ରାଜେଶ ଖାନ୍ନା

ଉଇକିପିଡ଼ିଆ‌ରୁ
ରାଜେଶ ଖାନ୍ନା
Born
ଯତିନ ଖାନ୍ନା

(1942-12-29)୨୯ ଡିସେମ୍ବର ୧୯୪୨
Died୧୮ ଜୁଲାଇ ୨୦୧୨(2012-07-18) (ବୟସ ୬୯)
Other namesଯତିନ ଖାନ୍ନା
କାକା
ଆର.କେ
Occupationକଥାଚିତ୍ର ଅଭିନେତା ତଥା ପ୍ରଯୋଜକ
Years active୧୯୬୬–୨୦୧୨ (ଅଭିନେତା)

୧୯୯୧–୧୯୯୬ (ରାଜନୀତି)

୧୯୭୧–୧୯୯୫ (ପ୍ରଯୋଜକ)
Spouseଡିମ୍ପଲ କପାଡିଆ (୧୯୭୩–୧୯୮୪)
Childrenଟ୍ୱିଙ୍କିଲ ଖାନ୍ନା
ରିଙ୍କି ଖାନ୍ନା

ରାଜେଶ ଖାନ୍ନା (୨୯ ଡିସେମ୍ବର ୧୯୪୨-୧୮ ଜୁଲାଇ ୨୦୧୨), ଭାରତର ଜଣେ ହିନ୍ଦୀ କଥାଚିତ୍ର ଅଭିନେତା, ପ୍ରଯୋଜକ ଓ ଜଣେ ରାଜନେତା ଥିଲେ । ସେ ହିନ୍ଦୀ ଚଳଚ୍ଚିତ୍ର ଜଗତର କାକାଜୀ ଭାବେ ପରିଚିତ । ରାଜେଶ ବଲିଉଡ଼ର ପ୍ରଥମ ସୁପର୍ ଷ୍ଟାର ଥିଲେ ।[୧] ରାଜେଶଙ୍କର ପ୍ରକୃତ ନାମ ଯତିନ ଖାନ୍ନା । ରାଜେଶଙ୍କୁ ତାଙ୍କ ପିତାମାତାଙ୍କର ଜଣେ ସମ୍ପର୍କିୟ ପୌଷ୍ୟପୁତ୍ର ଭାବେ ଗ୍ରହଣ କରିଥିଲେ ।[୨]

ପ୍ରାରମ୍ଭିକ ଜୀବନ[ସମ୍ପାଦନା]

