ବ୍ରହ୍ମପୁରୀ ପାଟ (ଫୋଡ଼ା କୁମ୍ଭ) ଶାଢ଼ୀ ଏବଂ ଯୋଡ଼ା

ଉଇକିପିଡ଼ିଆ‌ରୁ


ବ୍ରହ୍ମପୁରୀ ପାଟ (ଫୋଡ଼ା କୁମ୍ଭ) ଶାଢ଼ୀ ଏବଂ ଯୋଡ଼ା
Geographical indication
Alternative namesବ୍ରହ୍ମପୁରୀ ପାଟ (ଫୋଡ଼ା କୁମ୍ଭ) ଶାଢ଼ୀ ଏବଂ ଯୋଡ଼ା
Typeହସ୍ତକଳା
Areaବ୍ରହ୍ମପୁର, ଗଞ୍ଜାମ,ଓଡ଼ିଶା
Countryଭାରତ
Materialବସ୍ତ୍ର

ବ୍ରହ୍ମପୁରର ରେଶମ ଶାଢ଼ୀ ଏକ ଉତ୍କୃଷ୍ଟ ମାନର ଉତ୍ପାଦ ଭାବେ ଶତାବ୍ଦୀ ଶତାବ୍ଦୀ ଧରି ଦେଶ ବିଦେଶରେ ପରିଚିତ ହେବା ସହ ସହରର ଗୌରବ ବଢ଼ାଉଛି । ଏଥିପାଇଁ ବ୍ରହ୍ମପୁରକୁ ରେଶମ ନଗରୀ ଆଖ୍ୟା ଦିଆଯାଏ । ବ୍ରହ୍ମପୁରୀ ରେଶମ ପାଟଶାଢ଼ୀ ଭାରତ ସରକାରଙ୍କଠାରେ ଭାରତୀୟ ଭୌଗଳିକ ସଙ୍କେତ ଭାବେ ପଞ୍ଜୀକୃତ ହୋଇଛି । [୧] ପଞ୍ଜୀକୃତ ହୋଇଥିବା ଫୋଡ଼ା କୁମ୍ଭ ଚିତ୍ରିତ ବ୍ରହ୍ମପୁରୀ ରେଶମ ଶାଢ଼ୀ ମହିଳାଙ୍କ ପରିଧାନ ଏବଂ ଯୋଡ଼ା ପୁରୁଷଙ୍କ ପରିଧାନ ଅଟେ ।

ବ୍ରହ୍ମପୁରୀ ଶାଢ଼ୀ ତାର ସ୍ୱତନ୍ତ୍ର କାରିଗରୀଦ୍ୱାରା ପରିଚିତ ଯହିଁରେ କୁମ୍ଭ ଫୋଡ଼ା ଓଡ଼ିଶୀ ଶୈଳୀରେ ବୁଣାଯାଇଥାଏ । ଏଠାର ଜରି କାମ ଭିନ୍ନ ଏକ ଛାପ ରଖେ । ଏଠାର ମାନକ ବୁଣାଶୈଳୀ ପାଖାପାଖି ୨୦୦ ବର୍ଷରୁ ଅଧିକ ହେବ ବୋଲି ଅନୁମାନ କରାଯାଏ । ସୁକ୍ଷ୍ମ ତନ୍ତବୁଣା ଶାଢ଼ୀ ଦକ୍ଷିଣ ଏସିଆ ଦେଶ ସମୂହକୁ ଗୋପାଳପୁର ବନ୍ଦର ଦେଇ ରପ୍ତାନୀ କରାଯାଏ । ଏହି ବସ୍ତ୍ର ପୁରୀରେ ଥିବା ଜଗନ୍ନାଥ ମନ୍ଦିରରେ ଜଗନ୍ନାଥ, ବଳଭଦ୍ର, ଓ ସୁଭଦ୍ରାଙ୍କ ବେଶ ଆଦିରେ ବ୍ୟବହୃତ ହୁଏ । [୨]

ବିପଣନ[ସମ୍ପାଦନା]

ଅଧିକାଂଶ ଉତ୍ପାଦ ସମବାୟ ସମିତି ଏବଂ ବୟନିକା ଜରିଆରେ ବିକ୍ରୀବଟା ହୋଇଥାଏ । ବ୍ରହ୍ମପୁର ସହରରେ ଏବେ ମାତ୍ର ତିନୋଟି ବୁଣାକାର ସଙ୍ଘ ଅଛି । ବାର୍ଷିକ ଆପେକ୍ଷିକ ୧.୫୦ କୋଟି - ୨ କୋଟି ପର୍ଯ୍ୟନ୍ତ ବ୍ୟବସାୟ କରିଥାନ୍ତି । ତାଙ୍କର ଏକ ବେବସାଇଟ ଅଛି ଯେଉଁଥିରେ ସେମାନେ ଅନଲାଇନରେ ସେମାନଙ୍କ ଗ୍ରାହକମାନଙ୍କ ସହ ଆଧୁନିକ ଯୁଗ ସହ ତାଳ ମେଳାଇ ବ୍ୟବସାୟ କରିପାରୁଛନ୍ତି । ଜଣାଶୁଣା ଶପିଂ ବେବସାଇଟଗୁଡ଼ିକ ମଧ୍ୟ ସେମାନଙ୍କ ବ୍ୟବସାୟର ମଧ୍ୟମ ହେଉଛନ୍ତି । [୩][୪]

ଆଧାର[ସମ୍ପାଦନା]

  1. "Silk". beauty without cruelity - India. Retrieved 30 January 2016.
  2. mahanty, hrushikesh. "Berhampur charts silk route to recognition". Times Of India. Times of India. Retrieved 30 January 2016.
  3. odisha news, fullodisha.com. "Now you can Buy Berhampuri Patta Online". fullodisha.com. Retrieved 30 January 2016.
  4. "ବୁଣାକାରଙ୍କ ଲାଗି ୱେବ୍ସାଇଟ୍ ଉନ୍ମୋଚିତ - ଏଣିକି ଅନ୍ଲାଇନ୍ରେ ମିଳିବ ବୁଣାକାରଙ୍କ ପାଟ". Retrieved 30 January 2016.