ବସୁଦେବ

ଉଇକିପିଡ଼ିଆ‌ରୁ

ବସୁଦେବ ଯଦୁବଂଶର ଶୂରକୁଳର ରାଜା ଦେବମୀଢ଼ ଓ ତାଙ୍କ ପତ୍ନୀ ମାରିଷାଙ୍କଠାରୁ ଜନ୍ମିଥିଲେ । ଏ ଜନ୍ମିବା ସମୟରେ ସ୍ୱର୍ଗରୁ ଦୁନ୍ଦୁଭି ଶବ୍ଦ ଶୁଣାଯାଇଥିଲା । ଏହାଯୋଗୁଁ ଏହାଙ୍କର ଏକ ନାମ ଆନକଦୁନ୍ଦୁଭି ୤ ଏ ପିତାଙ୍କ ଜ୍ୟେଷ୍ଠପୁତ୍ର ଥିଲେ । ଏହାଙ୍କର ପୌରବୀ, ରୋହିଣୀ, ମଦିରା, ଧରା, ବୈଶାଖୀ, ଭଦ୍ରା, ସୁନାମ୍ନୀ, ସହଦେବା, ଶାନ୍ତିଦେବା, ସୁଦେବା, ଦେବରକ୍ଷିତା ଓ ଦେବକୀ ନାମରେ ୧୨ଜଣ ଭାର୍ଯ୍ୟା (ସ୍ତ୍ରୀ) ଥିଲେ । ଏହା ଛଡ଼ା ସୁତନୁ ଓ ବଡ଼ବା ନାମରେ ଦୁଇ ଦାସୀ ଥିଲେ । ରୋହିଣୀଙ୍କ ଗର୍ଭରୁ ବଳରାମଦେବକୀଙ୍କ ଗର୍ଭରୁ ଶ୍ରୀକୃଷ୍ଣ ଜାତ ହୋଇଥିଲେ । ପାଣ୍ଡବ ମାତା କୁନ୍ତୀ ଏହାଙ୍କ ଭଉଣୀ ଥିଲେ ।

ଆହୁରି ଦେଖନ୍ତୁ[ସମ୍ପାଦନା]

ଆଧାର[ସମ୍ପାଦନା]