ମଙ୍ଗଳା ଗୌରି ମନ୍ଦିର

ଉଇକିପିଡ଼ିଆ‌ରୁ

ମଙ୍ଗଳା ଗୌରି ମନ୍ଦିରtଭାରତୀୟ ରାଜ୍ୟ ବିହାରର ଗୟାଠାରେ ଅବସ୍ଥିତ ଏକ ମନ୍ଦିର । ପଦ୍ମା ପୁରାଣ,ବାୟୁ ପୁରାଣ ଓ ଅଗ୍ନି ପୁରାଣ ଆଦିରେ ଏହି ମନ୍ଦିର ବିଷୟରେ ଉଲ୍ଲେଖ ରହିଛି । ଏହି ମନ୍ଦିର ଭାରତରେ ଥିବା 18ଟି ଶକ୍ତି ପିଠ ମଧ୍ୟରୁ ଅନ୍ୟତମ ।ବର୍ତ୍ତମାନର ମନ୍ଦିର 15 ଶ ଶତାବ୍ଦୀରେ ନିର୍ମିତ ହେଇଥିଲା । ମାଁ ଶକ୍ୟ ଦେବୀଙ୍କ ଆରାଧନା ପାଇଁ ମନ୍ଦିର ସ୍ଥାପିତ ହେଇଥିଲା । ଗୟା ତୀର୍ଥ ସ୍ଥଳୀରେ ଏହା ଏକ ବିଶିଷ୍ଟ ବୈଷ୍ଣବ ଧର୍ମ ସ୍ଥଳୀ ଭାବରେ ମଙ୍ଗଳଗୌରୀଙ୍କ ଆରାଧନା ପିଠା ହିସାବରେ ବିଖ୍ୟାତ । ବିଶ୍ୱାସ କରାଯାଏ ଯେ ଏଠାରେ ଦର୍ଶନ କଲେ ମନୋସ୍କାମନା ପୂରଣ ହୁଏ ।[୧] 

ମଙ୍ଗଳଗୌରୀ ପାହାଡ ଉପରେ ପୂର୍ବ ଦିଗକୁ ମୁଖ କରି ମନ୍ଦିର ନିର୍ମିତ ହେଇଥିଲା । ମନ୍ଦିର ନିକଟକୁ ଯିବା ପାଇଁ ପ୍ରସ୍ତର ସୋପାନ ଓ ଗାଡି ଯିବା ରାସ୍ତା ମଧ୍ୟ ରହିଛି । ଏହି ମନ୍ଦିରରେ ପ୍ରାଚୀନ ପ୍ରସ୍ତର ଖୋଦେଇ କଳା ମଧ୍ୟ ଦେଖିବାକୁ ମିଳେ । ଏଠାରେ ଏକ ପ୍ରାର୍ଥନା ଗୃହ ରହିଛି । 

ମୁଖ୍ୟ ମନ୍ଦିର ସନ୍ନିକଟରେ ଭଗବାନ ଶିବ, ମାଁ କାଲୀ , ଭଗବାନ ହନୁମାନ  ଙ୍କ ପାଇଁ ଅଲଗା ମନ୍ଦିର ରହିଛି ।[୨] 

ଆଧାର [ସମ୍ପାଦନା]

  1. www.durga-puja.org/mangalagauri-temple.html
  2. www.durga-puja.org/mangalagauri-temple.html