ହେନେରି କ୍ୟାଭେଣ୍ଡିସ୍

ଉଇକିପିଡ଼ିଆ‌ରୁ
ହେନେରି କ୍ୟାଭେଣ୍ଡିସ୍
Henry Cavendish
ହେନେରି କ୍ୟାଭେଣ୍ଡିସ୍
Born(1731-10-10)୧୦ ଅକ୍ଟୋବର ୧୭୩୧
Died୨୪ ଫେବୃଆରୀ ୧୮୧୦(1810-02-24) (ବୟସ ୭୮)
Nationalityବ୍ରିଟିଶ୍
Alma materକ୍ୟାମ୍ବ୍ରିଜ୍ ବିଶ୍ୱବିଦ୍ୟାଳୟ
Known forଉଦଜାନର ଆବିଷ୍କାର
ପୃଥିବୀର ଘନତ୍ୱ ମାପ
ବିଜ୍ଞାନୀ ଜୀବନ
କ୍ଷେତ୍ରରସାୟନ ବିଜ୍ଞାନ, ଭୌତିକ ବିଜ୍ଞାନ

ହେନେରି କ୍ୟାଭେଣ୍ଡିସ୍ (English: Henry Cavendish) ଜଣେ ବ୍ରିଟିଶ୍ ବୈଜ୍ଞାନିକ । ସେ ଉଭୟ ଭୌତିକ ବିଜ୍ଞାନରସାୟନ ବିଜ୍ଞାନରେ ଦକ୍ଷତା ହାସଲ କରିଥିଲେ । ସେ ଫ୍ରାନ୍ସର ନାଇସ ନାମକ ସ୍ଥାନରେ ଜନ୍ମ ଗ୍ରହଣ କରିଥିଲେ । ତାଙ୍କ ପିତାଙ୍କର ନାମ ଥିଲା ଲର୍ଡ ଚାର୍ଲସ୍‌ କ୍ୟାଭେଣ୍ଡିସ୍‌ । ଅନେକ ସମୟରେ ସେ ନିସଙ୍ଗରେ ସମୟ ବିତାଇବାକୁ ପସନ୍ଦ କରୁଥିଲେ । ତାଙ୍କର ଅଧିକାଶଂ ତଥ୍ୟ ମୃତ୍ୟୁର ବହୁବର୍ଷପରେ ପ୍ରକାଶିତ ହୋଇଥିଲା । ଅନେକ ବିଷୟରେ ସେ ଗବେଷଣା କରିଥିଲେ ମଧ୍ୟ ତାପ ସମ୍ପର୍କୀୟ ଗବେଷଣା ପାଇଁ ସେ ବିଖ୍ୟାତ । ଏହି ସମୟରେ ସେ ଅନେକ ବସ୍ତୁର ସ୍ପେସିଫିକ ହିଟ ସମ୍ପର୍କରେ ସେ ସୂଚନା ଦେଇଥିଲେ । ବାୟୁର ବିଭିନ୍ନ ଉପାଦାନ, ଓ ସେହି ଉପାଦାନଗୁଡ଼ିକ ମଧ୍ୟରୁ ସେ ଉଦ୍‌ଜାନ ସଂପର୍କରେ ସୂଚନା ଦେଇଥିଲେ । ଉଦ୍‌ଜାନକୁ ସେ "inflammable air ନାମରେ ନାମକରଣ କରିଥିଲେ । ଜଳ ଅଣୁର ଗଠନ ବିଷୟରେ ମଧ୍ୟ ସେ ତଥ୍ୟ ପ୍ରଦାନ କରିଥିଲେ । କୁଲମ୍ବ ଓ ଫାରାଡେ ବିଦ୍ୟୁତ ବିଷୟରେ ଊଦ୍ଭାବନ କରିଥିବା ଅନେକ ତଥ୍ୟ ସମ୍ବନ୍ଧରେ ସେ ପୂର୍ବରୁ ସୁଚନା ଦେଇସାରିଥିଲେ । ସେ ପୃଥିବୀର ସାନ୍ଦ୍ରତା ଜଳର ସାନ୍ଦ୍ରତାର ୫.୪୮ଗୁଣ ବୋଲି ଦର୍ଶାଇଥିଲେ । ତାଙ୍କଦ୍ୱାରା ଲିଖିତ ତଥ୍ୟଗୁଡିକୁ ନେଇ ୧୯୨୧ ମସିହାରେ ୨ଟି ବହି (Electrical Researches and Chemical and Dynamical) ପ୍ରକାଶିତ ହୋଇଥିଲା । ସେ ମଧ୍ୟ ପୃଥିବୀର ବସ୍ତୁତ୍ୱ ୫.୯୭୨୫ ବିଲିଅନ ଟ୍ରିଲିଅନ ଟନ୍ ବୋଲି ଦର୍ଶାଇଥିଲେ ।

ଜୀବନୀ[ସମ୍ପାଦନା]

ପ୍ରାରମ୍ଭିକ ଜୀବନ[ସମ୍ପାଦନା]

ରସାୟନ ବିଜ୍ଞାନ ଗବେଷଣା[ସମ୍ପାଦନା]

ପୃଥିବୀର ଘନତା[ସମ୍ପାଦନା]

ବିଦ୍ୟୁତ ସମ୍ପର୍କିତ ଗବେଷଣା[ସମ୍ପାଦନା]

ମୃତ୍ୟୁ[ସମ୍ପାଦନା]

ବ୍ୟକ୍ତିତ୍ୱ[ସମ୍ପାଦନା]

ଗୁରୁତ୍ତ୍ୱପୂର୍ଣ୍ଣ ରଚନବଳୀ[ସମ୍ପାଦନା]

  • Cavendish, Henry (1921). Scientific Papers. Vol. 1. Cambridge: Cambridge University Press. – edited by James Clerk Maxwell and revised by Joseph Larmor
  • Cavendish, Henry (1921). Scientific Papers. Vol. 2. Cambridge: Cambridge University Press. – edited by James Clerk Maxwell and revised by Joseph Larmor
  • Cavendish, Henry (1879). The Electrical Researches of the Honourable Henry Cavendish. Cambridge: Cambridge University Press. – edited by James Clerk Maxwell

ଆଧାର[ସମ୍ପାଦନା]

ଆହୁରି ପଢନ୍ତୁ[ସମ୍ପାଦନା]

  • Cavendish, Christa Jungnickel and Russell McCormmach, American Philosophical Society, 1996, ISBN 0-87169-220-1, 414 pp.
  • Cavendish: The Experimental Life, Christa Jungnickel and Russell McCormmach, Bucknell University Press, 1999, ISBN 0-8387-5445-7, 814 pp.

ବାହାର ଲିଙ୍କ[ସମ୍ପାଦନା]