Topic on ଉଇକିପିଡ଼ିଆ:ଆଲୋଚନା ସଭା

Psubhashish (ଆଲୋଚନାଅବଦାନ)

ମୁଁ ଆଜି ଟିଟୋ ପଠାଇଥିବା ମେଲଟିଏ ଆମ ମେଲିଂ ଲିଷ୍ଟକୁ ପଠାଇଛି । ଉଇକିଡାଟାରେ ଆଗରୁ ସକ୍ରିୟ ଥିବା ଉଇକିଆଳିମାନେ ଏଥିରେ ଭାଗନେଇ ଉଇକିଡାଟା ବାବଦରେ ଅଧିକ ଶିଖିପାରିବେ ଓ ତାଙ୍କ ନିଜ ସମୂହକୁ ଉଇକିଡାଟା ବାବଦରେ ଅଧିକ ତାଲିମ ଦେଇପାରିବେ । ଏଥିପାଇଁ ଉଇକିଆଳିମାନଙ୍କୁ ଅନୁରୋଧ ଥରେ ଏ ବାବଦରେ ଏହି ଲିଙ୍କରୁ ସବିଶେଷ ପଢ଼ି ଯେଉଁ ଉଇକିଆଳି ଏଥିରେ ଭାଗ ନେବା ପାଇଁ ଆପଣଙ୍କୁ ଯୋଗ୍ୟ ବୋଲି ଲାଗୁଛନ୍ତି ତାଙ୍କ ନାମ ଏଠି ସପ୍ତାହେ ଭିତରେ (ଡିସେମ୍ବର ୩-୪ ତାରିଖ ସୁଦ୍ଧା) ଲେଖିବେ ।

Hellohappy (ଆଲୋଚନାଅବଦାନ)
Radhadwibedi (ଆଲୋଚନାଅବଦାନ)

ମୁଁ କରବାବୁଙ୍କୁ ଯିବାକୁ ଅନୁରୋଧ କରୁଛି ।

Chinmayee Mishra (ଆଲୋଚନାଅବଦାନ)

ମୃତ୍ୟୁଞ୍ଜୟ କର

Aditya Mahar (ଆଲୋଚନାଅବଦାନ)

ମୃତ୍ୟୁଞ୍ଜୟ ଭାଇଙ୍କୁ ଯିବାକୁ ଅନୁରୋଧ।

Psubhashish (ଆଲୋଚନାଅବଦାନ)

@MKar ତାଙ୍କୁ ତାହେଲେ ଜଣାଇଦେବା? ମୋର ବି ବାକିମାନଙ୍କ ମତରେ ସହମତି । ;)

Ssgapu22 (ଆଲୋଚନାଅବଦାନ)

ମୋର ବି ସହମତି ।

MKar (ଆଲୋଚନାଅବଦାନ)

ଉପରୋକ୍ତ କର୍ମଶାଳା ନିମନ୍ତେ ଯୋଜନା ପ୍ରସ୍ତୁତ କରିବା ବେଳେ ଟିଟୋ ମୋ ସହ ଆଲୋଚନା କରିଥିଲେ । ଏଥିରେ ଯୋଗଦେବା ନିମନ୍ତେ ମୁଁ ଆବେଦନ କରିସାରିଛି ।

ସମସ୍ତଙ୍କୁ ଧନ୍ୟବାଦ :)

Psubhashish (ଆଲୋଚନାଅବଦାନ)

ଇଏ ତ "ତୁ ଗୁହାରି କରିବୁ ଯାହାକୁ, ମୁଁ ଘଇତା କରିଛି ତାହାକୁ" ସିଚୁଏସନ! :)