ପ୍ରୋସ୍ଟେଟ କର୍କଟ

ଉଇକିପିଡ଼ିଆ‌ରୁ
ପ୍ରୋସ୍ଟେଟ କର୍କଟ
Micrograph of prostate adenocarcinoma, acinar type, the most common type of prostate cancer. Gleason pattern 4. Needle biopsy. H&E stain.
ଶ୍ରେଣୀବିଭାଗ ଓ ବାହାର ସ୍ରୋତ
ସ୍ପେଶାଲିଟିoncology[*], urology[*]
ଆଇସିଡ଼ି-୧୦C61.
ଆଇସିଡ଼ି-୯-ସିଏମ୍185
ଓଏମ୍‌ଆଇଏମ୍176807
ରୋଗ ଡାଟାବେସ10780
ମେଡ଼ିସିନ-ପ୍ଲସ000380
ଇ-ମେଡ଼ିସିନradio/574
Patient UKପ୍ରୋସ୍ଟେଟ କର୍କଟ
MeSHD011471

ପୁରୁଷମାନଙ୍କର ପ୍ରଜନନ ବିଭାଗରେ ପ୍ରୋସ୍ଟେଟ ନାମରେ ଏକ ଗ୍ରନ୍ଥି (Prostate) ଅଛି । ଏହି ଗ୍ରନ୍ଥିରୁ ପ୍ରୋସ୍ଟେଟ କର୍କଟ ଜାତ ହୁଏ । ଅଧିକାଂଶ ପ୍ରୋସ୍ଟେଟ କର୍କଟ ଧୀର ଗତିରେ ବଢେ[୧] । ଅନ୍ୟ କେତେକେ ଦୃତ ଗତିରେ ବଢନ୍ତି[୨] । ଏହି କର୍କଟ ବିକ୍ଷେପିତ (Metastasis) ହୋଇ ଅସ୍ଥି ଓ ଲସିକା ଗ୍ରନ୍ଥିରେ କର୍କଟ ହୁଏ । ଆରମ୍ଭରୁ ଏହାର କୌଣସି ଲକ୍ଷଣ ନ ଥାଏ ।[୩] ପରବର୍ତ୍ତୀ ସମୟରେ ପରିସ୍ରା କରିବାରେ ଅସୁବିଧା ହୁଏ, ପରିସ୍ରାରେ ରକ୍ତ ପଡ଼େ, ପେଲଭିସରେ ତ‌ଥା ଅଣ୍ଟାରେ ପରିସ୍ରା କଲାବେଳେ କଷ୍ଟ ହୁଏ ।[୪] ବିନାଇନ ପ୍ରୋସ୍ଟେଟାଟିକ ହାଇପରପ୍ଲାସିଆ ରୋଗରେ ସମାନ ଲକ୍ଷଣ ପ୍ରକାଶ ପାଏ । ପରେ ଲୋହିତ ରକ୍ତ କଣିକା କମ ହେତୁ ଥକ୍କା ଲାଗେ । [୩]ଏହି ରୋଗ ହେଲେ ପରିସ୍ରା କଲାବେଳେ କଷ୍ଟ ହୁଏ, ଯୌନ ସମ୍ପର୍କ କ୍ଷତିଗ୍ରସ୍ତ ହୁଏ ଓ ଲିଙ୍ଗ ଉତ୍ଥାନରେ ଅସୁବିଧା ହୁଏ ।

