ତୁଷାରକ୍ଷତ

ଉଇକିପିଡ଼ିଆ‌ରୁ


ତୁଷାରକ୍ଷତ (Frostbite)
ପର୍ବତ ଚଢ଼ିବାର ୨/୩ ପର ତୁଷାରକ୍ଷତ
ବିଭାଗଆଶୁ ଚିକିତ୍ସା (Emergency medicine), ଅସ୍ଥିଶଲ୍ୟ ବିଜ୍ଞାନ (orthopedics)
ଲକ୍ଷଣକାଲୁଆ, ଥଣ୍ଡା ଅନୁଭବ,ଶେତା ରଙ୍ଗ ଓ ଅବାଗିଆ ଚାଲିଚଳନ (clumsy) [୧]
କାରଣଶୂନ୍ୟ ଡିଗ୍ରୀ ଉତ୍ତାପ ତଳେ [୧]
ବିପଦ କାରକଆଲକୋହୋଲ (Alcohol), ଧୂମ୍ରପାନ, ମାନସିକ ସ୍ୱାସ୍ଥ୍ୟ ସମସ୍ୟା (mental health problems), କେତେକ ଔଷଧ, ପୂର୍ବତନ ଥଣ୍ଡା ଆଘାତ [୧]
ରୋଗ ନିର୍ଣ୍ଣୟ ପଦ୍ଧତିଲକ୍ଷଣ ଅନୁସାରେ [୨]
ସଠିକ ରୋଗ ନିର୍ଣ୍ଣୟଫ୍ରଷ୍ଟନିପ (Frostnip), ପର୍ନିଓ (pernio), ଟ୍ରେଞ୍ଚ ଫୁଟ (trench foot)[୩]
ପ୍ରତିକାରଥଣ୍ଡାରୁ ଦୂରେଇ ରହିବା, ଉପ‌ଯୁକ୍ତ ପୋଷାକ ପିନ୍ଧିବା, ପୋଷକ ଓ ଜଳର ସାମଞ୍ଜସ୍ୟ ରଖିବା, ଥକ୍କା ନହୋଇ ସକ୍ରିୟ ରହିବା [୪]
ଔଷଧଆଇବୁପ୍ରୋଫେନ୍, ଟିଟାନସ ଟିକା (tetanus vaccine), ଇଲୋପ୍ରୋସ୍ଟ (iloprost), ଥ୍ରୋମ୍ବୋଲାଇଟିକ (thrombolytic)[୧]
ଚିକିତ୍ସାଉଷୁମ କରିବା, ଔଷଧ ଓ ଅପରେଶନ [୪]
ପୁନଃପୌନିକଅଜ୍ଞାତ[୫]

ତୁଷାରକ୍ଷତ (ଇଂରାଜୀ ଭାଷାରେ Frostbite) ସୃଷ୍ଟି ହୁଏ ଯେତେବେଳେ ଚର୍ମ ଓ ଅନ୍ୟାନ୍ୟ ତନ୍ତୁ ଅତ୍ୟଧିକ କମ ଉତ୍ତାପ (freezing) ସଂସ୍ପର୍ଶରେ ଆସେ ।[୧] ପ୍ରଭାବିତ ସ୍ଥାନ ପ୍ରଥମେ କାଲୁଆ ଲାଗେ । [୧] ତା'ପରେ ସେହି ସ୍ଥାନର ଚର୍ମ ନୀଳ ବା ଧଳା ରଙ୍ଗରେ ପରିବତ୍ତିତ ହୋଇଯାଏ ।[୧] ଚିକିତ୍ସା ସତ୍ତ୍ୱେ ଫୁଲା ଓ ଫୋଟକା ହୋଇପାରେ ।[୧] ସାଧାରଣତଃ ହାତ, ପାଦ ଓ ମୁହଁ ପ୍ରଭାବିତ ହୁଏ ।[୩] ରୋଗ ଜଟିଳ ହେଲେ ହାଇପୋଥର୍ମିଆ (Hypothermia) ବା କମ୍ପାର୍ଟମେଣ୍ଟ ସିଣ୍ଡ୍ରୋମ ହୋଇପାରେ ।[୪][୧]

