ଡାଇହାଇଡ୍ରୋଆର୍ଟେମିସିନିନ/ପିପେରାକୁଇନ

ଉଇକିପିଡ଼ିଆ‌ରୁ
ଡାଇହାଇଡ୍ରୋଆର୍ଟେମିସିନିନ/ପିପେରାକୁଇନ
Combination of
DihydroartemisininAntimalarial
piperaquineAntimalarial
Clinical data
Trade namesDuoCotecxin, Artekin, Eurartesim, others
SynonymsDihydroartemisinin/piperaquine phosphate
Routes of
administration
By mouth

ଡାଇହାଇଡ୍ରୋଆର୍ଟେମିସିନିନ/ପିପେରାକୁଇନ ବା ଡିଏଚଏ/ପିପିକ୍ୟୁ (ଇଂରାଜୀ ଭାଷାରେ Dihydroartemisinin/piperaquine/ DHA/PPQ) ଏକ ସ୍ଥିରୀକୃତ ମାତ୍ରାର ଔଷଧ ମିଶ୍ରଣ (fixed dose combination) ଯାହା ଯାହା ମ୍ୟାଲେରିଆ ରୋଗର ଚିକିତ୍ସାରେ ଦିଆଯାଏ । [୧] ଏହି ଔଷଧରେ ଡାଇହାଇଡ୍ରୋଆର୍ଟେମିସିନିନ (dihydroartemisinin) ଓ ପିପେରାକୁଇନ (piperaquine) ଔଷଧଦ୍ୱୟ ଥାଏ ।[୧] ନିର୍ଦ୍ଦିଷ୍ଟ ଭାବରେ ପି ଫାଲସିପାରମ (P. falciparum) ଓ ପି ଭାଇଭାକ୍ସ (P. vivax) ଧରଣର ମ୍ୟାଲେରିଆ ନିମନ୍ତେ ଦିଆଯାଏ ।[୨][୩] ଏହା ପାଟିରେ ଦିଆଯାଏ ।[୨]

କ୍ୱଚିତ ଏହି ରୋଗର ପାର୍ଶ୍ୱ ପ୍ରତିକ୍ରିୟା ଦେଖାଯାଏ ।[୩] କ୍ୟୁଟି ପ୍ରଲୋଙ୍ଗେସନ (QT prolongation) ହେବାର ସମ୍ଭାବନା ରହେ ।[୩] ପିଲାଙ୍କ ବ୍ୟବ‌ହାର ନିମନ୍ତେ ଭିନ୍ନ ଭିନ୍ନ ଧରଣର ସଂସ୍କରଣର ଔଷଧ ମିଳେ ।[୨] ପ୍ରାକ୍ ଗର୍ଭାବସ୍ଥାରେ ଏହା ଦେବା ବିଧେୟ ନୁହେଁ ।[୩] ଦୁଇଟ ଔଷଧର କାର୍ଯ୍ୟଧାରା ଭିନ୍ନ ଥାଏ ।[୩]

ସନ ୨୦୧୧ରେ ୟୁରୋପରେ ଡାକ୍ତରୀ ବ୍ୟବ‌ହାର ନିମନ୍ତେ ଏହା ସ୍ୱୀକୃତ ହୋଇଥିଲା ।[୨] ଏହାର ନାମ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଅତ୍ୟାବଶ୍ୟକୀୟ ଔଷଧ ଚିଠାରେ (World Health Organization's List of Essential Medicines) ଅଛି ଯାହା ମୌଳିକ ସ୍ୱାସ୍ଥ୍ୟ ସିସ୍ଟମ (health system) ନିମନ୍ତେ ଅତି ମହତ୍ତ୍ୱପୂର୍ଣ୍ଣ ।[୧] ଏକ ସମ୍ପୁର୍ଣ୍ଣ ଔଷଧ କୋର୍ଷର ମୂଲ୍ୟ ୬ ଡଲାରରୁ କମେଇ ୧ ଡଲାର କରିବା ପ୍ରଚେଷ୍ଟା ଜାରିରହିଛି ।[୩] ଆଫ୍ରିକା ଓ ଏସିଆରେ ଏହା ବ୍ୟବସାୟୀକ ଭିତ୍ତିରେ ମିଳେ ।[୨] ସନ ୨୦୧୭ରେ ପ୍ରାୟ ୪.୫ ନିୟୁତ ରୋଗୀ ଏହି ଚିକିତ୍ସାରେ ଥିଲେ । [୨]

ଆଧାର[ସମ୍ପାଦନା]

  1. ୧.୦ ୧.୧ ୧.୨ "WHO Model List of Essential Medicines (20th List)" (PDF). World Health Organization. March 2017. Retrieved 29 June 2017.
  2. ୨.୦ ୨.୧ ୨.୨ ୨.୩ ୨.୪ ୨.୫ "Eurartesim (dihydroartemisinin-piperaquine) | Medicines for Malaria Venture". www.mmv.org (in ଇଂରାଜୀ). Archived from the original on 18 April 2019. Retrieved 13 December 2017.
  3. ୩.୦ ୩.୧ ୩.୨ ୩.୩ ୩.୪ ୩.୫ "Dihydroartemisinin/Piperaquine Application for Inclusion in the 17th WHO Model List of Essential Medicines" (PDF). WHO. November 2010. Retrieved 29 June 2017.