ସ୍ମୃତିକ୍ଷୟ

ଉଇକିପିଡ଼ିଆ‌ରୁ
Amnesia
Amnesic syndrome
Video explanation
ବିଭାଗPsychiatry, neurology
ଲକ୍ଷଣLoss of the ability to recall past events[୧]
କାରଣHead injury, thiamin deficiency, stroke, seizures, dementia, alcoholism, brain tumors, certain medications, encephalitis, transient global amnesia, severe psychological stress[୧]
ରୋଗ ନିର୍ଣ୍ଣୟ ପଦ୍ଧତିBased on symptom, supported by formal testing[୧]
ଚିକିତ୍ସାPer the cause[୧]

ସ୍ମୃତିକ୍ଷୟ ବା ଆମ୍ନେସିଆ (ଇଂରାଜୀ ଭାଷାରେ Amnesia) ଅତୀତର ଘଟଣାଗୁଡ଼ିକର ସ୍ମୃତିକୁ ମନେ ପକାଇବାର କ୍ଷମତା ହରାଇବାକୁ ବୁଝାଏ | [୧] ଏକ ନିର୍ଦ୍ଦିଷ୍ଟ ସମୟ ମଧ୍ୟରେ ଏହା ଆଂଶିକ କିମ୍ବା ସମ୍ପୂର୍ଣ୍ଣ ଲୋପ ହୋଇପାରେ | [୧] ସାଧାରଣତଃ କୌଶଳ ବା ଦକ୍ଷତା ପ୍ରଦର୍ଶନ କରିବାର କ୍ଷମତା ବଜାୟ ରହିଥାଏ ଏବଂ କେବଳ ତଥ୍ୟ ମନେ ରଖିବାର କ୍ଷମତା ନଷ୍ଟ ହୋଇଯାଏ | [୧] ସ୍ମୃତିକ୍ଷୟ ସଂକ୍ଷିପ୍ତ ବା ସ୍ଥାୟୀ ହୋଇପାରେ କିନ୍ତୁ ସ୍ଥିର ରହିପାରେ ବା ଧୀରେ ଧୀରେ ଖରାପ ହୋଇପାରେ | [୧]

ଏହାର କାରଣମାନନ ମଧ୍ୟରେ ମୁଣ୍ଡରେ ଆଘାତ (head injury ), ଥିଏମିନର ଅଭାବ, ଷ୍ଟ୍ରୋକ୍, ବାତ ମାରିବା, ଡିମେନ୍ସିଆ, ମଦ୍ୟପାନ, ମସ୍ତିଷ୍କ ଟ୍ୟୁମର୍, କିଛି ଔଷଧ, ଏନସେଫାଲାଇଟିସ, କ୍ଷଣସ୍ଥାୟୀ ବିଶ୍ୱ ସ୍ମୃତିକ୍ଷୟ ଏବଂ ଗୁରୁତର ମାନସିକ ଚାପ ହୋଇପାରେ | [୧] ଅନ୍ତର୍ନିହିତ କାର୍ଯ୍ୟପ୍ରଣାଳୀ ସମ୍ପୂର୍ଣ୍ଣ ରୂପେ ବୁଝାପଡୁ ନାହିଁ, ଯଦିଓ ମସ୍ତିଷ୍କର ବିଭିନ୍ନ କ୍ଷେତ୍ର ଜଡ଼ିତ ହୋଇପାରେ | [୧] ଘଟଣା ପୂର୍ବରୁ, ଘଟଣା ପରେ ଓ ନିର୍ଦ୍ଦିଷ୍ଟ ସ୍ନାୟବିକ ପ୍ରଣାଳୀ ନେଇ ଏହାର ପ୍ରକାର ନିର୍ଦ୍ଧାରଣ କରାଯାଇଛି ।[୧] ରୋଗ ନିର୍ଣ୍ଣୟ ଲକ୍ଷଣ ଉପରେ ଆଧାରିତ ହୁଏ ଓ ଔପଚାରିକ ପରୀକ୍ଷଣ ପରେ ନିଧାର୍ଯ୍ୟ କରାଯାଏ । [୧] ଏହା ଦୁର୍ବଳ ପ୍ରେରଣା, ଧ୍ୟାନ, କିମ୍ବା ଯୁକ୍ତିଯୁକ୍ତ କ୍ଷମତାଠାରୁ ଭିନ୍ନ ବିଷୟ |