ବୃଦ୍ଧାବସ୍ଥା, ପରିବାରରେ ଏହି ରୋଗର ଇତିହାସ, ଜାତି ବା ରେସ୍‌ ଇତ୍ୟାଦି ଏହି ରୋଗର ସଙ୍କଟାବସ୍ଥା ସୃଷ୍ଟି କରନ୍ତି । ଏହି ରୋଗ ଭୋଗୁଥିବା ୯୯ % ଲୋକଙ୍କ ବୟସ ୫୦ ବର୍ଷରୁ ଉର୍ଦ୍ଧ୍ୱ । ପ୍ରଥମ ଡିଗ୍ରୀ ସମ୍ପର୍କରେ ଏହି ରୋଗ ସଙ୍କଟ ୨ରୁ ୩ ଗୁଣ ହୁଏ । ଆମେରିକାରେ ଅବସ୍ଥାନ କରୁଥିବା ଆଫ୍ରିକୀୟ ଲୋକମାନ‌ଙ୍କର ଗୋରା ଆମେରିକା (କ‌କେଶୀୟ) ଲୋକଙ୍କ ଅପେକ୍ଷା ଅଧିକ ପ୍ରୋସ୍ଟେଟ କର୍କଟ ହୁଏ । ପ୍ରକ୍ରିୟାକୃତ ଖାଦ୍ୟ, ଲାଲ ମାଂସ, କ୍ଷୀରଜାତ ଦ୍ରବ୍ୟ ଓ କମ ପରିବା ଯୁକ୍ତ ଖାଦ୍ୟ ଖାଇଲେ ଏହି ସଙ୍କଟ ସୃଷ୍ଟି ହୋଇପାରେ । [୫] ଏହି ରୋଗ ବାୟୋପ୍ସିଦ୍ୱାରା ଜଣାପଡ଼େ । ମେଡିକାଲ ଇମେଜିଙ୍ଗ କଲାପରେ ଏହାର ବ୍ୟାପିବା ସ୍ଥାନ ଜଣାପଡ଼େ । [୪]

ପ୍ରୋସ୍ଟେଟ କର୍କଟ ସ୍କ୍ରନିଙ୍ଗ କରିବା ଏକ ଦ୍ୱନ୍ଦାତ୍ମକ ବିଷୟ । [୫][୩] ପ୍ରୋସ୍ଟେଟ କର୍କଟ ନିର୍ଧାରକ ଆଣ୍ଟିଜେନ ପରୀକ୍ଷାଦ୍ୱାରା ଅଧିକ ସଂଖ୍ୟକ ପ୍ରୋସ୍ଟେଟ କର୍କଟ ଚିହ୍ନଟ ହୁଏ କିନ୍ତୁ ମୃତ୍ୟୁ ସଂଖ୍ୟା କମେନି ।[୬] ଅଧିକାଂଶ ପ୍ରୋସ୍ଟେଟ କର୍କଟ ଲକ୍ଷଣ ବିହୀନ ରହୁଥିବା ହେତୁ ଆମେରିକାର ପ୍ରତିଷେଧ ଟାସ୍କ ଫୋର୍ସ ଏହି ପରୀକ୍ଷା ବିରୁଦ୍ଧରେ ମତ ଦେଉଛନ୍ତି କାରଣ ଏହାଦ୍ୱାର ଅନାବଶ୍ୟକ ଅଧିକ ରୋଗ ନିର୍ଣ୍ଣୟ ହୁଏ । ଏହି ପରୀକ୍ଷା ଜନିତ କ୍ଷତି ଅପେକ୍ଷା ଲାଭ ଅଧିକ ମିଳେନି । [୭] ନିମ୍ନ ଗ୍ରେଡ କର୍କଟରେ While ୫α- ରିଡକ୍ଟେଜ ଇନ୍‌ହିବିଟରଦ୍ୱାରା କମିଲେ ମଧ୍ୟ ଉଚ୍ଚ ଗ୍ରେଡ କର୍କଟର ସଙ୍କଟରେ ପରିବର୍ତ୍ତନ ହେଉ ନ ଥିବାରୁ ଏହାକୁ ପ୍ରତିଷେଧ ବିସାବରେ ଦିଆଯିବାକୁ ଅନୁମୋଦନ କରାଯାଉନାହିଁ । [୫] ଅଧିକ ଖାଦ୍ୟ ବା ଲବଣ ଦେଲେ ଏହି ସଙ୍କଟରେ ପରିବର୍ତ୍ତନ ହୁଏନାହିଁ ।[୫][୮]

ଅନେକ ରୋଗୀଙ୍କୁ ଅଧିକ ସମସ୍ୟା ନ ହେବା ପର୍ଯ୍ୟନ୍ତ କେବଳ ଜଗିବା ଯଥେଷ୍ଟ । ଅପରେଶନ, ରାଡିଏସନ ଥେରାପି, ହରମୋନ ଥେରାପି କିମ୍ବା କେମୋଥେରାପିର ମିଶ୍ରିତ ଚିକିତ୍ସା ଦରକାର ହୁଏ । [୪] ରୋଗଟି କେବଳ ପ୍ରୋସ୍ଟେଟ ଗ୍ରନ୍ଥି ମଧ୍ୟ ଭାଗରେ ଥିଲେ ଆରୋଗ୍ୟ ହୋଇଯାଏ । [୩] ଅସ୍ଥିକୁ ବ୍ୟାପିଥିଲେ କଷ୍ଟ ଲାଘବ ଔଷଧ, ବାଇଫସ୍‌ଫୋନେଟଟାର୍ଗେଟେଡ ଥେରାପି ଉପକାର କରେ । ରୋଗୀର ବୟସ, ଅନ୍ୟ ସ୍ୱାସ୍ଥ୍ୟ ସମସ୍ୟା ଓ ଏହାର ବ୍ୟାପକତା ତ‌ଥା ଗମ୍ଭୀରତା ଉପରେ ଫଳାଫଳ ନିର୍ଭର କରେ । ଅଧିକାଂଶ ପ୍ରୋସ୍ଟେଟ କର୍କଟ ରୋଗୀଙ୍କର ରୋଗ ଯୋଗୁ ମୃତ୍ୟୁ ହୁଏନି । [୪] ପାଞ୍ଚ ବର୍ଷିଆ ଆୟୁଷ ଆମେରିକାରେ ୯୯ % ।[୯] ପୃଥିବୀରେ ଏହା ଦ୍ୱିତୀୟ ସାଧାରଣ ରୋଗ ଓ ପୁରୁଷଙ୍କ କର୍କଟ ସମ୍ପର୍କୀୟ ମୃତ୍ୟୁ ମଧ୍ୟରେ ଏହାର ସ୍ଥାନ ପଞ୍ଚମ ।[୧୦] ସନ ୨୦୧୨ର ଆକଳନ ଅନୁସାରେ୧.୧ ନିୟୁତ ଲୋକ ଏହି ରୋଗ ଭୋଗିଥିଲେ ଓ ୩୦୭,୦୦୦ ମୃତ୍ୟୁ ହୋଇଥିଲା । [୧୦] ୮୪ଟି ଦେଶର ପୁରୁଷମାନଙ୍କର ଏହା ଅତି ସାଧାରଣ ରୋଗ ଥିଲା[୫] ଓ ସାଧାରଣତଃ ବିକଶିତ ଦେଶମାନଙ୍କରେ ହେଉଥିଲା । ବିକାଶଶୀଳ ଦେଶମାନଙ୍କରେ ଏହି ରୋଗ ହାର ବଢ଼ୁଛି । [୧୧] ପି.ଏସ.ଏ. ପରୀକ୍ଷାଦ୍ୱାରା ଏହି ରୋଗର ଚିହ୍ନଟ ୧୯୮୦ ଓ ୧୯୯୦ ମସିହାରେ ବଢ଼ିଛି । [୫] ୬୦ ବର୍ଷରୁ ଉର୍ଦ୍ଧ୍ୱ ଅଣସମ୍ବନ୍ଧୀୟ ମୃତକଙ୍କ ମଧ୍ୟରେ ୩୦ରୁ ୭୦ % ରୋଗୀଙ୍କର ପ୍ରୋସ୍ଟେଟ କର୍କଟ ଥିବା ଦେଖାଯାଇଥିଲା ।[୩]

ପୃଥିବୀରେ ପ୍ରୋସ୍ଟେଟ ଅନୁସନ୍ଧାନରେ ତାରତମ୍ୟ ଦେଖାଯାଏ । ଦକ୍ଷିଣ ଓ ପୂର୍ବ ଏସିଆରେ ଏହା ଅଳ୍ପ ଦେଖାଯାଏ, ୟୁରୋପ ଓ ଆମେରିକାରେ ବେଶୀ ଦେଖାଯାଏ[୧୨] । ବୟଷ ୫୦ ପରେ ଏହା ଅଧିକ ହୁଏ[୧୩] ପୃଥିବୀରେ ଏହା ସମୁଦାୟ ମୃତ୍ୟୁ କାରଣରେ ଷଷ୍ଠ ସ୍ଥାନ ଅଧିକାର କରିଛି । [୧୧] । ସାରା ପୃଥିବୀର କର୍କଟ ମୃତ୍ୟୁରେ ପ୍ରୋସ୍ଟେଟ କର୍କଟ ଷଷ୍ଠ ସ୍ଥାନ ଅଧିକାର କଲେ ମଧ୍ୟ ଇଂଲଣ୍ଡରେ ଏହା ପ୍ରଥମ ଓ ଆମେରିକାରେ ଏହା ଦ୍ୱିତୀୟ ସ୍ଥାନ ଅଧିକାର କରିଛି[୧୩] । ବିକଶିତ ଦେଶମାନଙ୍କରେ ଏହା ଅତି ସାଧାରଣ ରୋଗ ଓ ବିକାଶଶୀଳ ଦେଶମାନଙ୍କରେ ଏହାର