ବଦ୍ରୀନାଥ ମନ୍ଦିର

ଉଇକିପିଡ଼ିଆ‌ରୁ
ବଦ୍ରୀନାଥ ମନ୍ଦିର
Religion
ଅନୁବନ୍ଧଗୁଡ଼ିକହିନ୍ଦୁ ଧର୍ମ
Location
ସ୍ଥାନବଦ୍ରିନାଥ
Stateଉତ୍ତରାଖଣ୍ଡ
Countryଭାରତ
Architecture
ଆଦି ଶଙ୍କରାଚାର୍ଯ୍ୟ
ଚାରି ଧାମ

ବଦ୍ରୀନାଥରାମେଶ୍ଵରମ
ଦ୍ଵାରକାପୁରୀ

ବଦ୍ରିନାଥ ମନ୍ଦିର, ଉତ୍ତରାଖଣ୍ଡ ରାଜ୍ୟର ବଦ୍ରିନାଥଠାରେ ଅବସ୍ଥିତ। ଏହା ଭାରତର ଚାରିଧାମ ମଧ୍ୟରେ ଅନ୍ୟତମ । ହିନ୍ଦୁ ଧର୍ମ ବିଶ୍ୱାସରେ ଚାରି ଧାମ ଭିତରେ ଏକ ପ୍ରମୁଖ ଧାମ ବଦ୍ରିନାଥ । ହିମାଳୟ ପାର୍ବତ୍ୟାଞ୍ଚଳରେ ଅଳକାନନ୍ଦା ନଦୀ କୂଳରେ ଅବସ୍ଥିତ ବଦ୍ରିନାଥ ମନ୍ଦିରରେ ପୂଜା ପାଆନ୍ତି ବିଷ୍ଣୁଙ୍କ ମୂର୍ତ୍ତି ବଦ୍ରିନାରାୟଣ । କଳା ଶାଳଗ୍ରାମ ପଥରରେ ନିର୍ମିତ ଏକ ମିଟର ଉଚ୍ଚର ବିଷ୍ଣୁ ମୂର୍ତ୍ତି ସ୍ୱୟଂ ଆବିର୍ଭୂତ ହୋଇଥିବା କୁହାଯାଏ । ସେଥିଲାଗି ଏହି କ୍ଷେତ୍ର ହେଉଛି ଅଷ୍ଟ ସ୍ୱୟଂବ୍ୟକ୍ତ କ୍ଷେତ୍ର ମଧ୍ୟରେ ଅନ୍ୟତମ I ମନ୍ଦିରରେ ବଦ୍ରିବୃକ୍ଷ ତଳେ ଧ୍ୟାନମଗ୍ନ ଅବସ୍ଥାରେ ବସିଛନ୍ତି ଭଗବାନ ବଦ୍ରିନାରାୟଣ । ମସ୍ତକ ଉପରେ ରହିଛି ସ୍ୱର୍ଣ୍ଣ ଚାନ୍ଦୁଆ । ଅତ୍ୟଧିକ ଥଣ୍ଡା ଯୋଗୁଁ ୬ମାସ ବନ୍ଦ ରହେ ବଦ୍ରିନାଥ ମନ୍ଦିର ଏବଂ ଭକ୍ତମାନେ ଠାକୁରଙ୍କ ଦର୍ଶନ ପାଆନ୍ତି ନିକଟବର୍ତ୍ତୀ ଜ୍ୟୋତିର୍ମଠରେ । ମନ୍ଦିରକୁ ଉଠିବା ପୂର୍ବରୁ ସ୍ନାନ ଗୃହ ପରିସରରେ ଥିବା ତପ୍ତକୁଣ୍ଡରେ ସ୍ନାନ କରନ୍ତି ଭକ୍ତ । ଯାହାର ଜଳ ବର୍ଷସାରା ରହିଥାଏ ୪୫ଡିଗ୍ରି ସେଣ୍ଟିଗ୍ରେଡ୍ । ଏହି ଜଳରେ ଔଷଧୀୟ ଗୁଣ ଥାଏ ବୋଲି କହାଯାଏ ।

ଇତିହାସ[ସମ୍ପାଦନା]

