ବନମାଳୀ ବାବୁ

ଉଇକିପିଡ଼ିଆ‌ରୁ
ବନମାଳି ବାବୁ
ସାଂସଦ: ୫ମ ଲୋକ ସଭା
କାର୍ଯ୍ୟକାଳ
୧୯୭୧ – ୧୯୭୭
ପୂର୍ବ ଅଧିକାରୀଶ୍ରଦ୍ଧାକର ସୂପକାର
ପର ଅଧିକାରୀଗଣନାଥ ପ୍ରଧାନ
ନିର୍ବାଚନ ମଣ୍ଡଳୀସମ୍ବଲପୁର
ବିଧାୟକ: ୩ୟ, ୪ର୍ଥ ଓଡ଼ିଶା ବିଧାନ ସଭା
କାର୍ଯ୍ୟକାଳ
୧୯୬୧ – ୧୯୭୧
ପୂର୍ବ ଅଧିକାରୀଭିକାରୀ ଘାସି, ଲକ୍ଷ୍ମୀପ୍ରସାଦ ମିଶ୍ର
ପର ଅଧିକାରୀଶ୍ରୀବଲ୍ଲଭ ପାଣିଗ୍ରାହୀ
ନିର୍ବାଚନ ମଣ୍ଡଳୀସମ୍ବଲପୁର
ବ୍ୟକ୍ତିଗତ ସବିଶେଷ
ଜନ୍ମ(1918-03-09)୯ ମାର୍ଚ୍ଚ ୧୯୧୮
ସମ୍ବଲପୁର ଜିଲ୍ଲା, ଓଡ଼ିଶା, ବ୍ରିଟିଶ ଭାରତ
ମୃତ୍ୟୁ୮ ମଇ ୧୯୯୮(1998-05-08) (ବୟସ ୮୦)
ନାଗରିକତାଭାରତୀୟ
ଜାତୀୟତାଭାରତୀୟ
ରାଜନୀତିକ ଦଳଭାରତୀୟ ଜାତୀୟ କଂଗ୍ରେସ
ଜୀବନ ସାଥୀସରୋଜ କୁମାରୀ
ବାପା/ବୋଉଗୋକୁଳ ଚନ୍ଦ୍ର ବାବୁ (ବାପା)
ବୃତ୍ତିରାଜନୀତିଜ୍ଞ

ବନମାଳୀ ବାବୁ (୯ ମାର୍ଚ୍ଚ ୧୯୧୮ - ୫ ଅଗଷ୍ଟ ୧୯୯୮) ଜଣେ ଭାରତୀୟ ରାଜନୀତିଜ୍ଞ ଥିଲେ । ସେ ଭାରତୀୟ ଜାତୀୟ କଂଗ୍ରେସର ଜଣେ ପ୍ରତିନିଧି ଭାବରେ ରାଜନୀତିରେ ସକ୍ରିୟ ଥିଲେ । ୧୯୬୧ ମସିହାରେ ବନମାଳୀ ବାବୁ କଂଗ୍ରେସ ଦଳର ପ୍ରତିନିଧି ଭାବରେ ସମ୍ବଲପୁର ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ୩ୟ ଓଡ଼ିଶା ବିଧାନ ସଭା ଏବଂ ୪ର୍ଥ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ।[୧] ଏହାପରେ ୧୯୭୧ ମସିହାରେ ସେ ସମ୍ବଲପୁର ଲୋକ ସଭା ନିର୍ବାଚନ ମଣ୍ଡଳୀରୁ ଲୋକ ସଭାକୁ ନିର୍ବାଚିତ ହୋଇଥିଲେ ।[୨][୩][୪][୫]

ଜନ୍ମ, ପରିବାର ଓ ଶିକ୍ଷା[ସମ୍ପାଦନା]

ବନମାଳି ୧୯୧୮ ମସିହାର ମାର୍ଚ୍ଚ ମାସ ୯ ତାରିଖରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ବାପାଙ୍କ ନାମ ଗୋକୁଳ ଚନ୍ଦ୍ର ବାବୁ ଓ ପତ୍ନୀଙ୍କ ନାମ ସରୋଜ କୁମାରୀ । ତାଙ୍କ ଶିକ୍ଷାଗତ ଯୋଗ୍ୟତା ଥିଲା କଳାରେ ସ୍ନାତକ ଓ ପରେ ସେ ଓକିଲାତି ପଢ଼ିଥିଲେ ।[୬]

ରାଜନୈତିକ ଜୀବନ[ସମ୍ପାଦନା]

ବନମାଳି ଓଡ଼ିଶା ରାଜନୀତିରେ ଭାରତୀୟ ଜାତୀୟ କଂଗ୍ରେସର କର୍ମକର୍ତ୍ତା ଭାବରେ କାର୍ଯ୍ୟ କରୁଥିଲେ । ସେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ ଦୁଇଥର କାର୍ଯ୍ୟ କରିଥିଲେ ।[୬] ୧୯୭୧ ମସିହାରୁ ୧୯୭୭ ମସିହାଯାଏଁ ସେ ଲୋକ ସଭାର ସାଂସଦ ଭାବରେ ମଧ୍ୟ କାର୍ଯ୍ୟ କରିଥିଲେ ।

ମୃତ୍ୟୁ[ସମ୍ପାଦନା]

ବନମାଳି ବାବୁ ୧୯୯୮ ମସିହାର ମଇ ମାସ ୮ ତାରିଖରେ ମୃତ୍ୟୁବରଣ କରିଥିଲେ ।[୬] ମୃତ୍ୟୁବେଳକୁ ତାଙ୍କୁ ୮୦ ବର୍ଷ ବୟସ ହୋଇଥିଲା ।

ଆଧାର[ସମ୍ପାଦନା]

  1. ନାୟକ, ଡକ୍ଟର ଉଦ୍ଧବ ଚରଣ (January 2014). ଓଡ଼ିଶା ରାଜନୀତିର ଇତିହାସ (୨ୟ ed.). ଭୁବନେଶ୍ୱର: ଆମ ଓଡ଼ିଶା. Retrieved 5 January 2019.
  2. Inkworld. National Union of Journalists (India). 1976. p. 28. Retrieved 24 January 2018.
  3. The Election Archives. Shiv Lal. April 1972. p. 6. Retrieved 24 January 2018.
  4. Sir Stanley Reed (1976). The Times of India Directory and Year Book Including Who's who. Bennett, Coleman & Company. p. 712. Retrieved 24 January 2018.
  5. "Banamali Das and His Times in the Princely State of Nilgiri" (PDF). Odisha Review. Retrieved 11 August 2018.
  6. ୬.୦ ୬.୧ ୬.୨ "Shri Banamali Babu". odishaassembly.nic.in. Odisha Assembly. Retrieved 31 August 2020.

ବାହାର ଆଧାର[ସମ୍ପାଦନା]