ସଂଖ୍ୟା ବଢ଼ିବାକୁ ଲାଗିଛି । ଗୋଟିଏ ଆଶ୍ୱାସନାର ବିଷୟ ପ୍ରୋସ୍ଟେଟ କର୍କଟ ଥାଇ ମଧ୍ୟ ଅନେକ ଲୋକଙ୍କର କୌଣସି ଲକ୍ଷଣ ପ୍ରକାଶ ପାଏ ନାହିଁ, କୌଣସି ଔଷଧ ଦରକାର ହୁଏ ନାହିଁ ଓ ସେମାନେ ଅନ୍ୟ କିଛି ରୋଗରେ ମୃତ୍ୟୁ ବରଣ କରନ୍ତି । ଏହି ରୋଗ ଖାଦ୍ୟ ଓ ଜେନେଟିକ ପ୍ରଭାବରେ ଜାତ ହେବା ବିଶ୍ୱାସ କରାଯାଏ ।
ରୋଗ ଲକ୍ଷଣ, ରୋଗୀର ପରୀକ୍ଷା, ପ୍ରୋସ୍ଟେଟ ସ୍ପେସିଫିକ୍ ଆଣ୍ଟିଜେନ୍ (Prostate-specific antigen) ଓ ବାୟୋପ୍ସିଦ୍ୱାରା ଏହି ରୋଗ ଧରାଯାଏ । ପ୍ରୋସ୍ଟେଟ ସ୍ପେସିଫିକ୍ ଆଣ୍ଟିଜେନ୍ଦ୍ୱାରା ଏହି ରୋଗ ଧରାଯାଏ କିନ୍ତୁ ଏହାଦ୍ୱାରା ରୋଗର ମୃତ୍ୟୁ ହାର କମେ ନାହିଁ । ଏହି ରୋଗର ବହୁଳ ଅନୁସନ୍ଧାନ କରିବାରେ ଲକ୍ଷଣବିହୀନ ରୋଗୀମାନଙ୍କର ସଂଖ୍ୟା ମିଶିଯିବା ସମ୍ଭାବନା ଥିବାରୁ ୨୦୧୨ ମସିହାରେ ଆମେରିକାରେ ଏହା ବିରୁଦ୍ଧରେ ମତ ପ୍ରକାଶ ପାଇଥିଲା[୭]
ରୋଗର ଆକ୍ରମଣ ମାତ୍ରା ଉପରେ ଏହାର ଚିକିତ୍ସା ନିର୍ଭର କରେ । ସ୍ୱଳ୍ପ ସଙ୍କଟ ଜନକ ରୋଗକୁ କେବଳ ଜଗିରଖି ଚିକିତ୍ସା କରାଯାଏ । ଅପରେଶନ୍, ରାଡିଏସନ ଥେରାପି ସାହାଯ୍ୟରେ ଏହି କର୍କଟ ରୋଗ ଚିକିତ୍ସା କରାଯାଏ । ଅଳ୍ପ ସଂଖ୍ୟକ କାୟୋ ଅପରେଶନ୍, ହରମୋନ୍କେମୋଥେରାପି ସାହାଯ୍ୟରେ ବଢ଼ି ଯାଇଥିବା କର୍କଟ ରୋଗ ଚିକିତ୍ସା କରାଯାଏ । କେତେକ ଅନୁଶୀଳନରୁ ଜଣାଯାଏ ହସ୍ତ ମୈଥୁନଦ୍ୱାରା ପ୍ରୋସ୍ଟେଟ କର୍କଟ ସଙ୍କଟ କମିଯାଏ[୧୪][୧୫][୧୬]
ବୟସ, ବିକ୍ଷେପ, ଅଣୁବୀକ୍ଷଣ ଯନ୍ତ୍ରରେ ଏହାର ଚେହେରା ଅନୁସାରେ ରୋଗର ଶେଷ ଫଳ ନିର୍ଭର କରେ ।

ଆଧାର[ସମ୍ପାଦନା]

  1. Sam Lister (February 11, 2009). "Urine test could speed treatment of prostate cancer". London: The Sunday Times. Retrieved 9 August 2010.