ଇତିହାସ ଅନୁଯାୟୀ ନବମ ଶତାବ୍ଦୀରେ ତୀର୍ଥଯାତ୍ରାରେ ହିମାଳୟ ଅଞ୍ଚଳକୁ ଆସିଥିବା ଆଦି ଶଙ୍କର ଅଳକାନନ୍ଦା ନଦୀ ଗର୍ଭରୁ ବିଷ୍ଣୁଙ୍କ ମୂର୍ତ୍ତିଟିକୁ ପାଇ ତପ୍ତକୁଣ୍ଡ ନିକଟ ଗୁମ୍ଫାରେ ସ୍ଥାପନା କରିଥିଲେ । ୧୬ଶ ଶତାବ୍ଦୀରେ ଗଡ଼ୱାଲ ରାଜା ମନ୍ଦିର ନିର୍ମାଣ କରି ମୂର୍ତ୍ତିଙ୍କୁ ପ୍ରତିଷ୍ଠା କରାଇଲେ ।

କିମ୍ବଦନ୍ତୀ[ସମ୍ପାଦନା]

କିମ୍ବଦନ୍ତୀ କହେ ବଦ୍ରିନାଥ ପୀଠରେ ୨୦୦ ବର୍ଷ ଧରି ଭଗବାନ ବିଷ୍ଣୁ ପଦ୍ମାସନରେ ଧ୍ୟାନମଗ୍ନ ରହି ତପସ୍ୟା କରିଥିଲେ । ତାଙ୍କୁ ଛାୟା ପ୍ରଦାନ ପାଇଁ ପାଖରେ ଠିଆ ହୋଇ ରହିଥିଲେ ମା’ଲକ୍ଷ୍ମୀ ଯାହାକି ପରବର୍ତ୍ତୀ ସମୟରେ ବଦ୍ରିବୃକ୍ଷ ରୂପେ ଦଣ୍ଡାୟମାନ । ଚାରିଧାମ ତୀର୍ଥଯାତ୍ରାରେ ପୁଣ୍ୟ ଅର୍ଜନ ହୋଇଥାଏ । ତେଣୁ କେଦାରନାଥ ସହ ବଦ୍ରିନାଥ ଦର୍ଶନ ଭକ୍ତମାନେ କରିଥାନ୍ତି ।[୧]

ପୂଜାବିଧି[ସମ୍ପାଦନା]

ମିଶ୍ରି, କାଜୁ, କିସ୍ ମିସ୍ ଆଦି ଶୁଷ୍କ ଫଳ ଏବଂ ତୁଳସୀ ପ୍ରସାଦ ଭାବେ ଅର୍ପଣ କରାଯାଏ ବଦ୍ରିନାରାୟଣଙ୍କୁ । ମନ୍ଦିରର ଏକ ନିଆରା ପରମ୍ପରା ହେଲା ଭାରତର ଅନ୍ୟ ଏକ ପ୍ରାନ୍ତ କେରଳର ନମ୍ବୁଦିରି ବ୍ରାହ୍ମଣ ହେଉଛନ୍ତି ବଦ୍ରିନାଥଙ୍କ ମୁଖ୍ୟ ପୂଜକ ଯାହାଙ୍କୁ କୁହାଯାଏ ରାୱଲ । ତାଙ୍କ ସହ ଗଡେୱାଲ ଡିମ୍‌ରି ପଣ୍ଡିତ ବି ପୂଜାର୍ଚ୍ଚନାରେ ସହାୟତା କରନ୍ତି । ରାୱଲକୁ ସମସ୍ତେ ସମ୍ମାନ କରନ୍ତି, ଏପରିକି ନେପାଳ ରାଜପରିବାର ମଧ୍ୟ । ବାମନ ଦ୍ୱାଦଶୀ ପୂର୍ବରୁ ରାୱଲ ନଦୀ ପାର ହୋଇ ଯିବା ମନା ଏବଂ ବ୍ରହ୍ମଚର୍ଯ୍ୟ ପାଳନ କରିବା ଜରୁରୀ ।

ଗ୍ୟାଲେରି[ସମ୍ପାଦନା]

ଆଧାର[ସମ୍ପାଦନା]

  1. ସମ୍ବାଦ, ପୃଷ୍ଠା-୨, ସୋମବାର ୧୮ ମାର୍ଚ୍ଚ ୨୦୧୩

ଅଧିକ ତଥ୍ୟ[ସମ୍ପାଦନା]