ଶ୍ରଦ୍ଧାକର ସୂପକାର

ଉଇକିପିଡ଼ିଆ‌ରୁ
ଶ୍ରଦ୍ଧାକର ସୂପକାର
ଜନ୍ମ ଓ ଜନ୍ମସ୍ଥାନ(1914-09-14)୧୪ ସେପ୍ଟେମ୍ବର ୧୯୧୪
ଝାରୁଆପଡ଼ା, ସମ୍ବଲପୁର ଜିଲ୍ଲା
ମୃତ୍ୟୁ୫ ଜାନୁଆରୀ ୧୯୯୩(1993-01-05) (ବୟସ ୭୮)
ବୃତ୍ତିରାଜନେତା
ଭାଷାଓଡ଼ିଆ
ଜାତୀୟତାଭାରତୀୟ
ନାଗରିକତାଭାରତୀୟ
ଶିକ୍ଷାପିଏଚଡ଼ି(ହିନ୍ଦୁ ଆଇନ)
ଶିକ୍ଷାନୁଷ୍ଠାନରେଭେନ୍ସା ମହାବିଦ୍ୟାଳୟ, ପାଟଣା ବିଶ୍ୱବିଦ୍ୟାଳୟ
ସାହିତ୍ୟ କୃତି"ଗଳ୍ପାଞ୍ଜଳି", "ବିଷକନ୍ୟା", "ଜୁଆର-ଭଟ୍ଟା"

ଶ୍ରଦ୍ଧାକର ସୂପକାର (୧୪ ସେପ୍ଟେମ୍ବର ୧୯୧୪ - ୫ ଜାନୁଆରୀ ୧୯୯୩) ଜଣେ ଗାନ୍ଧିବାଦୀ ରାଜନେତା, ସମାଜସେବୀ, ଆଇନଜୀବୀ, ଶିକ୍ଷାବିତ୍‍, ସାମ୍ବାଦିକ ଏବଂ କଥାକାର ଥିଲେ । ସେ ୫୦ ଓ ୬୦ ଦଶକରେ ଜଣେ ଓଡ଼ିଆ ପ୍ରାବନ୍ଧିକ ଥିଲେ ।[୧]

ପ୍ରାରମ୍ଭିକ ଜୀବନ ଓ ଶିକ୍ଷା[ସମ୍ପାଦନା]

ସୂପକାର ୧୯୧୪ ମସିହା ସେପ୍ଟେମ୍ବର ୧୪ ତାରିଖରେ ସମ୍ବଲପୁର ଜିଲ୍ଲାର ଝାରୁଆପଡ଼ାଠାରେ ଜନ୍ମଗ୍ରହଣ କରିଥିଲେ ।[୨] ତାଙ୍କର ପିତା ଥିଲେ ଡାକ୍ତର ଜନାର୍ଦ୍ଧନ ପୂଜାରୀ ଓ ମାତା ଥିଲେ ତ୍ରିବେଣୀ ଦେବୀ [୩]। ସେ ରେଭେନ୍ସା ମହାବିଦ୍ୟାଳୟରୁ ଗଣିତ ସମ୍ମାନ ସହ ସ୍ନାତକ ଏବଂ ପାଟଣା ବିଶ୍ୱବିଦ୍ୟାଳୟରୁ ଇଂରାଜୀରେ ସ୍ନାତକୋତ୍ତର ପାଠ ପଢ଼ିଥିଲେ । ପରେ ହିନ୍ଦୁ ଆଇନ ଉପରେ ଗବେଷଣା କରି, ସେ ସମ୍ବଲପୁର ବିଶ୍ୱବିଦ୍ୟାଳୟରୁ ପିଏଚଡ଼ି ହାସଲ କରିଥିଲେ ।

ରାଜନୀତିକ ଜୀବନ[ସମ୍ପାଦନା]