ନିମ୍ନ ଉତ୍ତାପ ସଂସ୍ପର୍ଶରେ ଆସୁଥିବା ଶୀତ ଖେଳର ଖେଳାଳୀ, ମିଲିଟାରୀ ବ୍ୟକ୍ତି ଓ ଗୃହହୀନ ଲୋକଙ୍କର ଏହି ସଙ୍କଟ ଅଧିକ ଥାଏ ।[୬][୧] ଆଲକୋହୋଲ (Alcohol), ଧୂମ୍ରପାନ, ମାନସିକ ସ୍ୱାସ୍ଥ୍ୟ ସମସ୍ୟା (mental health problems), କେତେକ ଔଷଧ, ପୂର୍ବତନ ଥଣ୍ଡା ଆଘାତ ଥିଲେ ମଧ୍ୟ ଏହି ସଙ୍କଟ ରହିବ । [୧] ସରୁ ରକ୍ତନଳୀ (blood vessel) ଭିତରେ ଜମାଟ ରକ୍ତ (blood clot) ଓ ବରଫ କ୍ରିଷ୍ଟାଲ ତରଳିବା ସମୟରେ ଆଘାତ ହୋଇ ଏହି ରୋଗ ହୁଏ ।[୧] ଲକ୍ଷଣ ଅନୁଯାୟୀ ରୋଗ ନିର୍ଣ୍ଣୟ କରାଯାଏ । [୨] ପୃଷ୍ଠ ଦେଶ (୧ମ ଓ ୨ୟ) ବା ଗଭୀର (୩ୟ ଓ ୪ର୍ଥ), ଏହି ଦୁଇ ଭାଗରେ ରୋଗକୁ ବିଭକ୍ତ କରାଯାଏ । [୪] ବୋନ ସ୍କାନ (en:bone scan) ବା ଏମଆରଆଇ (MRI) ଆବଶ୍ୟକ ହୋଇପାରେ । [୧]

ପ୍ରତିଷେଧ ନିମନ୍ତେ ଥଣ୍ଡାରୁ ଦୂରେଇ ରହିବା, ଉପ‌ଯୁକ୍ତ ପୋଷାକ ପିନ୍ଧିବା, ପୋଷକ ଓ ଜଳର ସାମଞ୍ଜସ୍ୟ ରଖିବା (hydration), ଥକ୍କା ନହୋଇ ସକ୍ରିୟ ରହିବା ଆବଶ୍ୟକ ।[୪] ପୁନଃ ଉଷୁମ ରଖି ଚିକିତ୍ସା କରାଯାଏ । [୪] ଆଉ ଥରେ ବରଫ ହେବା ସମ୍ଭାବନା ନଥିଲେ ଏହି ଉପାୟ ଅବଲମ୍ବନ କରାଯାଏ । [୧] ପ୍ରଭାବିତ ଅଂଶକୁ ଘଷିବା ଓ ବରଫ ଲଗେଇବାକୁ ମନା କରାଯାଏ ।[୪] ଆଇବୁପ୍ରୋଫେନ୍ଟିଟାନସ ଟିକା (tetanus vaccine) ଦେବାକୁ ଉପଦେଶ ଦିଆଯାଏ ।[୧] ସାଂଘାତିକ ଅବସ୍ଥା ହୋଇଥିଲେ ଇଲୋପ୍ରୋସ୍ଟ (iloprost) ବା ଥ୍ରୋମ୍ବୋଲାଇଟିକ (thrombolytic) ବ୍ୟବ‌ହାର କରାଯାଏ । [୧] ସାଂଘାତିକ ଅବସ୍ଥା ଥିଲେ ଅପରେଶନ ଆବଶ୍ୟକ ହୋଇପାରେ ।[୧] ଆମ୍ପୁଟେସନ କରିବା ପୂର୍ବରୁ କିଛି ମାସ ଧରି ଆଘାତର ସୀମା ନିର୍ଦ୍ଧାରଣ କରିବା ଆବଶ୍ୟକ । [୪]

