ଦିଶା ବକାନୀ

ଉଇକିପିଡ଼ିଆ‌ରୁ
ଦିଶା ବକାନୀ
୨୦୧୨ରେ ଦିଶା
Born (1978-08-17) ୧୭ ଅଗଷ୍ଟ ୧୯୭୮ (ବୟସ ୪୫)[୧][୨]
Nationalityଭାରତୀୟ
Alma materଗୁଜରାଟ କଲେଜ, ଅହମଦାବାଦ
Occupationଅଭିନେତ୍ରୀ
Years active୧୯୯୭–ଏବେଯାଏଁ
Known forତାରକ ମେହଟା କି ଓଲଟା ଚଷମା
Spouse
ମୟୂର ପାଡ଼ିଆ
(m. ୨୦୧୫)
Relativesଭିମ ବକାନୀ (ବାପା) ମୟୂର ବକାନୀ (ଭାଇ)[୪]

ଦିଶା ବକାନୀ (ଜନ୍ମ: ୧୭ ଅଗଷ୍ଟ ୧୯୭୮)[୧] ଜଣେ ଭାରତୀୟ କଥାଚିତ୍ର ଏବଂ ଦୂରଦର୍ଶନ ଅଭିନେତ୍ରୀ । ସେ ଜଣେ ମଞ୍ଚ ଅଭିନେତ୍ରୀ ଭାବରେ ତାଙ୍କର ଅଭିନୟ ଜୀବନ ଆରମ୍ଭ କରିଥିଲେ । ସେ ଗୁଜରାଟୀ ନାଟକ କମଲ ପଟେଲ ଭର୍ସେସ୍ ଧମଲ ପଟେଲ ଏବଂ ଲାଲି ଲିଲା ଭଳି ନାଟକରୁ ସେ ମଞ୍ଚରେ ଅଭିନୟ ଆରମ୍ଭ କରିଥିଲେ ।[୫] ସେ ଦେବଦାସ, ଯୋଦ୍ଧା ଆକବର ଭଳି ହିନ୍ଦୀ କଥାଚିତ୍ରରେ ସ‌ହକାରୀ ଅଭିନେତ୍ରୀ ଭାବରେ ଅଭିନୟ କରିଥିଲେ ।[୬] ଦୂରଦର୍ଶନରେ ପ୍ରସାରତି ଧାରାବାହିକ ତାରକ ମେହଟା କି ଓଲଟା ଚଷମାରେ ସେ ଦୟା ଜେଠାଲାଲ ଗଡ଼ା ଭାବରେ ୨୦୦୮ରୁ ଅଭିନୟ କରୁଛନ୍ତି ।[୭][୮][୯]

ପ୍ରାରମ୍ଭିକ ଜୀବନ[ସମ୍ପାଦନା]

ଦିଶା ବକାନୀ ଗୁଜରାଟର ଅହମଦାବାଦରେ ଏକ ଗୁଜରାଟି ପରିବାରରେ ୧୭ ଅଗଷ୍ଟ ୧୯୭୮ରେ ଜନ୍ମଗ୍ରହଣ କରିଥିଲେ । ସେ ଅହମଦାବାଦର ଗୁଜରାଟ କଲେଜରୁ ଡ୍ରାମାଟିକ କଳାରେ ସ୍ନାତକ ହାସଲ କରିଥିଲେ ।[୫] ସେ ମୁମ୍ବାଇରେ ବାସ କରୁଥିବା ମୟୁର ପାଡ଼ିଆ ଜଣେ ଚାଟାର୍ଡ ଆକାଉଣ୍ଟାଣ୍ଟଙ୍କୁ ୨୪ ନଭେମ୍ବର ୨୦୧୫ରେ ବିବାହ କରିଥିଲେ ।[୧୦][୨] ତାଙ୍କ ଭାଇ ମୟୂର ବକାନୀ ମଧ୍ୟ ତାରକ ମେହେଟା କି ଓଲଟ ଚଷମାରେ ଦିଶାଙ୍କର ଭାଇ ସୁନ୍ଦର ଭୂମିକାରେ ଅଭିନୟ କରୁଛନ୍ତି ।

ଅଭିନୟ ଜୀବନ[ସମ୍ପାଦନା]