୧୯୪୯ମସିହାରେ ସେ ପ୍ରଥମଥର ପାଇଁ ଓଡ଼ିଶା ବିଧାନ ସଭାକୁ ଜଣେ ସ୍ୱାଧୀନ ପାର୍ଥୀ ଭାବରେ ନିର୍ବାଚିତ ହୋଇଥିଲେ । ୧୯୫୧ରେ ପୁନଶ୍ଚ ବିଧାନ ସଭା ଓ ୧୯୫୭ରେ ଲୋକ ସଭାକୁ ନିର୍ବାଚିତ ହୋଇଥିଲେ । ପରେ ସେ କଂଗ୍ରେସ ଦଳରେ ଯୋଗଦେଇ ୧୯୬୫କୁ ରାଜ୍ୟସଭାକୁ ନିର୍ବାଚିତ ହୋଇଥିଲେ । ୧୯୮୫ ମସିହାରେ ସୁପକାର ସମ୍ବଲପୁର ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ କଂଗ୍ରେସ ଦଳର ପ୍ରାର୍ଥୀ ଭାବେ ନିର୍ବାଚିତ ହୋଇ ଓଡ଼ିଶା ବିଧାନ ସଭାରେ ଯୋଗଦେଇଥିଲେ ।[୪][୫] ୧୯୫୧ରେ ସେ ଆଉଥରେ କଂଗ୍ରେସ ଦଳର ପ୍ରାର୍ଥୀ ଭାବେ ରେଢ଼ାଖୋଲ ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ନିର୍ବାଚିତ ହୋଇ ବିଧାନ ସଭାରେ ଯୋଗଦେଇଥିଲେ ।[୬][୭]

ସାହିତ୍ୟ ସର୍ଜନା[ସମ୍ପାଦନା]

ସୁପକାର, ଛାତ୍ରାବସ୍ଥାରୁ ସାହିତ୍ୟାନୁରାଗୀ ଥିଲେ ଓ ଲେଖାଲେଖି କରୁଥିଲେ । ତାଙ୍କ ଲେଖା ଶଙ୍ଖ, ଚରୁରଙ୍ଗ, ନବଯୁଗ ଆଦି ପତ୍ରିକାରେ ଛପା ଯାଉଥିଲା ।

ରଚନାବଳୀ[ସମ୍ପାଦନା]

ସୁପକାରଙ୍କ ପ୍ରମୁଖ ରଚନାବଳୀ ମଧ୍ୟରେ "ଗଳ୍ପାଞ୍ଜଳି", "ବିଷକନ୍ୟା", "ଜୁଆର-ଭଟ୍ଟା", "ଗୋଟିଏ କରୁଣ ରାତି", "କସ୍ତୁରୀ ମୃଗ", "ସୂପ", "ସୁରେନ୍ଦ୍ର ସାଏ", "ଆର୍ତ୍ତବନ୍ଧୁ ଆଇଜାକ୍‍ ସାଆନ୍ତରା", "ଲେନିନ୍‍", "ପ୍ରେମର ଅନେକ ରଙ୍ଗ" ପ୍ରଭୃତି କାହାଣୀ ଓ ଜୀବନାଲେଖ୍ୟ ପୁସ୍ତକ ।[୧]

ସମ୍ମାନ ଓ ପୁରସ୍କାର[ସମ୍ପାଦନା]

  • ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର[୮]

୧୯୯୩ ମସିହା ଜାନୁଆରୀ ୫ ତାରିଖରେ ତାଙ୍କର ମୃତ୍ୟୁ ହୋଇଥିଲା ।[୧]

ଆଧାର[ସମ୍ପାଦନା]

  1. ୧.୦ ୧.୧ ୧.୨ ସମକାଳ. ଭୁବନେଶ୍ୱର: ପେନ୍-ଇନ୍. February 2012.
  2. ସୂପକାର, ଶ୍ରଦ୍ଧାକର. ଯାତ୍ରୀ. ବେଙ୍ଗାଳୁରୁ: ତପସ୍ୱିନୀ. p. 13-17.
  3. ପ୍ରଧାନ, କୃଷ୍ନଚନ୍ଦ୍ର (2016). ଶ୍ରଦ୍ଧାକର ସୂପକାର ଚୟନିକା (ପ୍ରଥମ ed.). ନୂଆ ଦିଲ୍ଲୀ: ସାହିତ୍ୟ ଅକାଦେମି. pp. 1–2. ISBN 978-81-260-5166-3.
  4. "State Elections 2004 - Partywise Comparision for 128-Sambalpur Constituency of ORISSA". eci.nic.in. 2006. Retrieved 28 May 2013. List Of Winning Candidates
  5. http://orissa.gov.in/e-magazine/orissaannualreference/ORA-2011/pdf/453-501.pdf
  6. "State Elections 2004 - Partywise Comparision for 133-Rairakhol Constituency of ORISSA". eci.nic.in. 2006. Retrieved 28 May 2013. List Of Winning Candidates
  7. http://orissa.gov.in/e-magazine/orissaannualreference/ORA-2011/pdf/453-501.pdf
  8. "ଆର୍କାଇଭ୍ କପି". ସମ୍ବାଦ ୦୫/୦୧/୨୦୧୭ ପୃଷ୍ଠା ୨. Archived from the original on 10 January 2018. Retrieved 5 January 2018. {{cite news}}: Cite has empty unknown parameter: |1= (help)