ରିତେଶ ଅଗ୍ରୱାଲ

ଉଇକିପିଡ଼ିଆ‌ରୁ
ରିତେଶ ଅଗ୍ରୱାଲ
ରିତେଶ ଅଗ୍ରୱାଲ
Born(1993-11-16)୧୬ ନଭେମ୍ବର ୧୯୯୩
Occupationଶିଳ୍ପଦ୍ୟୋଗୀ

ରିତେଶ ଅଗ୍ରୱାଲ ହେଉଛନ୍ତି ଜଣେ ଭାରତୀୟ ଶିଳ୍ପଦ୍ୟୋଗୀ ଏବଂ ଓୟୋ କମ୍ପାନୀର ପ୍ରତିଷ୍ଠାତା ତଥା ମୁଖ୍ୟ ସଂସ୍ଥାପକ ।

ବାଲ୍ୟ ଜୀବନ ଓ ଶିକ୍ଷା

ଅଗ୍ରୱାଲ ଭାରତର ଓଡ଼ିଶା ରାଜ୍ୟର ବିଷମ କଟକଠାରେ ଜନ୍ମଗ୍ରହଣ କରିଥିଲେ ଏବଂ ଟିଟିଲାଗଡରେ ପାଳିତ ହୋଇଥିଲେ [୧]। ମାତ୍ର ୧୩ ବର୍ଷ ବୟସରେ ସେ ସିମ୍ କାର୍ଡ ବିକ୍ରୟ କରିବା ଆରମ୍ଭ କରିଥିଲେ । ଅଗ୍ରୱାଲ ସେଣ୍ଟ ଜନ୍ସ ସିନିୟର ମାଧ୍ୟମିକ ବିଦ୍ୟାଳୟରୁ ସ୍ନାତକ ଡିଗ୍ରୀ ହାସଲ କରି କଲେଜ ଶିକ୍ଷା ପାଇଁ ୨୦୧୧ରେ ଦିଲ୍ଲୀ ଯାଇଥିଲେ । କଲେଜ ଶିକ୍ଷା ସିନା ସମାପ୍ତ ହୋଇପାରିଲା ନାହିଁ ହେଲେ ସେ ୨୦୧୩ରେ ପିଟର ଥାଇଲ୍ ଫେଲୋସିପ୍ ପାଇଁ ମନୋନୀତ ହୋଇଥିଲେ । ଏହାପରେ ତାଙ୍କ ଜୀବନର ଗତିପଥ ବଦଳିଯାଇଥଲା ।

ବ୍ୟାବସାୟିକ ଜୀବନ

ଅଗ୍ରୱାଲ ତାଙ୍କ ଦିଲ୍ଲୀ ରହଣି ବେଳେ ଅନୁଭବ କରିଥିଲେ ଯେ ଶସ୍ତା ଏବଂ ଭଲ ରହିବା ହୋଟେଲ ବା କୋଠରୀର ଭଲ ଚାହିଦା ରହିଛି । ଅତଏବ ଓରାଭେଲ୍ ଷ୍ଟେ ନାମକ ଏକ ପୋର୍ଟାଲ ମାଧ୍ୟମରେ କମ ଭଡ଼ାରେ ମିଳିପାରୁଥିବା ବଜେଟ୍ ହୋଟେଲ ବୁକିଂ ପାଇଁ ଏକ ବଜେଟ୍ ଆବାସ ପୋର୍ଟାଲ୍ ଆରମ୍ଭ କରିଥିଲେ [୨]। ସେପ୍ଟେମ୍ବର ୨୦୧୨ରେ ଭେଞ୍ଚର ନର୍ସରୀ ଦ୍ୱ।ରା ପରିଚାଳିତ ତ୍ୱରାନ୍ୱିତକାରୀ କାର୍ଯ୍ୟକ୍ରମରେ ଏହା ଗ୍ରହଣ କରାଯାଇଥିଲା ଏବଂ ପରେ 100,000 ଡଲାର୍ ଅନୁଦାନ ପାଇ ୨୦୧୩ରେ ଥାଇଲ୍ ଫେଲୋସିପ୍ କାର୍ଯ୍ୟକ୍ରମର ବିଜେତାମାନଙ୍କ ମଧ୍ୟରୁ ଅନ୍ୟତମ ହୋଇପାରିଲା । ପରେ ଏହି କମ୍ପାନୀ OYO ରୁମ୍ ଭାବରେ ମେ ୨୦୧୩ରେ ଆରମ୍ଭ କରାଯାଇଥିଲା । ସେପ୍ଟେମ୍ବର ୨୦୧୮ ସୁଦ୍ଧା କମ୍ପାନୀ ୧ ବିଲିୟନ ଡଲାର ସଂଗ୍ରହ କରିପାରିଥିଲା । ଜୁଲାଇ ୨୦୧୯ରେ ରିପୋର୍ଟ ହୋଇଥିଲା ଯେ ଅଗ୍ରୱାଲ ତାଙ୍କ ଅଂଶଧନକୁ ତିନିଗୁଣ କରି କମ୍ପାନୀରେ ୨ ବିଲିୟନ ଡଲାର ଅଂଶଧନ କିଣିଛନ୍ତି । ହୁରୁନ୍ ରିଚ୍ ତାଲିକା ୨୦୨୦ ଅନୁଯାୟୀ ତାଙ୍କର ନିଟ୍ ସମ୍ପତ୍ତିର ମୂଲ୍ୟ ପ୍ରାୟ 1.1 ବିଲିୟନ ଡ଼ଲାର୍ (ଭାରତୀୟ ମୁଦ୍ରା ୭୨୫୩ କୋଟି) ହେବ ବୋଲି ଆକଳନ କରାଯାଇଥିଲା । ସେ କିଲି ଜେନେରଙ୍କ ପରେ ଦୁନିଆର ସର୍ବକନିଷ୍ଠ କୋଟିପତି (ବିଲିୟନେୟାର) ଅଟନ୍ତି ।

ଆଧାର

  1. "Ritesh Agarwal: Interesting facts about oyo founder ritesh agarwal". Business Insider. Retrieved 1 April 2020.
  2. "'If you meet a 17- or 18-year-old entrepreneur, just invest in their firm'". Livemint (in ଇଂରାଜୀ). 9 July 2019. Retrieved 1 April 2020.

ଆହୁରି ଦେଖନ୍ତୁ