ନାଗାବଳୀ ନଦୀ

ଉଇକିପିଡ଼ିଆ‌ରୁ
ନାଗାବଳୀ ନଦୀ
ନାଗାବଳୀ ନଦୀ
River
ଦେଶ ଭାରତ
ରାଜ୍ୟ ଓଡ଼ିଶା
ଜିଲ୍ଲା ରାୟଗଡ଼ା ଜିଲ୍ଲା, କଳାହାଣ୍ଡି ଜିଲ୍ଲା
Cities ରାୟଗଡ଼ା, ଶ୍ରୀକାକୁଲମ
Landmark ହାତୀପଥର, ରାୟଗଡ଼ା
Source ଲାଖବାହାଲ
Mouth ବଙ୍ଗୋପସାଗର
Length ୨୫୬ km (୧୫୯ mi)

ନାଗାବଳୀ ନଦୀ (ତେଲୁଗୁ ଭାଷା: నాగావళి నది) ଦକ୍ଷିଣ ଓଡ଼ିଶା ତଥା ଉତ୍ତର-ପୂର୍ବ ଆନ୍ଧ୍ର ପ୍ରଦେଶରେ ପ୍ରବାହିତ ଏକ ପ୍ରମୁଖ ନଦୀ ଅଟେ । ଏହି ନଦୀର ଅନ୍ୟ ଏକ ନାମ ହେଉଛି ଲାଙ୍ଗୁଲ୍ୟ ।

ଉତ୍ପତ୍ତି[ସମ୍ପାଦନା]

କଳାହାଣ୍ଡି ଜିଲ୍ଲାର ଲାଖବାହାଲ ନିକଟସ୍ଥ ଏକ ପାହାଡ଼ରୁ ପ୍ରାୟ ୧୩୦୦ ମିଟଋ ଉଚ୍ଚତାରୁ ଉତ୍ପତ୍ତି ହୋଇ ନଦୀଟି ରାୟଗଡ଼ା ଜିଲ୍ଲା, କୋରାପୁଟ ଜିଲ୍ଲାକଳାହାଣ୍ଡି ଜିଲ୍ଲାରେ ପ୍ରବାହିତ ହୋଇ ଆନ୍ଧ୍ରର କଲେଇପାଲ୍ଲୀ ନିକଟରେ ବଙ୍ଗୋପସାଗରରେ ପଡ଼ିଅଛି । [୧] ସମୁଦାୟ ୨୫୬ କି.ମି. ଦୈର୍ଘ୍ୟ ବିଶିଷ୍ଟ ଏହି ନଦୀର ୧୬୧ କି.ମି. ଅଂଶ ଓଡ଼ିଶାରେ ପ୍ରବାହିତ । ଅବଶିଷ୍ଟ ଅଂଶ ଆନ୍ଧ୍ର ପ୍ରଦେଶରେ ପ୍ରବାହିତ ।[୨] ନଦୀଟିର ଭୌଗୋଳିକ ଅବସ୍ଥିତି ହେଉଛି- ଦ୍ରାଘିମା ୧୮° ୧୦′ରୁ ୧୯° ୪୪′ ଉତ୍ତର ଏବଂ ଅକ୍ଷାଂଶ ୮୨° ୫୩′ରୁ ୮୪° ୦୫′ ପୂର୍ବ ।[୩] ଏହାର ଏକ ମୁଖ୍ୟ ଉପନଦୀ ଝଞ୍ଜାବତୀ ରାୟଗଡ଼ା ନିକଟରେ ଏହି ନଦୀରେ ମିଶିଅଛି । ଅନ୍ୟାନ୍ୟ ଉପନଦୀମାନେ ହେଲେ ବେଗବତୀ, ସୁବର୍ଣ୍ଣମୁଖି, ଶିରୀକୋଣା ଇତ୍ୟାଦି ।[୪] ଆନ୍ଧ୍ର ପ୍ରଦେଶରେ ପ୍ରାୟ ୯୫ କି.ମି. ପ୍ରବାହିତ ହେବା ପରେ ଏହା ବଙ୍ଗୋପସାଗରରେ ମିଶିଅଛି । ଏହାର ଉତ୍ତରରେ ବଂଶଧାରା ନଦୀ, ଦକ୍ଷିଣରେ ଚମ୍ପାବତୀ ନଦୀ, ପୂର୍ବରେ ବଙ୍ଗୋପସାଗର ଏବଂ ପଶ୍ଚିମରେ ଗୋଦାବରୀ ନଦୀ ପ୍ରବାହିତ ।[୩] ଓଡ଼ିଶା ଏବଂ ଆନ୍ଧ୍ରପ୍ରଦେଶ ମଧ୍ୟରେ ହୋଇଥିବା ଆନ୍ତଃରାଜ୍ୟ ଚୁକ୍ତିନାମା ଅନୁଯାୟୀ ଓଡ଼ିଶା 556 Mm3(20TMC) ପର୍ଯ୍ୟନ୍ତ ନାଗାବଳୀର ଜଳ ବ୍ୟବହାର କରିପାରିବ; ଯଦିଓ ବର୍ତ୍ତମାନ ବ୍ୟବହୃତ ଜଳ ତାଠାରୁ କମ୍ । [୫]

ଉପକୂଳ ଅଞ୍ଚଳ[ସମ୍ପାଦନା]

ଏହି ନଦୀର କୂଳରେ ଅବସ୍ଥିତ ସହରମାନଙ୍କ ମଧ୍ୟରେ ରାୟଗଡ଼ା, ଜେ.କେ.ପୁର ଓ ଶ୍ରୀକାକୁଲମ ଅନ୍ୟତମ । ଏକ ପ୍ରକାଶିତ ରିପୋର୍ଟ ଅନୁସାରେ, ଜେ.କେ. କାଗଜ କଳରୁ ନିଷ୍କାସିତ ରାସାୟନିକ ଆବର୍ଜନାଦ୍ୱାରା ନାଗାବଳୀ ଜଳରେ ପ୍ରଦୂଷଣର ମାତ୍ରା ବୃଦ୍ଧି ହେଉଛି । [୬] ରାୟଗଡ଼ା ନିକଟରେ ନାଗାବଳୀର ଗତିପଥରେ ହାତୀପଥର ଏକଦା ଏକ ଦର୍ଶନୀୟ ସ୍ଥାନ ଥିଲା ।

ଆଧାର[ସମ୍ପାଦନା]

  1. Nag, Prithvish (1997). Geography and Environment: Regional lissues. Concept Publishing Company. pp. 96 and 97.
  2. "Rivers in India-Nagavali River". Retrieved 13 June 2015.
  3. ୩.୦ ୩.୧ "INTEGRATED HYDROLOGICAL DATA BOOK" (PDF). WATER PLANNING & PROJECTS WING,C.W.C, NEW DELHI. Archived from the original (PDF) on 20 May 2014. Retrieved 14 June 2015.
  4. "Nagavali River". Retrieved 13 June 2015.
  5. "Orissa State Water plan-2004"
  6. "Seasonal Variation of Nagavali River Water Quality at the Vicinity of Paper Mill near Jaykaypur, Odisha, India" (PDF). Department of Chemistry, Berhampur University,. Retrieved 14 June 2015.{{cite web}}: CS1 maint: extra punctuation (link)