ଛୋଟବେଳୁ ଅଭିନୟ କରିବାର ତାଙ୍କର ବହୁତ ଆଗ୍ରହ ଥିଲା । ସେ ସ୍କୁଲ ଓ କଲେଜ ସମୟରେ ଡ୍ରାମାରେ ଅଭିନୟ କରୁଥିଲେ । ୧୯୬୫ ମସିହାରେ ତାଙ୍କର ଭାଗ୍ୟର ଡୋରି ବଦଳିଯାଇଥିଲା । ସେହି ସମୟରେ "ୟୁନାଇଟେଡ୍ ପ୍ରଡ୍ୟୁସର ଏଣ୍ଡ ଫିଲ୍ମଫେୟାର" ପକ୍ଷରୁ ଅଭିନେତା ପାଇଁ "ଟାଲେଣ୍ଟ ହଣ୍ଟ"ରେ ଭାଗ ନେଇ ଶେଷ ୮ ଜଣଙ୍କ ମଧ୍ୟରେ ରହି ସମସ୍ତଙ୍କ ନଜରକୁ ଆସିଥିଲେ । ଏହାର ଗୋଟିଏ ବର୍ଷ ପରେ ଚେତନ ଆନନ୍ଦ ତାଙ୍କୁ ଆଖିର୍ ଖତ୍ ଚଳଚ୍ଚିତ୍ରରେ ପ୍ରଥମଥର ମୁଖ୍ୟଚରିତ୍ରରେ ଅଭିନୟ କରିବାକୁ ସୁଯୋଗ ଦେଇଥିଲେ । ସେହିଠାରେ ହିଁ ତାଙ୍କ ନାମ ଯତିନରୁ ରାଜେଶକୁ ପରିବର୍ତ୍ତନ କରାଯାଇଥିଲା । ଏହା ପରେ ସେ ଆଉ ପଛକୁ ଫେରି ଚାହିଁ ନାହାନ୍ତି । ପ୍ରାରମ୍ଭିକ ସମୟରେ ତାଙ୍କ ଫିଲ୍ମଗୁଡ଼ିକ ବିଶେଷ ସଫଳତା ଲାଭ କରିନ ଥିଲା । କିନ୍ତୁ ୧୯୬୯ରେ ନିର୍ମିତ "ଆରାଧନା" କଥାଚିତ୍ରରେ ଅଭିନେତ୍ରୀ ଶର୍ମିଳା ଟାଗୋରଙ୍କ ସହ ତାଙ୍କ ଅଭିନୟ ଦର୍ଶକଙ୍କ ମନକୁ କିଣି ନେଇଥିଲା । ଆରାଧନା ଫିଲ୍ମରର ବିପୁଳ ସଫଳତା ଥିଲା ରାଜେଶଙ୍କ କ୍ୟାରିଅରର ନିର୍ଣ୍ଣାୟକ ମୋଡ଼ । "ଆରାଧନା" କଥଚିତ୍ରରୁ ସେ ହେଲେ ସୁପରଷ୍ଟାର । ସେ ଅଭିନେତ୍ରୀ ହେମାମାଳିନୀଙ୍କ ସହ ସର୍ବାଧିକ ୧୫ଟି ରୋମାଣ୍ଟିକ ଫିଲ୍ମ କରିଥିଲେ । ଫିଲ୍ମ ଆନନ୍ଦରେ ସେ ଖୁବ ଉଚ୍ଚକୋଟୀର ଅଭିନୟ କରି ପ୍ରମାଣ କରିଦେଇଥିଲେ ଯେ,"ଫିଲ୍ମରେ ଜଣେ ଅଭିନେତା କାନ୍ଦିବାଟା ଦୁଃଖ ନୁହେଁ, ତାହାକୁ ଦେଖି ଯଦି ଦର୍ଶକ ଦେଖି କାନ୍ଦିବେ ତାହା ପ୍ରକୃତ ଦୁଃଖ" । ଫିଲ୍ମଟି ଦେଖିବାପରେ ଦର୍ଶକଙ୍କ କାନରେ ରାଜେଶଙ୍କ "ବାବୁମୁସାୟ" ଡାକଟି ସତେ ଯେମିତି ଗୁଞ୍ଜରିତ ହେଉଥିଲା । ଜୀବନ କାଳ ମଧ୍ୟରେ ସେ ୧୬୩ଟି କଥାଚିତ୍ରରେ ଅଭିନୟ କରିଛନ୍ତି । ସେଗୁଡିକ ମଧ୍ୟରେ ୧୦୬ଟି ଫିଲ୍ମରେ ମୂଖ୍ୟ ଭୂମିକାରେ ଅଭିନୟ କରିଛନ୍ତି । ଫିଲ୍ମ ଫେୟାର ଆୱାଡ ପାଇଁ ସେ ୧୪ ଥର ମନୋନୟନ ତାଲିକାରେ ସ୍ଥାନ ପାଇଥିବା ବେଳେ ତାଙ୍କୁ ୩ ଥର ଶ୍ରେଷ୍ଠ ଅଭିନେତା ପୁରସ୍କୃତ କରାଯାଇଥିଲା । ୨୦୦୫ରେ ତାଙ୍କୁ ଲାଇଫ ଟାଇମ ଆଚିଭମେଣ୍ଟ ପୁରସ୍କାର ପ୍ରଦାନ କରାଯାଇଥିଲା ।[୩] ଅଭିନେତ୍ରୀ ଅଞ୍ଜୁ ମହେନ୍ଦ୍ରୁଙ୍କ ସହ ତାଙ୍କର ୭ ବର୍ଷର ପ୍ରେମ ସମ୍ପର୍କ ରହିଥିଲା । ତାହା ତୁଟି ଯିବାପରେ ସେ ୧୯୭୩ ମସିହାରେ ହଠାତ ଅଭିନେତ୍ରୀ ଡିମ୍ପଲ କାପାଡ଼ିଆଙ୍କୁ ବିବାହ କରି ବଲିଉଡ଼ରେ ଚହଳ ସୃଷ୍ଟି କରିଥିଲେ । [୪] ତାଙ୍କ ଦୁଇ ଝିଅ ଟ୍ୱିଙ୍କିଲ ଓ ରିଙ୍କି । ଅଭିନେତା ଅକ୍ଷୟ କୁମାର ତାଙ୍କ ଜାମାତା ଓ ଟ୍ୱିଙ୍କିଲଙ୍କ ସ୍ୱାମୀ ।[୫] ୧୯୮୪ରେ ଡିମ୍ପଲଙ୍କ ସହ ମନୋମାଳିନ୍ୟ ଯୋଗୁଁ ପରସ୍ପର ଦୁରେଇଯାଇଥିଲେ । କିନ୍ତୁ ସେମାଙ୍କ ମଧ୍ୟରେ ବିବାହ ଉଚ୍ଛେଦ ହୋଇନଥିଲା ।

