Topic on ଉଇକିପିଡ଼ିଆ:ଆଲୋଚନା ସଭା

Saileshpat (ଆଲୋଚନାଅବଦାନ)

ଗତ ୩ ବର୍ଷ ଉପରେ ହେବ ମୁଁ ସିଆଇଏସରେ ଓଡ଼ିଆ କମ୍ୟୁନିଟି ଆଡଭୋକେଟ ଭାବେ କାମ କରୁଥିଲି, ଏହି ତିନି ବର୍ଷ ଭିତରେ କିଛି ନୂଆ ଜିନିଷ ବା ପ୍ରକଳ୍ପ ଆରମ୍ଭ କରିବାର ପ୍ରଚେଷ୍ଠା କରିଥିଲି, କିଛି ସଫଳ ହେଲା ଓ କିଛି ବିଫଳ ଓ କିଛି ନୂଆ ଲୋକ ଓଡ଼ିଆ ଉଇକିପିଡିଆ ସହ ଜଡ଼ିତ ହେଲେ । ଜୁନ ୧୫ ହେଉଛି ମୋର ସିଆଇଏସରେ କାମ କରିବାର ଶେଷ ଦିନ, ଆଗକୁ ଓଡ଼ିଆ କମ୍ଯୁନିଟି ସହିତ ଯେମିତି କାମ କରୁଥିଲି ସେମିତି କରିବି । ଏହି ୩ ବର୍ଷ ଭିତରେ ସମସ୍ତେ ସାହାଯ୍ୟ ଓ ସହଯୋଗ କରିଥିବାରୁ ଧନ୍ୟବାଦ । ମୋ ଦ୍ଵାରା ଯଦି କାହାକୁ କିଛି ଭୁଲ କି ଖରାପ କହିଥିବି କିମ୍ବା କରିଥିବି ସେଥିପାଇଁ କ୍ଷମା ମାଗୁଛି । ଆଗକୁ ଆଶା କରୁଛି ବାକି ଉଇକିଆଳି ମାନଙ୍କ ସହ ମିଶି ସକ୍ରିୟ ଭାବେ କିଛି ପ୍ରକଳ୍ପ ଆଗକୁ ନେବି । ମୁଁ ବର୍ତ୍ତମାନ ଚାକିରି ଜୀବନରୁ କିଛି ମାସ ଆରାମ ନେବି ଯେବେ ଯାଏଁ ଅନ୍ୟ କିଛି ସୁଯୋଗ ମିଳି ନାହିଁ ଓ ଆଗକୁ Masters କରିବାର ମଧ୍ୟ ଯୋଜନା କରୁଛି । ସମସ୍ତେ ସହାୟତା କରିଥିବାରୁ ଅନେକ ଧନ୍ୟବାଦ

Radhadwibedi (ଆଲୋଚନାଅବଦାନ)

ତୁମର ଭବିଷ୍ୟତ ଯୋଜନା ନିମନ୍ତେ ଅଶେଷ ଧନ୍ୟବାଦ ଏବଂ ଶୁଭକାମନା ।

Ssgapu22 (ଆଲୋଚନାଅବଦାନ)

ଆଗକୁ କରିଥିବା ଯୋଜନା ପାଇଁ ଶୁଭକାମନା ।

Psubhashish (ଆଲୋଚନାଅବଦାନ)

ହାତୀ ବନସ୍ତରେ ରହିଲେ ବି ରଜାଙ୍କର ତେଣୁ ତମେ କମୁନିଟି ସାଙ୍ଗରେ ଆଗ ଭଳିଆ ରହିବ ବୋଲି ଆଶା । ହଁ ବାକି ରହିଲା ତମେ ସିଆଇଏସରେ ଥିଲେ ଆମ ପାଇଁ ତମର ଅଫିସିଆଲ ସମୟ ଓ କାମ ଯାହା ହେଉଥିଲା ସେସବୁ ଆଉ ହେବନାହିଁ । ତମ ଆଗାମୀ ପଢ଼ା/ବାକି କାମ ପାଇଁ ଅଲ ଦି ବେଷ୍ଟ! :)