦୟାକରି ବାକ୍ୟରେ ଲେଖିବେ କି କେଉଁମାନେ ନିହାତି ଇଚ୍ଛୁକ ଗଣସମ୍ପାଦନାଟିଏ ମିଶି କରିବା ପାଇଁ? ମୋ ନିଜ ପାଖେ ସମୟର ଘୋର ଅଭାବ କିନ୍ତୁ ମୁଁ କିଛି ନିଶ୍ଚେ ଲେଖିବି/ସମ୍ପାଦନା କରିବି ସବୁଦିନ । ଆଉ ସୁଖର କଥା ଆମ ଭିତରେ ଜଣେ ଡାକ୍ତର ବି ଅଛନ୍ତି ଦରକାର ବେଳେ ଡାକ୍ତରୀ ଦୃଷ୍ଟିକୋଣରୁ ଠିକ/ଭୁଲ ବାବଦରେ ପରାମର୍ଶ ଦେବା ପାଇଁ । କିନ୍ତୁ ଏ ବିଷୟରେ ଲେଖିବା ପାଇଁ ଏକାଧିକ ଲୋକ ଦରକାର । ତେଣୁ ଅନୁରୋଧ ଧାଡ଼ିଏରେ ହେଲେ ବି ତଳେ ନିଜ ଆଡୁ କଣ କରିପାରିବେ ଲେଖିବେ । ମୁଁ ଗୋଟେ ଉଦାହରଣ ଦେବା ପାଇଁ ନିଜ ଆଡୁ ଲେଖୁଛି କଣ କରିପାରିବି ।

Psubhashish (ଆଲୋଚନାଅବଦାନ)

ମୁଁ ନିଜେ ସବୁଦିନ ନ ହେଲେ ବି ପ୍ରସଙ୍ଗ ତିଆରି/ବୃଦ୍ଧିରେ ସାହାଯ୍ୟ କରିବି । ଅନ୍ୟମାନଙ୍କ ଲେଖା ସୁଧାରିବା (ବନାନ, ବ୍ୟାକରଣ, ମୋଟାମୋଟି ଲିଖନ ଶୈଳୀ) ଭଳି ପରିଚାଳକ କାମ ବି କରିବି ।

"କରୋନା ସୂଚନା ଗଣସମ୍ପାଦନା?"ଙ୍କୁ ଉତ୍ତର