ଦିଶା ଏକ ବି ଗ୍ରେଡ ଚଳଚ୍ଚିତ୍ର କମ୍‌ସିନ୍- ଦ ଅନ୍‌ଟଚ୍‌ଡ୍ ଜରିଆରେ ଅଭିନୟ ଜଗତରେ ପ୍ରବେଶ କରିଥିଲେ । ଏହାପରେ ସେ ଫୁଲ୍ ଔର୍ ଆଗ୍, ଦେବଦାସ, ମଙ୍ଗଳ ପାଣ୍ଡ- ଦ ରାଇଜିଂ, ଜାନ୍, ଯୋଦ୍ଧା ଆକବର, ସି କମ୍ପାନୀ, ଲଭ୍ ଷ୍ଟୋରୀ ୨୦୫୦ ଭଳି କଥାଚିତ୍ରରେ ସ‌ହକାରୀ ଅଭିନେତ୍ରୀ ଭାବରେ ଅଭିନୟ କରିଥିଲେ ।

ଦିଶା ଚଳଚ୍ଚିତ୍ର ସ‌ହ ଦୂରଦର୍ଶନରେ ୨୦୦୪ରେ ଖିଚିଡ଼ି ଧାରାବାହିକରେ ଅଭିନୟ କରିଥିଲେ । ଏହାପରେ ସେ ୨୦୦୮ରେ ସବ୍ ଟିଭିରେ ପ୍ରସାରିତ ଧାରାବାହିକ ତାରକ ମେହଟା କି ଓଲଟା ଚଷମାରେ ଦୟା ଭୂମିକାରେ ଅଭିନୟ କରିଥିଲେ । ଏହି ଧାରାବାହିକରେ ସେ ୨୦୦୮ରୁ ଏବେଯାଏଁ ଅଭିନୟ କରୁଛନ୍ତି । ୨୦୧୪ ମସିହାରେ ସୋନି ଟିଭିରେ ପ୍ରସାରିତ ଧାରାବାହିକ CID ଏବଂ ତାରକ ମେହଟା କି ଓଲଟ ଚଷମାର ମିଳିତ ଅଧ୍ୟାୟରେ ମଧ୍ୟ ସେ ସୋନିର CIDରେ ଅଭିନୟ କରିଥିଲେ ।

ଅଭିନୀତ କଥାଚିତ୍ର[ସମ୍ପାଦନା]

  • ୧୯୯୭: କମ୍‌ସିନ୍- ଦ ଅନ୍‌ଟଚ୍‌ଡ୍
  • ୧୯୯୯: ଫୁଲ୍ ଔର୍ ଆଗ୍
  • ୨୦୦୨: ଦେବଦାସ
  • ୨୦୦୫: ମଙ୍ଗଳ ପାଣ୍ଡ- ଦ ରାଇଜିଂ
  • ୨୦୦୬: ଜାନ୍
  • ୨୦୦୮: ଯୋଦ୍ଧା ଆକବର
  • ୨୦୦୮: ସି କମ୍ପାନୀ
  • ୨୦୦୮: ଲଭ୍ ଷ୍ଟୋରୀ ୨୦୫୦

ଅଭିନୀତ ଦୂରଦର୍ଶନ ଧାରାବାହିକ[ସମ୍ପାଦନା]

  • ୨୦୦୪: ଖିଚିଡ଼ି
  • ୨୦୦୮-ଏବେଯାଏଁ: ତାରକ ମେହଟା କି ଓଲଟା ଚଷମା
  • ୨୦୧୪: CID

ଆଧାର[ସମ୍ପାଦନା]

  1. ୧.୦ ୧.୧ "Daya Ben aka Disha Vakani turns a year older". The Times Of India. 17 August 2015. Retrieved 26 May 2017.
  2. ୨.୦ ୨.୧ "TV actress Disha Vakani ties the knot!". India Today. 24 November 2015. Retrieved 26 May 2017.
  3. "Disha Vakani misses theatre". The Times of India. 5 Nov 2012. Retrieved 26 May 2017.
  4. "Unknown facts of Taarak Mehta Ka Ooltah Chashmah cast". The Times Of India. 30 January 2016. Retrieved 26 May 2017.
  5. ୫.୦ ୫.୧ "I enjoy acting: Disha Vakani". Mumbai Mirror. 30 Dec 2011. Retrieved 26 May 2017.
  6. Jhumari Nigam-Misra (12 November 2009). "Pretty women". Retrieved 26 May 2017.
  7. "Comedy Inc". 1 Jul 2010. Retrieved 26 May 2017.
  8. "Character's the KING". Indian Express. 25 Nov 2010. Retrieved 26 May 2017.
  9. "Funny female bone". The Times of India. 21 Jun 2009. Archived from the original on 24 July 2013. Retrieved 26 May 2017.
  10. "Dayaben of 'Taarak Mehta Ka Ooltah Chashmah' aka Disha Vakani ties the knot". Daily News and Analysis. 25 November 2015.

ଅଧିକ ତ‌ଥ୍ୟ[ସମ୍ପାଦନା]