  2. "ACS :: What Is Prostate Cancer?" American Cancer Society :: Information and Resources for Cancer: Breast, Colon, Prostate, Lung and Other Forms. Web. 15 June 2010. "?". Archived from the original on 17 August 2010. Retrieved 9 August 2010.
  3. ୩.୦ ୩.୧ ୩.୨ ୩.୩ ୩.୪ "Prostate Cancer Treatment (PDQ®)". NCI. 2014-04-11. Retrieved 1 July 2014.
  4. ୪.୦ ୪.୧ ୪.୨ ୪.୩ "Prostate Cancer Treatment (PDQ®)". National Cancer Institute. 2014-04-08. Retrieved 1 July 2014.
  5. ୫.୦ ୫.୧ ୫.୨ ୫.୩ ୫.୪ ୫.୫ ଆଧାର ଭୁଲ: ଅଚଳ <ref> ଚିହ୍ନ; WCR2014 ନାମରେ ଥିବା ଆଧାର ଭିତରେ କିଛି ଲେଖା ନାହିଁ ।
  6. Djulbegovic M, Beyth RJ, Neuberger MM, Stoffs TL, Vieweg J, Djulbegovic B, Dahm P (2010). "Screening for prostate cancer: systematic review and meta-analysis of randomised controlled trials". BMJ. 341: c4543. doi:10.1136/bmj.c4543. PMC 2939952. PMID 20843937.{{cite journal}}: CS1 maint: multiple names: authors list (link)
  7. ୭.୦ ୭.୧ "Talking With Your Patients About Screening for Prostate Cancer" (PDF). Archived from the original (PDF) on 2014-10-11. Retrieved 2012-07-02.
  8. Stratton J, Godwin M (2011). "The effect of supplemental vitamins and minerals on the development of prostate cancer: A systematic review and meta-analysis". Family practice. 28 (3): 243–52. doi:10.1093/fampra/cmq115. PMID 21273283.
  9. "SEER Stat Fact Sheets: Prostate Cancer". NCI. Retrieved 18 June 2014.
  10. ୧୦.୦ ୧୦.୧ World Cancer Report 2014. World Health Organization. 2014. pp. Chapter 1.1. ISBN 9283204298.
  11. ୧୧.୦ ୧୧.୧ Baade PD, Youlden DR, Krnjacki LJ (February 2009). "International epidemiology of prostate cancer: geographical distribution and secular trends". Molecular nutrition & food research. 53 (2): 171–84. doi:10.1002/mnfr.200700511. PMID 19101947.{{cite journal}}: CS1 maint: multiple names: authors list (link)
  12. "IARC Worldwide Cancer Incidence Statistics—Prostate". JNCI Cancer Spectrum. Oxford University Press. December 19, 2001. Archived from the original on February 5, 2006. Retrieved August 26, 2013. Retrieved on 5 April 2007 through the Internet Archive
  13. ୧୩.୦ ୧୩.୧ Siegel R, (2011). "Cancer statistics, 2011: the impact of eliminating socioeconomic and racial disparities on premature cancer deaths". CA Cancer J Clin. 61: 212–36. doi:10.3322/caac.20121. PMID 21685461.{{cite journal}}: CS1 maint: extra punctuation (link)
  14. Ejaculation Frequency and Subsequent Risk of Prostate Cancer, Michael F. Leitzmann, MD; Elizabeth A. Platz, ScD; Meir J. Stampfer, MD; Walter C. Willett, MD; Edward Giovannucci, MD, Journal of the American Medical Association. 2004;291(13):1578-1586. doi:10.1001/jama.291.13.1578.
  15. Giles, G.G., Severi, G., English, D.R., McCredie, M.R.E., Borland, R., Boyle, P. and Hopper, J.L. (2003), Sexual factors and prostate cancer. BJU International, 92: 211–216. doi: 10.1046/j.1464-410X.2003.04319.x
  16. Dimitropoulou, P., Lophatananon, A., Easton, D., Pocock, R., Dearnaley, D. P., Guy, M., Edwards, S., O’Brien, L., Hall, A., Wilkinson, R., The UK Genetic Prostate Cancer Study Collaborators, British Association of Urological Surgeons Section of Oncology, Eeles, R. and Muir, K. R. (2009), Sexual activity and prostate cancer risk in men diagnosed at a younger age. BJU International, 103: 178–185. doi: 10.1111/j.1464-410X.2008.08030.x