Topic on ଉଇକିପିଡ଼ିଆ:ଆଲୋଚନା ସଭା

ସମଗ୍ର ଭାରତରେ ଆମ ସମୁଦାୟମାନଙ୍କ ପାଇଁ ସହଯୋଗ

1
Elitre (WMF) (ଆଲୋଚନାଅବଦାନ)

ସଭିଙ୍କୁ ଓଳଗି,

ଉଇକିମିଡ଼ିଆ ପ୍ରକଳ୍ପଗୁଡ଼ିକରେ ଆପଣମାନଙ୍କ ଭଳି ସାରା ପୃଥିବୀରେ ରହୁଥିବା ଅନେକ ଉଦାର ସ୍ୱେଚ୍ଛାସେବୀ ବ୍ୟକ୍ତିବିଶେଷ, ସଂଘ ଓ ସଂଗଠନମାନଙ୍କ ସହଯୋଗ ନିହିତ । ଆପଣମାନେ ମିଳିତ ଭାବେ ଉଇକିମିଡ଼ିଆ ପ୍ରକଳ୍ପସମୂହ ଓ ଖୋଲା ଜ୍ଞାନର ଲକ୍ଷ୍ୟକୁ ଉନ୍ନତ ଓ ବିକାଶ କରିବା ତଥା ଆଗକୁ ନେବାରେ ସାହାଯ୍ୟ କରନ୍ତି ।

ଆପଣମାନେ ହୁଏତ ଉଇକିମିଡ଼ିଆ ଇଣ୍ଡିଆକୁ ଅସ୍ୱୀକୃତ କରିବା ବାବଦରେ ଆଫିଲିଏସନ୍ସ କମିଟିର ସିଦ୍ଧାନ୍ତ ବିଷୟରେ ଶୁଣିଥିବେ । ଏହା ଭାରତୀୟ ଉଇକିମିଡ଼ିଆ ସମୁଦାୟମାନଙ୍କର ଭବିଷ୍ୟତ ପାଇଁ କଣ ବୁଝାଏ କେତେଜଣ ସମୁଦାୟର ସଦସ୍ୟ ସେ ବାବଦରେ ପଚାରିଛନ୍ତି । ଆମେ AffComର ସିଦ୍ଧାନ୍ତ ବାବଦରେ ଅଧିକ ସୂଚନା ଦେବାକୁ ଚାହୁଁ ଓ ତଥା ଭାରତ ପାଇଁ ଆମର ପ୍ରତିଶ୍ରୁତି ଓ ଦେଶ ସାରା ଆମର ସହଯୋଗ ବାବଦରେ ଜଣାଇବାକୁ ଚାହୁଁ ।

ଆଫିଲିଏସନ୍ସ କମିଟି ଏକ ସମୁଦାୟ-ଚାଳିତ ଓ ଉଇକିମିଡ଼ିଆ ସହଯୋଗୀମାନଙ୍କର ପ୍ରତିନିଧି ଓ ସେମାନଙ୍କୁ ସାହାଯ୍ୟ କରୁଥିବା ସ୍ୱେଚ୍ଛାସେବୀମାନଙ୍କ ଦଳ । ଉଇକିମିଡ଼ିଆ ଇଣ୍ଡିଆର କାର୍ଯ୍ୟକ୍ରମଗୁଡ଼ିକୁ ଚ୍ୟାପ୍ଟର ଆବଶ୍ୟକତା ସହ ସମ ସ୍ତରକୁ ଆଣିବା ପାଇଁ ପ୍ରଥମଟି ସହ ଅନେକ ବର୍ଷ କାମ କଲା ପରେ ଆଫିଲିଏସନ୍ସ କମିଟି ୨୦୧୯ ମସିହା ଜୁନ ମାସରେ ଉଇକିମିଡ଼ିଆ ଫାଉଣ୍ଡେସନ ଚାପ୍ଟର ଚୁକ୍ତି ପୁନରାରମ୍ଭ ନ କରୁ ବୋଲି ଅନୁମୋଦନ କରିଥିଲା ।