ରାଜେଶଙ୍କ ଅଭିନୀତ କଥାଚିତ୍ର[ସମ୍ପାଦନା]

  • ଖାମୋଶୀ, ୧୯୬୯
  • ଇତେଫାକ୍, ୧୯୬୯
  • ଆରାଧନା, ୧୯୬୯
  • ସଚ୍ଚା ଝୁଟା, ୧୯୭୦
  • ହାତୀ ମେରେ ସାଥି, ୧୯୭୧
  • କଟି ପତଙ୍ଗ, ୧୯୭୧
  • ଆନନ୍ଦ, ୧୯୭୧
  • ଅମର ପ୍ରେମ, ୧୯୭୨
  • ବାୱର୍ଚି, ୧୯୭୨
  • ଦୁସମନ, ୧୯୭୨
  • ନମକ ହାରାମ,୧୯୭୩
  • ପ୍ରେମ ନଗର, ୧୯୭୪
  • ପ୍ରେମ କହାନୀ, ୧୯୭୫
  • ଚକ୍ରବ୍ୟୁହ, ୧୯୭୮
  • ଆଜ୍ କା ଏମ୍ଏଲ୍ଏ ରାମ ଅବତାର, ୧୯୮୪
  • ହମ ଦୋନୋ,୧୯୮୫[୬]

ରାଜନୀତି[ସମ୍ପାଦନା]

ନବେ ଦଶକରେ ଅଭିନୟରୁ ଦୂରେଇ ରାଜେଶ ରାଜନୀତିରେ ପ୍ରବେଶ କରିଥିଲେ । ୧୯୯୨ରେ ସେ କଂଗ୍ରେସ ଟିକେଟରୁ 'ନୂଆ ଦିଲ୍ଲୀ' ଲୋକ ସଭା ଆସନରୁ ନିର୍ବାଚିତ ହେଇଥିଲେ ।[୭]

ଆଧାର[ସମ୍ପାଦନା]

  1. http://www.bbc.co.uk/news/world-asia-india-18881804
  2. http://m.indiatoday.in/story/rajesh-khanna-dead/1/208913.html
  3. http://www.awardsandshows.com/features/lifetime-achievement-award-64.html
  4. "ଆର୍କାଇଭ୍ କପି". Archived from the original on 2013-05-28. Retrieved 2012-07-21. {{cite web}}: Cite has empty unknown parameter: |1= (help)
  5. "ଆର୍କାଇଭ୍ କପି". Archived from the original on 2012-06-23. Retrieved 2012-07-21. {{cite web}}: Cite has empty unknown parameter: |1= (help)
  6. "ଆର୍କାଇଭ୍ କପି". Archived from the original on 2012-07-26. Retrieved 2012-07-21. {{cite web}}: Cite has empty unknown parameter: |1= (help)
  7. http://books.google.co.in/books?id=yInZdHn-pKoC&pg=PA493&hl=en#v=onepage&q&f=false

ଅଧିକ ତଥ୍ୟ[ସମ୍ପାଦନା]