ଏହାର ଅନ୍ତର୍ନିହିତ କାରଣ ଅନୁସାରେ ଚିକିତ୍ସା କରାଯାଏ | [୧] ସ୍ମୃତି ସାହାଯ୍ୟ ବା ପରାମର୍ଶ ଆବଶ୍ୟକ ହୁଏ | [୨] ଏହା ନିମନ୍ତେ କୌଣସି ଔଷଧ ନାହିଁ ବା ସାହାଯ୍ୟକାରୀ ସପ୍ଲିମେଣ୍ଟ ନାହିଁ | [୩] ସ୍ଥାୟୀ କିମ୍ବା ପ୍ରଗତିଶୀଳ ସମସ୍ୟା ଥିବା ଲୋକମାନେ ପ୍ରାୟ ସଂଘର୍ଷ କରନ୍ତି | [୧]

ଏହି ରୋଗର ମୋଟ ହାର ଅସ୍ପଷ୍ଟ | [୩] ମୁଣ୍ଡରେ ଆଘାତ ପରେ ପ୍ରାୟ ୧୨% ଲୋକଙ୍କର ସମସ୍ୟା ଥିବାବେଳେ ୧୮% ପର୍ଯ୍ୟନ୍ତ ଚାପ ସମ୍ବନ୍ଧୀୟ ସମସ୍ୟା ଥାଇପାରେ। [୩] ମଧ୍ୟ ଯୁଗରେ ମଧ୍ୟ ସ୍ମୃତି ସ‌ହିତ ମସ୍ତିଷ୍କ ଜଡ଼ିତ ଥିବା ଜଣାଥିଲା | [୪] ଏହି ଆମ୍ନେସିଆ ଶବ୍ଦ ପ୍ରାଚୀନ ଗ୍ରୀକ୍ 'ଭୁଲିଯିବା' () ଶବ୍ଦରୁ ନିଆଯାଇଛି । [୫]  

ଆଧାର[ସମ୍ପାଦନା]

  1. ୧.୦୦ ୧.୦୧ ୧.୦୨ ୧.୦୩ ୧.୦୪ ୧.୦୫ ୧.୦୬ ୧.୦୭ ୧.୦୮ ୧.୦୯ ୧.୧୦ ୧.୧୧ ୧.୧୨ ୧.୧୩ "Amnesia - Brain, Spinal Cord, and Nerve Disorders". Merck Manuals Consumer Version. Retrieved 26 February 2021.
  2. Sharma, Sangeeta (2019). The 5-Minute Clinical Consult 2020 (in ଇଂରାଜୀ). Wolters kluwer india Pvt Ltd. pp. 40–41. ISBN 978-93-89702-05-7.
  3. ୩.୦ ୩.୧ ୩.୨ Sharma, Sangeeta (2019). The 5-Minute Clinical Consult 2020 (in ଇଂରାଜୀ). Wolters kluwer india Pvt Ltd. pp. 40–41. ISBN 978-93-89702-05-7.
  4. Parkin, Alan J. (2013). Memory and Amnesia: An Introduction (in ଇଂରାଜୀ). Psychology Press. p. 85. ISBN 978-1-135-06436-5.
  5. Kaufman, David Myland; Milstein, Mark J. (2012). Kaufman's Clinical Neurology for Psychiatrists E-Book (in ଇଂରାଜୀ). Elsevier Health Sciences. p. 109. ISBN 978-1-4557-4004-8.