ତୁଷାରକ୍ଷତ ରୋଗୀ ସଂଖ୍ୟା ଅଜ୍ଞାତ ଅଛି ।[୫] ପର୍ବତ ଚଢ଼ାଳୀଙ୍କର ଏହି ରୋଗ ହାର ୪୦% ହୋଇପାରେ ।[୧] ପ୍ରାୟ ୩୦ରୁ ୫୦ ବର୍ଷ ବୟଷରେ ଅଧିକ ଦେଖାଯାଏ ।[୩] ପାଞ୍ଚ ହଜାର ବର୍ଷ ପୂର୍ବରୁ ଏହି ରୋଗ ଥିବାର ପ୍ରମାଣ ମିଳୁଛି ।[୧] ନେପୋଲିଅନଙ୍କ ସେନାର ଚିକିତ୍ସକ ଡିମିନିକ ଜିନ ଲାରି (Dominique Jean Larrey) ସନ ୧୮୧୪ରେ ଏହି ବିଷୟର ପ୍ରଥମ ବର୍ଣ୍ଣନା କରିଥିଲେ ।[୧]

ଆଧାର[ସମ୍ପାଦନା]

  1. ୧.୦୦ ୧.୦୧ ୧.୦୨ ୧.୦୩ ୧.୦୪ ୧.୦୫ ୧.୦୬ ୧.୦୭ ୧.୦୮ ୧.୦୯ ୧.୧୦ ୧.୧୧ ୧.୧୨ ୧.୧୩ ୧.୧୪ ୧.୧୫ ୧.୧୬ ୧.୧୭ ୧.୧୮ ୧.୧୯ Handford, C; Thomas, O; Imray, CHE (May 2017). "Frostbite". Emergency medicine clinics of North America. 35 (2): 281–299. doi:10.1016/j.emc.2016.12.006. PMID 28411928.
  2. ୨.୦ ୨.୧ Singleton, Joanne K.; DiGregorio, Robert V.; Green-Hernandez, Carol (2014). Primary Care, Second Edition: An Interprofessional Perspective (in ଇଂରାଜୀ). Springer Publishing Company. p. 172. ISBN 9780826171474.
  3. ୩.୦ ୩.୧ ୩.୨ Ferri, Fred F. (2017). Ferri's Clinical Advisor 2018 E-Book: 5 Books in 1 (in ଇଂରାଜୀ). Elsevier Health Sciences. p. 502. ISBN 9780323529570.
  4. ୪.୦ ୪.୧ ୪.୨ ୪.୩ ୪.୪ ୪.୫ ୪.୬ ୪.୭ McIntosh, Scott E.; Opacic, Matthew; Freer, Luanne; Grissom, Colin K.; Auerbach, Paul S.; Rodway, George W.; Cochran, Amalia; Giesbrecht, Gordon G.; McDevitt, Marion (2014-12-01). "Wilderness Medical Society practice guidelines for the prevention and treatment of frostbite: 2014 update". Wilderness & Environmental Medicine. 25 (4 Suppl): S43–54. doi:10.1016/j.wem.2014.09.001. ISSN 1545-1534. PMID 25498262.
  5. ୫.୦ ୫.୧ Auerbach, Paul S. (2011). Wilderness Medicine E-Book: Expert Consult Premium Edition - Enhanced Online Features (in ଇଂରାଜୀ). Elsevier Health Sciences. p. 181. ISBN 1455733563.
  6. Handford, Charles; Buxton, Pauline; Russell, Katie; Imray, Caitlin EA; McIntosh, Scott E; Freer, Luanne; Cochran, Amalia; Imray, Christopher HE (2014-04-22). "Frostbite: a practical approach to hospital management". Extreme Physiology & Medicine. 3: 7. doi:10.1186/2046-7648-3-7. ISSN 2046-7648. PMC 3994495. PMID 24764516.{{cite journal}}: CS1 maint: unflagged free DOI (link)

ବାହ୍ୟ ଲିଙ୍କ[ସମ୍ପାଦନା]

ଶ୍ରେଣୀବିଭାଗ
ବାହାର ଉତ୍ସ