ବାଣ

ଉଇକିପିଡ଼ିଆ‌ରୁ
ଫୁଟୁଥିବା ବାଣ

ବାଣ ହେଉଛି ଏକ ପ୍ରକାର କ୍ଷୁଦ୍ର ବିସ୍ଫୋଟକ ଯାହା ବାରୁଦରେ ପ୍ରସ୍ତୁତ ହୋଇଥାଏ ଓ ଏଥିରେ ଅଗ୍ନି ସଂଯୋଗ କଲେ, ଧୂଆଁ, ନିଆଁ ଓ ପ୍ରଚଂଡ ଶବ୍ଦ ଉତ୍ପନ୍ନ ହୋଇଥାଏ । ଭୁଇଁବାଣ, ସିଟିବାଣ, ତାଳବାଣ, ଚ଼କ୍ରିବାଣ, ହାବେଳୀ ଏମିତି ସାରା ପୃଥିବୀରେ ପ୍ରାୟ ୩୦୦ ପ୍ରକାରର ବାଣ ଦେଖିବାକୁ ମିଳିଥାଏ । କେତେକ ବାଣରେ ନିଆଁ ଲଗେଇଲେ ସେଥିରୁ କେବଳ ରଙ୍ଗୀନ୍ ସ୍ଫୁଲିଙ୍ଗ ବାହାରେ । ଆଉ କେତେକ ବାଣ ଅଗ୍ନିସଂଯୋଗ ପୂର୍ବକ ପ୍ରଚ଼ଣ୍ଡ ଶବ୍ଦ କରି ଫାଟିଯାଏ । ହାବେଳୀ ବାଣ ରଙ୍ଗୀନ୍ ସ୍ଫୁରଣ ସହିତ ଶେଷରେ ଫାଟିଯାଇ ଶବ୍ଦ ସୃଷ୍ଟି କରେ । କେତେକ ବାଣ ପାଣି ଭିତରେ ବି ଫୁଟେ ।

ଇତିହାସ[ସମ୍ପାଦନା]

କୁହାଯାଏ ବାଣ ବା ଫୋଟକାର ଆବିଷ୍କାର ପ୍ରଥମେ ଚୀନ ଦେଶରେ ହୋଇଥିଲା। [୧] ଏକାଦଶ ଶତାବ୍ଦୀରେ ଚ଼ୀନ୍ ଦେଶରେ ପ୍ରଥମେ ସାମରିକ କ୍ଷେତ୍ରରେ ଯୁଦ୍ଧ ରକେଟ୍ ଓ ବିସ୍ଫୋରକ ସାମଗ୍ରୀ ବ୍ୟବହୃତ ହେଉଥିଲା । ଏହି ଜ୍ଞାନକୌଶଳ ୧୩ଶ ଶତାବ୍ଦୀରେ ଆରବ ଦେଶରେ ପହଞ୍ଚିଥିଲା । ଖ୍ରୀଷ୍ଟାବ୍ଦ ୯୬୦ରୁ ୧୨୭୯ ମଧ୍ୟରେ 'ସୋଙ୍ଗ୍' ବଂଶର ରାଜୁତି ସମୟରେ ସେମାନେ ସୋରା, ଗନ୍ଧକ ଓ କୋଇଲାର ମିଶ୍ରଣରେ ବାରୁଦ ପ୍ରସ୍ତୁତ କରିଥିଲେ । ୧୨୭୯ ମସିହାରେ ମଙ୍ଗୋଲୀୟ ଆକ୍ରମଣକାରୀଙ୍କ ବିରୁଦ୍ଧରେ ସେମାନେ ବାରୁଦ ତିଆରି ରକେଟ୍ ବ୍ୟବହାର କରିଥିବାର କୁହାଯାଏ । ପ୍ରଥମେ ମଙ୍ଗୋଲୀୟମାନେ ୧୨୪୧ ମସିହାରେ ଇଉରୋପ ମହାଦେଶରେ ଚ଼ୀନଦେଶୀୟ ବାରୁଦ ଓ ରକେଟ୍ ବ୍ୟବହାର ଆରମ୍ଭ କରାଇଥିଲେ ବୋଲି ଐତିହାସିକମାନେ ଏକମତ ହୁଅନ୍ତି । ତେବେ ୧୨୫୮ ମସିହାରୁ ଇଉରୋପ୍ରେ ବାରୁଦ ବ୍ୟବହାର କରାଯାଇଥିଲା ବୋଲି ବିଶ୍ୱାସ କରାଯାଏ । କିନ୍ତୁ ୧୪ଶ ଶତାବ୍ଦୀରେ ଇଉରୋପୀୟମାନେ ବାଣ ତିଆରି କ୍ଷେତ୍ରରେ ଚ଼ୀନ୍ ଦେଶର କାରିଗରମାନଙ୍କୁ ଟପିଯାଇଥିଲେ । ସେହି ସମୟରେ ବନ୍ଧୁକର ଆବିଷ୍କାର ହୋଇଥିଲା । ଇଟାଲୀ ଓ ଜର୍ମାନୀରେ ଏହି କୌଶଳରେ ବୈଜ୍ଞାନିକ ଉନ୍ନତି ଆଣିବା ଦିଗରେ ପ୍ରଚେ଼ଷ୍ଟା କରାଯାଇଥିଲା । ୧୩୩୪ ମସିହାରେ ଇଂଲଣ୍ଡରେ ବାରୁଦ ପ୍ରସ୍ତୁତ କରାଯାଇଥିଲା । ଇଉରୋପ୍ରେ ପ୍ରାୟ ୧୭ଶ ଶତାବ୍ଦୀରେ ଲୋକମାନଙ୍କର ମନୋରଞ୍ଜନ ଉଦ୍ଦେଶ୍ୟରେ ବାରୁଦର ବହୁଳ ବ୍ୟବହାର ଆରମ୍ଭ ହୋଇଥିଲା । ଆଜି ପ୍ରାୟ ସବୁ ଦେଶରେ ବିଭିନ୍ନ ପର୍ବପର୍ବାଣିରେ ବାଣ ଫୁଟାଯାଉଛି । ବାର୍ଷିକ ପ୍ରାୟ ୫୦୦୦ କୋଟି ଟଙ୍କା ବାଣ ବାବଦରେ ଖର୍ଚ୍ଚ ହୋଇଥାଏ ।


ଅନ୍ୟ ଭାଷାରେ ନାମ[ସମ୍ପାଦନା]

ଆହୁରି ଦେଖନ୍ତୁ[ସମ୍ପାଦନା]

ଆଧାର[ସମ୍ପାଦନା]

  1. Chemicals for Life and Living, Eiichiro Ochiai, Springer, 2011, ISBN 978-3-642-20272-8, ... Fireworks were actually invented by Chinese alchemists who sought the elixir of immortality, as recorded in a book (Methods of the Various Schools of Magical Elixir Preparations) published around 650

ଅଧିକ ତଥ୍ୟ[ସମ୍ପାଦନା]