ଉଇକିମିଡ଼ିଆ ଇଣ୍ଡିଆ ପ୍ରଥମେ ୨୦୧୧ ମସିହାରେ ପ୍ରଥମ କରି ଏକ ଚ୍ୟାପ୍ଟର ଭାବେ ସ୍ବୀକୃତ ହୋଇଥିଲା । ୨୦୧୫ ମସିହାରେ ଏହି ଚ୍ୟାପ୍ଟର ଚୁକ୍ତିର ବାଧ୍ୟବାଧକତା ପୂରଣରେ ବିଭିନ୍ନ ସମସ୍ଯାର ସମ୍ମୁଖୀନ ହୋଇଥିଲା । ଆଫିଲିଏସନ୍ସ କମିଟି ଏବଂ ଫାଉଣ୍ଡେସନ ସାଥିରେ କାର୍ଯ୍ୟ କରି ଚ୍ୟାପ୍ଟରଟି ଏକ କାର୍ଯ୍ୟ ପରିକଳ୍ପନା ତିଆରି କରିଥିଲା ଓ ୨୦୧୭ ମସିହାରେ ଉତ୍ତମ ଅବସ୍ଥାକୁ ଫେରିଆସିଥିଲା । ତେବେ ୨୦୧୭ରୁ ୨୦୧୯ ମସିହା ମଧ୍ୟରେ ଚ୍ୟାପ୍ଟରଟି ଏକ ଫିଡୁସିଅରି ସଂଗଠନ ଭାବେ କାର୍ଯ୍ୟ କରି ଲାଇସେନ୍ସ ପାଇବାରେ ଅସଫଳ ହୋଇଥିଲା ଏବଂ ଅଧୁନା ଆଇନଗତ ଭାବେ ଫାଉଣ୍ଡେସନରୁ ପାଣ୍ଠି ପାଇବା ପାଇଁ ଏକ ଦାତବ୍ୟ ଅନୁଷ୍ଠାନ ଭାବେ ପଞ୍ଜିକୃତ ନୁହେଁ । ଚ୍ୟାପ୍ଟରଟି ଏହି ଲାଇସେନ୍ସିଂ ଏବଂ ପଞ୍ଜିକରଣ ପାଇବ ଓ ସ୍ବୀକୃତି ପାଇବାକୁ ଯୋଗ୍ୟ ହେବା ନିମନ୍ତେ ଆବଶ୍ୟକୀୟ ସମସ୍ତ ପଦକ୍ଷେପ ଗ୍ରହଣ କରିବ ବୋଲି ଫାଉଣ୍ଡେଶନ ଏବଂ ଆଫିଲିଏସନ୍ସ କମିଟିର ଆଶା ।

ମହାନ ନେତୃତ୍ବ ଦେଖାଇଥିବା ଏବଂ ଆମର ବିଶ୍ବବ୍ୟାପୀ ଆନ୍ଦୋଳନ ମଧ୍ୟରେ ଉଲ୍ଲେଖଯୋଗ୍ୟ ପ୍ରଭାବ ବିସ୍ତାର କରିଥିବା ଭାରତର ଗତିଶୀଳ, କ୍ରମବର୍ଦ୍ଧମାନ ସମୁଦାୟ ପାଖରେ ଆମେ କୃତଜ୍ଞ । ଫାଉଣ୍ଡେସନ ଅଧୁନା ଆଠଟି ଭାରତୀୟ ଭାଷା ସମ୍ପ୍ରଦାୟର ବ୍ୟବହାରକାରୀ ଗୋଷ୍ଠୀଗୁଡ଼ିକୁ ସମର୍ଥନ କରେ ଏବଂ ଆଗାମୀ ସପ୍ତାହସବୁରେ AffComଦ୍ବାରା ଆଉ ଦୁଇଟି ଘୋଷିତ ହେବ ବୋଲି ଆମେ ଆଶା କରୁ । ଆମେ ଭାରତର ପାଠକମାନଙ୍କଠାରୁ ପ୍ରତି ମାସରେ ଉଇକିପିଡ଼ିଆରେ ୭୦୦ ମିଲିଅନରୁ (୭୦ ଲକ୍ଷ) ଅଧିକ ପୃଷ୍ଠା ଦେଖଣା ପାଉ ଏବଂ ଉଇକିପିଡ଼ିଆ ତଥା ଉଇକିମିଡ଼ିଆ ପ୍ରକଳ୍ପର ଭବିଷ୍ଯତର ନିମନ୍ତେ ଭାରତୀୟ ଉପମହାଦେଶ ସମୁଦାୟର ବୃଦ୍ଧିର ଅଗ୍ରାଧିକାର ଉଚ୍ଚରେ ରହିଛି ।

ଭାରତୀୟ ଗଣତନ୍ତ୍ର ଉଇକିମିଡ଼ିଆ ଆନ୍ଦୋଳନ ପାଇଁ ଅତି ଗୁରୁତ୍ବପୂର୍ଣ୍ଣ । ଉଇକିମିଡ଼ିଆ ଫାଉଣ୍ଡେସନ ଭାରତର ସ୍ବେଚ୍ଛାସେବୀ ଉଇକିଆଳି, ଅବଦାନକାରୀ, ପାଠକ, ଏବଂ ଦାତାମାନଙ୍କୁ ସମର୍ଥନ ନିମନ୍ତେ ପ୍ରତିଶ୍ରୁତିବଦ୍ଧ । ଉଇକିମିଡ଼ିଆ ପ୍ରକଳ୍ପଗୁଡ଼ିକ ଏବଂ ଆମର ଖୋଲା ଜ୍ଞାନ ମିଶନକୁ ସମର୍ଥନ କରିବାରେ ଆପଣମାନଙ୍କ ସମସ୍ତଙ୍କର କ୍ରମାଗତ ଏବଂ କ୍ରମବର୍ଦ୍ଧମାନ ପ୍ରଚେଷ୍ଟାର ପାଇଁ ଆମେ କୃତଜ୍ଞ । ଆମେ ଆପଣମାନଙ୍କ ସଙ୍ଗେ ମିଶି କାମ କରିବା ପାଇଁ ଉନ୍ମୁଖ ।

ଉଇକିମିଡ଼ିଆ ଫାଉଣ୍ଡେସନେ ତରଫରୁ,

ଭ୍ୟାଲେରୀ ଡି କୋଷ୍ଟା
ଚିଫ ଅଫ କମ୍ୟୁନିଟି ଏନଗେଜମେଣ୍ଟ
ଉଇକିମିଡ଼ିଆ ଫାଉଣ୍ଡେସନ